Browsing monthly archive

July 2022

ନକଲି ନୋଟ୍ କାରଖାନାର ହେଲା ପର୍ଦ୍ଦାଫାସ

ଭୁବନେଶ୍ବର, ୭/୭(ଏସଏସନିଉଜ) ଏସ୍‌ଟିଏଫ୍ ବରଗଡ଼ ଜିଲ୍ଲା ପୁଲିସ ସହାୟତାରେ ନକଲି‌ ନୋଟ୍ କାରଖାନାର ପର୍ଦ୍ଦାଫାସ୍ କରିବା ସହ ୧୪ ଲକ୍ଷ ଟଙ୍କାର ନକଲି ନୋଟ୍ ଜବତ କରିଛି। ଏହି ଘଟଣାରେ ଉତ୍ତର ପ୍ରଦେଶର ପଟ୍ଟୁ ଯାଦବ (୫୩) ଓ ବଳରାମ ମେହେର ନାମକ ଦୁଇଜଣଙ୍କୁ ଗିରଫ କରିଛି ।ଏହାସହ ସେମାନଙ୍କଠାରୁ ବ୍ୟାପକ ପରିମାଣରେ ଜାଲ୍ ନୋଟ୍ ସହ ମେସିନ ଓ ଅନ୍ୟ ସାମଗ୍ରୀ ଜବତ ହୋଇଛି।

ହତ୍ୟା କରି ବିଲରେ ଫିଙ୍ଗି ଦେଲେ ଦୁର୍ବୃତ୍ତ!

ବାଲିପାଟଣା, ୭/୭(ଏସଏସନିଉଜ) ଶିଶିଲୋ ବୋଧଖଣ୍ଡି ନିକଟ ଧନୁଆ ନଦୀ ବନ୍ଧକଡ଼ ବିଲରେ ପଡିଥିବା ଆଶିଷ ଓଝା (୨୧)ଙ୍କ ମୃତଦେହକୁ ପୋଲିସ ଉଦ୍ଧାର କରିଛି ।ପୋଲିସ ସାଇଣ୍ଟିଫିକ ଟିମ ଧରି ଘଟଣାସ୍ଥଳକୁ ଯାଇ ତଦନ୍ତ କରିବା ସମୟରେ ମୁଣ୍ଡରେ ଶକ୍ତ ଆଘାତ ଲାଗି ପ୍ରଚୁର ରକ୍ତସ୍ରାବ ହୋଇଥିବାର ଜାଣିବାକୁ ପାଇଛି ।ତେବେ ଭଉଣୀ ବାହାଘର ପାଇଁ ଆଶିଷ ଆଜି ବରଧରା ଯାଇଥାନ୍ତେ। କିନ୍ତୁ ବୁଧବାର ରାତି ରେ କେହିତାଙ୍କୁ ଫୋନକରିଡାକିବାରୁ ସେ ଘରୁ ସାଇକେଲ ନେଇ ପଳାଇ ଆସିଥିଲେ […]

ଲୁଟେରାକୁ କାବୁ କଲେ ଲୋକ

ସୁବର୍ଣ୍ଣପୁର ,୭/୭(ଏସଏସନିଉଜ) ଉଲୁଣ୍ଡା ଥାନା କେଉଟିପାଲିରେ ଦମ୍ପତିଙ୍କ ମୁହଁରେ ସ୍ପ୍ରେ ମାରି ଲୁଟ୍ ଉଦ୍ୟମର ଅଭିିଯୋଗ ହୋଇଛି ।ଲୁଟେରାମାନେ ଲୁଟ ଉଦ୍ୟମ କରୁଥିବାବେଳେ ଲୋକମାନଙ୍କ ହାବୁଡରେ ପଡିଯାଇଥିଲେ । ସ୍ଥାନୀୟ ଲୋକମାନେ ଲୁଟେରାତିନିଜଣଙ୍କୁ ଧରି ଉତମମଧ୍ୟମ ଦେଇ ପୋଲିସର ଜିମା ଦେଇଛନ୍ତି ।ପୋଲିସ ଲୁଟେରାତିନିଜଣଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।

ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କଲେ ଯୁବକ

ବାରଙ୍ଗ,୬/୭(ଏସ ଏସ ନିଉଜ) ବାରଙ୍ଗ ରେଳଷ୍ଟେସନ ଦକ୍ଷିଣ କ୍ୟାବିନ ଅଣ୍ଡରପାସ ନିକଟ ରେଳଧାରଣାରେ ବୁଧବାର ପୂର୍ବାହ୍ନରେ ଜଣେ ଯୁବକ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି।ଯୁବକଙ୍କ ମୁଣ୍ଡ ଶରୀର ଠାରୁ ଅଲଗା ହୋଇଯାଇଛି।ଖବର ପାଇ ବାରଙ୍ଗ ଜିଆରପି ପହଞ୍ଚି ମୃତଦେହ ଜବତ କରି ପରିବାର ଲୋକଙ୍କୁ ଖବର ଦେଇ ବ୍ୟବଚ୍ଛେଦ ପାଇଁ କଟକ ପଠାଇଛି।ମୃତ ଯୁବକ ହେଉଛନ୍ତି କଟକ ଜିଲ୍ଲା ମାହାଙ୍ଗା ଗୁଣୁପୁର ଅଞ୍ଚଳର ନିର୍ମଳ କରଙ୍କ ପୁଅ ମୋହନ କୁମାର କର(୨୦)। ସୂଚନା ଅନୁଯାୟୀ ବୁଧବାର […]

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ

ଭୁବନେଶ୍ୱର,୬/୭(ଏସଏସନିଉଜ) ଚଳିତ ବର୍ଷର ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇଛି ।ଏହକୁ ଗଣ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ ଆନୁଷ୍ଠାନିକ ଭାବରେ ଘୋଷଣା କରିଛନ୍ତି । ମୋଟ ୫ ଲକ୍ଷ ୧୭ ହଜାର ୮୪୭ ଜଣ ଛାତ୍ରଛାତ୍ରୀ ପାସ କରିଥିବାନେଇ ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି ।http://bseodisha.ac.in, http://bseodisha.nic.in ରେଜଲ୍ଟ ଉପଲବ୍ଧ । ଅପରାହ୍‌ଣ ୨ଟା ପରେ ୱେବ୍‌ସାଇଟ୍‌ରେ ଉପଲବ୍ଧ ହେବ ରେଜଲ୍ଟ । OR10 SPACE ରୋଲ ନମ୍ବର ଲେଖି ୫୬୭୬୭୫୦ ନମ୍ବରକୁ SMS  କଲେ ମାଟ୍ରିକ୍ […]

ଆଉ ଏକ ଦନ୍ତାହାତୀର ଜୀବନ ଗଲା !

ଢେଙ୍କାନାଳ, ୬/୭(ଏସଏସନିଉଜ)ହିନ୍ଦୋଳ ରେଞ୍ଜରେ ଅସରଡା ଜଙ୍ଗଲରେ ଏକ ଦନ୍ତାହାତୀର ମୃତ୍ୟୁ ହେବା ନେଇ ସୂଚନା ମିଳିଛି । ବରହା ଶିକାର ପାଇଁ ବିଛାଯାଇଥିବା ଜାଲରେ ଫସି ହାତୀ ଟି ପ୍ରାଣ ହରାଇଛି । ଖବର ପାଇ ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚିବା ସହ ତଦନ୍ତ କାର୍ଯ୍ୟ ଆରମ୍ଭ କରିଛି ।  

ପୁଣି ରାଗିଂ ଥାନାରେ ଅଭିଯୋଗ

ଭୁବନେଶ୍ୱର, ୬/୭(ଏସଏସନିଉଜ)ବିଜେବି କଲେଜ ଛାତ୍ରୀ ରୁଚିକା ରାଗିଂ ଯୋଗୁଁ ଆତ୍ମହତ୍ୟା କରିଥିବା ବେଳେ ଏବେ ମଦ ପିଇବା ପାଇଁ ଟଙ୍କା ନଦେବାରୁ ରାଗିଂର ଶିକାର ହୋଇଥିବାର ଜଣେ ଛାତ୍ର ଖଣ୍ଡଗିରି ଥାନାରେ ଅଭିଯୋଗ କରିବାପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ମଦ ପିଇବା ପାଇଁ ଟଙ୍କା ମାଗିଥିଲେ । ସେ ଟଙ୍କା ନ ଦେବାରୁ ତାଙ୍କୁ ମାଡ ମାରିବା ସହ ସିନିୟର ଛାତ୍ର ତାଙ୍କୁ ଉଠ୍‌ବସ କରାଇଥିଲେ ବୋଲି ଅଭିଯୋଗରେ ଦର୍ଶାଇଛନ୍ତି ।

ଓଲଟିଲା ବସ ଆହତ ହେଲେ ୩୦

ରାୟଗଡ଼ା, ୬/୭(ଏସଏସନିଉଜ)ଚାନ୍ଦିଲି ଥାନା ହାତୀଖମ୍ବା ନିକଟରେ ଏକ ଯାତ୍ରୀବାହୀ ବସ୍ ଓଲଟି ପଡ଼ିବା ଫଳରେ ୩୦ଜଣ ଆହତ ହୋଇଥିବାବେଳେ ଜଣେ ମହିଳାଯାତ୍ରୀଙ୍କର ମୃତ୍ୟୁ ଘଟିଛି ।ଏମାନଙ୍କ ମଧ୍ୟରୁ ୧୪ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଥିବାବେଳେ ସମସ୍ତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବସଟି ପାରଳାଖେମୁଣ୍ଡିରୁ ୪୦ ଜଣ ଯାତ୍ରୀ ନେଇ ବସ ଟି ଉମରକୋଟ ଯାଉଥିବାବେଳେ ଦୁର୍ଘଟଣାଗ୍ରସ୍ଥ ହୋଇଥିଲା ।ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।

ମାଆକୁ ପନିକିରେ ହାଣିଲା ପୁଅ 

ସାଲେପୁର, ୬/୭(ଏସଏସନିଉଜ) ଘରୋଇ କଳହକୁ କେନ୍ଦ୍ର କରି ମାଆକୁ ପନିକିରେ ହାଣି ହତ୍ୟା କରିଛି  ପୁଅ । ଏହି ଚାଞ୍ଚଲ୍ୟକର ଘଟଣା ନିଶ୍ଚିନ୍ତକୋଇଲି ଥାନା ସୁକରପଡାରେ ଘଟିଛି । ଘଟଣା ପରେ ଅଭିଯୁକ୍ତ ପୁଅ ଜିତେନ୍ଦ୍ର ସ୍ୱାଇଁ ଫେରାର ହୋଇ ଯାଇଛି ।ଖବରପାଇ ନିଶ୍ଚିତକୋଇଲି ପୋଲିସ ପହଁଚି ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛି ।

ସିଲିଣ୍ଡର ପିଛା ବଢିଲା ୫୦

ନୂଆଦିଲ୍ଲୀ, ୬/୭(ଏସଏସନିଉଜ) କିଛି ଦିନର ବ୍ୟବଧାନ ପରେ ପୁଣି ଘରୋଇ ଏଲପିଜି ସିଲିଣ୍ଡର ଦରରେ ବୃଦ୍ଧି କରାଯାଇଛି । ୧୪.୨ କେଜି ଏଲପିଜି ସିଲିଣ୍ଡର ପିଛା ୫୦ଟଙ୍କା ବୃଦ୍ଧି କରାଯାଇଥିବା ବେଳେ ୫ କେଜିର ଛୋଟ ସିଲିଣ୍ଡରର ଦାମ ୧୮ଟଙ୍କା ବୃଦ୍ଧି କରାଯାଇଛି ।