Browsing monthly archive

August 2022

ନଦୀକୁ ଖସିଲା ବସ୍

ଭୁବନେଶ୍ୱର,୧୬/୮(ଏସ ଏସ ନିଉଜ)ଜାମ୍ମୁ କାଶ୍ମୀରରେ ନଦୀକୁ ଖସିପଡିଲା ବସ୍।ଯାହାଫଳରେ ୪ ITBP ଯବାନ ସହିଦ ହୋଇଛନ୍ତି ।ବ୍ରେକ୍ ଫେଲ୍ ହେବାରୁ ପହଲଗାମରେ ନଦୀକୁ ଖସିପଡିଥିଲା ବସ୍।୩୭ ITBP ଯବାନ ଓ ୨ ପୋଲିସକୁ ନେଇ ଯାଉଥିଲା ବସ୍ ।ଅମରନାଥ ଯାତ୍ରା ପାଇଁ ଡ୍ୟୁଟିରେ ଯୋଗ ଦେବାକୁ ଯାଉଥିବାବେଳେ ଏହି ଅଘଟଣ ଘଟିଥିଲା ।

୧୯ରେ ପୁଣି ଆସୁଛି ଲଘୁଚାପ

ଭୁବନେଶ୍ୱର,୧୬/୮(ଏସଏସନିଉଜ)ଆସୁଛି ଆଉ ଏକ ଲଘୁଚାପ । ପୁଣି ଦାନା ବାନ୍ଧୁଛି ଘୂର୍ଣ୍ଣିବଳୟ ।୧୯ରେ ବଙ୍ଗୋପସାଗରରେ ସୃଷ୍ଟ ହୋଇପାରେ ଲଘୁଚାପ । ୧୮ ତାରିଖରୁ ପ୍ରବଳ ବର୍ଷା ସମ୍ଭାବନା । ୧୮ ରେ ଉପୂକଳରେ ପ୍ରବଳ ବର୍ଷା ହେବାସହ ୧୯ରେ ବଢ଼ିବ ବର୍ଷାର ପରିମାଣ । ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି ।

ଭୁବନେଶ୍ୱରରେ ହେବନି FIFA ବିଶ୍ୱକପ୍ !

ଭୁବନେଶ୍ୱର, ୧୬/୮(ଏସଏସନିଉଜ) ଭୁବନେଶ୍ୱରରେ ମହିଳା ଫୁଟବଲ ବିଶ୍ୱକପ ଆୟୋଜନ ଆଶଙ୍କା ଦେଖାଦେଇଛି ।୧୭ ବର୍ଷରୁ କମ୍ ମହିଳା ଫୁଟବଲ ବିଶ୍ୱକପ ଆୟୋଜନ ଆଶଙ୍କା ଦେଖାଦେଇଛି ।ଅଲ୍ ଇଣ୍ଡିଆ ଫୁଟବଲ ଫେଡେରେସନ ସସ୍ପେଣ୍ଡ ହେବାରୁ ଆଶଙ୍କା ଦେଖାଦେଇଛି । ତୃତୀୟ ପକ୍ଷଙ୍କ ହସ୍ତକ୍ଷେପ କାରଣରୁ ସସ୍ପେଣ୍ଡ କଲା ଫିଫା । ତୃତୀୟ ପକ୍ଷଙ୍କ ହସ୍ତକ୍ଷେପ ଯୋଗୁଁ ଫିଫା ନିୟମ ଉଲ୍ଲଙ୍ଘନ ଅଭିଯୋଗ ।ଏନେଇ କ୍ରୀଡ଼ା ମନ୍ତ୍ରାଳୟକୁ ଅବଗତ କଲା ଫିଫା । ଅକ୍ଟୋବର ୧୧ରୁ ୩୦ ଯାଏଁ ବିଶ୍ୱକପ […]

ଆସନ୍ତା ୩ ଘଣ୍ଟାରେ ବନ୍ୟା ପିକ୍ ଛୁଇଁବ

ଭୁବନେଶ୍ୱର, ୧୬/୮(ଏସଏସନିଉଜ) ଆସନ୍ତା ୩ ଘଣ୍ଟାରେ ବନ୍ୟା ପିକ୍ ଛୁଇଁବ ବୋଲି ସର୍ବୋଚ୍ଚ ଯନ୍ତ୍ରୀ ବିଜୟ କୁମାର ମିଶ୍ର କହିଛନ୍ତି । ଆସନ୍ତା ୩ ଘଣ୍ଟା ଆମ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି ।ମୁଣ୍ଡଳିରେ ବର୍ତ୍ତମାନ ୧୧.୬ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଛି । ଆଉ କିଛି ବଢ଼ିବା ପରେ ଜଳ ପ୍ରବାହ ପରିମାଣ କମିବ । ତେବେ ହୀରାକୁଦର ଆଉ ଗେଟ୍ ଖୋଲିବ ନା ନାହିଁ, ତାହାର ନିଷ୍ପତ୍ତି ଅପରାହ୍ନରେ ନିଆଯିବ […]

ମୁଣ୍ଡଳିରେ ବିପଦ ସଂକେତ ଟପିଲା

ବାରଙ୍ଗ,୧୬/୮(ଏସ ଏସ ନିଉଜ) ମୁଣ୍ଡଳିରେ ବିପଦ ସଂକେତ ଟପିଛି ମହାନଦୀ ।ବିପଦ ସଂକେତ ୯୭.୨୫ ଫୁଟ୍ ରହିଥିବାବେଳେ ଜଳସ୍ତର ୯୭.୩୦ ଫୁଟ୍ ରେ ରହିଛି ।ମୁଣ୍ଡଳିରେ ୧୧ ଲକ୍ଷ ୬୦ ହଜାର ୯୦୦ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି । ସେହିଁଭଳିଭାବେ ୩ଟି ପଞ୍ଚାୟତରେ କୁଶଭଦ୍ରାର ପାଣି ପସିଛି ।କୁଶଭଦ୍ରାକୁ ସଂଯୋଗ କରୁଥିବା ସଫେଇ ନାଳ ସୁଇସ୍ ଗେଟ୍ ଭାଙ୍ଗିଛି ।ଗୋପ ନେତ ପୁରଠାରେ ସଫେଇ ନାଳ ସୁଇସ୍ ଗେଟ୍ ଭାଙ୍ଗି ୩ଟି ପଞ୍ଚାୟତ ଭିତରକୁ କୁଶଭଦ୍ରା […]

ଆଜିର ରାଶିଫଳ

ସ୍ବାଧୀନତା ଦିବସ ଓ ଶ୍ରୀ ଅରବିନ୍ଦଙ୍କ ଜୟନ୍ତú,୨୦୨୨ ମସିହା ଅଗଷ୍ଟ ମାସ ୧୫ ତାରିଖ (ସୋମବାର)ଭାଦ୍ରବମାସ -କୃଷ୍ଣପକ୍ଷ ,ତିଥି-ଚର୍ତୁଥୀ ରା ଘ୯/୨ ପର୍ଯ୍ୟନ୍ତ ତଦନ୍ତେ ପଞ୍ଚମୀ ,ସୁର୍ୟୋଦୟ ପ୍ରାତଃ ଘ୦୫/୫/୨୯/୪୭ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୧/୧୭ ,ମିଥୁନ ରାଶିର ଘାତବାର ,ଧନୁ ରାଶିର ଘାତଚନ୍ଦ୍ର ,ଚତୁର୍ଥୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ , ମୂଳା ଭକ୍ଷଣ ନିଷେଧ ।  ମେଷ-ଆଜି ଆପଣଙ୍କୁ ଧନ ପ୍ରାପ୍ତି ହୋଇପାରେ । ପିଲାମାନେ ଆଜି ଆପଣଙ୍କ ଘରୋଇ କାର୍ଯ୍ୟସାରିବାରେ ସହଯୋଗ ଦେବେ । […]

ଟ୍ରେନ୍ ଟ୍ରାକରେ ଖସିଲା ପଥର

ରାୟଗଡ଼ା,୧୪/୮(ଏସଏସନିଉଜ) ଲଗାଣ ବର୍ଷା ଯୋଗୁଁ ରେଳ ଧାରଣାରେ ଖସିପଡିଛି ପଥର ।ଯାହାଫଳରେ ପଥର ଖସିଯିବାରୁ ଟନେଲ ଭିତରେ ଫସି ରହିଛି ମାଲବାହୀ ଟ୍ରେନ୍ ।ଏହିଘଟଣା ଭାଲୁମୁସ୍କା ଷ୍ଟେସନ ନିକଟ ରେଳ ଧାରଣାରେ ଘଟିଛି ।

ଭଦ୍ରକରେ ବନ୍ୟାସ୍ଥିତି ପରଖିଲେ ପ୍ରଣବ

ଭଦ୍ରକ, ୧୪/୮(ଏସଏସନିଉଜ) ବିଜେଡି ସାଂଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଭଦ୍ରକ ଧାମନଗର ଓ ଧୁଷୁରୀ ଅଞ୍ଚଳର ବନ୍ୟା ସ୍ଥିତି ପରଖିଛନ୍ତି । ଧାମନଗର ଓ ଧୁଷୁରୀରର ହସିନାବାଦ, ମଲ୍ଲିମାହାରା ରାମେଶ୍ୱରପୁର ନିକଟରେ ନଦୀବନ୍ଧ ଅତ୍ୟନ୍ତ ଦୁର୍ବଳ ରହିଥିବାରୁ ବନ୍ୟା ସ୍ଥିତି ଜଟିଳ ହେବାର ଆଶଙ୍କା ରହିଛି ।ବୈତରଣୀ ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ଆଖୁଆପଦା ନିକଟରେ ବିପଦ ସଂକେତ ଟପି ପ୍ରବାହିତ ହେଉଥିବା ବନ୍ୟା ଜଳ ପ୍ରଥମେ ଭଣ୍ଡାରୀପୋଖରୀ , ଧାମନଗର […]

ମହାନଦୀରେ ଦେଖାଦେଲା ମଧ୍ୟମ ଧରଣର ବନ୍ୟା

ଭୁବନେଶ୍ୱର,୧୪/୮(ଏସଏସନିଉଜ) ଛତିଶଗଡ଼ ଓ ଓଡ଼ିଶାରେ ପ୍ରବଳ ବର୍ଷା ଲାଗିରହିଥିବା ସହ ହୀରାକୁଦର ୩୪ଟି ଗେଟ୍ ଦେଇ ବନ୍ୟା ପାଣି ଛଡ଼ା ଯାଇଥିବାରୁ ମହାନଦୀରେ ମଧ୍ୟମ ଧରଣର ବନ୍ୟା ଦେଖାଦେଇଛି ।ଯାହାଫଳରେ ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ, ଅନୁଗୁଳ ଓ କଟକ ଜିଲ୍ଲାର ବିଭିର୍ଣ ସ୍ଥାନରେ ଯୋଗାଯୋଗ ବିଛିନ୍ନ ହୋଇଥିବା ବେଳେ ବହୁ ସ୍ଥାନରେ ଲୋକମାନେ ପାଣି ଘେରରେ ରହିଛନ୍ତି। ମହାନଦୀର ପଛୁଆ ପାଣି ବରଗଡ଼ ଜିଲ୍ଲାର ଅମ୍ବାଭୋନା ବ୍ଲକର ଚିଖିଲି, ଅନ୍ତରାଡି, ଘୁଘୁରାପାଲି ଆଦି ଗାଁରେ ଘରେ ପାଣି […]

ଭଟ୍ଟାରିକା ମନ୍ଦିରରେ ପଶିଲା ବନ୍ୟାଜଳ

ନରସିଂହପୁର,୧୪/୮(ଏସ ଏସ ନିଉଜ)ବଡ଼ମ୍ବାର ଅଧିଷ୍ଠାତ୍ରୀ ଦେବୀ ମା ଭଟ୍ଟାରିକା ମନ୍ଦିରରେ ବନ୍ୟାଜଳ ପଶିଛି। ଅଧିକ ପାଣି ଆସିଲେ ମାଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।