Browsing monthly archive

August 2022

ବିଦ୍ୟୁତଆଘାତରେ ଚାଲିଗଲା ଜୀବନ

ଚମ୍ପୁଆ, ୧୦/୮(ଏସଏସନିଉଜ)ଯୋଡ଼ାରେ ବିଦ୍ୟୁତ ଆଘାତରେ ସ୍ୱାମୀ ଓ ସ୍ତ୍ରୀ ମୃତୁବରଣ କରିଛନ୍ତି । ବିଦ୍ୟୁତ ଆଘାତରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ୫ ବର୍ଷର ଝିଅ । ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ ମୃତକ ଯୋଡ଼ା ଥାନା ଅଂସେଇକଳା ପଞ୍ଚାୟତ ଜାମୁକୁଣ୍ଡିଆ ଗାଁର ବୋଲି ଜଣାପଡିଛି । ଖବର ପାଇ ଗାଁରେ ଯୋଡ଼ା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଟ୍ରାଫିକ ବ୍ୟବସ୍ଥାର ସ୍ଥିତି ଅନୁଧ୍ୟାନ କଲେ 5T ସଚିବ

ଭୁବନେଶ୍ୱର,୧୦/୮(ଏସଏସନିଉଜ) ଭୁବନେଶ୍ୱରରେ ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ସ୍ଥିତି ଅନୁଧ୍ୟାନ କଲେ 5T ସଚିବ । ଏହାସହ ଟ୍ରାଫିକ ବ୍ୟବସ୍ଥାର ସ୍ଥିତି ମଧ୍ୟଅନୁଧ୍ୟାନ କରିଥିଲେ । । ମୁଖ୍ୟମନ୍ତ୍ରୀ ନବୀନଙ୍କ ନିର୍ଦ୍ଦେଶ କ୍ରମେ ଆଜି ସକାଳୁ ଶିଶୁ ଭବନ ଚ୍ଛକ, ରବି ଟକିଜ ଛକ, କଳ୍ପନା ଚ୍ଛକ, ବେହେରା ସାହି ଛକ, ରସୁଲଗଡ ଚ୍ଛକ, ଓ ଆଇଗିଣିଆ ଚ୍ଛକରେ ଟ୍ରାଫିକ ସ୍ଥିତି ଅନୁଧ୍ୟାନ କରିଛନ୍ତି 5T ସଚିବ ଭି.କେ ପାଣ୍ଡିଆନ । ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ […]

ନୀତୀଶଙ୍କ ନିଆରା ରେକର୍ଡ

ଭୁବନେଶ୍ୱର,୧୦/୮(ଏସଏସନିଉଜ) ବିହାରରେ ନୂଆ ମହାମେଣ୍ଟ ସରକାରର ଆଜି ଶପଥ ଗ୍ରହଣ ଉତ୍ସବ ହେବ । ରାଜଭବନରେ ଶପଥ ନେବେ ବିହାରର ନୂଆମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ବୋଲି ଆରଜେଡି ପକ୍ଷରୁ ଟୁଇଟ ମାଧ୍ୟମରେ ସୂଚନା ଦିଆଯାଇଛି ।ମହାଗଠବନ୍ଧନ ପାର୍ଟ ଟୁ ସରକାରରେ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ଏବଂ ତେଜସ୍ୱୀ ଯାଦବ ଉପମୁଖ୍ୟମନ୍ତ୍ରୀ ହେବେ ବୋଲି ସୂଚନା ମିଳିଛି । ମନ୍ତ୍ରିମଣ୍ଡଳରେ କିଏ ସଦସ୍ୟ ରହିବ, ସେ ନେଇ ନିଷ୍ପତ୍ତି ନେବାକୁ ନୀତୀଶଙ୍କୁ ବିଶେଷ ଅଧିକାର ଦିଆଯାଇଛି ।ନୀତୀଶଙ୍କ ନିଆରା […]

ବିରୁଡ଼ି ଆକ୍ରମଣରେ ଜୀବନ ଗଲା

ବଣାଇ, ୧୦/୮(ଏସଏସନିଉଜ) ଜଙ୍ଗଲରେ ଗୋଡ଼ାଇ ଗୋଡ଼ାଇ ବିରୁଡି ଆକ୍ରମଣ କରିବାରୁ ଜଣେ ମୃତ୍ୟୁବରଣ କରିଥିବାବେଳେ ଜଣେ ଗୁରୁତର.ହୋଇ ଚିକିସ୍‌ିତ ହେଉଛନ୍ତି ।ଉଭୟ ମୃତକ ମହିଳା ଜଣଙ୍କ ହେଲେ ମିନିକା ବାଡା ଓ ଆହତ ବ୍ୟକ୍ତିଗୁରୁଣ୍ଡିଆ ଥାନା କିଣ୍ଡ୍ରୋ ଗାଁର । ଗତକାଲି ମିନିକା ଜଙ୍ଗଲରେ ଗାଈ ଚରାଉଥିବାବେଳେ ବିରୁଡିମାନେ ସଂଘବଦ୍ଧ ଭାବେ ତାଙ୍କୁ ଆକ୍ରମଣ କରିଥିଲେ।ଏହିବାଟରେ ଯାଉଥିବା ଅନ୍ୟ ଜଣେ ବ୍ୟକ୍ତି ମଧ୍ୟ ବିରୁଡିମାନଙ୍କ ଆକ୍ରମଣର ଶିକାର ହୋଇଥିଲେ ।ଉଭୟଙ୍କୁ ଚିକିସ୍‌ାପାଇଁ ନିଆଯାଇଥିବାବେଳେ ମିନିକା ମୃତ୍ୟୁବରଣ କରିଥିଲେ […]

ବୁଧବାର ସକାଳର ରାଶିଫଳ

ଶିବ ପବିତ୍ରାରୋପଣ ,୨୦୨୨ ମସିହା ଅଗଷ୍ଟ ମାସ ୧୦ ତାରିଖ (ବୁଧବାର)ଶ୍ରାବଣ ମାସ –ଶୁକ୍ଳପକ୍ଷ ,ତିଥି-ତ୍ରୟୋଦଶୀ ଦିବା ଘ୩/୫୦ ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଦ୍ଦଶୀ ,ସୁର୍ୟୋଦୟ ପ୍ରାତଃ ଘ୦୫/୨୮/୨୯ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୪/୩୫ ,କର୍କଟ ରାଶିର ଘାତବାର ,ସିଂହ ରାଶିର ଘାତଚନ୍ଦ୍ର ।ତ୍ରୟୋଦଶୀର ଏକୋଦିଷ୍ଟ ଶ୍ରାଦ୍ଧ ,ବାଇଗଣ ଦିବା ଘ୩/୫୦ ଗତେ ବିରି ଭକ୍ଷଣ ନିଷେଧା ମେଷ-ଅଜାଣତରେ ଆପଣ କାହାର ଚିନ୍ତାଧାରାକୁ ଆହତ କରି ପାରିବେ । ବିଦେଶ ବା ଦୂରଦେଶରେ ଥିବା ଆପଣଙ୍କର ଜମିଜମା ଭଲ ଦରରେ […]

ପୁଣି ନକ୍ସଲ ହିଂସା

ମାଲକାନଗିରି, ୯/୮(ଏସଏସନିଉଜ) ସୁକମା ଜିଲ୍ଲାରେ ପୁଣି ନକ୍ସଲ ହିଂସା ଦେଖିବାକୁ ମିଳିଛି । କିଷ୍ଟରାମ ଥାନା ଅଂଚଳର କାସାରାମ ଗ୍ରାମରେ ନିର୍ମାଣ ହୋଇଥିବା ବ୍ରିଜର ମରାମତିକାମରେ ବ୍ୟବହାର ହୋଇଥିବା ଟ୍ରକକୁ ନକ୍ସଲ ନିଆଁ ଲଗାଇ ପୋଡି ଦେଇଛନ୍ତି ନକ୍ସଲ । ଜିଲ୍ଲା ପ୍ରଶାସନ ନିର୍ଦେଶ ମୁତାବକ ଠିକାଦାର ଏହି ମରାମତି କାମ ଆରମ୍ଭ କରିଥିବାବେଳେ ସୁରକ୍ଷାକର୍ମୀଙ୍କ ଜଣାଇନଥିଲେ । କାମରେ ନିୟୋଜିତ ପାଇଁ ଆସିଥିବା ଟ୍ରକକୁ ନକ୍ସଲ ନିଆଁ ଲଗାଇ ପୋଡିବାସହ ବ୍ରିଜ କାମକୁ ତୁରନ୍ତ ବନ୍ଦ […]

ଲାଞ୍ଚ ନେଇ ଧରାପଡ଼ିଲେ କୃଷି ଅଧିକାରୀ

ପଦ୍ମପୁର, ୯/୮(ଏସଏସନିଉଜ) ଭିଜିଲାନ୍ସ ଜାଲରେ ପାଇକମାଲ କୃଷି ବିଭାଗର ଆସିଷ୍ଟାଣ୍ଟ ବ୍ଲକ ଅଫିସର ପ୍ରଣୟ କୁମାର ମନ୍ତ୍ରୀ. ।ଦେଢ଼ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ପାଇକମାଲ ବସଷ୍ଟାଣ୍ଡରୁ ଧରିପଡିଲେ ।ବିନା ଲାଇସେନ୍ସରେ ସାର ଦୋକାନ କରାଇ ଦେବାକୁ କହି ନେଉଥିଲେ ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଜାଲରେ ପଡିଥିଲେ ।

ବିହାରରେ ଭାଙ୍ଗିଲା ବିଜେପି ଜେଡିୟୁ ମେଣ୍ଟ

ଭୁବନେଶ୍ୱର, ୯/୮(ଏସଏସନିଉଜ) ବିହାର ରେ ବିଜେପି-ଜେଡିୟୁ ମେଣ୍ଟ ଭାଙ୍ଗିବା ନେଇ ଚର୍ଚ୍ଚା ଯୋରଧରିଛି ।ଏହି ଖବର ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି । ତେବେ ମେଣ୍ଟ ଭାଙ୍ଗିବାକୁ ନୀତିଶଙ୍କ ଆନୁଷ୍ଠାନିକ ଘୋଷଣା ବାକି ରହିଛି । ବିଜେପି ହାତ ଛାଡ଼ି ପୁଣି ଆରଜେଡିକୁ ସାଥି କରିବେ ନୀତିଶ । ଆରଜେଡି ଓ କଂଗ୍ରେସକୁ ନେଇ ସେ ସରକାର ଗଢ଼ିବାକୁ ସଜବାଜ ହେଉଥିବା ଶୁଣିବାକୁ ମିଳିଛି । ନୂଆ ସରକାର ଗଢ଼ିବା ନେଇ ଆଜି ସେ ରାଜ୍ୟପାଳଙ୍କୁ ଭେଟିବେ […]

ସମୁଦ୍ରରେ ଭାସି ପର୍ଯ୍ୟଟକଙ୍କ ମୃତ୍ୟୁ

ପୁରୀ, ୯/୮(ଏସଏସନିଉଜ) ସମୁଦ୍ରରେ ଗାଧୋଇବା ବେଳେ ବୁଡ଼ିଯାଇଛନ୍ତି ୩ ପର୍ଯ୍ୟଟକ ।୨ ଜଣଙ୍କୁ ଉଦ୍ଧାର କଲେ ଲାଇଫ୍ ଗାର୍ଡ ।ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି ।ମୃତ ପର୍ଯ୍ୟଟକ ଛତିଶଗଡ଼ ରାୟଗଡ଼ ଅଞ୍ଚଳର ମିନାକ୍ଷୀ ନାୟକ ହୋଇଥିବାବେଳେ ପରିବାର ସହ ପୁରୀ ବୁଲିବାକୁ ଆସି ଦିଗବାରେଣୀ ଖୁଣ୍ଟି ନିକଟରେ ଭାସିଯାଇଥିଲେ ।

ସୃଷ୍ଟି ହେଲା ଅବପାତ !

ଭୁବନେଶ୍ୱର, ୯/୮(ଏସଏସନିଉଜ) ସୁଦୃଶ୍ୟ ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ଅବପାତରେ ପରିଣତ ହୋଇଛି ।ଭୁବନେଶ୍ୱରଠାରୁ ଉତ୍ତର ଉତ୍ତରପଶ୍ଚିମ ଦିଗରେ କେନ୍ଦ୍ରୀଭୂତ ରହିଛି ଅବପାତ ।ଅବପାତ ପ୍ରଭାବରେ କିଛି ସ୍ଥାନରେ ଅତିପ୍ରବଳ ବର୍ଷା ହେବା ସମ୍ଭାବନା ଦେଖାଦେଇଛି ।