Browsing monthly archive

January 2022

ଧର୍ମାନୁଷ୍ଠାନରେ ଭକ୍ତଙ୍କୁ ବାରଣ

ଗଞ୍ଜାମ, ୮/୧(ଏସଏସନିୟୁଜ) କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଗଞ୍ଜାମ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଆସନ୍ତାକାଲିଠୁ ବନ୍ଦ ରଖିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଧର୍ମାନୁଷ୍ଠାନରେ ସ୍ୱଳ୍ପ ସଂଖ୍ୟକ ବ୍ୟକ୍ତି ଓ ମନ୍ଦିରରେ ନୀତିକାନ୍ତି ସହ ସଂପୃକ୍ତ ବ୍ୟକ୍ତିକୁ ଯିବାକୁ ଅନୁମତି ରହିଛି । ଫେବ୍ରୁଆରୀ ପହିଲା ଯାଏଁ ଏହି କଟକଣା ବଳବତ୍ତର ରହିବ ବୋଲି ଜଣାପଡିଛି । ଜିଲ୍ଲାର ପ୍ରମୁଖ ପୀଠ ଯେପରି ତାରାତାରିଣୀ, ମାଆ ବୁଢ଼ି ଠାକୁରାଣୀ, ସିଦ୍ଧ ଭୈରବୀ ଆଦିସ୍ଥାନମାନଙ୍କରରେ ଭିଡ଼ […]

ରେଡ୍ ଜୋନକୁ ଗଲା ୨ ଜିଲ୍ଲା

ଭୁବନେଶ୍ୱର, ୮/୧(ଏସଏସନିୟୁଜ) ରାଜ୍ୟରେ କରୋନା ଧୀରେଧୀରେ ତାର କାୟାବିସ୍ତାର କରିଚାଲିଛି । ଆଜି ୩୬୭୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୨୧୮୪ ଓ ସ୍ଥାନୀୟ ଅଞ୍ଚଳରୁ ୧୫୩୧ ଜଣ ଚିହ୍ନଟ ହୋଇଛନ୍ତି । ଏଥିସହ ୩୮୪ ଜଣ ୧୮ ବର୍ଷରୁ କମ ବୟସର ପିଲା ସଂକ୍ରମିତ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୬୬ ହଜାର ୧୫୫ରେ ପହଞ୍ଚିଛି ।ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ […]

ପଞ୍ଚାୟତ ଗେଟ୍ ଉଦଘାଟନ କଲେ ଜଟଣୀବିଧାୟକ

ଜଟଣୀ,୭/୧(ଏସଏସନିୟୁଜ)ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଅଞ୍ଚଳ ର ସମ୍ମାନ ଓ ସ୍ୱାଭିମାନ ର ପ୍ରତିକ ସାଜିଥିବା ପଞ୍ଚାୟତ ଗେଟ୍ କୁ ଲୋକାର୍ପଣକରିଛନ୍ତି ।ଯାହାକି ଗର୍ବ ଓ ଗୈାରବର ସ୍ମରକ ପାଲଟିଛି ।ସେହିଭଳିଭାବେ ଛଣଘର ପଞ୍ଚାୟତର ପର୍ଯ୍ୟଟନସ୍ଥଳୀ ମା ଖଣ୍ଡୁଆଳି ଉଦ୍ୟାନ ରେ ଏକ ଗୋଷ୍ଟି ଶୌଚାଳୟର ମଧ୍ୟ ଉଦଘାଟନ କରିଛନ୍ତି ।ଏହି ଉଦ୍‌ଘାଟନ ଉସ୍‌ବରେ ଦଳୀୟକର୍ମୀମାନଙ୍କ ସହ ଲୋକପ୍ରତିନିଧି ଓ ପଂଚାୟତବାସୀ ଉପସ୍ଥିତଥିଲେ ।  

ଆଜିର ରାଶିଫଳ

ପୌଷମାସ- ଶୁକ୍ଳପକ୍ଷ,ତିଥି- ଷଷ୍ଠୀ ଦିବା ଘ୧୦-୪୦ମି ଗତେ ସପ୍ତମୀ ,ଚନ୍ଦ୍ର ଶୁଦ୍ଧି- ବୃଷ ମିଥୁନ କର୍କଟ କନ୍ୟା ତୁଳା ବିଛା ମକର କୁମ୍ଭ ମୀନ ଏହି ରାଶିମାନଙ୍କର ଚନ୍ଦ୍ର ଶୁଦ୍ଧି ଧନୁ ରାଶିର ଘାତ ଚନ୍ଦ୍ର,ନିଷିଦ୍ଧ ଖାଦ୍ୟ- ନିମ୍ବ ଦିବା ଘ,୧୦-୪୯ମି ଗତେ ତାଳ ଭକ୍ଷଣ ନିଷେଧ ,ବିଶୁଦ୍ଧ ଅମୃତ ବେଳ। – ଦିବା ଘ ୦୭-୦୭ମି ମଧ୍ୟେଘ ୦୭-୫୪ମି ଗତେ ଘ ୧୦-୦୮ମି ମଧ୍ୟେ ଘ ୧୨-୧୦ମି ଗତେ ଘ୦୩-୦୩ମି ମଧ୍ୟେରାତ୍ରି ଘ୦୩-୦୩ମି ଗତେ ଘ […]

ଆଜିର ଅନୁଚିନ୍ତା

🦋ଜୀବନର ପ୍ରକୃତ ଆନନ୍ଦ ନେବାପାଇଁ ଅନ୍ୟ ଉପରେ କେବେହେଲେ ନିର୍ଭର କରନ୍ତୁ ନାହିଁ ବରଂ ନିଜ ରାସ୍ତାରେ ନିଜେ ଆଗେଇ ଚାଲନ୍ତୁ । 🦋ଜୀବନ ଓ ସମୟ ମଣିଷର ହିଁ ସର୍ବଶ୍ରେଷ୍ଠ ଗୁରୁ | ଜୀବନ ଆମକୁ ସମୟର ଉପଯୋଗ କରିବା ଶିଖାଇ ଥାଏ ତ ସମୟ ଆମକୁ ଜୀବନର ମୂଲ୍ୟବୋଧ ବତାଇଥାଏ । 🦋ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ସଫଳତା ହାସଲ କରିବା । ଏଥିପାଇଁ ସ୍ୱପ୍ନ ଦେଖନ୍ତୁ । କଠୋର ପରିଶ୍ରମ କରନ୍ତୁ । […]

ଧରହେଲା ଗଂଜେଇ ଵୋଝେଇ କାର,ଗିରଫ ହେଲେ୪

ବାରଙ୍ଗ,୭/୧(ଏସ ଏସ ନିଉଜ)କାରରେ ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ ହାତରେ ଧରାପଡିଲେ ୪ ଯୁବକ।ଗୁରୁବାର ସନ୍ଧ୍ୟାରେ ଏକ କାରରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ନନ୍ଦନକାନନ ଥାନା ପୋଲିସ ନନ୍ଦନକାନନ ଛକ ନିକଟରେ ଯାଞ୍ଚ କରିଥିଲା।ଏହି ସମୟରେ ତ୍ରିଶୁଳିଆ ଆଡ଼ୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ଏକ ଗଞ୍ଜେଇ ଭର୍ତି କାର ସମେତ କାରଟିକୁ ଏସ୍କର୍ଟ କରି ଆଣୁଥିବା ଏକ ବାଇକକୁ ପୋଲିସ ଜବତ କରିଥିଲା।ପୋଲିସ ଏଥିରେ ସଂପୃକ୍ତ ୪ ଜଣଙ୍କୁ […]

ସୋମବାର ଠାରୁ ଶ୍ରୀମନ୍ଦିର ବନ୍ଦ

ଭୁବନେଶ୍ୱର,୭/୧(ଏସଏସନିୟୁଜ) ଆସନ୍ତା ସୋମବାର ଠାରୁ ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ସାଧାରଣ ଭକ୍ତଙ୍କ ଲାଗି ଶ୍ରୀମନ୍ଦିର ବନ୍ଦ ରହିଛି । କରୋନା ସଂକ୍ରମଣ ବଢୁଥିବାରୁ ସେବାୟତ ଓ ଭକ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଆଜି ଅନୁଷ୍ଠିତ ଛତିଶାନିଯୋଗ ବୈଠକରେ ଏଭଳି ନିଷ୍ପତି ନିଆଯାଇଥିବାନେଇ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି ।ପ୍ରକାସଥାଉକି,ଶ୍ରୀମନ୍ଦିର ପ୍ରଶାସନର କିଛି କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,,୭/୧(ଏସଏସନିୟୁଜ) ଦେଶରେ କରୋନାସଂକ୍ରମଣଙ୍କ ସଂଖ୍ୟା ଦୈନିକ ଲକ୍ଷେ ଟପିଛି । ଗତ ୨୪ ଘଂଟା ଭିତରେ ୧ ଲକ୍ଷ ୧୭ ହଜାର ୧୦୦ ନୂଆ ମାମଲା ସାମ୍ନାକୁ ଆସିଛି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩କୋଟି ୫୨ ଲକ୍ଷ ୨୬ ହଜାର ୩୮୬କୁ ବୃଦ୍ଧି ପାଇଛି । ଗତକାଲି ୯୦ ହଜାରରୁ ଅଧିକ ସଂକ୍ରମଣ ଚିହ୍ନଟ ହୋଇଥିଲା ।ସେହିଭଳିଭାବେ ରାଜ୍ୟରେ ଗତ ୨୪ ଘଣ୍ଟାରେ ୨,୭୦୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। […]

ଗଞ୍ଜେଇ ପ୍ୟାକେଟ୍ ଭରା ବ୍ୟାଗ୍ ସହ ସ୍ୱାମୀସ୍ତ୍ରୀଙ୍କୁ ଧରିଲା ଟାକ୍ସ ଫୋର୍ସ

ଜଟଣୀ , ୭/୧(ଏସଏସନିୟୁଜ) ଆର୍‌ପିଏଫ୍ ସ୍ପେଶାଲ ଟାକ୍ସ ଫୋର୍ସ ଓ ରେଲୱେ ପୋଲିସ ମିଳିତ ଭାବେ ଚଢ଼ଉ କରି ଖୋର୍ଦ୍ଧାରୋଡ଼ ରେଳଷ୍ଟେସନରୁ ୧୧କିଲୋ ୨୦୦ ଗ୍ରାମ ଗଞ୍ଜେଇ ଜବତ କରିବାସହ । ଏହାକୁ ଚାଲାଣ କରୁଥିବା ଦିଗପହଣ୍ଡି ଥାନା ଚିକିଟି ଅଂଚଳର ଦମ୍ପତି ସୀମାଞ୍ଚଳ ପ୍ରଧାନ ଓ ସଞ୍ଜୁ ପ୍ରଧାନଙ୍କୁ ଗିରଫ କରିଛି । ଜବତ ଗଞ୍ଜେଇର ମୂଲ୍ୟ ୧ଲକ୍ଷ ୧୨ ହଜାର ଟଙ୍କା ହେବ । ଖୋର୍ଦ୍ଧାରୋଡ଼ ଷ୍ଟେସନରେ ସେମାନେ ଜଗନ୍ନାଥ ଏକ୍ସପ୍ରେସ ଟ୍ରେନ୍‌କୁ ଅପେକ୍ଷା […]

୩ ଜଣଙ୍କୁ ହତ୍ୟା କଲେ ମାଓବାଦୀ

ମାଲକାନଗିରି,୭/୧(ଏସଏସନିୟୁଜ) ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାର ଇଡନାର ଗାଁ ନିକଟରେ ଜଣେ ମହିଳାଙ୍କ ସମେତ ୩ ଜଣ ଜଣଙ୍କୁ ମାଓବାଦୀମାନେ ପ୍ରଜାକୋର୍ଟରେ ହତ୍ୟା କରିଛନ୍ତି। ଗଙ୍ଗାଲୁର ଥାନା ଅନ୍ତର୍ଗତ ଇଡାମର ଜଙ୍ଗଲରେ ମାଓବାଦୀମାନେ କରିଥିବା ପ୍ରଜାକୋର୍ଟର ପୁଲିସ ଇନଫର୍ମର ସନ୍ଦେହରେ ଜଣେ ମହିଳା ଓ ଦୁଇ ଜଣ ପୁରୁଷ କୁମିଶାଇ ତିନି ଜଣଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି ।ପୋଲିସ ଇନଫର୍ମର ସନ୍ଦେହରେ ତିନି ଜଣଙ୍କୁ ହାଜର କରାଯାଇଥିଲା । ପ୍ରଜାକୋର୍ଟର ବିଚାର ପରେ […]