ହତ୍ୟା କରି ବିଲରେ ଫିଙ୍ଗି ଦେଲେ ଦୁର୍ବୃତ୍ତ!

ବାଲିପାଟଣା, ୭/୭(ଏସଏସନିଉଜ) ଶିଶିଲୋ ବୋଧଖଣ୍ଡି ନିକଟ ଧନୁଆ ନଦୀ ବନ୍ଧକଡ଼ ବିଲରେ ପଡିଥିବା ଆଶିଷ ଓଝା (୨୧)ଙ୍କ ମୃତଦେହକୁ ପୋଲିସ ଉଦ୍ଧାର କରିଛି ।ପୋଲିସ ସାଇଣ୍ଟିଫିକ ଟିମ ଧରି ଘଟଣାସ୍ଥଳକୁ ଯାଇ ତଦନ୍ତ କରିବା ସମୟରେ ମୁଣ୍ଡରେ ଶକ୍ତ ଆଘାତ ଲାଗି ପ୍ରଚୁର ରକ୍ତସ୍ରାବ ହୋଇଥିବାର ଜାଣିବାକୁ ପାଇଛି ।ତେବେ ଭଉଣୀ ବାହାଘର ପାଇଁ ଆଶିଷ ଆଜି ବରଧରା ଯାଇଥାନ୍ତେ। କିନ୍ତୁ ବୁଧବାର ରାତି ରେ କେହିତାଙ୍କୁ ଫୋନକରିଡାକିବାରୁ ସେ ଘରୁ ସାଇକେଲ ନେଇ ପଳାଇ ଆସିଥିଲେ ମଧ୍ୟ ଆଉ ଘରକୁ ଫେରିନଥିଲେ । ପରିବାରଲୋକ ବହୁ ଖୋଜାଖୋଜିକରି ନିରାଶ ହେବାପରେ ଆଜି ସକାଳୁ ଧନୁଆ ନଦୀ ବନ୍ଧ ନିକଟ ଧାନବିଲରେ ଯୁବକଙ୍କ ମୃତଦେହ ପଡ଼ିଥିବା ଖବର ପାଇ ସେଠାରେ ପହଁଚି ଆଶିଷଙ୍କ ମୃତଦେହ ବୋଲି ଚିହ୍ନଟ କରିଥିଲେ । ଆଶିଷ କୁ ହତ୍ୟାକରି ଫିଙ୍ଗିଦେଇଥିବାର ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି ।

 

 

Comments (0)
Add Comment