ଜଳୁଛି ସ୍ୱାମୀର ଚିତା, ସ୍ତ୍ରୀ ସହ ପ୍ରେମିକ ଫେରାର !

କେନ୍ଦ୍ରାପଡ଼ା, ୨୪/୮(ଏସଏସନିଉଜ) ଗୋଟେ ପଟେ ସ୍ୱାମୀର ଜୁଇ ଜଳୁଛି ।ଏହିସମୟରେ ପ୍ରେମିକ ସହ ସ୍ତ୍ରୀ ଫେରାର ହୋଇଯାଇଛି ।ଏହିଭଳି ଅମାନବିକ ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ଭାମଣ୍ଡା ଗ୍ରାମରେ ଘଟିଛି ,ଯାହାଏବେ ଚର୍ଚ୍ଚାର ବିଷୟ ପାଲଟିଛି ।
ଏହିଗ୍ରାମର ପୂଜକ ରଙ୍ଗାଧର ଦାଶଙ୍କ ପତ୍ନୀଙ୍କର ୪ ଜଣ ପୁଅ ଝିଅ ଅଛନ୍ତି ।ତାଙ୍କର ସେହି ଗ୍ରାମର ଅସିତ ସତପଥିଙ୍କ ଦୀର୍ଘ ୪ ବର୍ଷ ହେବ ପ୍ରେମ ସମ୍ପର୍କ ଥିଲା ।ବାରମ୍ବାର ଅସିତ ମହିଳାଙ୍କ ଘରକୁ ଯିବାଆସିବାକରିବାରୁ ପିଲାମାନେ ବିରୋଧ କରିଆସୁଥିଲୋକିନ୍ତୁ ପିଲାମାନଙ୍କୁ ପ୍ରେମିକ ସହ ମିଶି ମହିଳା ପିଲାମାନଙ୍କୁ ମାଡ ମାରିବା ସହ ବାପାଙ୍କୁ ଜୀବନରୁ ମାରିଦେବା ପାଁଇ ଧମକ ଦେଇଆସୁଥିଲା । ଅଗଷ୍ଟ ୧୭ ତାରିଖରେ ସ୍ତ୍ରୀ ସହ ଝଗଡା କରି ସ୍ୱାମୀ ଗଙ୍ଗାଧର ମନ୍ଦିରକୁ ପୂଜା କରିବା ପାଁଇ ଯାଇ ଆଉ ଫେରିନଥିଲେ ।ତେବେ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ଝଗଡାକୁ ସ୍ଥାନୀୟ ଲୋକେ ଦେଖିଥିଲେ ।ଏବିଷୟରେ ଗଙ୍ଗାଧରଙ୍କ ଭାଇ ରାଜକନିକା ଥାନାରେ ଅଭିଯୋଗ କରିଥିଲେ । ସାତଦିନ ପରେ ନିକଟସ୍ଥ ଶିମିଳିଶାହାର ଜୋର ନିକଟରୁ ଗଙ୍ଗାଧରଙ୍କ କ୍ଷତ ବିକ୍ଷତ ମୃତଦେହ ପୋଲିସ ଉଦ୍ଧାର କରିଥିଲା । ମା’ ସହ ପ୍ରେମିକ ମିଶି ବାପାଙ୍କୁ ହତ୍ୟା କରିଥିବା ପିଲାମାନେ ଅଭିଯୋଗ କରିଛନ୍ତି ।ଅନ୍ୟପଟେ ସ୍ୱାମୀଙ୍କ ଜୁଇ ଶ୍ମଶାନରେ ଜଳୁଥିବା ବେଳେ ପ୍ରେମିକ ସହ ମହିଳା ଜଣକ ଫେରାର ହୋଇଛନ୍ତି। ଗାଁ ଦାଣ୍ଡରେ ପ୍ରେମିକ ହାତ ଧରି ଚାଲି ଚାଲି ଯାଉଥିବା ଭିଡ଼ିଓ ଭାଇରାଲ ଏବେ ହେବାରେ ଲାଗିଛି।

 

Comments (0)
Add Comment