Browsing monthly archive

June 2022

ନିଆଳି ଓଲଟପୁର ରାସ୍ତା ଦୁଇ ଥକିଆ ହେବ

ଭୁବନେଶ୍ୱର,୧୬/୬(ଏସଏସନିଉଜ)ଓଲଟପୁର ସ୍ଥିତ NIRTAR ଅସ୍ଥି ଚିକିତ୍ସା ତଥା ଥାଇଥାନ ସମ୍ପର୍କିତ ଏକ ପ୍ରସିଦ୍ଧ ଜାତୀୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ. ପ୍ରତିଦିନ ରାଜ୍ୟ ର ବିଭିନ୍ନ ଅଂଚଳରୁ ଚିକିତ୍ସା ପାଇଁ ଶହ ଶହ ରୋଗୀ ଏଠାକୁ ଆସିଥାନ୍ତି । ରୋଗୀମାନେ ଯେପରି ସୁବିଧାରେ ଏହି ପ୍ରତିଷ୍ଠାନ ର ସ୍ୱାସ୍ଥ୍ୟ ସେବାର ସୁଯୋଗ ପାଇପାରିବୋ ସେଥିପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଙ୍କ ନିର୍ଦେଶ କ୍ରମେ ଆଜି ଉନ୍ନୟନ କମିଶନର ପ୍ରଦୀପ ଜେନା 5T ସେକ୍ରେଟାରୀ ଭି କେ ପାଣ୍ଡିଆନ ଓଲଟପୁର […]

ମୁହଁ ଖୋଲିଲା ଓସିଏ

କଟକ, ୧୬/୬(ଏସଏସନିଉଜ) ଆଜି ମୁହଁ ଖୋଲିଛନ୍ତି ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ) । ଓସିଏର ମୁଖ୍ୟ କାର‌୍ୟ୍ୟନିର୍ବାହୀ ଅଧିକାରୀ ସୁବ୍ରତ ବେହେରା । ଗତ ରବିବାର ବାରବାଟୀଠାରେ ଅନୁଷ୍ଠିତ ଟି-୨୦ ମ୍ୟାଚରେ ହୋଇଥିବା ପାସ୍ କେଳେଙ୍କାରୀକୁ ନେଇ ଚର୍ଚ୍ଚାହେବାପରେ ଓସିଏ ପକ୍ଷରୁ ପ୍ରତିକ୍ରିୟା ରଖାଯାଇଛି । ବେହେରା ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ଆମକୁ କେହି ବଦନାମ କରିବାକୁ ଚେଷ୍ଟା କରୁଛନ୍ତି ।ଆମେ ବଦନାମ ହେଲେ ଅଭିଯୋଗ କରିବୁ ନାହିଁ କି ପୋଲିକୁ ମଧ୍ୟ ଏ ନେଇ ଅଭିଯୋଗ […]

୧୩ ବସ୍ତା ଭାଙ୍ଗ ଜବତ କଲା ଅବକାରୀ ବିଭାଗ

ଡେଲାଙ୍ଗ, ୧୬/୬(ଏସଏସନିଉଜ) ଅବକାରୀ ପୋଲିସ ଅରିଶଲ ପଞ୍ଚାୟତ ଅଧୀନ ଖଣ୍ଡିମଙ୍ଗଳପୁର ଗ୍ରାମର ଜଣଙ୍କ ଘରୁ ୧୩ ବସ୍ତା ଭାଙ୍ଗ ଜବତ କରିଥିବାର ଜଣାପଡିଛି ।ତେବେ କୈାଶଳକ୍ରମେ ପିପିଲି ଅବକାରୀ ଥାନା ପୋଲିସ ଚଢ଼ାଉ କରିବା ସମୟରେ ପୂର୍ବ ସୂଚନା ପାଇ ଅଭିଯୁକ୍ତ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲା । ଅଭିଯୁକ୍ତ ଘରୁ ଅବକାରୀ ପୋଲିସ ୧୩ବସ୍ତା ଭାଙ୍ଗ ଜବତ କରିଥିବାର ଜଣାପଡିଛି ।ଏହି ଘଟଣାରେ ଅବକାରୀ ପୁଲିସ ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଛି ।

ଜଗା ଦର୍ଶନ ପାଇଁ ପୁରୀ ବାହାରିଲେ ସୁରେନ୍ଦ୍ର

ପୁରୀ, ୧୬/୬(ଏସଏସନିଉଜ) ଜଗା ଦର୍ଶନ ପାଇଁ ୬୨ ବର୍ଷୀୟ ବୃଦ୍ଧଙ୍କର ବାଲେଶ୍ଵରରୁ ପୁରୀ ପଦଯାତ୍ରା ଆରମ୍ଭ ହୋଇଛି ।ଜଗନ୍ନାଥଙ୍କ କୃପାରୁ ଆରୋଗ୍ୟ ହୋଇଥିବାରୁ ପ୍ରତି ରଥଯାତ୍ରାରେ ପୁରୀ ପଦଯାତ୍ରା କରିବାକୁ ମାନସିକ କରିଥିଲେ ସୁରେନ୍ଦ୍ର ମଣ୍ଡଳ ।ଔପଦା ବ୍ଲକ ସାନପାଟପୁର ଗ୍ରାମର ବାସିନ୍ଦା ହେଉଛନ୍ତି ସୁରେନ୍ଦ୍ର ।ସେ ଜଗା ଦର୍ଶନ ପାଇଁ ନାହାରିଛନ୍ତି ।  

ଆଜବେଷ୍ଟସ ଭାଙ୍ଗି ଲୁଟିଲେ ଦୁର୍ବୁତ

ଜଟଣୀ, ୧୬/୬(ଏସଏସନିଉଜ)ମଧୁସୁଧନନଗରରେ ରହୁଥିବା କିଶୋର କୁମାର ସାହୁ ନାମକ ବ୍ୟକ୍ତଙ୍କ ଘର ଆଜବେଷ୍ଟସ ଭାଙ୍ଗି ସୁନାଅଳଙ୍କାର ଟଙ୍କା ଚୋରୀ ହୋଇଥିବାର ଜଟଣୀଥାନାରେ ଅଭିଯୋଗ ହୋଇଛି ।କିଶୋର ପରିବାରସହ ସମ୍ପକିୟଙ୍କ ଘରପ୍ରତିଷ୍ଠା ଭୋଜିରେ ଯୋଗଦେବାକୁ ଯାଇଥିଲେ ।ଘରକୁ ଫେରି ଦେଖିବାବେଳକୁ ଘରଭିତରେ ଥିବା ଅଲମିରା ଭଙ୍ଗାଯାଇ ସୁନାଚେନ, ସୁନାମୁଦି, କଙ୍କଣ,ଦୁଇହଳ ରୁପାପାଉଁଜି ସହ ନଗଦ୯୦ହଜାରେଟଙ୍କା ଦୁର୍ବୁତମାନେ ନେଇଯାଇଛନ୍ତିା ଏସର୍ମ୍ପକରେ କିଶୋରଙ୍କ ପତ୍ନୀ ଅନ୍ନପୁର୍ଣା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

କାମ ନିମ୍ନମାନର ଅଭିଯୋଗ

କଟକ ,୧୬/୬(ଏସଏସନିଉଜ)ସରକାର ସାଧାରଣଲୋକଙ୍କ ହିତ ପାଇଁ ବହୁବିଧ ଯୋଜନାମାନ କରିଚାଲିଛନ୍ତି ।ଏହାର ସୁଫଳ କିପରି ସାଧାରଣଲୋକଙ୍କ ପାଖରେ ପହଁଚିପାରିବ ସେଥିପାଇଁ ଅଧିକାରୀମାନଙ୍କୁ ମଧ୍ୟ ତାଗିଦ କରିଚାଲିଛନ୍ତି ।ଏହାସତ୍ୱେ କେତେକ କ୍ଷେତ୍ରରେ ଅଧିକାରୀମାନଙ୍କର ଖାମଖିଆଲ ମନୋଭାବ ଯୋଗୁ ସାଧାରଣ ଲୋକ ସରକାରୀ ଫାଇଦାରୁ ବଂଚିତ ହେଉଛନ୍ତି ।ଯାହାର ଉଦାହରଣ ଏବେ ଦେଖିବାକୁ ମିଳିଛି ।କଟକ ସଦର ବ୍ଲକର ବିଭିନ୍ନ ଗ୍ରାମ ପଞ୍ଚାୟତରେ ମନରେଗା ଯୋଜନାରେ ନିର୍ମାଣ ଚାଲିଛି ଅଳିଆ ଆବର୍ଜ୍ଜନା ବସ୍ତୁ ରଖିବା ପାଇଁ କୁଣ୍ଡ ।କେନ୍ଦ୍ରସରକାରଙ୍କର ଅନୁଦାନରେ […]

ଶୋଇଥିବା ଭାଇକୁ ମାରିଲା ଗୁଳି

ଗଞ୍ଜାମ, ୧୬/୬(ଏସଏସନିଉଜ) ଖଲ୍ଲିକୋଟ ଥାନା ଅନ୍ତର୍ଗତ ଭିକାପଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ପାରିବାରିକ କଳହକୁ ନେଇ ବୀରେନ ଘରେ ଶୋଇଥିବା ବେଳେ ହଠାତ ଘରେ ପଶି ତାଙ୍କୁ ଗୁଳି କରିଛି ଦାଦା ପୁଅ ଭାଇ । ଗୁଳିକାଣ୍ଡ ପରେ ଘଟଣାସ୍ଥଳରୁ ଅଭିଯୁକ୍ତ ଚମ୍ପଟ ମାରିଛି ।ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ତଦନ୍ତ ଆରମ୍ଭ କରିବାସହ ୪ ରାଉଣ୍ଡ ଗୁଳି ବାଜିଥିବା ପୋଲିସ ସୂଚନା ଦେଇଛି । ଭାଇ ଗୁଳି ମାଡରେ ଗୁରୁତର […]

ବଦଳିଲେ ୧୧ ଜିଲ୍ଲାପାଳ

ଭୁବନେଶ୍ବର,୧୬/୬(ଏସଏସନିଉଜ) ରାଜ୍ୟ ସରକାର। ଆଜି ଉଭୟ ବରିଷ୍ଠ ଓ କନିଷ୍ଠ ଆଇଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଥିବାନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କୁ ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି) କମିସନର,ଦେବଗଡ଼ ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲଙ୍କୁ ଜଳ ସଂପଦ ବିଭାଗ ଯୁଗ୍ମ ସଚିବ,କନ୍ଧମାଳ ଜିଲ୍ଲାପାଳ ଡ. ବୃନ୍ଦା ଡିଙ୍କୁ ଓଏସ୍‌ଏମ୍‌ସିଏଲ୍‌ରେ ପରିଚାଳନା ନିର୍ଦ୍ଦେଶକ,ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସଂଗଠନ (ଓଏଭିଏସ୍‌) ଏସ୍‌ପିଡି ଥିବା ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ କୃଷି […]

କୁକୁର ବନ୍ଧ୍ୟାକରଣରେ ନିଷ୍ଠୁରତା ଅଭିଯୋଗ

ଭୁବନେଶ୍ୱର,୧୬/୬(ଏସ ଏସ ନିଉଜ)ରାଜଧାନୀରେ ବୁଲା କୁକୁର ବନ୍ଧ୍ୟାକରଣରେ ନିଷ୍ଠୁରତା ଅଭିଯୋଗ।ଏହାକୁ ନେଇ ସଂପୃକ୍ତ ସଂସ୍ଥାକୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି ବିଏମସି।ଏହାସହ ପ୍ରାଣୀ ଚିକିତ୍ସକଙ୍କୁ କାର୍ଯ୍ୟରୁ ଅବ୍ୟାହତି ଦିଆଯାଇଥିବାର ଜଣାପଡିଛି ।

ଆଜି ବାଲେଶ୍ବର ବନ୍ଦ

ବାଲେଶ୍ବର,୧୬/୬(ଏସ ଏସ ନିଉଜ)ଆଜି ୧୨ ଘଣ୍ଟିଆ ବାଲେଶ୍ବର ବନ୍ଦ ଡାକରା ।ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ନେଇ ୨୦ଟି ସଂଗଠନ ପକ୍ଷରୁ ବନ୍ଦ ଡାକରା ଦିଆ ଯାଇଛି ।ଏହାକୁ ବିଜେପି, କଂଗ୍ରେସ ସମେତ ଅନ୍ୟାନ୍ୟ ସଂଗଠନର ସମର୍ଥନ ମିଳିଥିବାର ଜଣାପଡିଛି ।