ମୁଣ୍ଡଳିରେ ବିପଦ ସଂକେତ ଟପିଲା

ବାରଙ୍ଗ,୧୬/୮(ଏସ ଏସ ନିଉଜ) ମୁଣ୍ଡଳିରେ ବିପଦ ସଂକେତ ଟପିଛି ମହାନଦୀ ।ବିପଦ ସଂକେତ ୯୭.୨୫ ଫୁଟ୍ ରହିଥିବାବେଳେ ଜଳସ୍ତର ୯୭.୩୦ ଫୁଟ୍ ରେ ରହିଛି ।ମୁଣ୍ଡଳିରେ ୧୧ ଲକ୍ଷ ୬୦ ହଜାର ୯୦୦ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି ।

ସେହିଁଭଳିଭାବେ ୩ଟି ପଞ୍ଚାୟତରେ କୁଶଭଦ୍ରାର ପାଣି ପସିଛି ।କୁଶଭଦ୍ରାକୁ ସଂଯୋଗ କରୁଥିବା ସଫେଇ ନାଳ ସୁଇସ୍ ଗେଟ୍ ଭାଙ୍ଗିଛି ।ଗୋପ ନେତ ପୁରଠାରେ ସଫେଇ ନାଳ ସୁଇସ୍ ଗେଟ୍ ଭାଙ୍ଗି ୩ଟି ପଞ୍ଚାୟତ ଭିତରକୁ କୁଶଭଦ୍ରା ନଦୀର ପାଣି ପଶିଛି ।ନାଗପୁର, ବଡ଼ତରା, ତରକୋର ପଞ୍ଚାୟତକୁ ପାଣି ପଶିଛି।

ଉଛୁଳୁଛି କରାଣ୍ଡିଆ ନଦୀ ।ଏହାଫଳରେ କେନ୍ଦ୍ରାପଡ଼ାର ୨ଟି ବ୍ଲକରେ ଘାଇ ସୃଷ୍ଟି ହୋଇଛି ।ମାର୍ଶାଘାଇ ବ୍ଲକ ବଳରାମପୁର ଘେରି ବନ୍ଧ ଭାଙ୍ଗି ପାଣି ପଶିଛି ।ଢିଅବଳରାମପୁର ଗାଁ ସମ୍ପୂର୍ଣ୍ଣ ଭାବେ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି ।ଗରଦପୁର ବ୍ଲକ୍ ହୁରାସାହି, ଶିଶୁଆ, ସିକିଲୋ ଗାଁ ପାଣି ଘେରରେ ରହିଛି ।

Comments (0)
Add Comment