Browsing daily archive

July 16, 2022

ଆଜିର ରାଶିଫଳ

ଦକ୍ଷିଣାୟନ କର୍କଟ ସଂକ୍ରାନ୍ତି ଓ ମନସା ପଞ୍ଚମୀ,୨୦୨୨ ମସିହା ଜୁଲାଇ ମାସ ୧୭ ତାରିଖ (ରବିବାର)ଶ୍ରାବଣ ମାସ -କୃଷ୍ଣପକ୍ଷ, ତିଥି-ଚର୍ତୁଥୀ ଦିବା ଘ୧୦/୪୪ ପର୍ଯ୍ୟନ୍ତ ତଦନ୍ତେ ପଞ୍ଚମୀ, ସୁର୍ୟୋଦୟ ପ୍ରାତଃ ଘ୦୫/ ୨୦/୨୯,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୪/୩୪ ,ମେଷ ରାଶିର ଘାତବାର,ମିଥୁନ ଓ ମୀନ ରାଶିରଘାତଚନ୍ଦ୍ର,ଚର୍ତୁଥୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ମୂଳା ଦିବା ଘ୧୦/୪୪ ଗତେ ବେଲ ଭକ୍ଷଣ ନିଷେଧ। 🐏ମେଷ👉ସହକର୍ମୀ କେହି ଇର୍ଷାତୁର ହେଲେବି କ୍ଷତିକାରୀ ହେବେ ନାହିଁ। କୋର୍ଟ-କଚେରୀ ଧନ୍ଦା ମଧ୍ୟରେ ଆଶ୍ଵସ୍ତି ବଢିବ ଓ […]

ମୋଟୁରେ ବନ୍ୟା

ମାଲକାନଗିରି ୧୬/୭(ଏସଏସନିଉଜ) ଲଗାଣ ବର୍ଷାରେ ମାଲକାନଗିରି ମୋଟୁରେ ବନ୍ୟା ପରିସ୍ଥିତି ସୃଷଷ୍ଟି ହୋଇଛି । ଗୋଦାବରୀ ଫୁଲୁଥିବାରୁ ଏହାର ପ୍ରଭାବରେ ମୋଟୁ ଅଞ୍ଚଳ ଜଳମଗ୍ନ, ହୋଇଛି । ସିଲେରୁ ଓ ସାବେରୀ ନଦୀରେ ପଶିଲା ଗୋଦାବରୀର ପଛୁଆ ପାଣି । ଗୋଦାବରୀ ନଦୀର ଜଳ ନିଷ୍କାସିତ ହୋଇନପାରି ମୋଟୁ ଅଞ୍ଚଳର ୪ଟି ଗାଁରେ ପାଣି ପଶିଛି। ଫଳରେ ଏନ୍ଏଚ୍ ୩୨୬ ପାଣିରେ ବୁଡ଼ିବା ସହ ପଡ଼ୋଶୀ ରାଜ୍ୟକୁ ଯାତାୟାତ ବନ୍ଦ ହୋଇଯାଇଛି ।

ହୀରାକୁଦରେ ବଢୁଛି ଜଳସ୍ତର

ଭୁବନେଶ୍ୱର,୧୬/୭(ଏସଏସନିଉଜ) ରାଜ୍ୟରେ ଲାଗି ରହିଛି ବର୍ଷା। ଲଗାଣ ବର୍ଷା କାରଣରୁ ଉପର ମୁଣ୍ଡରେ ବର୍ଷା ଯୋଗୁଁ ହୀରାକୁଦରେ ବଢୁଛି ଜଳସ୍ତର । ହିରାକୁଦରୁ ଗେଟ ଖୋଲିବା ନେଇ ଆଜି ନିଷ୍ପତ୍ତି ହେବାନେଇ ଜଣାପଡିଛି ।ଦିନକରେ ହୀରାକୁଦ ଜଳସ୍ତର ୬ ଫୁଟ ବଢି ୬୦୭.୭୩ ଘନ ଫୁଟରେ ପହଞ୍ଚିଛି । ଛତିଶଗଡରେ ଲଗାଣ ବର୍ଷା ଯୋଗୁଁ କଲମା ବ୍ୟାରେଜର ଅଧିକାଂଶ ଗେଟ ଖୋଲିଛି । ଗତକାଲିଠୁ ହୀରାକୁଦ ଜଳଭଣ୍ତାରକୁ ୨ ଲକ୍ଷ ୧୬ ହଜାର ୫୦୭ କ୍ୟୁସେକ ଜଳ […]

ଡେଙ୍ଗୁରୋଗୀଚିହ୍ନଟ

ଗଞ୍ଜାମ,୧୬/୭(ଏସଏସନିଉଜ) ଜିଲ୍ଲାରେ ଚଳିତବର୍ଷର ପ୍ରଥମ ଡେଙ୍ଗୁରୋଗୀଚିହ୍ନଟ ହୋଇଛି ।ଗଞ୍ଜାମ ବ୍ଲକ୍‌ରେ ଜଣେ ୨୬ ବର୍ଷୀୟା ମହିଳା ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବାଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।ମହିଳା ଜଣକ ଭୁବନେଶ୍ବରରେ ରୁହନ୍ତି, ନିକଟରେ ଗଞ୍ଜାମ ଫେରିଥିଲେ । ଜ୍ଵରରେ ଆକ୍ରାନ୍ତ ହେବା ପରେ ଏମ୍‌କେସିଜିରେ ଡେଙ୍ଗୁ ପରୀକ୍ଷା କରିବାପରେ ଜଣାପଡିଥିଲା

ଟିକା ନପାଇ ତାଲା ପକାଇଲେ ଲୋକ

ବାଲେଶ୍ବର, ୧୬/୭(ଏସଏସନିଉଜ) ଟିକା ନ ମିଳିବାରୁ ବାଲେଶ୍ବରରେ ଭ୍ୟାକ୍ସିନେସନ ରୁମରେ ତାଲା ପକାଇଦେଲେ ଲୋକେ । କେବଳ ଅନଲାଇନ ରେଜିଷ୍ଟ୍ରେସନରେ ଟିକାକରଣ ହେଉଥିବାରୁ ଏହାକୁ ବିରୋଧକରି ଲୋକମାନେ ଉତ୍ୟକ୍ତ ହୋଇ ତାଲା ପକାଇଦେଇଥଲେ । ବୁଷ୍ଟର ଡୋଜ୍ ବେଳେ ସୁନହଟ ସ୍ବାସ୍ଥ୍ୟ କେନ୍ଦ୍ରରେ ତାଲା ପକାଇଛନ୍ତି ଲୋକ । ଗତକାଲି ସନ୍ଧ୍ୟାରୁ କୋଇନ୍ ପୋର୍ଟାଲରେ ନାଁ ପଞ୍ଜୀକରଣ ପାଇଁ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଥିଲା ।

ଗାଁରେ ହାତୀ ପଶିବାକୁ ନେଇ ଗାଁରେ ଆତଙ୍କ

କେଉଁଝର,୧୬/୭(ଏସଏସନିଉଜ) ଏକ ଦନ୍ତାହାତୀ ଆଜି ସକାଳେ ହାଟଡିହି ବ୍ଲକ୍ ପଢ଼ିଆରିପଲ୍ଲୀ ପଞ୍ଚାୟତ ଆତୁରିକୋଣା ଗ୍ରାମରେ ଗାଁ ଭିତରେ ପଶି ଯାଇଥିବାରୁ ଗ୍ରାମରେ ଭୟର ବାତାବରଣ ସୃଷ୍ଟି ହୋଇଛି ।ଯାହାଫଳରେଅଧଘଣ୍ଟାଏ ଧରି ଗାଁରେ ତାଟି କବାଟ ପଡ଼ି ଯାଇଥିଲା। ପରେ ହାତୀଟି ନିକଟସ୍ଥ ରଗୁଡ଼ିଆ ଡାହିସାହି ସ୍ଥିତ ଜଙ୍ଗଲକୁ ଚାଲି ଯିବାପରେ ଗ୍ରାମବାସୀ ଏକପ୍ରକାର ଆଶ୍ୱସ୍ଥୀ ହୋଇଥିଲେ ।

ପାଣି ଘେରରେ ୮ ପରିବାର,ଭାଙ୍ଗିଲା ୩ବଖରା ଘର

କେଉଁଝର,୧୬/୭(ଏସଏସନିଉଜ) ହାଟଡିହି ବ୍ଲକ୍ ଅକରୁଆ ପଞ୍ଚାୟତ ଘୋଷରାପଦା ଗାଁରେ ୮ଟି ପରିବାର ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି । ବର୍ଷାଜଳ ଠିକ ଭାବେ ନିଷ୍କାସନ ନହୋଇପାରିବାରୁ ଗାଁରେ ଆଣ୍ଠୁଏ ଉଚ୍ଚର ପାଣି ଜମିଛି। ମାଟିକାନ୍ଥ ଘର ହୋଇଥିବାରୁ ପରିବାର ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି ।ଅନ୍ୟପଟେ ହରିଚନ୍ଦନପୁର ବ୍ଲକ୍ ସୁନାପେଣ୍ଠ ଗ୍ରାମରେ ୩ଟି ଘର ଗତକାଲି ରାତିରେ ଭାଙ୍ଗିଯାଇଛି।

୫୦ଲିଟର ଦେଶୀମଦ ସହ ଜଣେ ଗିରଫ

ମେଣ୍ଢାଶାଳ,୧୫/୭(ଏସଏସନିଉଜ)ବିଝଂଗିରି ଗାଁର ଆଦିବାସୀସାହିରେ ଚୋରା ଦେଶୀମଦ ବିକ୍ରି ହେଉଥିବାର ଖବର ପାଇ ସନ୍ଧ୍ୟା ସମୟରେ ମେଣ୍ଢାଶାଳ ଫାଣ୍ଡିପୋଲିସ ଅଚାନକଭାବେ ଚଢଉ କରିଥିଲେ । ।ଏସଆଇ ଏସ.କେସାହୁ ଙ୍କ ନେତୃତ୍ୱରେ ଯାଇଥିବା ପୋଲିସ ଟିମ୍ ଗ୍ରାମର ବିଷ୍ନୁଚନ୍ଦ୍ରଦେଉରୀ ନାମକ ବ୍ୟକ୍ତି ଘରପଛପଟେ ଦେଶୀମଦ ବିକୁଥିବାର ଦେଖିବାକୁ ପାଇଥିଲେ ।ଏହାପରେ ଘଟଣାସ୍ଥଳରୁ ୫୦ଲିଟରର ୨ଟି ଦେଶୀମଦ ବ୍ଲାଡର କୁ ଜବତ କରି ବିଷ୍ନୁକୁ ଗିରଫ କରିଥିଲେ । (ପଦ୍ମଚରଣ ବଡଜେନାଙ୍କ ରିପୋର୍ଟ)

ଝାଡ଼ାବାନ୍ତିରେ ମୃତ୍ୟୁ ସଂଖ୍ୟା ୬

ରାୟଗଡ଼ା,୧୬/୭(ଏସ ଏସ ନିଉଜ) କାଶିପୁର ବ୍ଲକ୍‌ରେ ଝାଡ଼ାବାନ୍ତିରେ ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି ପାଇଛି ।ଆଜି ଶଙ୍କରଡ଼ା ଗୋବରୀଘାଟିର ଆଉ ଜଣେ ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।ରାୟଗଡ଼ା ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବାର ଜଣାପଡିଛି ।୧୬ ଜଣ ଆକ୍ରାନ୍ତ ହୋଇ କାଶିପୁର ଓ ରାୟଗଡ଼ା ମେଡିକାଲରେ ଭର୍ତ୍ତି ହୋଇଥିବାର ଜଣାପଡିଛି ।

ରୁଚି କମ୍ପାନିରେ ଅଗ୍ନିକାଣ୍ଡ

କଟକ,୧୬/୭(ଏସ ଏସ ନିଉଜ) ଖପୁରିଆ ସ୍ଥିତ ରୁଚି କମ୍ପାନିରେ ବିଳମ୍ବିତ ରାତିରେ ନିଆଁଲାଗିଥିଲା । ଖବର ପାଇ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବିଭାଗ ।ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି ।ଜିନିଷ ପତ୍ର ପୋଡ଼ି ନଷ୍ଟ ହୋଇଥିବାବେଳେ ବିଶେଷ କ୍ଷୟକ୍ଷତିର ସୂଚନା ନାହି ।