ନନ୍ଦନକାନନରେ ବରିଷ୍ଟନାଗରିକଙ୍କୁ ର୍ଦୁବ୍ୟବହାର!
ବାରଙ୍ଗ୨୪/୭(ଏସଏସନିଉଜ) ନନ୍ଦନକାନନକୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ର୍ଦୁବ୍ୟବହାର କରିବା ଏବେ ନିତିଦିନିଆ ଘଟଣା ହୋଇଗଲାଣି ।ବିଶେଷକରି ଘରୋଇକରଣରେ ନେଇ ନନ୍ଦନକାନନରେ ବ୍ୟବସାୟ କରୁଥିବା ଠିକାସଂସ୍ଥା ମାନଙ୍କ ବିରୁଦ୍ଧରେ ଏଭଳି ବହୁ ଅଭିଯୋଗମାନ ଆସୁଥିବାର ଦେଖିବାକୁ ମିଳିଛି ।ଗତକିଛିଦିନ ତଳେ ସଫାରୀ କାଉଂଟରରେ ଠିକାସଂସ୍ଥାର କର୍ମଚାରୀମାନେ ମିଶି ପର୍ଯ୍ୟଟକମାନଙ୍କୁ ମରଣାମ୍କ ଆକ୍ରମଣ କରିବା ଘଟଣା ବେଶ ଚର୍ଚ୍ଚାରେ ରହିଥିଲା ।ଏହାଦ୍ୱାରା ନନ୍ଦନକାନନକୁ ବଦନାମ ହେବାକୁ ପଡିଥିଲା ।ଏତେବଡ ଘଟଣା ପରେ ବି କେହି ଶିକ୍ଷା ଗ୍ରହଣ କରିପାରିନଥିବାଭଳି ମନେ ହେଉଛି […]