Browsing daily archive

July 3, 2022

ଆଜିର ରାଶିଫଳ

୨୦୨୨ ମସିହା ଜୁଲାଇ ମାସ ୦୪ ତାରିଖ,ସୋମବାର,ଆଷାଢ଼ ମାସ -ଶୁକ୍ଳପକ୍ଷ,ତିଥି-ପଞ୍ଚମୀ ସଂ ଘ୬/୩୬ ପର୍ଯ୍ୟନ୍ତ ତଦନ୍ତେ ଷଷ୍ଠୀ,ସୁର୍ୟୋଦୟ ପ୍ରାତଃ ଘ୦୫/୧୫/୩୯,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୫/୨୫,ମିଥୁନ ରାଶିର ଘାତବାର,କର୍କଟ ଓ ମକର ରାଶିର ଘାତଚନ୍ଦ୍ର,ପଞ୍ଚମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ବେଲସନ୍ଧ୍ୟା ଘ୬/୩୬ ଗତେ ତାଳ ଭକ୍ଷଣ ନିଷେଧ। 🐏ମେଷ👉 ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ଆକସ୍ମିକ ଭାବେ ଧନଲାଭ ହୋଇପାରେ। ଲଟେରିର ଉଠାଣ ଫଳ ଆପଣଙ୍କ ସପକ୍ଷରେ ଯାଇପାରେ। ତନ୍ତ୍ର-ମନ୍ତ୍ରାଦି ଗୁପ୍ତ ବିଦ୍ୟାପ୍ରତି ଆଗ୍ରହୀ ହେବେ। ବ୍ୟବସାୟ ଲାଭଜନକ ହେବ। […]

ଆଡପ ମଣ୍ଡପରେ ବାହାରିଲା ଆଡ଼ପ ଅବଢ଼ା

ପୁରୀ,୩/୭(ଏସ ଏସ ନିଉଜ) ମହାପ୍ରସାଦ ପାଇଁ ଶ୍ରଦ୍ଧାଳୁଙ୍କ ଲମ୍ବା ଲାଇନ୍ ଆଡ଼ପ ଅବଢ଼ା ପାଇଲେ ଭକ୍ତ ।ବର୍ଷକୁ ଥରେ ଆଡପ ମଣ୍ଡପରେ ମହାପ୍ରଭୁଙ୍କୁ ଦର୍ଶନ କଲେ କୋଟି ପୂଣ୍ୟ ମିଳେ ବୋଲି ବିଶ୍ୱାସ ରହିଛି ।ଦୁଇ ବର୍ଷ ଧରି ଭକ୍ତ ଆଡପ ଦର୍ଶନରୁ ବଂଚିତ ହୋଇଥିବାରୁ ଆଜି ପ୍ରବଳ ହେଲା ଗହଳି ।ଭକ୍ତମାନେ ମହାପ୍ରଭୁଙ୍କ ଆଡପ ଅଭଡା ପାଇ ବେସ୍ ଆନନ୍ଦିତ ହୋଇ ଉଠିଛନ୍ତି ।କାହିଁକି ନା କରୋନା ପାଇଁ ଦୀର୍ଘ ଦୁଇବର୍ଷ ପରେ ଆଜି ଆଡପ […]

ବସ୍ ଓଲଟି ୨୦ ଆହତ

ଖୋର୍ଦ୍ଧା,୩/୭(ଏସ ଏସ ନିଉଜ)ଯାତ୍ରୀବାହୀ ବସ୍ ଓଲଟି ୨୦ରୁ ଊର୍ଦ୍ଧ ଆହତ ହୋଇଛନ୍ତି ।ବାଘମାରୀ ରାସ୍ତାର ସିମୋର ନିକଟରେ ରାସ୍ତା କଡ଼କୁ ଓଲଟିପଡିଛି ବସ୍ ।ବାଙ୍କୀରୁ ଭୁବନେଶ୍ୱର ଯାଉଥିବା ବେଳେ ଘରୋଇ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି ।ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି ।

ବ୍ରାଉନସୁଗର କିଙ୍ଗପିନ ଗିରଫ

ଜଳେଶ୍ବର,୩/୭(ଏସ ଏସ ନିଉଜ)ବ୍ରାଉନସୁଗର କିଙ୍ଗପିନ ତୈରୁଦ୍ଦିନ ଗିରଫ ହୋଉଥିବାର ଜଣାପଡିଛି। ଜଳେଶ୍ବର ପୋଲିସ ଆଜି ସକାଳୁ ତୈରୁଦ୍ଦିନ ଓ ଦୁଇ ସହଯୋଗୀଙ୍କୁ ଗିରଫ କରିବାସହ ଘଟଣାସ୍ଥଳରୁ ୩୦୦ଗ୍ରାମର ବ୍ରାଉନସୁଗର ଜବତ କରିଛି। ଜବତ ବ୍ରାଉନସୁଗରର ଆନୁମାନିକ ମୂଲ୍ୟ ୩୦ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି। ତୈରୁଦ୍ଦିନ ନାମରେ ପୂର୍ବରୁ ଏକାଧିକ ମାମଲା ଥିବା ସୂଚନା ମିଳିଛି ।

ଓଲଟିଲା ପିକଅପ ଭ୍ୟାନ୍‌

ରାଉରକେଲା,୩/୭(ଏସ ଏସ ନିଉଜ) ପିକଅପ ଭ୍ୟାନ୍‌ ଓଲଟି ୧୦ଜଣ ଆହତ ହୋଇଛନ୍ତି। ବନ୍ଧମୁଣ୍ଡାରୁ ବିଶ୍ରା ଯାଉଥିବା ବେଳେ ଭାରସାମ୍ୟ ହରାଇ ମଙ୍ଗଲ ବଜାର ନିକଟରେ ଭ୍ୟାନ୍ ଟି ଓଲଟି ପଡିଥିଲା ।ଆହତମାନଙ୍କୁ ସରକାରୀ ଡାକ୍ତରଖାନାରେ ଭର୍ତି କରାଯାଇଛି ।

୫ରେ ପ୍ରକାଶ ପାଇପାରେ ମାଟ୍ରିକ୍‌ ରେଜଲ୍ଟ

ଭୁବନେଶ୍ୱର,୩/୭(ଏସ ଏସ ନିଉଜ)ଆସନ୍ତା ୫ତାରିଖରେ ପ୍ରକାଶ ପାଇପାରେ ମାଟ୍ରିକ୍‌ ରେଜଲ୍ଟ ।ଏନେଇ ଆସନ୍ତାକାଲି ବିଧିବଦ୍ଧ ଭାବେ ହୋଇପାରେ ଘୋଷଣା ।ପୂର୍ବରୁ ଗଣଶିକ୍ଷା ମନ୍ତ୍ରୀ ଜୁଲାଇ ପ୍ରଥମ ସପ୍ତାହରେ ମାଟ୍ରିକ୍‌ ରେଜଲ୍ଟ ପ୍ରକାଶ ପାଇବ ବୋଲି ଘୋଷଣା କରିଥିଲେ ।

ବିଜେବି ଛାତ୍ରୀ ନିବାସରେ ପୋଲିସର ଯାଞ୍ଚ…

ଭୁବନେଶ୍ୱର,୩/୭(ଏସ ଏସ ନିଉଜ)ବିଜେବି କଲେଜ ଛାତ୍ରୀ ନିବାସରେ +୩ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାରେ ବରଗଡ଼ ପୋଲିସ୍ ଛାତ୍ରୀ ନିବାସରେ ପହଞ୍ଚିଛି ।ଛାତ୍ରୀ ଆତ୍ମହତ୍ୟା କରିଥିବା ରୁମକୁ ଯାଞ୍ଚ କରୁଛି ପୋଲିସ୍ ।ଛାତ୍ରୀ ନିବାସର ଆଉ କିଛି ଛାତ୍ରୀଙ୍କୁ ମଧ୍ୟ ପୋଲିସର ପଚରାଉଚରା ଆରମ୍ଭ ହୋଈଛି ।