ଗୁମୁଟ ଉପରକୁ ଚଢିଲେ ଯୁବକ

ପୁରୀ, ୧୬/୫(ଏସଏସନିଉଜ) ସୋମବାର ଦିନ ପୁରୀ ଶ୍ରୀମନ୍ଦିର ଗୁମୁଟ ଉପରକୁ ଜଣେ ବଙ୍ଗିୟ ଯୁବକ ଚଢିଯାଇଥିଲେ ।ସେ ହେଉଛନ୍ତି ପଶ୍ଚିମବଙ୍ଗ ହଲାଦିଅପଡା ର ବାସିନ୍ଦା ରାକେଶ ହାଜରା ।ତେବେ ଏହି ଯୁବକଜଣଙ୍କୁ ମନ୍ଦିରର ସେବାୟତମାନେ କୈାଶଳକ୍ରମେ କବଜାକୁ ଆଣି ସିଂହଦ୍ୱାର ପୋଲିସ କୁ ହସ୍ତାନ୍ତର କରିଥିବା ଜଣାପଡିଛି ।ତେବେ ମନ୍ଦିର ଗୁମୁଟ ଉପରକୁ ସେ କାହିଁକି ଚଢିଥିଲେ ଜଣା ପଡି ନଥିବା ବେଳେ ସିଂହ ଦ୍ୱାର ପୋଲିସ ଅଧିକ ତଦନ୍ତ ଆରମ୍ଭ କରିଛନ୍ତି।

Comments (0)
Add Comment