ଆଜିର ରାଶିଫଳ

୨୦୨୬ମସିହା,ଅଗଷ୍ଟମାସ,୧ତାରିଖ,ଶନିବାର,ଋତୁ-ବର୍ଷାଋତୁର(ପ୍ରଥମ ମାସ)ସୂର୍ଯ୍ୟ-ଦକ୍ଷିଣାୟ.🌄ପୁରୀକୁ ସୁର୍ଯ୍ୟୋଦୟ- ଘ୫/୨୫/୫୭🌅ପୁରୀକୁ ସୂର୍ଯ୍ୟାସ୍ତ-ଘ୬/୧୯/୫୩,ଶ୍ରାବଣମାସ,କୃଷ୍ଣପକ୍ଷ,ଶୌରିବାସ ,ତିଥି- ତୃତୀୟା ରାତ୍ରିଘ୧୦/୫୭ମିପର୍ଯ୍ୟନ୍ତତଦନ୍ତେ ଚତୁର୍ଥୀ ।ନକ୍ଷତ୍ର-ଶତଭିଷାନକ୍ଷତ୍ର ରାତ୍ରି ଘ୯/୧୮ମିପର୍ଯ୍ୟନ୍ତ ତଦନ୍ତେ ପୂର୍ବଭାଦ୍ରନକ୍ଷତ୍ର ।ଯୋଗିନୀସ୍ଥିତି ଓ ଦୂରଯାତ୍ରା-ଯୋଗିନୀ ଆଗ୍ନେୟକୋଣରେ,ରାତ୍ରି ଘ୧୦/୫୭ମିପରେ ନୈର୍ଋତ କୋଣରେ । ଶନିବାର, ରିକ୍ତାତିଥି,ବିଷ୍ଟିକରଣଦୋଷ ହେତୁ ଯାତ୍ରାଦି ଶୁଭକର୍ମନିଷେଧ ।ଚନ୍ଦ୍ରଶୁଦ୍ଧି-ମେଷ,ବୃଷ, ସିଂହ,କନ୍ୟା,ବିଛା,ଧନୁ ଓ କୁମ୍ଭ ଏହି ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି ।ଘାତଚନ୍ଦ୍ର-ମିଥୁନ ଓ ମୀନରାଶିର ଘାତଚନ୍ଦ୍ର ।ଘାତବାର-ବୃଷ,ସିଂହ ଓ କନ୍ୟାରାଶିର ଘାତବାର।ତାରାଶୁଦ୍ଧି-୧।୩।୫।୭।୭।୧୦।୧୨।୧୪।୧୬।୧୭।୧୯।୨୧।୨୩।୨୫।୨୬ ଏହି ନକ୍ଷତ୍ରମାନଙ୍କର ଏବଂ ରାତ୍ରି ଘ୯/୧୮ମି ପରେ ୨।୪।୫।୮।୯।୧୧।୧୩।୧୫।୧୭।୧୮।୨୦।୨୨।୨୪।୨୬।୨୭ ଏହି ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।ସାମ୍ବତ୍ସରିକଶ୍ରାଦ୍ଧ–ତୃତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ।ନିଷିଦ୍ଧଖାଦ୍ୟ-ପଟୋଳ, ରାତ୍ରି ଘ୧୦/୫୭ମିପରେ ମୂଳକ (ମୂଳା)ଭକ୍ଷଣ ନିଷେଧ ।ଅଶୁଭବେଳା-(କାଳବେଳା) ପ୍ରାତଃ ଘ୫/୨୬ମି ରୁ ଘ୭/୨ମି ମଧ୍ୟେ, ଦିବା ଘ୪/୪୨ମି ରୁ ଘ୬/୨୦ମିପର୍ଯ୍ୟନ୍ତ ।(ବାରବେଳା) ଦିବା ଘ୧/୨୮ମି ରୁ ଘ୩/୪ମିପର୍ଯ୍ୟନ୍ତ ।(କାଳରାତ୍ରି)ସୂର୍ଯ୍ୟାସ୍ତ ଘ୬/୨୦ମି ରୁ ଘ୭/୪୪ମିମଧ୍ୟେ, ରାତ୍ରି ଘ୪/୧ମି ରୁ ନିଶାନ୍ତ ଘ୫/୨୬ମି ପର୍ଯ୍ୟନ୍ତ।ଶୁଭବେଳା–(ଅମୃତବେଳା)ଦିବା ଘ୯/୨୮ମି ରୁ ଘ୧୨/୪୦ମିମଧ୍ୟେ, ରାତ୍ରି ଘ୮/୪୦ମି ରୁ ଘ୧୧/୪ମିମଧ୍ୟେ, ଘ୧୨/୪୦ମି ରୁ ଘ୨/୨୬ମିମଧ୍ୟେ, ଘ୩/୪ମି ରୁ ଘ୪/୪୦ମିପର୍ଯ୍ୟନ୍ତ (ମାହେନ୍ଦ୍ରବେଳା)ନାହିଁ ।ପୁଷ୍କର ଦୋଷ- ମୃତ ବ୍ୟକ୍ତିଙ୍କ ୧ପାଦ ବାର ପୁଷ୍କରଦୋଷ ।ଫଳଂ କୃଷିହାନି ଓ ଭୂମିଦାନ ଏବଂ ରାତ୍ରି ଘ୯/୧୮ମିପରେ ୨ପାଦ ବାର ଓ ନକ୍ଷତ୍ର ପୁଷ୍କରଦୋଷ,ଫଳଂ କୃଷିହାନି ଓ ଗୋତ୍ରବଂଶ ସନ୍ତାନସନ୍ତତିର ବିନାଶ ।ଭୂମି ଓ ତିଳସୁବର୍ଣ୍ଣଦାନ ସହିତ ହୋମାଦି ଶାନ୍ତି ବିଧେୟ ।ପ୍ରଥମ ରଜୋଶ୍ଚକ୍ରେ- ରଜଶ୍ଚକ୍ରେ ସର୍ବସମ୍ପନ୍ନା ।କନ୍ୟାର ରାତ୍ରି ଘ୯/୧୮ମିପରେ ସାତମାସ ଗଣ୍ଡଦୋଷ । ଫଳଂ ସ୍ତ୍ରୀ ବିଧବା । ପୀତବସ୍ତ୍ର, ତିଳସୁବର୍ଣ୍ଣ, ତଣ୍ଡୁଳଦାନ କରଣୀୟ,ବାରଦୋଷ ହେତୁ (ଶିବଙ୍କଠାରେ ଜଳାଭିଷେକ), ରାତ୍ରି ଘ୧୦/୫୭ମିଗତେ ବାର ଓ ତିଥିଦୋଷ ହେତୁ (ଶିବଙ୍କଠାରେ ଜଳାଭିଷେକ ଓ ଦୁର୍ଗାଙ୍କୁ ଲାଲରଙ୍ଗର ପୁଷ୍ପ ଅର୍ପଣ)ଶୁଭକର୍ମ-ନାହିଁ ।ଆଜିର ରାଶିଫଳ
🐐ମେଷ-ଅପୂରଣୀୟ ଅଭିଳାଷ ମାନସିକ ଅସନ୍ତୋଷ ବୃଦ୍ଧିକରିବାସହ ପୁରାତନ ରୋଗପୀଡ଼ା ଜନିତ ବିଷାଦିତ ରହିପାରନ୍ତି। ଆଶା କରିଥିବା ମୂଲ୍ୟବାନ ଦ୍ରବ୍ୟଟି ବନ୍ଧୁଙ୍କ ଜରିଆରେ ପାଇବେ। ଈର୍ଷା ଓ ଅସୂୟା ମନୋଭାବ ପୋଷଣ କରି ନିଜଲୋକ ସମସ୍ୟା ସୃଷ୍ଟିକରିବେ।ପାରିବାରିକ ଓ ଆନୁଷ୍ଠାନିକସ୍ଥିତି କୃତ୍ତିକାନକ୍ଷତ୍ର ସକାଶେ ଠିକ୍‌ ରହିବ।
🐂ବୃଷ-ଆପଣଙ୍କ ମନର ଶାନ୍ତ,ସରଳ ଧର୍ମୀୟଭାବନା ସାମାଜିକ ଜୀବନରେ ସହକର୍ମୀଙ୍କର ଦୃଷ୍ଟି ଆକର୍ଷଣ କରିବ। ଘରର ବରାଦ ଅନୁସାରେ ଅଳଙ୍କାର, ଔଷଧ ଓ ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି। ମୃଗଶିରାର କର୍ମକ୍ଷେତ୍ରରେ ଅନ୍ୟମନସ୍କ ହେତୁ ବ୍ୟତିକ୍ରମ ପରିଲକ୍ଷିତ ହେବ। ବନ୍ଧୁଙ୍କ ବାଧ୍ୟବାଧକତାରେ ଦୂରଯାତ୍ରା କରିବାକୁ ପଡ଼ିପାରେ।
👩❤️👨 ମିଥୁନ-ଆର୍ଥିକ ସମସ୍ୟା ଓ ପ୍ରତିବନ୍ଧକ ଲାଗି ରହିଥିଲେ ମଧ୍ୟ କର୍ମ ଓ ପାରିବାରିିକ କ୍ଷେତ୍ର ବୁଝାମଣା ଭିତ୍ତିରେ ଶୃଙ୍ଖଳିତ ରହିବ। କର୍ମକ୍ଷେତ୍ରରେ ସହକର୍ମୀ ଏବଂ ଅଧସ୍ତନମାନେ ଆପଣଙ୍କ କାର୍ଯ୍ୟାବଳୀର ଭୂୟସୀ ପ୍ରଶଂସା କରିପାରନ୍ତି। ପ୍ରକାଶନ, ବ୍ୟବସାୟ କ୍ଷେତ୍ରରେ ପ୍ରତିବନ୍ଧକ ଦୂର ହେବ। ପୁନର୍ବସୁର ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣରେ ରହିବ।
🦀କର୍କଟ-ଆଜି କର୍ମଜଞ୍ଜାଳ ମଧ୍ୟରେ ଘରର ବରାଦ ଅନୁଯାୟୀ ଅତ୍ୟାବଶ୍ୟକ ଜିନିଷ କିଣିବାକୁ ଭୁଲିଯିବେ। ପୁଷ୍ୟା ନକ୍ଷତ୍ର କର୍ମକ୍ଷେତ୍ରରେ ଉପରିସ୍ଥଙ୍କ ଆଦେଶାନୁଯାୟୀ ନୂତନଦାୟିତ୍ୱ ହାତକୁ ନେବେ। ରୋଗପୀଡ଼ାରେ କଷ୍ଟ ସାମାନ୍ୟ ଲାଘବ ହୋଇଯିବ। ଆପଣ କଥାଦେଇ ପ୍ରତିଶ୍ରୁତି ପାଳନ ନ କରିବା କାରଣରୁ ବନ୍ଧୁ ଅଭିମାନ କରିପାରନ୍ତି।
🦁 ସିଂହ-ପରିବାରରେ ଭୁଲ୍‌ ବୁଝାମଣା ଯୋଗୁ ବନ୍ଧୁଙ୍କ ମାଧ୍ୟମରେ କାମ ହାସଲ କରିବେ। ସାହିତ୍ୟ, ସାମ୍ବାଦିକତା, ସଭାସମିତି, ଗବେଷଣା ଓ ରାଜନୀତିରେ ଚେଷ୍ଟା ସଫଳ ହେବ। ବ୍ୟବସାୟ, ନିର୍ମାଣ ଓ ପରିବହନରେ ଉଚ୍ଚ ଫଳ ପ୍ରାପ୍ତି ହେବ। ମଘା ନକ୍ଷତ୍ରର ଭାଙ୍ଗି ପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ି ହୋଇଯିବ।
🧕କନ୍ୟା-ଆଜି ଦୀର୍ଘ ଦିନର ଆଶା ପୂରଣ ସକାଶେ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିପାରନ୍ତି। କର୍ମକ୍ଷେତ୍ରରେ ଅବହେଳା ଯୋଗୁ କେତେକ କାମ ସକାଶେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟହେବେ। ଯାନବାହନ, ବିବାଦୀୟ ସ୍ଥାନ, ଏକାକୀ ଯାତ୍ରାରୁ ଦୂରେଇ ରହିବା ଭଲ। ହସ୍ତା ନକ୍ଷତ୍ର କାରିଗରି, ସାହିତ୍ୟ, ସଙ୍ଗୀତାଦିରେ ସୁନାମ ଅର୍ଜିବେ।
⚖️ତୁଳା-କର୍ମକ୍ଷେତ୍ରରେ ମିଥ୍ୟା ଭାଷଣରୁ ସମାଲୋଚନାର ପାତ୍ର ହେବାକୁ ପଡ଼ିପାରେ। ବିଶାଖା ନକ୍ଷତ୍ର ଉପରିସ୍ଥଙ୍କ ନିର୍ଦ୍ଦେଶାନୁସାରେ କଠିନ ଶ୍ରମ ସାଙ୍ଗକୁ ଭ୍ରମଣଜନିତ କ୍ଳାନ୍ତି ଅନୁଭବ କରିବେ। ସହକର୍ମୀଙ୍କ ସହଯୋଗ ଅଭାବରୁ ମନ ଭଲ ଲାଗି ନ ପାରେ। ଅସମର୍ଥିତ ସୂତ୍ରରୁ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି।
🦂ବିଛା-ଆପଣ ଧୈର୍ଯ୍ୟହରା ନ ହୋଇ ପରିସ୍ଥିତିର ମୁକାବିଲା କରିବାକୁ ଚେଷ୍ଟା କରିପାରିଲେ ଉପକୃତ ହେବେ। ଆଲୋଚନା କାଳରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେବେ। ଅନୁରାଧାନକ୍ଷତ୍ର ସକାଶେ ବିଗତ ଦିନର ଘଟଣା ସକାଶେ ଟେନସନ୍‌ ବଢ଼ିପାରେ।ମକଦ୍ଦମା,ଜମିଜମା,ନିର୍ମାଣ,ଆନୁଷ୍ଠାନିକକାମରେ ସୁଫଳ ପାଇବେ।
🏹ଧନୁ-କର୍ମକ୍ଷେତ୍ରର ବିବାଦୀୟ ଘଟଣା ସକାଶେ ଯେଉଁ ଆଶଙ୍କା କରୁଛନ୍ତି ସେପରି କିଛି ହେବ ନାହିଁ। ଉତ୍ତରାଷାଢ଼ା ନକ୍ଷତ୍ର ପ୍ରତିଦ୍ୱନ୍ଦ୍ୱିତାରେ ଦୁଃସାହସିକ ପଦକ୍ଷେପ ନେବା ଠିକ୍‌ ହେବନି। ବନ୍ଧୁଙ୍କ ସହ ନୂତନ ସ୍ଥାନ ଭ୍ରମଣ ସାଙ୍ଗକୁ ମୂଲ୍ୟବାନ୍‌ ଜିନିଷ କ୍ରୟ କରିପାରନ୍ତି। ଅର୍ଥ ଓ ସମ୍ମାନ ମିଳିବା ସହ ବ୍ୟବସାୟିକ ଉନ୍ନତି କରିବେ।
🐊ମକର-ଆଜି ଆପଣ ବନ୍ଧୁମାନଙ୍କ ପରାମର୍ଶରେ କୌଣସି ନୂତନ କାର୍ଯ୍ୟରେ ହାତ ଦେବାକୁ ମନସ୍ଥ କରିପାରନ୍ତି। ଶ୍ରବଣା ନକ୍ଷତ୍ର ସକାଶେ ଖାଦ୍ୟପେୟର ଅନିୟମିତତା ସ୍ବାସ୍ଥ୍ୟହାନିର କାରଣ ହୋଇପାରେ। ସଭାସମିତି, ଆଲୋଚନାଚକ୍ର, ନିର୍ମାଣ, ପରିବହନ, ପ୍ରକାଶନ କ୍ଷେତ୍ରରେ ଆଶାଜନକ ସଫଳତା ହାସଲ କରିବେ।
🏺କୁମ୍ଭ-ସହକର୍ମୀ ଆପଣଙ୍କ ମାଧ୍ୟମରେ ଫାଇଦା ଉଠାଇବା ପାଇଁ ଚେଷ୍ଟା କରିପାରନ୍ତି। ପାରିବାରିକ କ୍ଷେତ୍ରରେ ମଧ୍ୟ ସହଜରେ କାମ ହାସଲ ହେବା କଷ୍ଟକର ହୋଇପାରେ। ଶତଭିଷାନକ୍ଷତ୍ର ସତ୍‌ସଙ୍ଗ ସାଙ୍ଗକୁ ଧର୍ମଚର୍ଚ୍ଚା ପ୍ରତି ଆଗ୍ରହ ପ୍ରକାଶ କରିବେ। ବାଣିଜ୍ୟ, ବ୍ୟବସାୟ , ପରିବହନରେ ସମସ୍ୟାସମାଧାନ ହେବାରୁ ଆଶ୍ୱସ୍ତି ଅନୁଭବ କରିବେ।
🐟ମୀନ-ଆଜି ଦିନ ଭିତରେ ଯାହା କରନ୍ତୁନା କାହିଁକି କୌଣସି ଅସୁବିଧା ନ ହୋଇ କାମଟି ନିର୍ବିଘ୍ନରେ ସମାପନ ହୋଇପାରିବ। ସବୁ ଭଲ ଥିଲେ ମଧ୍ୟ ପାରିବାରିକ ସମସ୍ୟା ସମାଧାନର ଚିନ୍ତାରେ ଦୁର୍ଭାବନା ବଢ଼ିପାରେ। କାର୍ମକ୍ଷେତ୍ରରେ ଅନ୍ୟମାନଙ୍କୁ ମଧ୍ୟ ସହଜରେ ବିଶ୍ୱାସ କରିପାରିବେ ନାହିଁ। ବାଣିଜ୍ୟରେ ପ୍ରତିବନ୍ଧକ ସୃଷ୍ଟି ହେବ।
【ନୀତିବାଣୀ】
ବଗିଚାରେ ମାଳି ପ୍ରତିଦିନ ପାଣି ଦେଇଥାଏ କିନ୍ତୁ ଫୁଲ ସମୟ ଆସିଲେ ହିଁ ଫୁଟିଥାଏ , ଠିକ ସେମିତି ପ୍ରତିଦିନ ଭଲ କାମ କରି ଚାଲନ୍ତୁ ପରିଣାମ ସମୟ ଆସିଲେ ନିଶ୍ଚିତ ମିଳିବ ।
ପ୍ରସନ୍ନତା ଏକ ପୂର୍ବ ନିର୍ମିତ ଯାଦୁନୁହେଁ,ଯେଉଁଟାକି ଆମେ ପୂର୍ବରୁ ନିଜେ କରିଥିବା କର୍ମରୁ ହିଁ ଆସିଥାଏ ।
ଦୁନିଆରେ ଆପଣଙ୍କ ନାମ ସହିତ ଅନେକ ନାମ ମିଶିଯାଇପାରେ ,କିନ୍ତୁ ଆପଣଙ୍କ ବ୍ୟବହାର ଓ ଚରିତ୍ର କାହା ସହିତ ମିଶେ ନାହିଁ।ସେଥିପାଇଁ ନିଜ କର୍ମଉପରେ ବିଶ୍ବାସ ରଖ ଆଉକିଛି ଏମିତି କରିଦେଖାଅ ଯେମିତି ଆପଣଙ୍କୁ ଦେଖିବାକୁ ଲୋକ ଝୁରି ହେବେ ।
ନିଜ ପରିବାରର ସମସ୍ତ ସଦସ୍ୟଙ୍କ କାର୍ଯ୍ୟରେ ସାହାଯ୍ୟ କରି ପରସ୍ପରଙ୍କୁ ପ୍ରଶଂସା ଏବଂ ଉତ୍ସାହିତ କରିବା କରିବା ଦ୍ବାରା ବିଶ୍ବାସ ଭରସା ବଢି ଥାଏ।
ପୂର୍ବା ପୂର୍ବ କର୍ମ ଫଳ ଅନୁସାରେ
ମିଳିଥାଏ ଯେ ସଂସ୍କାର,
କୁଜନ ସୁଜନ ଜନମ ଲଭନ୍ତି
ଗଢନ୍ତି ନିଜ ସଂସାର ।
ଗୋଟିଏ ଚରିତ୍ରହୀନ ମଣିଷ ସବୁବେଳେ ଅନ୍ୟର ଚରିତ୍ରକୁ ଆକ୍ଷେପକରି କଥାକୁହେ,କାହିଁକିନା ସେନିଜେ ଯାହା ଅନ୍ୟକୁ ସେୟାଭାବି ନିଜକଦର୍ଯ୍ୟ ଭାବନାର ନିକିତିରେ ତୁଳେଇଥାଏ ।
ଯେଉଁକଥା ହୃଦୟରେ ଅଛି ତାକୁ କହିବାପାଇଁ ସାହସ କରନ୍ତୁ, ତାସହ ଯେଉଁକଥା ଅନ୍ୟର ହୃଦୟରେଅଛି ତାକୁ ବୁଝିବାପାଇଁ ପ୍ରୟାସ କରନ୍ତୁ…..ତାହେଲେ ଯାଇଁ ସବୁକିଛି ଠିକ୍ ହୋଇପାରିବ,ମଣିଷର ଭାଗ୍ୟ ଯାହା ଥାଏ ତାହାହିଁ ଘଟିଥାଏ ତାକୁ କେହି Change କରିପାରିବେନାହିଁ ,Science ର Developଘଟିଲେ ବି ମଣିଷ ଜୀବନକୁ ରକ୍ଷା କରିପାରୁ ନାହିଁ।ମଣିଷ ଯେତେଦିନ ପାଇଁ ଏଧରାପୃଷ୍ଠକୁ ଆସିଛି ସେତିକିଦିନ ତାର ଲୀଳାଖେଳା କରି ପୁଣି ଫେରିଯିବ।ସୃଷ୍ଟିକର୍ତ୍ତା ହେଉଛନ୍ତି Director,ଆମେମାନେ ଜଣେଜଣେ Actorsତେଣୁ ପ୍ରତିଦିନ ସକାଳୁ ଭଗବାନଙ୍କୁ ସମର୍ପଣ ଭାବନାରେ ନିଜକୁ ସମର୍ପିଦିଅ।ଯେପରି ଆଜିଦିନର Acting ସୁନ୍ଦରତାରେ ଭରିଯାଉ ।

Comments (0)
Add Comment