Browsing daily archive

August 24, 2022

ଚିକିତ୍ସା ପାଇଁ ବିଦେଶ ଯିବେ ସୋନିଆ

ଭୁବନେଶ୍ୱର,୨୪/୮(ଏସ ଏସ ନିଉଜ)ସ୍ଵାସ୍ଥ୍ୟ ପରୀକ୍ଷା ପାଇଁ ବିଦେଶ ଯିବେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ। ତାଙ୍କ ସହ ପ୍ରିୟଙ୍କା ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ମଧ୍ୟ ବିଦେଶ ଗସ୍ତ କରିବେ।କରୋନା ସଂକ୍ରମିତ ହେବା ପରେ ସୋନିଆ ଗାନ୍ଧୀ ସ୍ଵାସ୍ଥ୍ୟଗତ ସମସ୍ୟା ଦେଇ ଗତି କରୁଛନ୍ତି।ତେଣୁ ଚିକିତ୍ସା ପାଇଁ ସେ ବିଦେଶ ଗସ୍ତ କରୁଥିବା ନେଇ ମିଳିଲା ସୂଚନା ।

ମହାନଦୀକୁ ଡେଇଁଲେ ବୟସ୍କ ନାଗରିକ

କଟକ,୨୪/୮(ଏସ ଏସ ନିଉଜ) ଯୋବ୍ରା ବ୍ୟାରେଜ୍‌ରୁ ମହାନଦୀ କୁ ଡେଇଁଲେ ବୟସ୍କ ନାଗରିକ। ତାଙ୍କ ନାମ ରତ୍ନାକର ଦାସ। ଘର ମହାନଦୀବିହାର ଅଞ୍ଚଳରେ। ଅଗ୍ନିଶମ ବିଭାଗ ତାଙ୍କୁ ଉଦ୍ଧାର କରି ଏସ୍‌ସିବି ମେଡିକାଲକୁ ପଠାଇଲେ। ତେବେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି।

ଭୁଲ ମାଗିଲେ ସମାଧାନ

ଭୁବନେଶ୍ୱର,୨୪/୮(ଏସ ଏସ ନିଉଜ)ମାନହାନୀ ମାମଲା ଦାୟର ପରେ ପ୍ରକୃତିଙ୍କ ଓକିଲଙ୍କ ପ୍ରତିକ୍ରିୟା ରଖିଛନ୍ତି ।ସେ କହିଛନ୍ତି ପୋଲିସ ଠାରୁ ନ୍ୟାୟ ନମିଳିବାରୁ କୋର୍ଟ ଯାଇଛୁ, ତେବେ ଏବେ ବି ସମାଧାନର ଦ୍ୱାର ଖୋଲା ଅଛି, ଯଦି ଦୁଇ ପକ୍ଷ ଆପୋସ ଆଲୋଚନା କରିବେ, ସମାଧାନ ହେବ, ଅଭିଯୁକ୍ତମାନେ ଯଦି ଭୁଲ୍ ମାଗିବେ ସମାଧାନ ହେବ ବୋଲି ଓକିଲ କହିଛନ୍ତି।

ଭୁବନେଶ୍ୱରରେ ଏଥର କଟକଣାବିହୀନ ଗଣେଶପୂଜା

ଭୁବନେଶ୍ୱର,୨୪/୮(ଏସଏସନିଉଜ)ଗଣେଶ ପୂଜା ସଂପର୍କରେ BMC   କମିଶନରଙ୍କ ପ୍ରତିକ୍ରିୟା ଦେଇଛନ୍ତି ।ସେ କହିଛନ୍ତି କୋଭିଡ କଟକଣା ଉଠିଛି ।ଲୋକଙ୍କୁ ନେଇ ପୂଜା ହୋଇପାରିବ । ପରଦା ଆଢୁଆଳରେ ନୁହେଁ, ଏଥର ଭକ୍ତ ସିଧାସଳଖ ଦର୍ଶନ କରିବେ । କଟକଣା ଉଠିଥିଲେ ବି ମାସ୍କ ବ୍ୟବହାର କରିବାକୁ ନିବେଦନ କରିଛନ୍ତି କମିଶନର ।

ଥାନାଆଗରେ ବିଷ ପିଇଲେ ମହିଳା

ବ୍ରହ୍ମପୁର,୨୪/୮(ଏସଏସନିଉଜ) ଛତ୍ରପୁର ଥାନା ଆଗରେ ବିଷ ପିଇ ମହିଳାଜଣଙ୍କ ଆତ୍ମହତ୍ୟା ଉଦ୍ୟମ ଉଦ୍ୟମ କରିଛନ୍ତି । ଯୌତୁକନିର୍ଯାତନା ନେଇ ମହିଳା ବିଷ ପିଇଥିବା ସୂଚନାମିଳିଛି । ବିଷ ପିଇବାପରେ ଗୁରୁତର ହୋଇପଡିଥିବା ମହିଳାଙ୍‌କୁ ବ୍ରହ୍ମପୁର MKCG ରେ ଭର୍ତ୍ତି କରାଯାଇଛି ।

ଜଳୁଛି ସ୍ୱାମୀର ଚିତା, ସ୍ତ୍ରୀ ସହ ପ୍ରେମିକ ଫେରାର !

କେନ୍ଦ୍ରାପଡ଼ା, ୨୪/୮(ଏସଏସନିଉଜ) ଗୋଟେ ପଟେ ସ୍ୱାମୀର ଜୁଇ ଜଳୁଛି ।ଏହିସମୟରେ ପ୍ରେମିକ ସହ ସ୍ତ୍ରୀ ଫେରାର ହୋଇଯାଇଛି ।ଏହିଭଳି ଅମାନବିକ ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ଭାମଣ୍ଡା ଗ୍ରାମରେ ଘଟିଛି ,ଯାହାଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏହିଗ୍ରାମର ପୂଜକ ରଙ୍ଗାଧର ଦାଶଙ୍କ ପତ୍ନୀଙ୍କର ୪ ଜଣ ପୁଅ ଝିଅ ଅଛନ୍ତି ।ତାଙ୍କର ସେହି ଗ୍ରାମର ଅସିତ ସତପଥିଙ୍କ ଦୀର୍ଘ ୪ ବର୍ଷ ହେବ ପ୍ରେମ ସମ୍ପର୍କ ଥିଲା ।ବାରମ୍ବାର ଅସିତ ମହିଳାଙ୍କ ଘରକୁ […]

ବିଗୁଡୁଛି ପଦ୍ମଶ୍ରୀ କମଳା ପୁଜାରୀଙ୍କ ସ୍ୱାସ୍ଥ୍ୟବସ୍ଥା

ଜୟପୁର, ୨୪/୮(ଏସଏସନିଉଜ) ପଦ୍ମଶ୍ରୀ କମଳା ପୂଜାରୀ ଗୁରୁତର ଅସୁସ୍ଥ, ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ କଟକ ସ୍ଥାନାନ୍ତର ହୋଇଛନ୍ତି । ଜ୍ଵର ଝାଡା ହେବା ସହିତ ଦୁର୍ବଳ ଅନୁଭବ ହେବାରୁ ତାଙ୍କୁ ରବିବାର ଗୁରୁତର ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ ।  

ନଦୀରେ ଭାସୁଛି ଅଚିହ୍ନା ମୃତଦେହ

ଟିଟିଲାଗଡ଼: , ୨୪/୮(ଏସଏସନିଉଜ)ନଦୀରେ ଭାସୁଛି ଅଚିହ୍ନା ଯୁବକଙ୍କ ମୃତଦେହ ।ସଇଁତଳା ଥାନା କମରଲଗା ଗାଁ ନଦୀରେ ଭାସୁଛି ମୃତଦେହ ।ଖବରପାଇ ପୋଲିସ ଘଟଣାସ୍ଥଳରେ ଆସି ପହଁଚିଥିବାର ଜଣାପଡିଛି ।ନଦୀକୂଳରେ ରକ୍ତ ଛିଟା ପଡ଼ିଥିବାରୁ, ଯୁବକଙ୍କୁ ହତ୍ୟା କରାଯାଇଥିବାର ସନ୍ଦେହ କରାଯାଉଛି ।  

ଟେବୁଲଟେନିସ୍‌ରେ ଓଡ଼ିଶାର ବିଜୟ

ଭୁବନେଶ୍ୱର,୨୪/୮(ଏସଏସନିଉଜ)ପ୍ରଥମ ରାଉଣ୍ଡରେ ମହାରାଷ୍ଟ୍ରକୁ ପରାସ୍ତ କଲା ଓଡ଼ିଶା । ଦ୍ବିତୀୟ ରାଉଣ୍ଡରେ ଉତ୍ତର ପ୍ରଦେଶକୁ ପରାସ୍ତ କଲା ଓଡ଼ିଶା ।ମାଷ୍ଟର ନ୍ୟାସନାଲ ଟେବୁଲ ଟେନିସ୍‌ରେ ଓଡ଼ିଶାର ବିଜୟ ହୋଇଛି। ଜାମ୍ମୁକାଶ୍ମର ଶ୍ରୀନଗରରେ ଚାଲିଛି ମାଷ୍ଟର ନ୍ୟାସନାଲ ଟେବୁଲ ଟେନିସ୍ ।

ଛାତ୍ରୀ ନିବାସର ୪୦ ଛାତ୍ରୀ ଅସୁସ୍ଥ

କେନ୍ଦୁଝର,୨୪/୮(ଏସଏସନିଉଜ) କେନ୍ଦୁଝର ଜିଲ୍ଲା ରାଇସୁଆଁ ସରକାରୀ ଉଚ୍ଚ ବିଦ୍ୟାଳୟ ଛାତ୍ରୀ ନିବାସର ୪୦ ଜଣ ଛାତ୍ରୀ ଅସୁସ୍ଥ ହୋଇଥିବାର ଖବର ମିଳିଛି ।ଗତକାଲି ସଂଧ୍ୟାରେ ମୁଣ୍ଡ ବୁଲାଇବା ସହ ଝାଡ଼ାବାନ୍ତି ହୋଇଥିବା ସୂଚନା ରହିଛି ।୪୦ ଛାତ୍ରୀ ତେଲକୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବାବେଳେ ଦୂଷିତ ପାଣି କାରଣ ହୋଇପାରେ ବୋଲି ଅନୁମାନ କରାଯାଉଛି ।