ଭାସିଗଲେ ଯୁବକ
ମାଲକାନଗିରି,୧୩/୭(ଏସଏସନିଉଜ) ମାଛ ଧରିଲା ବେଳେ ନଦୀରେ ଭାସିଗଲେ ଯୁବକ ।କାଲିମେଳା ଥାନା ଏମ୍ଭି ୩୧ ଗାଁର ଯୁବକ ଭାସିଯାଇଥିଲେ ।ଖବରପାଇ ଗଲେ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଁଚି ବହୁଖୋଜାଖୋଜି କରିବାପରେ ମୃତଦେହ ଉଦ୍ଧାର କରିଥିଲେ ।
Browsing monthly archive
ମାଲକାନଗିରି,୧୩/୭(ଏସଏସନିଉଜ) ମାଛ ଧରିଲା ବେଳେ ନଦୀରେ ଭାସିଗଲେ ଯୁବକ ।କାଲିମେଳା ଥାନା ଏମ୍ଭି ୩୧ ଗାଁର ଯୁବକ ଭାସିଯାଇଥିଲେ ।ଖବରପାଇ ଗଲେ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଁଚି ବହୁଖୋଜାଖୋଜି କରିବାପରେ ମୃତଦେହ ଉଦ୍ଧାର କରିଥିଲେ ।
ଭୁବନେଶ୍ୱର,୧୩/୭(ଏସଏସନିଉଜ) ବନ୍ୟା ପାଣି ପୋଲ ଉପର ସ୍କର୍ପିଓ କୁ ଭସାଇ ନେଇଥିଲା । ସ୍କର୍ପିଓରେ ଥିବା ୩ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ୫ଜଣ ନିଖୋଜ ଅଛନ୍ତି ।ସମସ୍ତେ ଗୋଟିଏ ପରିବାରର ହୋଇଥିବାବେଳେ ଏମାନେ ମହାରାଷ୍ଟ୍ର ଯାଉଥିବା ବେଳେ ଏହି ଅଘଟଣ ଘଟିଛି । ମହାରାଷ୍ଟ୍ର ନାଗପୁର ସାବନୋର ହାଇୱେ ରଉପରେ ବନ୍ୟା ପାଣି କାରକୁ ଭସାଇ ନେଇଛି । ମଧ୍ୟପ୍ରଦେଶ ବେତୁଲ ଧାତରା ଗାଁର ଏକ ପରିବାର ମହାରାଷ୍ଟ୍ର ଯାଉଥିବା ବେଳେ ପୋଲ ଉପରେ […]
ବ୍ରହ୍ମପୁର ,୧୩/୭(ଏସଏସନିଉଜ) ସାନଭାଇକୁ ହାଣି ବଡ଼ଭାଇର ଥାନାରେ ଆତ୍ମସମର୍ପଣ କରିଥିବାର ଜଣାପଡିଛି ।ଜରଡ଼ା ଥାନା ଜୁବୁଲିଙ୍ଗି ଗାଁରେ ଜମିବାଡ଼ି ଗଣ୍ଡଗୋଳରୁ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି ।ସାମାନ୍ୟ ବଚସାରୁ ସାନଭାଇକୁ କାତିରେ ହାଣି ହତ୍ୟା କରିଛି ବଡ଼ଭାଇ । ହତ୍ୟା ପରେ ଜରଡ଼ା ଥାନାରେ ଅଭିଯୁକ୍ତ ବଡ଼ଭାଇ ଆତ୍ମସମର୍ପଣ କରିଛନ୍ତି ।.
କଟକ,୧୩.୭(ଏସଏସନିଉଜ) ମହାନଦୀ ହାଡିଆ ପଠାରେ ଏନଜିଟି ଟିମ୍ ଅନୁଧ୍ୟାନ ଆରମ୍ଭ କରିଛି । ବାଲି ପୋତା ଯାଇଥିବା ୪୨୪ ଏକର ଜାଗାର ୭ ଜଣିଆ ଟିମ୍ଦ୍ୱାରା ଅନୁଧ୍ୟାନ ଆରମ୍ଭ ହୋଇଛି ।ପୂର୍ବରୁ ନଦୀପଠା ପୋତାଯିବା ଓ ପ୍ରସ୍ତାବିତ ପ୍ରକଳ୍ପକୁ ବିରୋଧ ହୋଇଥିଲା ।ଏନେଇ ଏନଜିଟିର ହସ୍ତକ୍ଷେପ ଲୋଡି ଏକାଧିକ ପିଟସନ ଦାଖଲ ହୋଇଥିଲା
ଭୁବନେଶ୍ୱର,୧୩.୭(ଏସଏସନିଉଜ) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ କିଏ ହେବେ ସେନେଇ ପୁଣି ଥରେ ଚର୍ଚ୍ଚା ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ବିଦେଶ ଗସ୍ତରୁ ଫେରିବା ପରେ ଏହି ଚର୍ଚ୍ଚା ଜୋରଦାର ହୋଇଛି। ପୂର୍ବରୁ ନବୀନଙ୍କ ପୁତୁରା ଅରୁଣ ପଟ୍ଟନାୟକ ନବୀନଙ୍କ ଉତ୍ତରାଧିକାରୀ ହେବେ ବୋଲି ଚର୍ଚ୍ଚା ହେଉଥିଲା। ମାତ୍ର ଅରୁଣଙ୍କ ଭଉଣୀ ଗାୟତ୍ରୀ ପଟ୍ଟନାୟକ ଓଡ଼ିଶା ଆସିବା ପରେ ଚର୍ଚ୍ଚାର ମୋଡ ବଦଳି ଯାଇଛି ।
୨୦୨୨ ମସିହା ଜୁଲାଇ ମାସ ୧୩ ତାରିଖ (ବୁଧବାର)ଆଷାଢ଼ ମାସ -ଶୁକ୍ଳପକ୍ଷ,ତିଥି-ପୂର୍ଣ୍ଣିମା ରା ଘ୧୧/୫୮ ପର୍ଯ୍ୟନ୍ତ ତଦନ୍ତେ ପ୍ରତିପଦା,ସୁର୍ୟୋଦୟ ପ୍ରାତଃ ଘ୦୫/୧୯/୦୮,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୫/୨୨,କର୍କଟ ରାଶିର ଘାତବାର,ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର, ପୂର୍ଣ୍ଣିମାର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। 🐏ମେଷ👉ଆପଣଙ୍କ ପାଇଁ ଏକ ଶୁଭ ଦିନ ହେବ I ବନ୍ଧୁ ପରିଜନ ଙ୍କ ସହିତ ସାମାଜିକ କାର୍ଯ୍ୟରେ ବ୍ୟସ୍ତ ରହିବେ Iମିତ୍ରମାନଙ୍କଠାରୁ ସହଯୋଗ ପାଇବେ। ଧାର୍ମିକ ସ୍ଥଳ କୁ ଭ୍ରମଣ ରେ ଯାଇ ପାରନ୍ତି । […]
ଅନୁଗୋଳ,୧୨/୭(ଏସ ଏସ ନିଉଜ)ଆଜି ଅନୁଗୋଳ ଜିଲ୍ଲା ତାଳଚେର ତହସିଲ ଅଫିସ ଭିତରେ ପ୍ରତାପ ପ୍ରଧାନ ନାମକ ଏହି ଆଇନଜୀବୀ ତଳେ ବସି ଧାରଣା ଦେଇଥିଲେ l ତାଙ୍କର ଅଭିଯୋଗ ହେଲା, ତାଳଚେର ତହସିଲ ଅଫିସକୁ କାମ ପାଇଁ ବାରମ୍ବାର ଦୌଡୁଥିଲେ ମଧ୍ୟ ବିନା ଲାଞ୍ଚରେ କୌଣସି କାର୍ଯ୍ୟ କରାଯାଉ ନାହିଁ।
ଭୁବନେଶ୍ୱର,୧୨ ୭(ଏସ ଏସ ନିଉଜ)ସପ୍ତମ ବେତନ କମିଶନ ସୁପାରିଶ ଭିତ୍ତିରେ ରାଜ୍ୟ ସରକାର ସରକାରୀ କର୍ମଚାରୀ ମାନଙ୍କ ପାଇଁ ଗୃହ ନିର୍ମାଣ ସହାୟତା ରାଶିକୁ ୨୫ ଲକ୍ଷ ଟଙ୍କାରୁ ୪୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି । ସୁଧ ହାର ପରିମାଣ ମଧ୍ୟ୍ୟ କମାଯାଇ ୮ ପ୍ରତିଶତ ରଖାଯାଇଛି। ଏହି ଋଣ ୬୦-୪୦ ଅନୁପାତରେ ଦୁଇଟି ପର୍ଯ୍ୟାୟ ରେ କର୍ମଚାରୀ ମାନଙ୍କୁ ଦିଆଯିବ।ପୂର୍ବରୁ ୨୦୧୦ରେ ଲାଗୁ କରାଯାଇଥିବା ଗୃହ ନିର୍ମାଣ ସହାୟତା ନିୟମ ଅନୁଯାୟୀ ୨୫ ଲକ୍ଷ […]
ବଲାଙ୍ଗିର,୧୨/୭(ଏସ ଏସ ନିଉଜ)ଲାଞ୍ଚନେଇ ଧରାପଡ଼ିଲେ ବଲାଙ୍ଗିର ଆଗଲପୁର ବ୍ଲକ ICDSର ସୁପରଭାଇଜର କୁନି ନାୟକ ।୧୯ ହଜାର ୮୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ।୬ ଜଣ ଅଙ୍ଗନବାଡ଼ି କର୍ମୀଙ୍କ ବକେୟା ଟଙ୍କା ଦେବାକୁ ନେଉଥିଲେ ଲାଞ୍ଚ ।
ଭୁବନେଶ୍ୱର , ୧୨/୭.(ଏସଏସନିଉଜ)ବଲାଙ୍ଗୀର-ସୋନପୁର ରୋଡ଼ର ବଡ଼ବାହାଲୀ ଛକ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ୩ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି ।ସୂଚନାଯୋଗ୍ୟ ଯେ ବଡ଼ବାହାଲୀ ଠାରେ ଘଟିଥିବା ଏହି ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୩ ଜଣ ମଧ୍ୟ ଆହତ ହୋଇଛନ୍ତି । ଆହତ ମାନଙ୍କୁ ତୁରନ୍ତ ମାଗଣାରେ ଚିକିତ୍ସା ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।ଏହାସହିତ ପ୍ରତ୍ୟେକ ମୃତକଙ୍କ ନିକଟତମ ଆତ୍ମୀୟଙ୍କୁ […]