Browsing daily archive

August 24, 2022

ଆଜିର ରାଶିଫଳ

୨୦୨୨ ମସିହା ଅଗଷ୍ଟ ମାସ ୨୫ ତାରିଖ (ଗୁରୁବାର)ଭାଦ୍ରବ ମାସ -କୃଷ୍ଣ ପକ୍ଷ ,ତିଥି-ତ୍ରୟୋଦଶୀ ଦିବା ଘ୧୦/୨୫ ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଦ୍ଦଶୀ ,ସୁର୍ୟୋଦୟ ପ୍ରାତଃ ଘ୦୫/୩୨/୪୨ ,ସୂର୍ଯ୍ୟାସ୍ତ  -ସନ୍ଧ୍ୟା ଘ୦୬/୦୪/୧୨ ,ତୁଳା ଓ କୁମ୍ଭ ରାଶିର ଘାତବାର ,ଚତୁର୍ଦ୍ଦଶୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ବାଇଗଣ ଦିବା ଘ୧୦/୨୫ ଗତେ ବିରି ଭକ୍ଷଣ ନିଷେଧ । ମେଷ-ଆଜି ଆପଣ ସାଂସାରିକ ବିଷୟକୁ ଏକପାଖରେ ରଖିକରି ଆଧ୍ୟାତ୍ମିକତା ଆଡ଼କୁ ଧ୍ୟାନ ରହିବ। ଗଭୀର ଭାବନା ଏବଂ ମନ୍ଥନ ଆପଣଙ୍କୁ […]

ଯୁକ୍ତ ୩ ନାମଲେଖା ଅବଧି ବୃଦ୍ଧି

ଭୁବନେଶ୍ୱର,୨୪/୮(ଏସ ଏସ ନିଉଜ)ବନ୍ୟା ସ୍ଥିତିକୁ ଦେଖି ଯୁକ୍ତ ୩ ନାମଲେଖା ଅବଧି ବୃଦ୍ଧି ହୋଇଛି।ଅନ୍‌ଲାଇନ୍ CAF ଆବେଦନ ଶେଷ ତାରିଖ ଅଗଷ୍ଟ ୨୫ରୁ ସେପ୍ଟେମ୍ବର ୧କୁ ବୃଦ୍ଧି କରାଯାଇଛି ।ପ୍ରଥମ ପର୍ଯ୍ୟାୟ ନାମଲେଖା ସେପ୍ଟେମ୍ବର ୭ରୁ ୧୧ ପର୍ଯ୍ୟନ୍ତ ଚାଲିବ।ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ସେପ୍ଟେମ୍ବର ୧୬ରୁ ୧୯ ଯାଏଁ ।ସ୍ପଟ ସିଲେକ୍ସନ୍ ସେପ୍ଟେମ୍ବର ୧୯ ପରିବର୍ତ୍ତେ ୨ରୁ ଆରମ୍ଭ ହେବ ବୋଲି ଜଣାପଡିଛି।

ଭିଜିଲାନ୍ସ ଜାଲରେ ଲୋଇସିଙ୍ଗା ଥାନା IIC

ବଲାଙ୍ଗୀର,୨୪/୮(ଏସ ଏସ ନିଉଜ)ଭିଜିଲାନ୍ସ ଜାଲରେ ଲୋଇସିଙ୍ଗା ଥାନା IIC ସଂଗ୍ରାମ ପଟ୍ଟନାୟକ।୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ।ମଦ ବୋଝେଇ ଗାଡ଼ି ଛାଡ଼ି ଦେବାକୁ ଲାଞ୍ଚ ନେବା ବେଳେ ଧରାପଡ଼ିଲେ।

ରେଳଧାରଣରୁ ମୃତଦେହ ଉଦ୍ଧାର

ଚନ୍ଦ୍ରଶେଖରପୁର,୨୪/୮(ଏସ ଏସ ନିଉଜ) ପଟିଆ ରେଳଷ୍ଟେସନ ନିକଟ ରେଳଧାରଣାରୁ ବୁଧବାର ସକାଳେ ଜଣେ ଅପରିଚିତ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରିଛି ରେଳବାଇ ପୁଲିସ | ସୂଚନା ଅନୁସାରେ ଦିନ ୧୧ଟା ସୁଦ୍ଧା ରେଳ ଧାରଣାରେ ଜଣେ ବ୍ୟକ୍ତିଙ୍କ ମୃତଦେହ ପଡ଼ିଥିବା ଖବର ପାଇଥିଲେ ପୋଲିସ ।ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ ।ମୃତ ବ୍ୟକ୍ତି ଜଣକ ଗୋଟେ ନାଲି ରଙ୍ଗର ଗଞ୍ଜି, ଭିତରେ ନୀଳ ରଙ୍ଗର ଗଞ୍ଜି ଓ […]

ବାରବାଟୀରେ ହେବ ଲିଜେଣ୍ଡ କ୍ରିକେଟ ଲିଗ୍

  କଟକ,୨୪/୮(ଏସଏସନିଉଜ) ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଲିଜେଣ୍ଡ କ୍ରିକେଟ ଲିଗ୍।ସେପ୍ଟେମ୍ବର ୨୭, ୨୯ ଓ ୩୦ ତାରିଖରେ ଖେଳାଯିବ ମ୍ୟାଚ୍।ଭାରତ ସମେତ ବିଶ୍ୱର ବିଭିନ୍ନ ଦେଶର ଅନ୍ତର୍ଜାତୀୟ ଖେଳାଳି ଯୋଗ ଦେବେ।କଟକ ସମେତ ଦେଶର ୬ଟି ସ୍ଥାନରେ ମ୍ୟାଚ୍ ଖେଳାଯିବାକୁ ନିଷ୍ପତ୍ତି ହୋଇଛି ।

ଡିସେମ୍ବର୨୭ରୁ ଧନୁଯାତ୍ରା

ବରଗଡ଼,୨୪/୮(ଏସଏସ ନିଉଜ)ବରଗଡର ବିଶ୍ୱ ପ୍ରସିଦ୍ଧ ଧୁନଯାତ୍ରା ପାଇଁ ତାରିଖ ଘୋଷଣା ହୋଇଛି।ଡିସେମ୍ବର ୨୭ରୁ ୧୧ ଦିନ ଧରି ଚାଲିବ ଧନୁଯାତ୍ରା।ପ୍ରସ୍ତୁତି ବୈଠକ ପରେ ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ବଜ୍ରପାତ ନେଲା ଜୀବନ

ମାଲକାନଗିରି,୨୪/୮(ଏସ ଏସ ନିଉଜ) ଗାଁ ଦାଣ୍ଡରେ ବସିଥିବା ବେଳେ ବଜ୍ରପାତ ହୋଇ ୨ଜଣ ମୃତୁବରଣ କରିଛନ୍ତି । ବାଉଁଶଗୁଡ଼ା ଗାଁ ଦାଣ୍ଡରେ ବସି କିଛି ଲୋକ କଥା ହେଉଥିବା ବେଳେ ବଜ୍ରପାତ ହୋଇଥିଲା। ଘଟଣାସ୍ଥଳରେ ଜଣେ ମୃତୁବରଣ କରିଥିବାବେଳେ ଅନ୍ୟ ଜଣଙ୍କୁ ଡାକ୍ତରଖାନାରେ ମୃତ ଘୋଷଣା କରାଯାଇଥିବାର ଜଣାପଡିଛି। ବଜ୍ରାଘାତରେ ଅନ୍ୟ ୪ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ହୋଇଛନ୍ତି ।

ନିଜେ ହଡପ କରି ଲୁଟ କାହାଣୀ କରିଥିଲେ

ସମ୍ବଲପୁର,୨୪/୮(ଏସ ଏସ ନିଉଜ) ଅର୍ଥ ଲଗାଣକାରୀ ସଂସ୍ଥା କର୍ମଚାରୀଙ୍କଠୁ ଲୁଟ୍ ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ। ନିଜେ ହଡପ କରି ଲୁଟ କାହାଣୀ କରିଥିବା ପ୍ରେସମିଟରେ ଏସ୍‌ପି ସୂଚନା ଦେଇଛନ୍ତି। ଅଭିଯୋଗକାରୀ ଏଜେଣ୍ଟ ସହ ୩ ଗିରଫ , ୫୪ ହଜାର ଲୁଟ୍ ଅଭିଯୋଗ ଥିଲା।    

ବେଆଇନ ଗୁଟଖାକାରଖାନା ଠାବ

ବ୍ରହ୍ମପୁର,୨୪/୮(ଏସ ଏସ ନିଉଜ) ବେଆଇନ ଗୁଟଖା କାରଖାନା ଉପରେ ରେଡ୍‌ କରିଛି ପୋଲିସ । ୩୨ ବସ୍ତା ଗୁଟଖା ଜବତ କଲା ପୋଲିସ।ନାମୀଦାମୀ କମ୍ପାନି ନାଁରେ ଗୁଟଖା ଓ ପାନ୍ ମସଲା ବିକ୍ରି ହେଉଥିଲା । ବହୁ ପରିମାଣରେ ମସଲା ସାମଗ୍ରୀ ଜବତ କରିବା ସହ ଏହି ଘଟଣାରେ କୈଳାସ ସାହୁ ଓ ଶଙ୍କର ସାହୁ ନାମକ ବ୍ୟକ୍ତିଙ୍କୁ ଅଟକ ରଖିଛି। ଜବତ ଗୁଟଖା ଦାମ ୨୦ଲକ୍ଷ ଟଙ୍କାରୁ ଅଧିକ ବୋଲି ଜଣାପଡିଛି।

ଗଜପତିରୁ ଗଞ୍ଜେଇ ଜବତ

ଗଜପତି,୨୪/୮(ଏସ ଏସ ନିଉଜ)ଗଜପତି ମର୍ଲଭା ଘାଟିରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି।ଆନ୍ତଃରାଜ୍ୟ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଖବର ପାଇ ଅବକାରୀ ବିଭାଗର ଚଢାଉ କରିଥିଲା।୪୨ ଟି ପ୍ୟାକେଟରେ ପାଖାପାଖି ୮୪ କିଲୋ ଗଞ୍ଜେଇ ଜବତ ହୋଇଛି।ଚନ୍ଦ୍ରଗିରିରୁ ଆନ୍ଧ୍ର ପ୍ରଦେଶର ଦେଇ ପଶ୍ଚିମବଙ୍ଗ ଚୋରା ଚାଲାଣ ହେଉଥିବା ବେଳେ ଗଞ୍ଜେଇ ଜବତ ହୋଇଛି।