Browsing monthly archive

July 2022

ବ୍ରାଉନସୁଗର କିଙ୍ଗପିନ ଗିରଫ

ଜଳେଶ୍ବର,୩/୭(ଏସ ଏସ ନିଉଜ)ବ୍ରାଉନସୁଗର କିଙ୍ଗପିନ ତୈରୁଦ୍ଦିନ ଗିରଫ ହୋଉଥିବାର ଜଣାପଡିଛି। ଜଳେଶ୍ବର ପୋଲିସ ଆଜି ସକାଳୁ ତୈରୁଦ୍ଦିନ ଓ ଦୁଇ ସହଯୋଗୀଙ୍କୁ ଗିରଫ କରିବାସହ ଘଟଣାସ୍ଥଳରୁ ୩୦୦ଗ୍ରାମର ବ୍ରାଉନସୁଗର ଜବତ କରିଛି। ଜବତ ବ୍ରାଉନସୁଗରର ଆନୁମାନିକ ମୂଲ୍ୟ ୩୦ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି। ତୈରୁଦ୍ଦିନ ନାମରେ ପୂର୍ବରୁ ଏକାଧିକ ମାମଲା ଥିବା ସୂଚନା ମିଳିଛି ।

ଓଲଟିଲା ପିକଅପ ଭ୍ୟାନ୍‌

ରାଉରକେଲା,୩/୭(ଏସ ଏସ ନିଉଜ) ପିକଅପ ଭ୍ୟାନ୍‌ ଓଲଟି ୧୦ଜଣ ଆହତ ହୋଇଛନ୍ତି। ବନ୍ଧମୁଣ୍ଡାରୁ ବିଶ୍ରା ଯାଉଥିବା ବେଳେ ଭାରସାମ୍ୟ ହରାଇ ମଙ୍ଗଲ ବଜାର ନିକଟରେ ଭ୍ୟାନ୍ ଟି ଓଲଟି ପଡିଥିଲା ।ଆହତମାନଙ୍କୁ ସରକାରୀ ଡାକ୍ତରଖାନାରେ ଭର୍ତି କରାଯାଇଛି ।

୫ରେ ପ୍ରକାଶ ପାଇପାରେ ମାଟ୍ରିକ୍‌ ରେଜଲ୍ଟ

ଭୁବନେଶ୍ୱର,୩/୭(ଏସ ଏସ ନିଉଜ)ଆସନ୍ତା ୫ତାରିଖରେ ପ୍ରକାଶ ପାଇପାରେ ମାଟ୍ରିକ୍‌ ରେଜଲ୍ଟ ।ଏନେଇ ଆସନ୍ତାକାଲି ବିଧିବଦ୍ଧ ଭାବେ ହୋଇପାରେ ଘୋଷଣା ।ପୂର୍ବରୁ ଗଣଶିକ୍ଷା ମନ୍ତ୍ରୀ ଜୁଲାଇ ପ୍ରଥମ ସପ୍ତାହରେ ମାଟ୍ରିକ୍‌ ରେଜଲ୍ଟ ପ୍ରକାଶ ପାଇବ ବୋଲି ଘୋଷଣା କରିଥିଲେ ।

ବିଜେବି ଛାତ୍ରୀ ନିବାସରେ ପୋଲିସର ଯାଞ୍ଚ…

ଭୁବନେଶ୍ୱର,୩/୭(ଏସ ଏସ ନିଉଜ)ବିଜେବି କଲେଜ ଛାତ୍ରୀ ନିବାସରେ +୩ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାରେ ବରଗଡ଼ ପୋଲିସ୍ ଛାତ୍ରୀ ନିବାସରେ ପହଞ୍ଚିଛି ।ଛାତ୍ରୀ ଆତ୍ମହତ୍ୟା କରିଥିବା ରୁମକୁ ଯାଞ୍ଚ କରୁଛି ପୋଲିସ୍ ।ଛାତ୍ରୀ ନିବାସର ଆଉ କିଛି ଛାତ୍ରୀଙ୍କୁ ମଧ୍ୟ ପୋଲିସର ପଚରାଉଚରା ଆରମ୍ଭ ହୋଈଛି ।

ଆଜିର ରାଶିଫଳ

ଜୁଲାଇ ମାସ ୦୩ ତାରିଖ ୨୦୨୨ମସିହା(ରବିବାର)ଆଷାଢ଼-ଶୁକ୍ଳପକ୍ଷ,ତିଥି- ତୃତୀୟା ସଂ ଘ୦୫/୦୨ ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଥୀ,ସୁର୍ୟୋଦୟ-ପ୍ରାତଃ ଘ୦୫/୧୫/୫୮,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୫/୫୮,କର୍କଟ ଓ ମକର ରାଶି ର ଘାତଚନ୍ଦ୍ର,ମେଷ ରାଶିର ଘାତବାର,ଚତୁର୍ଥୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ମୂଳା ସଂ ଘ୦୫/୦୨ ପର୍ଯ୍ୟନ୍ତ ତଦନ୍ତେ ବେଲ ଭକ୍ଷଣ ନିଷେଧ। ମେଷ👉: ଆଜି ଦାମ୍ପତ୍ୟ ଜୀବନରେ ସୁଖ ଅନୁଭବ କରିବେ। ପାରିବାରିକ ସଦସ୍ୟ ଏବଂ ନିକଟସ୍ଥ ବନ୍ଧୁମାନଙ୍କ ସହିତ ଉତ୍ତମ ଭୋଜନ କରିବାର ସୁଯୋଗ ମିଳିବ। ଛୋଟ ଯାତ୍ରାର ଆୟୋଜନ ହୋଇପାରେ। […]

କଟକରେ ମାସ୍କ ହେଲା ବାଧ୍ୟତାମୂଳକ।

କଟକ,୨/୭(ଏସ ଏସ ନିଉଜ)ଭୁବନେଶ୍ୱର ପରେ କଟକରେ ମାସ୍କ ହେଲା ବାଧ୍ୟତାମୂଳକ। କଟକରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କଲା ସିଏମ୍‌ସି ।କୋଭିଡ଼ ସଂକ୍ରମଣ ବଢ଼ିବାରୁ କଟକଣା କଡ଼ା କଲା ପ୍ରଶାସନ ।କଟକରେ ରହୁଥିବା ଲୋକ, କଟକକୁ ଆସୁଥିବା ଲୋକ ମାସ୍କ ପିନ୍ଧିବାକୁ କୁହାଯାଇଛି ।

୨ ଲକ୍ଷ କୋଟିର ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ

ଭୁବନେଶ୍ୱର,୨/୭(ଏସ ଏସ ନିଉଜ)ଚଳିତ ରାଜ୍ୟ ବଜେଟ ୨ ଲକ୍ଷ କୋଟି ଟଙ୍କା କୁ ବୃଦ୍ଧି ପାଇଛି । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେ ଉପସ୍ଥାପନ କରିଛନ୍ତି । ଗତ ୨୨ ବର୍ଷରେ ବଜେଟର ପରିମାଣ ୧୭ ଗୁଣ ବୃଦ୍ଧି ପାଇଥିବା ଅର୍ଥମନ୍ତ୍ରୀ ଅବଗତ କରାଇଛନ୍ତି । ଜନସାଧାରଣଙ୍କ ପାଇଁ ଉଦ୍ଧିଷ୍ଟ ବ୍ୟୟ ବରାଦର ଗୁଣବତ୍ତାରେ ଆସିଥିିବା ଦୃଷ୍ଟାନ୍ତମୂଳକ ପରିବର୍ତ୍ତନ ଯୋଗୁ ଏଭଳି ହୋଇଥିବା କୁହାଯାଇଛି । ଚଳିତ ଆର୍ଥିକ ବର୍ଷରେ […]

ମହାପ୍ରଭୁଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି ପ୍ରାର୍ଥୀନୀ

ପୁରୀ,୨/୭(ଏସଏସନିଉଜ) ମହାପ୍ରଭୁଙ୍କୁ ଦର୍ଶନ କରି ପ୍ରଚାର କାର୍ୟ୍ୟ ଆରମ୍ଭ କଲେ ରାଷ୍ଟ୍ରପତି ପ୍ରାର୍ଥୀନୀ ଦୌପଦୀ ମୁର୍ମୁ । ପାଖାପାଖି ଅଧଘଣ୍ଟା ଧରି ମହାପ୍ରଭୁଙ୍କ ପୂଜାର୍ଚ୍ଚନା କରିବା ପରେ ବେଢା ପରିକ୍ରମା କରିଥିଲେ ରାଷ୍ଟ୍ରପତି ପ୍ରାର୍ଥୀନୀ। ଏଥିସହ ଜଗନ୍ନାଥ ମନ୍ଦିରର ପରିଚାଳନା ସମ୍ପାଦକ ରବୀଦ୍ର ପ୍ରଧାନ ଓ ଅନ୍ୟ କର୍ମକର୍ତ୍ତାଙ୍କ ସହ ଆଲୋଚନା ମଧ୍ୟ କରିଥିଲେ ମୁର୍ମୁ।

ପୁଣି ଭାଙ୍ଗିଲେ ଚୁଲି

ପୁରୀ,୨/୭(ଏସଏସନିଉଜ) ଭାଙ୍ଗିଲା ଗୁଣ୍ଡିଚାମନ୍ଦିର ରୋଷଘର ଚୂଲି । କୋଠଭୋଗ ଚୂଲିକୁ ଛାଡ଼ି ୨୦ ରୁ ଅଧିକ ଚୂଲିକୁ ଭାଙ୍ଗିଦେଲେ ଦୁର୍ବୃତ୍ତ । ଘଟଣାସ୍ଥଳରେ ଉପଜିଲ୍ଲାପାଳ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି । ଆଡ଼ପ ଅବଢ଼ା ପାଇଁ ୫ ଦିନ ତଳେ ପ୍ରସ୍ତୁତ ହୋଇଥିଲା ଚୁଲି । ଗୁଣ୍ଡିଚା ମନ୍ଦିରରେ ରହିଥିବା ମୋଟ ୭୫୨ଟି ଚୁଲିରୁ ପ୍ରାୟ ୨୦ଟି ଚୁଲି କେହି ଭାଙ୍ଗି ଦେଇଛି ଦୁର୍ବୁତ ।

ଗ୍ରାହକ ସାଜି ମାଡ଼ି ବସିଲେ

ଉମରକୋଟ, ୨/୭ (ଏସଏସନିଉଜ) ବିକ୍ରି ପାଇଁ ଡିଲ୍ ବେଳେ କଲରାପତରିଆ ବାଘଛାଲ ଜବତ ହୋଇଛି । ଉମରକୋଟ ସେମଳା ନିକଟରେ ବନବିଭାଗ ଏହାକୁ ଜବତ କରିବା ସହ ଜଣଙ୍କୁ ମଧ୍ୟ ଗିରଫ କରିଛି ।ତେବେ ଗ୍ରାହକ ବେଶରେ କିଣିବାକୁ ଆସି ବନ କର୍ମଚାରୀମାନେ ବାଘଛାଲ ବିକ୍ରେତାକୁ ମାଡ଼ି ବସିଥିଲେ ।