Browsing monthly archive

July 2022

୫୦ଲିଟର ଦେଶୀମଦ ସହ ଜଣେ ଗିରଫ

ମେଣ୍ଢାଶାଳ,୧୫/୭(ଏସଏସନିଉଜ)ବିଝଂଗିରି ଗାଁର ଆଦିବାସୀସାହିରେ ଚୋରା ଦେଶୀମଦ ବିକ୍ରି ହେଉଥିବାର ଖବର ପାଇ ସନ୍ଧ୍ୟା ସମୟରେ ମେଣ୍ଢାଶାଳ ଫାଣ୍ଡିପୋଲିସ ଅଚାନକଭାବେ ଚଢଉ କରିଥିଲେ । ।ଏସଆଇ ଏସ.କେସାହୁ ଙ୍କ ନେତୃତ୍ୱରେ ଯାଇଥିବା ପୋଲିସ ଟିମ୍ ଗ୍ରାମର ବିଷ୍ନୁଚନ୍ଦ୍ରଦେଉରୀ ନାମକ ବ୍ୟକ୍ତି ଘରପଛପଟେ ଦେଶୀମଦ ବିକୁଥିବାର ଦେଖିବାକୁ ପାଇଥିଲେ ।ଏହାପରେ ଘଟଣାସ୍ଥଳରୁ ୫୦ଲିଟରର ୨ଟି ଦେଶୀମଦ ବ୍ଲାଡର କୁ ଜବତ କରି ବିଷ୍ନୁକୁ ଗିରଫ କରିଥିଲେ । (ପଦ୍ମଚରଣ ବଡଜେନାଙ୍କ ରିପୋର୍ଟ)

ଝାଡ଼ାବାନ୍ତିରେ ମୃତ୍ୟୁ ସଂଖ୍ୟା ୬

ରାୟଗଡ଼ା,୧୬/୭(ଏସ ଏସ ନିଉଜ) କାଶିପୁର ବ୍ଲକ୍‌ରେ ଝାଡ଼ାବାନ୍ତିରେ ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି ପାଇଛି ।ଆଜି ଶଙ୍କରଡ଼ା ଗୋବରୀଘାଟିର ଆଉ ଜଣେ ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।ରାୟଗଡ଼ା ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବାର ଜଣାପଡିଛି ।୧୬ ଜଣ ଆକ୍ରାନ୍ତ ହୋଇ କାଶିପୁର ଓ ରାୟଗଡ଼ା ମେଡିକାଲରେ ଭର୍ତ୍ତି ହୋଇଥିବାର ଜଣାପଡିଛି ।

ରୁଚି କମ୍ପାନିରେ ଅଗ୍ନିକାଣ୍ଡ

କଟକ,୧୬/୭(ଏସ ଏସ ନିଉଜ) ଖପୁରିଆ ସ୍ଥିତ ରୁଚି କମ୍ପାନିରେ ବିଳମ୍ବିତ ରାତିରେ ନିଆଁଲାଗିଥିଲା । ଖବର ପାଇ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବିଭାଗ ।ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି ।ଜିନିଷ ପତ୍ର ପୋଡ଼ି ନଷ୍ଟ ହୋଇଥିବାବେଳେ ବିଶେଷ କ୍ଷୟକ୍ଷତିର ସୂଚନା ନାହି ।

ଭାଲୁ ଆକ୍ରମଣରେ ୩ ମୃତ

ନୂଆପଡ଼ା,୧୬/୭(ଏସ ଏସ ନିଉଜ)ଭାଲୁ ଆକ୍ରମଣରେ ୩ ଜଣ ମୃତବରଣ କରିଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି ।ଲଖ୍‌ନା ଥାନା ସମରସିଂ ଗାଁ ନିକଟ ଜଙ୍ଗଲରେ ଭାଲୁ ଆକ୍ରମଣ କରିଛି ।ସକାଳୁ ବିଲକୁ କାମ ପାଇଁ ଯାଇଥିବା ୩ ଜଣ ଭାଲୁ ଆକ୍ରମଣରେ ମୃତ ହୋଇଛି ।ସନ୍ଧ୍ୟା ସୁଦ୍ଧା ଘରକୁ ନଫେରିବାରୁ ଖୋଜିବାକୁ ଯାଇ ଆଉ ୨ ଗୁରୁତର ଆହତ ହୋଇଛନ୍ତି ।ଉତ୍ତ୍ୟକ୍ତ ଲୋକଙ୍କ ମିଳିତ ଆକ୍ରମଣରେ ଭାଲୁର ମୃତ୍ୟୁ ସୂଚନା ମିଳିଛି ।

ଉପକୂଳ ଓଡ଼ିଶାରେ ଲାଗିଛି ବର୍ଷା

ଭୁବନେଶ୍ୱର,୧୬/୭(ଏସ ଏସ ନିଉଜ)ଲଘୁଚାପ ପ୍ରଭାବରେ ଉପକୂଳ ଓଡ଼ିଶାରେ ଲାଗିରହିଛି ବର୍ଷା ।ଭୁବନେଶ୍ବର, କଟକ ସହରରେ ଆଜି ସକାଳୁ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ।ବର୍ଷାରେ ଦୃଶ୍ୟମାନ ଦୂରତା କମୁଥିବାରୁ ନିଜକୁ ଯାତାୟାତରୁ ନିବୃତ ରଖିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ ।ପ୍ରବଳ ବର୍ଷା ନେଇ ୭ ଜିଲ୍ଲାରେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ବଲାଙ୍ଗୀର,ବରଗଡ଼, ସମ୍ବଲପୁର ଓ ଅନୁଗୁଳରେ ପ୍ରବଳ ବର୍ଷା ସମ୍ଭାବନା ଥିବାର କୁହାଯାଇଛି […]

ଭାସିଗଲେ ମହିଳା

ଯାଜପୁର,୧୬/୭(ଏସ ଏସ ନିଉଜ) ବରି ବ୍ଲକ ଏରଡା ଗାଁରେ ଅଘଟଣ।ଚିଙ୍ଗୁଡିଆ ନାଳରେ ଭାସି ଯାଇ ମହିଳା ନିଖୋଜ, ଖୋଜାଖୋଜି ଜାରି ରହିଛି ।ମହିଳା ଜଣଙ୍କ ଶୌଚ ପାଇଁ ଯାଇଥିବା ବେଳେ ଭାସି ଯାଇଥିଲେ ।

ଆଜିର ରାଶିଫଳ

୨୦୨୨ ମସିହା ଜୁଲାଇ ମାସ ୧୬ ତାରିଖ (ଶନିବାର)ଆଷାଢ଼ ମାସ –କୃଷ୍ଣପକ୍ଷ ,ତିଥି-ତୃତୀୟା ଦିବା ଘ୧/୨୫ ପର‌୍ୟ୍ୟନ୍ତ ତଦନ୍ତେ ଚର୍ତୁଥୀ ,ସୁର‌୍ୟୋଦୟ ପ୍ରାତଃ ଘ୦୫/୨୦/୧୭ ,ସୂର‌୍ୟ୍ୟାସ୍ତ -ସନ୍ଧ୍ୟା ଘ୦୬/୨୪/୫୧ ,ବୃଷ, ସିଂହ ଓ କନ୍ୟା ରାଶି ର ଘାତବାର ,ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର ,ତୃତୀୟାର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ପୋଟଳ ଦିବା ଘ୧/୨୫ ଗତେ ମୂଳା ଭକ୍ଷଣ ନିଷେଧ ।  ମେଷ-ସମ୍ବନ୍ଧ ବିଗିଡ଼ିବା ପଛରେ ଏହି କ୍ରୋଧ କାରଣ ବନିପାରେ। ଶରୀରରେ ଫୂର୍ତ୍ତିର ଅଭାବ […]

ଭାରସାମ୍ୟ ହରାଇ ଓଲଟିଲା ବସ୍

ବଣାଇ,୧୫/୭(ଏସ ଏସ ନିଉଜ) ବସ୍ ଓଲଟି ୫ ଯାତ୍ରୀ ଆହତ ହୋଇଥିବାବେଳେ ଜଣଙ୍କ ଅବସ୍ଥା ଗୁରୁତର ହୋଇଛି ।ଚାନ୍ଦିପୋଷ ଥାନା ମଧୁପୁର ନିକଟରେ ଭାରସାମ୍ୟ ହରାଇ ଓଲଟିଲା ବସ୍ ।ରାଉରକେଲାରୁ ବଣାଇ ଆସୁଥିଲା ବସ୍ । ବସରେ ୧୫ ଜଣ ଯାତ୍ରୀ ଥିଲେ ।

ଅପହୃତ ନାବାଳକ ଗୁରୁତର ଅବସ୍ଥାରେ ଉଦ୍ଧାର

ବଲାଙ୍ଗିର,୧୫/୭(ଏସ ଏସ ନିଉଜ)ଅପହୃତ ୧୧ ବର୍ଷର ନାବାଳକ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଛି ।୨ ଯୁବତୀ ଅପହରଣ କରି ନେଉଥିବା ବେଳେ ବେଲପଡ଼ାରୁ ଉଦ୍ଧାର ହୋଇଛି । ବାଳକ ଚିତ୍କାର କରିବାରୁ ଛାଡ଼ି ଦେଇ ସ୍କୁଟିରେ ପଳାଇଲେ ୨ ଯୁବତୀ ।ଟିକ୍ରାପଡ଼ା ଦେଓଗାଁରୁ ବାଳକକୁ ଚେତାଶୂନ୍ୟ କରି ଅପହରଣ ଅଭିଯୋଗ ହୋଇଛି ।

ଟାହିଟାପରା ସହିନପାରି ଆତ୍ମହତ୍ୟା କଲେ ଯୁବତୀ

କେନ୍ଦ୍ରାପଡ଼ା, ୧୫/୭(ଏସଏସନିଉଜ)ପଡ଼ୋଶୀଙ୍କ ଟାହିଟାପରା ସହିନପାରି ଯୁବତୀ ଆତ୍ମହତ୍ୟା କରିଥିବାର ଜଣାପଡିଛି ।ଆତ୍ମହତ୍ୟା କରିଥିବା ଯୁବତୀ ପାଟକୁରା ଥାନା ପଦ୍ମପୁର ପଞ୍ଚାୟତ ମହମୁଦା ଗାଁର । ଥାନାରେ ୬ ପଡୋଶୀଙ୍କ ନାଁରେ ଅଭିଯୋଗ କଲେ ମୃତ ଯୁବତୀଙ୍କ ମାଆ । ବାରମ୍ବାର ଝିଅର ଚରିତ୍ର ସଂହାର ସହ ଟାହିଟାପରା କରୁଥିଲେ ପଡ଼ୋଶ ।