Browsing monthly archive

August 2022

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ନବରଙ୍ଗପୁର,୧୪/୮(ଏସ ଏସ ନିଉଜ)ଜଙ୍ଗଲ ଜମି ବିବାଦରୁ ଘରପୋଡ଼ି ଘଟଣାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ୩ଟି ଗାଁର ଶତାଧିକ ଗ୍ରାମବାସୀ ଘେରିଛନ୍ତି।କପସାଭଟା, ଶାରିଆଭଟା ଓ ଲକଟିପୋଖନା ଗ୍ରାମବାସୀ ଘେରିବାସହ କ୍ଷତିପୂରଣ ଓ ଅଭିଯୁକ୍ତଙ୍କ ଗିରଫ ଦାବି କରିଛନ୍ତି ଗ୍ରାମବାସୀ।

ମନ୍ଦିରରେ ପଶିଲା କୁକୁର

ଭୁବନେଶ୍ୱର,୧୪/୮(ଏସ ଏସ ନିଉଜ)ଆଜି ମନ୍ଦିରରେ କୁକୁର ପଶିଯିବାରୁ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନୀତି ପ୍ରାୟ ଅଢ଼େଇ ଘଣ୍ଟା ବିଳମ୍ବ ହୋଇଛି। ଫଳରେ ମାରା ହୋଇଥିବା ପାଖାପାଖି ୩୦ ହଜାର ଟଙ୍କାର ସରକାରୀ ଓ ବେସରକାରୀ ଭୋଗକୁ ନୀତି ଅନୁଯାୟୀ ଅମୁଣିଆ କୂଅରେ ପୋତି ଦିଆଯାଇଛି। ଶ୍ରୀଜିଉଙ୍କ ମହାସ୍ନାନ ସହ ମନ୍ଦିରକୁ ଶୁଦ୍ଧ କରାଯିବା ପରେ ନୀତି ସ୍ବାଭାବିକ ହୋଇଥିଲା।

ବନ୍ୟାଜଳରେ କୁମ୍ଭୀର

ବୌଦ୍ଧ,୧୪/୮(ଏସ ଏସ ନିଉଜ)ରାମଗଡ଼ ନିକଟରେ ମହାନଦୀ କୂଳରେ ଦେଖା ଦେଇଛି କୁମ୍ଭୀର।ବନ୍ୟା ଆଶଙ୍କା ସହ ନଦୀରେ କୁମ୍ଭୀର ଦେଖି ଲୋକେ ଆତଙ୍କିତ ହୋଇପଡିଛନ୍ତି।

ବନ୍ୟା ମୁକାବିଲା

ଭୁବନେଶ୍ୱର,୧୪/୮(ଏସ ଏସ ନିଉଜ)ସମ୍ଭାବ୍ୟ ବନ୍ୟା ପାଇଁ NDRF, ଓଡ୍ରାଫ, ଫାୟାର ଟିମ୍ ମୁତୟନ ହୋଇଛନ୍ତି।ସମ୍ଭାବ୍ୟ ବନ୍ୟା ମୁକାବିଲା ପ୍ରସ୍ତୁତି ନେଇ SRCଙ୍କ ସୂଚନା ଦେଇଛନ୍ତି ।ସେ କହିଛନ୍ତି ଯେ,ଜଗତସିଂହପୁର ପାଇଁ ଗୋଟିଏ ଓଡ୍ରାଫ ଓ ଗୋଟିଏ NDRF ଟିମ୍ ଓ ଖୋର୍ଦ୍ଧା ଓ କଟକ ପାଇଁ ଗୋଟିଏ ଲେଖାଏଁ ଓଡ୍ରାଫ ଟିମ୍ ଯିବ।ଏହାସହ ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର ପାଇଁ ୪ଟି ଲେଖାଏଁ ଫାୟାର ଟିମ୍ ରହିବ।

ମିଳିଲା ମୃତଦେହ

ଆଠଗଡ,୧୪/୮(ଏସ ଏସ ନିଉଜ)ଆଠଗଡ଼ ସାପୁଆ ନଈ ବ୍ରୀଜ୍ ଉପରେ ଦୁର୍ଘଟଣା ଘଟଣାରେ ନଈ ଭିତରୁ ମିଳିଲା ନିଖୋଜ ଶିକ୍ଷକଙ୍କ ମୃତଦେହ। ଶୁକ୍ରବାର ଦିନ ସ୍କୁଲରୁ ଫେରିବା ବେଳେ କ୍ଷୀରଗାଡି ସହ ହୋଇଥିଲା ଦୁର୍ଘଟଣା। ମୃତ ଶିକ୍ଷକ ଜଣକ ହେଲେ ଭୋଗରା ସ୍କୁଲର ପ୍ରଧାନ ଶିକ୍ଷକ ପବିତ୍ର ମୋହନ ରାଉଳ।

କଟକଜିଲ୍ଲାରେ ସରକାରୀ ଛୁଟି ବାତିଲ

ଭୁବନେଶ୍ୱର,୧୪/୮(ଏସ ଏସ ନିଉଜ)ପ୍ରବଳ ବର୍ଷା ଯୋଗୁଁ ଟ୍ଵିନସିଟିକୁ ସତର୍କତା ଜାରି କଲେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ।ଏହାସହକଟକ ଜିଲ୍ଲାରେ ସରକାରୀ ଛୁଟି ବାତିଲ କରିଛନ୍ତି ଜିଲ୍ଲାପାଳ ।ସମସ୍ତ ରାଜସ୍ୱ ଅଧିକାରୀ କାର୍ଯ୍ୟାଳୟରେ ଉପସ୍ଥିତ ରହିବାକୁ ଦେଇଛନ୍ତି ନିର୍ଦ୍ଦେଶ ।ସେହିପରି ଜିଲ୍ଲାପାଳ ଙ୍କ ବିନା ଅନୁମତିରେ କୌଣସି ଅଧିକାରୀ ନିଜ ମୁଖ୍ୟାଳୟ ଛାଡି ପାରିବେ ନାହିଁ ବୋଲି କୁହାଯାଇଛି।

ବର୍ଷା ସାଜିଲା କାଳ

ଭୁବନେଶ୍ୱର,୧୪/୮(ଏସ ଏସ ନିଉଜ)ବର୍ଷା ସାଜିଲା କାଳ ।କାନ୍ଥପଡି ମହିଳା ମୃତ.ବରଣ କରିଛନ୍ତି।ଏହି ଘଟଣା କାମାକ୍ଷାନଗର ସୋଗର କରବର ସାହିରେ ଘଟିଛି।ମୃତକ ଶାନ୍ତିଲତା ଭୋଇ ଘରେ ବସିଥିବା ବେଳେ କାନ୍ଥ ପଡିଥିଲା! ।

ଶ୍ରୀମନ୍ଦିର ଉପରେ ଚଢିଲେ ଯୁବକ!

ପୁରୀ,୧୪/୮(ଏସ ଏସ ନିଉଜ)ପୁଣି ଶ୍ରୀମନ୍ଦିର ଉପରେ ଚଢିଲେ ଯୁବକ। ଘଣ୍ଟି ଦ୍ୱାର ଦେଇ ନାଟମଣ୍ଡପ ଉପରେ ଚଢିଲେ ଯୁବକ। ତୁରନ୍ତ ତାଙ୍କୁ ଉଦ୍ଧାର କରି ଜେଟିପିଙ୍କୁ ହସ୍ତାନ୍ତର ପରେ ସିଂହଦ୍ଵାର ଥାନାରେ ଅଟକ ରହିଛି ଯୁବକ। ଯୁବକ ଜଣକ ହେଲେ ଗଞ୍ଜାମର ୩୨ ବର୍ଷୀୟ ଜିତୁ ଗୌଡ଼ ବୋଲି ଜଣାପଡିଛି।

ମହାନଦୀକୁ ଆସୁଛି ମଧ୍ୟମ ଧରଣର ବନ୍ୟା

ଭୁବନେଶ୍ୱର,୧୪/୮(ଏସ ଏସ ନିଉଜ)ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆସୁଛି। କାଲି ସନ୍ଧ୍ୟା ସୁଦ୍ଧା ବନ୍ୟାଜଳ ମୁଣ୍ଡଳି ଅତିକ୍ରମ କରିବ ।ମୁଣ୍ଡଳି ଦେଇ ୧୦ରୁ ସାଢ଼େ ୧୦ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ ବୋଲି କହିଛନ୍ତି ଏସ୍‌ଆର୍‌ସି ପ୍ରଦୀପ ଜେନା ହୀରାକୁଦର ଉପର ଏବଂ ତଳ ମୁଣ୍ଡରେ ବର୍ଷା ଜାରିରହିଛି । ହୀରାକୁଦର ୩୪ଟି ଗେଟ ଖୋଲା ରହିଛି । ୫ ଲକ୍ଷ ୪୦ ହଜାର କ୍ୟୁସେକ ଜଳ ନିଷ୍କାସିତ ହେଉଛି ।୫ ଲକ୍ଷ ୬୦ ହଜାର […]

ଆଜିର ରାଶିଫଳ

ଅଙ୍ଗଭେଟ ତୃତୀୟା ,୨୦୨୨ ମସିହା ଅଗଷ୍ଟ ମାସ ୧୪ ତାରିଖ (ରବିବାର)ଭାଦ୍ରବ ମାସ -କୃଷ୍ଣପକ୍ଷ ,ତିଥି-ତୃତୀୟା ରା ଘ୧୦/୩୮ ପର୍ଯ୍ୟନ୍ତ ତଦନ୍ତେ ଚର୍ତୁଥୀ ,ସୁର୍ୟୋଦୟ ପ୍ରାତଃ ଘ୦୫/୩୦/୧୭ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୨/୪୭ ,ମେଷ ରାଶିର ଘାତବାର ,ଧନୁ ରାଶିର ଘାତଚ¦â, ତୃତୀୟାର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ପୋଟଳ ରାତ୍ରି ଘ୧୦/୩୮ ଗତେ ମୂଳା ଭକ୍ଷଣ ନିଷେଧ । ମେଷ-ସମସ୍ତଙ୍କ ସହଯୋଗ ପାଇବେ। ଜୀବନସାଥୀଙ୍କ ସହ ଭଲ ତାଳମେଳ ରହିବ। ଛାତ୍ରଛାତ୍ରୀ ଲେଖାପଢ଼ାରେ ଅଧିକ ଧ୍ୟାନ ଦିଅନ୍ତୁ। […]