Browsing daily archive

July 8, 2022

ଆଜିର ରାଶିଫଳ

ବାହୁଡ଼ା ଯାତ୍ରା,୨୦୨୨ ମସିହା ଜୁଲାଇ ମାସ ୦୯ ତାରିଖ (ଶନିବାର)ଆଷାଢ଼ ମାସ -ଶୁକ୍ଳପକ୍ଷ, ତିଥି-ଦଶମୀ ଦିବା ଘ୪/୪୨ ପର୍ଯ୍ୟନ୍ତ ତଦନ୍ତେ ଏକାଦଶୀ, ସୁର୍ୟୋଦୟ ପ୍ରାତଃ ଘ୦୫/ ୧୭/୩୭,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୫/୩୫,ବୃଷ, ସିଂହ ଓ କନ୍ୟା ରାଶିର ଘାତବାର, ଦଶମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,କଳମ୍ବୀ(କଳମ ଶାଗ ) ଦିବା ଘ୪/୪୨ ଗତେ ସିମ୍ବିକା(ଶିମ୍ବ) ଭକ୍ଷଣ ନିଷେଧ। 🐏ମେଷ👉 ଠାକୁରଙ୍କ ଦର୍ଶନ ଲାଭକରି ଖୁସି ହୋଇ ପାରନ୍ତି। ଆଶାବାଦୀ ହେବେ। ପରମ ଭାଗ୍ୟଶାଳୀ ହେବେ। ଶୋଭନ ବ୍ୟକ୍ତିତ୍ବ […]

କରେଣ୍ଟ ଲାଗି ୧ମୃତ, ୨ ଗୁରୁତର

ଭଦ୍ରକ,୮/୭(ଏସ ଏସ ନିଉଜ) କରେଣ୍ଟ ଲାଗି ଜଣେ ମୃତୁବରଣ କରିଥିବାବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ବନ୍ତ ଥାନା ପଦାକଣା ଗାଁରେ ବରଯାତ୍ରୀ ଯାଉଥିବା ଏହି ବେଳେ ଅଘଟଣ ଘଟିଛି ।ଡିଜେ ଗାଡ଼ି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିବା ଯୋଗୁ ଏହି ଅଘଟଣ ଘଟିଥିବାର ଜଣାପଡିଛି ।

ଲୋକ ଲଜ୍ୟାରୁ ମହିଳାଙ୍କ ଆତ୍ମହତ୍ୟା !

ଖଲ୍ଲିକୋଟ,୮/୭(ଏସ ଏସ ନିଉଜ) ଭିଡିଓ ଭାଇରାଲ ପରେ ବିବାହିତା ମହିଳା ଆତ୍ମହତ୍ୟା କରିଥିବାର ଅଭିଯୋଗ ହୋଇଛି ।ତେନ୍ତୁଳିପଲ୍ଲୀ ଗାଁର ଜଣେ ମହିଳା ବିଷ ପିଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି ।କାଲି ବାଗଲପୁର ଗାଁର ଜଣେ ଯୁବକଙ୍କ ସହ ମହିଳାଙ୍କୁ ଗାଁ ଲୋକ ଦେଖିଥିଲେ।ଘଟଣାକୁ ନେଇ ଗାଁରେ କଙ୍ଗାରୁ କୋର୍ଟ ବସି ବିଚାର କରାଯାଇଥିଲା।

ଅଟକିଲା ଭସାପୋଲ

କୃଷ୍ଣପ୍ରସାଦ,୮/୭(ଏସ ଏସ ନିଉଜ)ମଝି ଚିଲିକାରେ ଅଟକିଲା ଭସାପୋଲ ।ଜହ୍ନିକୁଦାରୁ ସାତପଡ଼ା ଯାଉଥିବା ବେଳେ ଚିଲିକାରେ ଅଟକିଲା।୧୫ ବାଇକ୍, ୪ଟି ୪ ଚକିଆ ଗାଡ଼ି ସହ ୫୦ରୁ ଊର୍ଦ୍ଧ୍ୱ ଲୋକ ଅଛନ୍ତି ।ଉଦ୍ଧାର ଉଦ୍ୟମ ଜାରି ରହିଥିବାର ଜଣାପଡିଛି ।

ଧରାପଡିଲେ ତହସିଲଦାର

କରଞ୍ଜିଆ,୮/୭(ଏସ ଏସ ନିଉଜ)ଭିଜିଲାନ୍ସ ଜାଲରେ ପଡିଲେ ରରୁଆଁ ତହସିଲଦାର । ରରୁଆଁ ତହସିଲଦାର ସତ୍ୟସୁନ୍ଦର ରାଉତ ଧରା ପଡ଼ିଲେ ।୧୫ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଧରିଲା ଭିଜିଲାନ୍ସ ।ଜମି କିସମ ପରିବର୍ତ୍ତନ ପାଇଁ ଲାଞ୍ଚ ନେଲା ବେଳେ ଧରାପଡ଼ିଛନ୍ତି ।

ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ପରଲୋକ

ଭୁବନେଶ୍ୱର,୮/୭(ଏସ ଏସ ନିଉଜ)ଗୁଳିମାଡ଼ରେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ମୃତ।ଏକ ସଭାରେ ଭାଷଣ ଦେବା ବେଳେ ଗୁଳିମାଡ଼ ହୋଇଥିଲା।ନାରା ସହରରେ ଭାଷଣ ଦେବା ବେଳେ ଗୁଳିମାଡ଼ ହୋଇଥିଲା ।ସିଞ୍ଜୋ ଆବେଙ୍କ ପଛପଟୁ ଦୁର୍ବୃତ୍ତ ୨ ରାଉଣ୍ଡ ଗୁଳିମାଡ଼ କରିଥିଲା।ଜନସଭାକୁ ସମ୍ବୋଧନ କରିବା ସମୟରେ ହୋଇଥିଲା ଗୁଳିମାଡ ।

ଝାଡାବାନ୍ତିରେ ଆକ୍ରାନ୍ତ ୩୫ ପିଲା

ରାୟଗଡ଼ା, ୮/୭(ଏସଏସନିଉଜ) ଦଣ୍ଡାପଡା କେବିକେ ହଷ୍ଟେଲରେ ଅଖାଦ୍ୟ ଖାଇ ୩୫ ଜଣ ଛାତ୍ର ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବାର ଜଣାପଡିଛି । ଗତକାଲି ରାତିରେ ପିଲାମାନେ ରାତ୍ରିଭୋଜନ ସାରି ଶୋଇଥିବା ବେଳେ ଆଜି ସକାଳେ ପିଲାମାନଙ୍କର ଝାଡ଼ାବାନ୍ତି ଆରମ୍ଭ ହୋଇଥିଲା। ଆମ୍ବୁଲାନ୍ସରେ ପିଲାମାନଙ୍କୁ ବିଷମ କଟକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣା ଯାଇ ଛାତ୍ରଙ୍କ ଚିକିତ୍ସା ଆରମ୍ଭ ହୋଇଛି

ମନ୍ଦିର ହୁଣ୍ଡିରୁ ଲୁଟିନେଲେ ଦୁର୍ବୃତ୍ତ

ପିପିଲି,୮/୭(ଏସଏସନିଉଜ) ବିଳମ୍ବିତ ରାତିରେ ପିପିଲି ଗୋବର୍ଦ୍ଧନପୁର ଶନି ମନ୍ଦିରରୁ ଚୋରି ହୋଇଥିବାର ଅଭିଯୋଗ ହୋଇଛି ।ଚୋରମନାେ ମନ୍ଦିର ହୁଣ୍ଡି ଭାଙ୍ଗି ଲୁଟିନେଇଛନ୍ତି ଦୁର୍ବୃତ୍ତ ।ଏହାସହ ଗତିଶ୍ବର ଶିବ ମନ୍ଦିରର ହୁଣ୍ଡି ତାଡ଼ିନେଇ ଦାନ ଟଙ୍କା ନେବା ପରେ ଦୟା ନଦୀରେ ହୁଣ୍ଡି ବାକ୍ସ ଚୋରମାନେ ଫିଙ୍ଗି ଦେଇଥିବାର ଜଣାପଡିଛି ।ଖବରପାଇ ପିପିଲି ପୋଲିସର ତଦନ୍ତ ଆରମ୍ଭ କରିଛି ।

ନଈକୁ ଖସିପଡ଼ିଲା କାର୍‌

ଭୁବନେଶ୍ୱର,୮/୭(ଏସଏସନିଉଜ) ଢେଲ୍‌ବା ନଦୀର ପ୍ରଖର ସ୍ରୋତରେ ପଡ଼ି ଭାସିଯିବାରୁ ୯ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବାର ଜଣାପଡିଛି ।ଡେରାଡୁନ୍‌: ପଞ୍ଜାବରୁ ୧୧ଜଣ ପର୍ଯ୍ୟଟକଙ୍କୁ ନେଇ ଆଜି ସକାଳେ ଉତ୍ତରାଖଣ୍ଡର ରାମନଗର ଅଭିମୁଖେ ଯାଉଥିବା ବେଲେ କାରଟି ନଦୀକୁ ଖସିପଡିଥିଲା । ଖବର ପାଇ ଉତ୍ତରଖଣ୍ଡ ପୁଲିସ ଓ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବଳ ଏବଂ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି।୨ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯଇଥିବାବେଳେ ୪ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବାର ଜଣାପଡିଛି ।

ହାତୀର ପରିତ୍ୟକ୍ତ ଶବ ଉଦ୍ଧାର

ଭଞ୍ଜନଗର, ୮/୭(ଏସଏସନିଉଜ) ଗୁରୁବାର ସନ୍ଧ୍ୟାରେ ଉତ୍ତର ଘୁମୁସର ବନଖଣ୍ଡ ଅଧୀନ ମୁଜାଗଡ଼ ରେଞ୍ଜ୍ ଗୁଣ୍ଡୁରିବାଡ଼ି ବିଟ୍ ଦଦରାଲୁଣ୍ଡା-କାନବିନ୍ଧା ଗ୍ରାମ୍ୟ ରାସ୍ତା ସଂଲଗ୍ନ ଦରପଙ୍ଗିଆ ଜଙ୍ଗଲରୁ ଏକ ଦନ୍ତାହାତୀର ଗଳିତ ଶବ ଉଦ୍ଧାର ହୋଇଛି। ପାଣି ରହିଥିବା ଖାଲୁଆ ସ୍ଥାନରେ ଶବଟି ପଡ଼ିଥିବା ବେଳେ ଗୋଟିଏ ଦାନ୍ତ ନଥିବା ଦେଖିବାକୁ ମିଳିଛି। ହାତୀର ମୃତ୍ୟୁର ପକୃତ କାରଣ ଜଣାପଡିନଥିବାବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ସବୁ କାରଣ ସ୍ପଷ୍ଟ ହେବ ବୋଲି ବନବିଭାଗ ପକ୍ଷରୁ କୁହାଯାଇଛି ।