ବନ୍ୟା ପାଣିରେ ଭାସିଗଲା ସ୍କର୍ପିଓ

ଭୁବନେଶ୍ୱର,୧୩/୭(ଏସଏସନିଉଜ) ବନ୍ୟା ପାଣି ପୋଲ ଉପର ସ୍କର୍ପିଓ କୁ ଭସାଇ ନେଇଥିଲା । ସ୍କର୍ପିଓରେ ଥିବା ୩ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ୫ଜଣ ନିଖୋଜ ଅଛନ୍ତି ।ସମସ୍ତେ ଗୋଟିଏ ପରିବାରର ହୋଇଥିବାବେଳେ ଏମାନେ ମହାରାଷ୍ଟ୍ର ଯାଉଥିବା ବେଳେ ଏହି ଅଘଟଣ ଘଟିଛି । ମହାରାଷ୍ଟ୍ର ନାଗପୁର ସାବନୋର ହାଇୱେ ରଉପରେ ବନ୍ୟା ପାଣି କାରକୁ ଭସାଇ ନେଇଛି । ମଧ୍ୟପ୍ରଦେଶ ବେତୁଲ ଧାତରା ଗାଁର ଏକ ପରିବାର ମହାରାଷ୍ଟ୍ର ଯାଉଥିବା ବେଳେ ପୋଲ ଉପରେ ବନ୍ୟା ପାଣି ପ୍ରବାହିତ ହେଉଥିଲା ।କିନ୍ତୁ ପାଣି ଭିତର ଦେଇ ଗାଡିକୁ ପାର କରିନେବାକୁ ସ୍କର୍ପିଓ ଚାଳକ ସାହାସ କରିଥିଲେ ।ଯାହାଫଳରେ ଏହି ଅଘଟଣ ଘଟିଥିଲା ।

 

Comments (0)
Add Comment