ଆଜିର ଅନୁଚିନ୍ତା

ତାରିଖ - ୦୭:୦୧:୨୦୨୨(ଶୁକ୍ରବାର)

🦋କ୍ରୋଧ ଶବ୍ଦରେ ରହିବା ଉଚିତ୍ ,ମନରେ ନୁହେଁ ।ସେହିପରି ପ୍ରେମ କେବଳ ଶବ୍ଦରେ ନୁହେଁ ,ମନରେ ମଧ୍ୟ ରହିବା ଉଚିତ୍ ।
🦋ସର୍ବଦା ଅନ୍ୟର ଭୁଲ ପାଇଁ ନିଜ ଅଭିମାନ କୁ ତ୍ୟାଗକରି ସଦା ଅନ୍ୟର ପରିସ୍ଥିତି ଓ ମାନସିକ ସ୍ଥିତିକୁ ବୁଝିବାକୁ ଚେଷ୍ଟା କରନ୍ତୁ, ଏବଂ ଅଭିମାନ ବଦଳରେ ଅନ୍ୟକୁ ବୁଝି ଅନ୍ୟର ସହାୟକ ହୁଅନ୍ତୁ, ଦେଖିବେ ଆପଣଙ୍କୁ ସଦା ମହାନ ବ୍ୟକ୍ତିତ୍ୱ ରେ ପରିଣତ କରାଇବ।
🦋ଜୀବନ ଏକ ଜଳ ବୁନ୍ଦା ହେଲେ ଅହଙ୍କାର ସମୁଦ୍ରଠାରୁ ମଧ୍ୟ ବଡ ହୋଇଥାଏ, ସର୍ବଦା ଅହଙ୍କାରୀ ରୂପୀ ସମୁଦ୍ର ଠାରୁ ଦୂରେଇ ରୁହନ୍ତୁ ଆପଣଙ୍କ ଭବିଷ୍ୟତ ମଙ୍ଗଳମୟ ହେବ ।
🦋ପ୍ରକୃତରେ ଉପଯୁକ୍ତ ବୁଦ୍ଧି, ସତ୍ ଭାବନା ଏବଂ ଅଟଳ ବିଶ୍ବାସର ଜୀବନ ସର୍ବଦା ଅନ୍ୟମାନଙ୍କୁ ହିଁ ପ୍ରେରଣା ଦେଇଥାଏ ।
🦋ଦୁଇଟି ଜିନିଷ ଯାହା ଜଣେ ବ୍ୟକ୍ତି… ଅନ୍ୟ ପୁରୁଷ ବିଷୟରେ… କେବେବି ଭୁଲି ପାରିବ ନାହିଁ… ଗୋଟିଏ – ହାତରେ କରିଥିବା ସାହାଯ୍ୟ… ଦୁଇଟି – ଶବ୍ଦ ସହିତ ମନରେ କରିଥିବା ଆଘାତ….ଯେଉଁ ବ୍ୟକ୍ତି ପର ଦୁଃଖରେ ନିଜକୁ ସାମିଲ୍ କରେ ତା’ଠୁ ଅଧିକ ସୁନ୍ଦର ମଣିଷ ଦୁନିଆରେ କେହି ନାହାଁନ୍ତି….ଯଦି ଦୁଃଖୀ ମଣିଷଟିଏ ମୁଁହରେ ହସ ଫୁଟେଇ ପାରିଲେ ତେବେ ଆପଣଙ୍କୁ ମନ୍ଦିର ଯିବାକୁ ପଡ଼ିବନି …. ତେଣୁ… ସମସ୍ତେ ପରୋପକାରରେ ବ୍ରତୀ ହୁଅନ୍ତୁ।
ଶୁଭ ସକାଳ,ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ!ଜୟ ମା ସନ୍ତୋଷୀ,ଶୁଭ ସକାଳ, ଆଜି ଶୁକ୍ରବାର ମା ସନ୍ତୋଷୀ ଙ୍କ ନିକଟରେ ମୋର କୋଟି କୋଟି ପ୍ରଣାମ,ମା ସନ୍ତୋଷୀ ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ପରିବାରକୁ ନିରୋଗ ରଖିବା ସହିତ ହସ ଖୁସିରେ ରଖନ୍ତୁ ଆପଣଙ୍କ ଦିନଟି ମଙ୍ଗଳମୟ ହେଉ ମୋର ମାଙ୍କ ନିକଟରେ ଏତିକି ପ୍ରାର୍ଥନା ।। ଜୟ ଜଗନ୍ନାଥ,ଜୟ ସୋମନାଥ।।

Comments (0)
Add Comment