ଶାଢି ଚୋରୀକରି ଧରାହେଲେ ଏଆର୍‌ଆଇ

ସମ୍ବଲପୁର, ୬/୧(ଏସଏସନିୟୁଜ) ଶାଢ଼ି ଚୋରି କରୁଥିବା ଅଭିଯୋଗରେ ଯୁଯୁମୁରା ତହସିଲ୍ କାର୍ଯ୍ୟାଳୟରେ କାର୍ଯ୍ୟରତ ଏଆର୍‌ଆଇ ସନ୍ଧ୍ୟା ଆନନ୍ଦ ଦୋରାଙ୍କୁ ଟାଉନ୍ ପୁଲିସ ଗିରଫ କରିଛି। ସନ୍ଧ୍ୟା ଆନନ୍ଦ ଦୋରା ସପିଂ କରିବାକୁ ‘ଆନନ୍ଦ ୱାର୍ଲ୍ଡ’କୁ ଯାଇଥିଲେ । ସପିଂ କରିବା ସମୟରେ ଏଆରଆଇ ଦୋରା କୌଶଳ କ୍ରମେ ଏକ ଶାଢ଼ି ଚୋରି ପଳାଇଥିଲେ। ସୋ’ରୁମ କର୍ତ୍ତୃପକ୍ଷ ସିସିଟିଭି ଯାଞ୍ଚ ପରେ ଶାଢ଼ି ଚୋରି ହୋଇଥିବା ନେଇ ଜଣାପଡ଼ିଥିଲା। ଆନନ୍ଦ ୱାର୍ଲଡ ପକ୍ଷରୁ ୩୫ ହଜାର ଟଙ୍କା ମୂଲ୍ୟର ଏକ ଶାଢ଼ି ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ ସିସିଟିଭି କ୍ୟାମେରା ଫୁଟେଜ ଆଧାରରେ ଏ ଆର୍ ଆଇଙ୍କୁ ଗୁରୁବାର ଗିରଫ କରିଛି।

 

 

Comments (0)
Add Comment