ପ୍ରଥମ ଘରୋଇ ଟ୍ରେନ୍‌ ଚଳାଚଳର ଶୁଭାରମ୍ଭ

ଭୁବନେଶ୍ୱର,୧୭/୬(ଏସ ଏସ ନିଉଜ) ଦେଶର ପ୍ରଥମ ଘରୋଇ ଟ୍ରେନ୍‌ର ଚଳାଚଳର ଶୁଭାରମ୍ଭ ହୋଇଛି ।ଭାରତ ଗୌରବ ସ୍କିମ୍‌ରେ ଆରମ୍ଭ ହୋଇଥିବା ଏହି ଟ୍ରେନ୍‌ର କୋଏମ୍ବାଟୁର୍‌ ରୁ ବାହାରି ସିରିଡ଼ି ରେ ପହଁଚିଲା ।ଦକ୍ଷିଣ ରେଳବାଇର ଜନସମ୍ପର୍କ ଅଧିକାରୀଙ୍କ ଅନୁସାରେ ୨୦ କୋଚ୍ ବିଶିଷ୍ଟ ଏହି ସ୍ପେଶାଲ୍ ଟ୍ରେନ୍‌ରେ ୧୫୦୦ ପାସେଞ୍ଜର୍ ଯାତ୍ରା କରିପାରିବେ ।ଏହାର ଭଡ଼ା ଭାରତୀୟ ରେଳବାଇର ଟ୍ରେନ୍ ଟିକେଟ୍‌ର ଦାମ୍ ସହ ସମାନ ।ରେଳମନ୍ତ୍ରୀ ଅଶ୍ୱିନ ବୈଷ୍ଣବ ଏହି ପ୍ରଥମ ଘରୋଇ ଟ୍ରେନ୍‌ର ଭିଡିଓ ମଧ୍ୟ ନିଜର ଅଫିସିଆଲ୍ ଟ୍ୱିଟର୍ ଆକାଉଣ୍ଟ୍‌ରେ ଶେୟାର କରିଛନ୍ତି ।

Comments (0)
Add Comment