Browsing monthly archive

June 2022

ପୁଣି ଆସିବ ଶକ୍ତିମାନ

ଭୁବନେଶ୍ୱର,୧୭/୬(ଏସ ଏସ ନିଉଜ)ପୁଣି ନିର୍ମାଣ ହେବ ଶକ୍ତିମାନ ଫିଲ୍ମ ।୯୦ ଦଶକର ପିଲାମାନଙ୍କର ସବୁଠାରୁ ପ୍ରିୟ ଶୋ’ ଥିଲା ‘ଶକ୍ତିମାନ’ ।୧୯୯୭ ରେ ଡିଡି ନ୍ୟାଶନାଲରେ ଆରମ୍ଭ ହୋଇଥିବା ଏହି ଶୋ’ ଦେଖିବା ପାଇଁ ପିଲାମାନେ ସମୟ ପୂର୍ବରୁ ଟିଭି ଆଗରେ ଅପେକ୍ଷା କରି ରହୁଥିଲେ।ଏବେ ୧୭ ବର୍ଷ ପରେ ଏହି ସିରିଏଲ ପୁଣି ଥରେ ଏକ ଫିଲ୍ମ ଭାବେ ପରଦାକୁ ଆସିବାକୁ ଯାଉଛି ।ଅତିକମରେ ୩୦୦ କୋଟି ଟଙ୍କା ବଜେଟ୍ ରଖାଯାଇଥିବାବେଳେ ଏହା ଏକ ବଡ […]

ଆଜିଠୁ ଖୋଲିବ ସ୍କୁଲ

ଭୁବନେଶ୍ୱର,୧୭/୬(ଏସ ଏସ ନିଉଜ)୧୧ ଦିନିଆ ଖରା ଛୁଟି ପରେ ଆଜିଠୁ ଖୋଲିବ ସ୍କୁଲ ।ଆଜିଠୁ ଛାତ୍ରଛାତ୍ରୀଙ୍କର କ୍ଲାସ ରୁମ ପାଠପଢ଼ା ଆରମ୍ଭ ହେବ।ଦିନ ୧୦ଟାରୁ ଅପରାହ୍ଣ ୪ଟା ଯାଏଁ ସ୍କୁଲ ଚାଲିବ । ୯ଟା ୩୦ରୁ ଅପରାହ୍ଣ ୪ଟା ୩୦ ପର୍ଯ୍ୟନ୍ତ ସ୍କୁଲରେ ରହିବେ ଶିକ୍ଷକ ଶିକ୍ଷୟତ୍ରୀ ।ସ୍କୁଲ ଖୋଲିବା ପୂର୍ବରୁ ଗଣଶିକ୍ଷା ବିଭାଗର ଗାଇଡଲାଇନ ଜାରି କରାଯାଇଥିଲା ।

ପ୍ରଥମ ଘରୋଇ ଟ୍ରେନ୍‌ ଚଳାଚଳର ଶୁଭାରମ୍ଭ

ଭୁବନେଶ୍ୱର,୧୭/୬(ଏସ ଏସ ନିଉଜ) ଦେଶର ପ୍ରଥମ ଘରୋଇ ଟ୍ରେନ୍‌ର ଚଳାଚଳର ଶୁଭାରମ୍ଭ ହୋଇଛି ।ଭାରତ ଗୌରବ ସ୍କିମ୍‌ରେ ଆରମ୍ଭ ହୋଇଥିବା ଏହି ଟ୍ରେନ୍‌ର କୋଏମ୍ବାଟୁର୍‌ ରୁ ବାହାରି ସିରିଡ଼ି ରେ ପହଁଚିଲା ।ଦକ୍ଷିଣ ରେଳବାଇର ଜନସମ୍ପର୍କ ଅଧିକାରୀଙ୍କ ଅନୁସାରେ ୨୦ କୋଚ୍ ବିଶିଷ୍ଟ ଏହି ସ୍ପେଶାଲ୍ ଟ୍ରେନ୍‌ରେ ୧୫୦୦ ପାସେଞ୍ଜର୍ ଯାତ୍ରା କରିପାରିବେ ।ଏହାର ଭଡ଼ା ଭାରତୀୟ ରେଳବାଇର ଟ୍ରେନ୍ ଟିକେଟ୍‌ର ଦାମ୍ ସହ ସମାନ ।ରେଳମନ୍ତ୍ରୀ ଅଶ୍ୱିନ ବୈଷ୍ଣବ ଏହି ପ୍ରଥମ ଘରୋଇ ଟ୍ରେନ୍‌ର ଭିଡିଓ […]

ଗୁଜରାଟ ଗସ୍ତରେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର,୧୭/୬(ଏସ ଏସ ନିଉଜ)ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ ଦୁଇ ଦିନିଆ ଗୁଜରାଟ ଗସ୍ତରେ ଯାଇଛନ୍ତି । ଏହି ଗସ୍ତକାଳରେ ଆସନ୍ତାକାଲି ଅର୍ଥାତ୍‌ ଜୁନ ୧୮ ତାରିଖ ପୂର୍ବାହ୍ନ ପ୍ରାୟ ୯.୧୫ରେ ପ୍ରଧାନମନ୍ତ୍ରୀ ପାଭଗଡ ପାହାଡରେ ପୁନଃନିର୍ମିତ କାଳିକା ମାତା ମନ୍ଦିର ଦର୍ଶନ କରିବା ସହ ଏହାର ଉଦ୍‌ଘାଟନ କରିବେ ।ପରେ ଭିରାସତ ଭ୍ୟାନ ପରିଦର୍ଶନ କରିବେ ।ଏହା ପରେ ଭଦୋଦରା ଠାରେ ଗୁଜରାର ଗୌରବ ଅଭିଯାନରେ ଅଂଶଗ୍ରହଣ କରି ସେଠାରେ ପ୍ରାୟ ୨୧ ହଜାର କୋଟିରୁ ଉର୍ଦ୍ଧ୍ଵ […]

ଅଗ୍ନିପଥ ନିଆଁ

ଭୁବନେଶ୍ୱର,୧୭/୬(ଏସ ଏସ ନିଉଜ)କେନ୍ଦ୍ର ସରକାରଙ୍କ ଅଗ୍ନିପଥ ନିଯୁକ୍ତି ଯୋଜନାକୁ ଦେଶବ୍ୟାପୀ ବିରୋଧ ହେଉଛି। ଆନ୍ଦୋଳନକାରୀମାନେ ବିହାର ଓ ଉତ୍ତର ପ୍ରଦେଶରେ ପୁଣି ଟ୍ରେନ୍ ଜାଳିଛନ୍ତି । ବିହାର ସମସ୍ତିପୁର ଓ ଲଖିସରାୟ ରେଳ ଷ୍ଟେସନରେ ଟ୍ରେନ୍ ଜାଳିଦେଲେ। ଉତ୍ତର ପ୍ରଦେଶ ବଲିୟା ଷ୍ଟେସନରେ ବି ବିକ୍ଷୋଭକାରୀଙ୍କ ଟ୍ରେନ୍ ପୋଡ଼ିଛନ୍ତି। ଆନ୍ଦୋଳନକୁ ଦୃଷ୍ଟିରେ ରଖି ହରିୟାଣା ବଲ୍ଲଭବଗଡ଼ରେ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି ।ଏହାସହ ଓଡ଼ିଶାରେ ଅଗ୍ନିପଥ ନିଆଁ ମଧ୍ୟ କୁହୁଳିଛି । କଟକରେ ଥିବା ଆର୍ମି ରିକୃଟମେଣ୍ଟ […]

ପୁଣି ମାରିଲା ହାତୀ

ରାଇରଙ୍ଗପୁର,୧୭/୬(ଏସ ଏସ ନିଉଜ) ପୁଣି ମଣିଷ ମାରିଲା ହାତୀ ।ମଣଦା ରେଞ୍ଜ ଦେଓପଟା ଗାଁରେ ଜଣଙ୍କୁ ଦଳିଦେଲା ହାତୀ ।ଘର ଆଗରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତି ମୃତୁବରଣ କରିଥିବାର ଜଣାପଡିଛି ।

ଧନୁତୀର ଧରି ରାସ୍ତାରେ ବସିଲେ ଲୋକ

ଉଦଳା,୧୬/୬(ଏସ ଏସ ନିଉଜ) ଦୀର୍ଘ ଦିନରୁ ବିଦ୍ୟୁତ୍‌ ସଂଯୋଗ ନଥିବାରୁ କପ୍ତିପଦା ଗୋଲେଇ ଛକରେ ସାଗରସାହି ଗ୍ରାମବାସୀ ଙ୍କ ରାସ୍ତାରୋକ କରିଛନ୍ତି । ଧନୁତୀର ଧରି ରାସ୍ତା ଅବରୋଧ କରିଛନ୍ତି ଗାଁ ଲୋକ ।ଯାହାଫଳରେ ଗାଡ଼ିମୋଟର ଚଳାଚଳ ବନ୍ଦ ରହିବା ସହ ଯାତାୟତରେ ବାଧା ସୃଷ୍ଟି ହୋଇଛି ।

ନାବାଳକ ମୃତଦେହ ମିଳିବା ଘଟଣାରେ ୨ ଅଟକ

ଚନ୍ଦ୍ରଶେଖରପୁର,୧୭/୬(ଏସ ଏସ ନିଉଜ)ପଣ୍ଡାପାର୍କ ବସ୍ତିରୁ ନିଖୋଜ ନାବାଳକ ମୃତଦେହ ମିଳିବା ଘଟଣାରେ ବସ୍ତିର ୨ ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ। ମୃତ ନାବାଳକର ପରିବାର ଲୋକେ ଥାନାରେ ଅଭିଯୋଗ କରିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୋଲିସ। ଘଟଣା ସ୍ଥଳରେ ଚନ୍ଦ୍ରଶେଖରପୁର ଥାନା ଅଧିକାରୀ, ଜୋନ ଏସିପିଙ୍କ ଦ୍ବାରା ତଦନ୍ତ ଆରମ୍ଭ କରାଯାଇଛି ।

ଅଳିଆ ଗଦାରୁ ନବଜାତ ଶିଶୁପୁତ୍ର ଉଦ୍ଧାର

ଆସିକା,୧୭/୬(ଏସ ଏସ ନିଉଜ) ଘର ବାଡ଼ି ପଛପଟ ଅଳିଆ ଗଦାରୁ ନବଜାତ ଶିଶୁପୁତ୍ର ଉଦ୍ଧାର ହୋଇଛି। ଧରାକୋଟ ବଡ଼ଦାଣ୍ଡ ସାହିର ଜଣଙ୍କ ଘର ବାଡ଼ି ପଛପଟୁ ଶିଶୁପୁତ୍ରଟି ଉଦ୍ଧାର ହୋଇଛି। ଉଦ୍ଧାର ପରେ ନବଜାତ ଶିଶୁପୁତ୍ର ଧରାକୋଟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ନବଜାତକୁ ସେଠାରେ କିଏ ଛାଡ଼ିଲା ଜଣାପଡ଼ିନଥିବାବେଳେ ଖବର ପାଇ ପୋଲିସ ତଦନ୍ତ ଆରମ୍ଭ କରିଛି।

ଆଜିର ରାଶିଫଳ

ଜୁନ ମାସ ୧୭ ତାରିଖ ୨୦୨୨ମସିହା(ଶୁକ୍ରବାର)ଆଷାଢ଼-କୃଷ୍ଣପକ୍ଷ,ତିଥି- ତୃତୀୟା ପ୍ରାତଃ ଘ୦୫/୫୮ ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଥୀ, ବସୁମତୀ ସ୍ନାନ, ସୁର୍ୟୋଦୟ-ପ୍ରାତଃ ଘ୦୫/୧୧/୦୯,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୨୩/୨୯,ସିଂହ ରାଶିର ଘାତଚନ୍ଦ୍ର,ବିଛା,ଧନୁ ଓ ମୀନ ରାଶିର ଘାତବାର, ଚତୁର୍ଥୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ମୂଳା ଭକ୍ଷଣ ନିଷେଧ। 🐏ମେଷ👉ଆଜି ଶୁଭ ଗ୍ରହର ଦୃଷ୍ଟି ରହିଥିବାରୁ ଯାହା ଚାହୁଁଛନ୍ତି ତାହା ଅବଶ୍ୟ ପାଇବେ। ବେୟ ଅଧିକ ହେଲେମଧ୍ୟ କାମରେ ସଫଳତା ମିଳିବ ଓ ସ୍ବାସ୍ଥ୍ୟରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହେବ। ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ […]