Browsing daily archive

May 16, 2022

ମେଣ୍ଢାଶାଳରେ ବିଶ୍ୱଶାନ୍ତି ମହାଯଜ୍ଞ

ବାରଙ୍ଗ,୧୬/୫(ଏସଏସନିଉଜ)ମେଣ୍ଢାଶାଳ ଗ୍ରାମର ଇଷ୍ଟଦେବ ଶ୍ରୀଶ୍ରୀ ଭଗବତ ବାସୁଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ପ୍ରତ୍ୟକବର୍ଷଭଳି ଚଳିତ ବର୍ଷ ଏକବିଁସତମବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ଚାରିଦିନ ବ୍ୟାପୀ ଅନୁଷ୍‌ିତ ହୋଇଯାଇଛି ।ଶୀଲାମଣ୍ଡନ ,ଦେବତା ଆବାହନ,ଅଗ୍ନିସ୍ତାପନ ,ରୁଦ୍ରାଭିଷେକ,ଶ୍ରୀମଦ ଭାଗବତଗୀତାଯଜ୍ଞ ସହ ଚନ୍ଦନପୁର୍ଣିମାରେ ଯଜ୍ଞ ପୁର୍ଣାହୁତି ହୋଇାଇଛି ।ବାଙ୍କ ବିହାରୀଦାସ ଯଜ୍ଞରେ କର୍ତାରୁପେ ଯୋଗଦେଇଥିବାବେଳେ ଆଚାର୍ଯ୍ୟ ରମେଶଚନ୍ଦ୍ରକର, ବିଭିତି ଭୁଷଣରଥ,ଆଲୋକକୁମାର ପାଟଯୋଶୀ, ଦୁର୍ଗାପ୍ରସାଦ ଦାସ ପ୍ରମୁଖ ମନ୍ତ୍ରୋଚାରଣ ପୁର୍ବକ ପୁର୍ଣାହୁତି ପ୍ରଦାନ କରିଥିଲେ ।ଆଖାପାଖ ଗ୍ରାମର ଶତାଧିକ ନରନାରୀ ଏଥିରେ ଯୋଗଦେଇଥିଲେ ।ମନ୍ଦିରକମିଟି ସଦସ୍ୟମାନଙ୍କଦ୍ୱାରା ସଂକିର୍ତନ […]

ସମବାୟ ନିର୍ବାଚନ ପାଇଁ ବିଜେଡିର ପ୍ରସ୍ତୁତି

ଭୁବନେଶ୍ୱର,୧୬/୫(ଏସଏସନିଉଜ) ବିଜେଡିପକ୍ଷରୁ ସମବାୟ ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି ।ଏଥିପାଇଁ ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଦଳର ବରିଷ୍ଠ ନେତୃତ୍ବଙ୍କ ସହିତ ଆଲୋଚନା କରିଛନ୍ତି ।ବିଜେଡି ପକ୍ଷରୁ ସମବାୟ ନିର୍ବାଚନ ପରିଚାଳନା ନେଇ ୭ ଜଣିଆ କମିଟି ଗଠନ କରାଯାଇଛି ।କମିଟିର ଅଧ୍ୟକ୍ଷ ରହିବେ ପ୍ରତାପ ଦେବ ରହିଥିବାବେଳେ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଅତନୁ ସବ୍ୟସାଚୀ ନାୟକ, ପୁଷ୍ପେନ୍ଦ୍ର ସିଂ ଦେଓ , ସ୍ନେହାଙ୍ଗିନ ଛୁରୀଆ, ବିକ୍ରମ ପଣ୍ଡା, ରବୀନ୍ଦ୍ର ଜେନା କମିଟିର ସଦସ୍ୟ […]

ହେଟା ବାଘ ଆକ୍ରମଣରେ ୩ ଆହତ

ସାଲେପୁର, ୧୬/୫(ଏସଏସନିଉଜ) ହେଟା ବାଘ ଆକ୍ରମଣରେ ୩ ଶ୍ରମିକ ଆହତ ହୋଇଛନ୍ତି ।ମାହାଙ୍ଗା ସିପୁରା ଗାଁରେ ବିଲରେ କାମ କରୁଥିବା ବେଳେ ଆକ୍ରମଣ ଘଟିଥିବାର ଜଣାପଡିଛି । ହେଟା ବାଘ ଆକ୍ରମଣରେ ଆହତ ୩ ଶ୍ରମିକଙ୍କୁ ମାହାଙ୍ଗା ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାର ଜଣାପଡିଛି ।

ଗୁମୁଟ ଉପରକୁ ଚଢିଲେ ଯୁବକ

ପୁରୀ, ୧୬/୫(ଏସଏସନିଉଜ) ସୋମବାର ଦିନ ପୁରୀ ଶ୍ରୀମନ୍ଦିର ଗୁମୁଟ ଉପରକୁ ଜଣେ ବଙ୍ଗିୟ ଯୁବକ ଚଢିଯାଇଥିଲେ ।ସେ ହେଉଛନ୍ତି ପଶ୍ଚିମବଙ୍ଗ ହଲାଦିଅପଡା ର ବାସିନ୍ଦା ରାକେଶ ହାଜରା ।ତେବେ ଏହି ଯୁବକଜଣଙ୍କୁ ମନ୍ଦିରର ସେବାୟତମାନେ କୈାଶଳକ୍ରମେ କବଜାକୁ ଆଣି ସିଂହଦ୍ୱାର ପୋଲିସ କୁ ହସ୍ତାନ୍ତର କରିଥିବା ଜଣାପଡିଛି ।ତେବେ ମନ୍ଦିର ଗୁମୁଟ ଉପରକୁ ସେ କାହିଁକି ଚଢିଥିଲେ ଜଣା ପଡି ନଥିବା ବେଳେ ସିଂହ ଦ୍ୱାର ପୋଲିସ ଅଧିକ ତଦନ୍ତ ଆରମ୍ଭ କରିଛନ୍ତି।

ଆଜିର ରାଶିଫଳ

ମଇ ମାସ ୧୬ ତାରିଖ ୨୦୨୨ ମସିହା(ସୋମବାର) ବୈଶାଖ -ଶୁକ୍ଳପକ୍ଷ,ତିଥି- ପୂର୍ଣିମା , ମିଥୁନ ରାଶିର ଘାତ ବାର ,ପ୍ରତିପଦ। ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ବିଶୁଦ୍ଧ ଅମୃତ ବେଳ। – ଦିବା ଘ ୦୮/୩୦ ଗତେ ଘ୧୦/୦୧ ମଧ୍ୟେ ଓ ରାତ୍ରି ଦିବା ଘ ୦୯/୨୪ ଗତେ ଘ୧୨/୩୦ ମଧ୍ୟେ,ବିଶୁଦ୍ଧ ମ।ହେନ୍ଦ୍ର ବେଳ।- ରାତ୍ରି ୦୪/୩୬ ଗତେ ଘ୦୫/୧୪ ମଧ୍ୟେ, ଆମିଷ ଦିବା ଘ ୦୯/୪୫ ପର୍ଯ୍ୟନ୍ତ ତଦନ୍ତେ ପାଣିକଖାରୁ ଭକ୍ଷଣ ନିଷେଧ। 🐏ମେଷ👉ଆଜି ଗୃହ […]