Browsing monthly archive

January 2022

ସ୍ୱାସ୍ଥ୍ୟମନ୍ତ୍ରୀଙ୍କର କରୋନା ପଜିଟିଭ

ଭୁବନେଶ୍ୱର,୭/୧(ଏସଏସନିୟୁଜ) ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ କରୋନା ସଂକ୍ରମିତ ହୋଇଥିବାନେଇ ନିଜେ ସ୍ୱାସ୍ଥ୍ୟମନ୍ତ୍ରୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।କାଲି ପଜିଟିଭ ଚିହ୍ନଟ ହୋଇଥିବା ନେଇ ସେ ଟ୍ୱିଟରେ କହିଛନ୍ତି ।ଏବେ ସଙ୍ଗରୋଧରେ ରହିଥିବାବେଳେ ୩ ଦିନ ଭିତରେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ଟେଷ୍ଟ କରାଇନେବାକୁ ସେ ପରାମର୍ଶ ନେଇଛନ୍ତି ।

ଆଜିର ରାଶିଫଳ

ପୌଷମାସ- ଶୁକ୍ଳପକ୍ଷ,ତିଥି- ପଞ୍ଚମୀ ଦ ଘ୧୧/୦୯ ପର୍ୟ୍ଯନ୍ତ ତଦନ୍ତେ ଷଷ୍ଠୀ ,ସୁର୍ୟୋଦୟ-ପ୍ରାତଃ ଘ୦୬/୨୬/୨୩,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୮/୧୨,ଯାତ୍ରାଦି ଶୁଭ କର୍ମ ନାସ୍ତି,ଅମୃତ ବେଳା – ଦିବା ଘ୭/୧୪ ମନ୍ଧେ ଘ୮/୨ ଗତେ ଘ୧୦/୨୬ ମନ୍ଧେ,ତିଥି- ପଞ୍ଚମୀ ଦିବା ଘ୧୧-୧୦ମି ଗତେ ଷଷ୍ଠୀ,ଚନ୍ଦ୍ର ଶୁଦ୍ଧି- ମେଷ ବୃଷ କର୍କଟ କନ୍ୟା ବିଛା ଧନୁ ମକର ଓ ମୀନ ରାଶି ଜାତ ବ୍ୟକ୍ତିଙ୍କର ଚନ୍ଦ୍ର ଶୁଦ୍ଧି ଓ ଘାତ ଚନ୍ଦ୍ର ସିଂହ ରାଶିର ଘାତଚନ୍ଦ୍ର ରାତ୍ରି ଘ୧୨-୫୭ମି ଗତେ ବୃଷ ମିଥୁନ […]

ଆଜିର ଅନୁଚିନ୍ତା

🦋କ୍ରୋଧ ଶବ୍ଦରେ ରହିବା ଉଚିତ୍ ,ମନରେ ନୁହେଁ ।ସେହିପରି ପ୍ରେମ କେବଳ ଶବ୍ଦରେ ନୁହେଁ ,ମନରେ ମଧ୍ୟ ରହିବା ଉଚିତ୍ । 🦋ସର୍ବଦା ଅନ୍ୟର ଭୁଲ ପାଇଁ ନିଜ ଅଭିମାନ କୁ ତ୍ୟାଗକରି ସଦା ଅନ୍ୟର ପରିସ୍ଥିତି ଓ ମାନସିକ ସ୍ଥିତିକୁ ବୁଝିବାକୁ ଚେଷ୍ଟା କରନ୍ତୁ, ଏବଂ ଅଭିମାନ ବଦଳରେ ଅନ୍ୟକୁ ବୁଝି ଅନ୍ୟର ସହାୟକ ହୁଅନ୍ତୁ, ଦେଖିବେ ଆପଣଙ୍କୁ ସଦା ମହାନ ବ୍ୟକ୍ତିତ୍ୱ ରେ ପରିଣତ କରାଇବ। 🦋ଜୀବନ ଏକ ଜଳ ବୁନ୍ଦା ହେଲେ ଅହଙ୍କାର […]

ମୁମ୍ବାଇରେ କରୋନାର କରାଳ ରୂପ

୧-ଓଡ଼ିଶା ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ପକ୍କା ଘର ପାଇଥିବା ପ୍ରତ୍ୟେକ ପରିବାର ପାଇଁ ୩ହଜାର ଟଙ୍କା ଘର ମରାମତି ଅନୁକମ୍ପା ରାଶି ର ଶୁଭାରମ୍ଭ କରିବେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨-କୋଭିଡ କଟକଣାରେ ପାଳିତ ହେବ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ। ପତାକା ଉତ୍ତୋଳନ କରିବେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ୩-ଆଜିଠାରୁ ରାଜ୍ୟର ସବୁ ସହରାଞ୍ଚଳରେ ରାତି ୯ ଟାରେ ହେବ ଦୋକାନ ବଜାର ବନ୍ଦ , ୫୦% କର୍ମଚାରୀରେ ଚାଲିବ […]

ଶାଢି ଚୋରୀକରି ଧରାହେଲେ ଏଆର୍‌ଆଇ

ସମ୍ବଲପୁର, ୬/୧(ଏସଏସନିୟୁଜ) ଶାଢ଼ି ଚୋରି କରୁଥିବା ଅଭିଯୋଗରେ ଯୁଯୁମୁରା ତହସିଲ୍ କାର୍ଯ୍ୟାଳୟରେ କାର୍ଯ୍ୟରତ ଏଆର୍‌ଆଇ ସନ୍ଧ୍ୟା ଆନନ୍ଦ ଦୋରାଙ୍କୁ ଟାଉନ୍ ପୁଲିସ ଗିରଫ କରିଛି। ସନ୍ଧ୍ୟା ଆନନ୍ଦ ଦୋରା ସପିଂ କରିବାକୁ ‘ଆନନ୍ଦ ୱାର୍ଲ୍ଡ’କୁ ଯାଇଥିଲେ । ସପିଂ କରିବା ସମୟରେ ଏଆରଆଇ ଦୋରା କୌଶଳ କ୍ରମେ ଏକ ଶାଢ଼ି ଚୋରି ପଳାଇଥିଲେ। ସୋ’ରୁମ କର୍ତ୍ତୃପକ୍ଷ ସିସିଟିଭି ଯାଞ୍ଚ ପରେ ଶାଢ଼ି ଚୋରି ହୋଇଥିବା ନେଇ ଜଣାପଡ଼ିଥିଲା। ଆନନ୍ଦ ୱାର୍ଲଡ ପକ୍ଷରୁ ୩୫ ହଜାର ଟଙ୍କା ମୂଲ୍ୟର […]

ମଝିରାସ୍ତାରେ କାବୁ କଲା ଅବକାରୀ ବିଭାଗ

ବାଲେଶ୍ବର, ୬/୧(ଏସଏସନିୟୁଜ)୫୫ ଲକ୍ଷ ଟଙ୍କାର ବ୍ରାଉନ୍ ସୁଗାର ନେଇ ଜଳେଶ୍ବର ଯାଉଥିବା ବେଳେ ମଝିରାସ୍ତାରେ ଅବକାରୀ ବିଭାଗ ୫୫୦ ଗ୍ରାମ ବ୍ରାଉନ୍ ସୁଗାର ଜବତ ସହ ବ୍ୟବସାୟୀ ମଇନୁଦ୍ଦୀନ ସେଖକୁ ଗିରଫ କରିଛି ।ଗିରଫ ବ୍ୟବସାୟୀଙ୍କ ଘର ପଶ୍ଚିମବଙ୍ଗ ର ବୀରଭୂମ ଜିଲ୍ଲା ଅଧିନ ଭାଗାଇଲ ଗ୍ରାମ । ବିଶେଷସୁତ୍ରରୁ ଖବରପାଇ ମଇନୁଦ୍ଦୀନ ମୁର୍ଶିଦାବାଦରୁ ବ୍ରାଉନସୁଗର ନେଇ ଜଳେଶ୍ବର ଆସୁଥିବାବେଳେ ତାଳସାରୀ ଥାନା ଅଞ୍ଚଳରେ ଚନ୍ଦନେଶ୍ବର ଦୀଘା ରାସ୍ତାରୁ ଅବକାରୀବିଭାଗ ହାବୁଡରେ ପଡିଥିଲା । ଜବତ ବ୍ରାଉନସୁଗରର […]

କରୋନା ପାଇଁ ନନ୍ଦନକାନନରେ ନୁଆ ନୀୟମ

ବାରଙ୍ଗ,୬/୧(ଏସଏସନିୟୁଜ)ରାଜ୍ୟରେ କରୋନା ସଂକ୍ରାମିତ ଓ କରୋନାର ନୁଆ ଭ୍ୟାରିଏଂଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ପର୍ଯ୍ୟଟକମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତୁପକ୍ଷ ନୁଆନୀୟମ କାଲିଠାରୁ ଲାଗୁକରିବାକୁ ଯାଉଛନ୍ତି ।ଶୁକ୍ରବାରଠାରୁ ଆଉ କାଉଂଟରରେ ଟିକେଟ ମିଳିବନି ।ନନ୍ଦନକାନନ ଓ ବଟାନିକାର୍ଲ ବୁଲିବାକୁ ଚାହିଁଲେ ଅନଲାଇନରେ ଟିକେଟ କାଟିବାକୁ ପଡିବ । କେବଳ ଅନଲାଇନ ଟିକେଟ ଯୋଗେ ନନ୍ଦନକାନନକୁ ପ୍ରବେଶ କରିପାରିବେ ପର୍ଯ୍ୟଟକ ।ଏଥିନିମନ୍ତେ ଉଭୟପାର୍କରେ ପ୍ରବେଶ ପାଇଁ ନନ୍ଦନକାନନର ୱେବ୍‌ସଇଟ www.nandankanan.org ନଚେତ୍ ନନ୍ଦନକାନନର ଆନଡ୍ରୋୟାଡ […]

କ୍ୟାପିଟାଲ ହସ୍ପିଟାଲରେ ୩ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର,୬/୧(ଏସ ଏସ ନିଉଜ) କ୍ୟାପିଟାଲ ହସ୍ପିଟାଲର ୩ ଜଣ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାର ଜଣାପଡିଛି। ସେମାନଙ୍କ ମଧ୍ୟରେ ଅଛନ୍ତି ଜଣେ ଡାକ୍ତର, ଜଣେ ଫାର୍ମାସିଷ୍ଟ ଓ ଜଣେ ମ୍ୟାନେଜର ଅଛନ୍ତି। ଚିହ୍ନଟ ସମସ୍ତ କର୍ମଚାରୀଙ୍କୁ ସଂଗରୋଧରେ ରଖାଯାଇଥିବା କର୍ତ୍ତୃପକ୍ଷଙ୍କ ସୂଚନା ଦେଇଛନ୍ତି।

କଟକରେ ସବୁ ପରିବାରକୁ ୨୪ ଘଣ୍ଟିଆ ପାଇପ ପାଣି

କଟକ,୬./୧(ଏସଏସନିୟୁଜ)ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେସନ୍‌ସିଂ ମାଧ୍ୟମରେ କଟକ ସହର ପାଇଁ ୨୪ ଘଣ୍ଟିଆ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାର ଲୋକାର୍ପଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଥିବା ପାନୀୟ ଜଳ କାର୍ଯ୍ୟକ୍ରମ ଦ୍ବାରା କଟକ ସହରର ସବୁ ପରିବାର ୨୪ ଘଣ୍ଟିଆ ପାଇପ ପାଣିର ସୁବିଧା ପାଇପାରିଛନ୍ତି। ଏହାଦ୍ବାରା ସହରର ୧ ଲକ୍ଷ ୪୦ ହଜାର ପରିବାରର ୭ ଲକ୍ଷ ଲୋକ ଉପକୃତ ହୋଇଛନ୍ତି । ଏଥିପାଇଁ ୭୯୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। […]

ଓଡିଶାରେ ପ୍ରଥମ ମୁଣ୍ଡ ନେଲା ଓମିକ୍ରନ୍

ଭୁବନେଶ୍ୱର,୬/୧(ଏସଏସନିୟୁଜ) ରାଜ୍ୟରେ ପ୍ରଥମ ଓମିକ୍ରନ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ବଲାଙ୍ଗୀର ଆଗଲପୁର ଅଞ୍ଚଳର ୪୫ ବର୍ଷୀୟ ଜଣେ ମହିଳା ହୋଇଥିବାବେଳେ ସମ୍ବଲପୁର ବୁର୍ଲାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଛାତିରେ ଯନ୍ତ୍ରଣା ପାଇଁ ଗତ ୨୨ରେ ଭୀମଭୋଇ ମେଡିକାଲରେ ସେ ଭର୍ତ୍ତି ହୋଇଥିଲେ । ପରେ ତାଙ୍କୁ ବୁର୍ଲା ମେଡିକାଲକୁ ପଠାଯାଇଥିଲା । ୨୩ ତାରିଖରେ ବୁର୍ଲାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କଠାରେ କୋଭିଡ୍ ଲକ୍ଷଣ ଦେଖାଯାଇଥିଲା ।ପରୀକ୍ଷା ପରେ […]