Browsing monthly archive

August 2022

ଓଲଟିଲା ବସ୍

ରେଢ଼ାଖୋଲ, ୯/୮(ଏସଏସନିଉଜ) ଭାରସାମ୍ୟ ହରାଇ ଓଲଟିଲା ବସ୍ ।ଅଳ୍ପକେ ବର୍ତ୍ତିଯାଇଛନ୍ତି ଯାତ୍ରୀ ।ଜୁଜୁମୁରା ଥାନା ଫୁଲଝରଣ ଗାଁନିକଟରେ ଭାରସାମ୍ୟ ହରାଇ ଓଲଟିଥିଲା ବସ୍ । ବସ୍ ଟି କିଶୋରନଗରରୁ ସୁନ୍ଦରଗଡ଼କୁ ୩୦/୩୫ ଯାତ୍ରୀଙ୍କୁ ନେଇ ଯାଉଥିଲା ।କାହାର କୌଣସି କ୍ଷତି ହୋଇନଥିବା ସୂଚନା ମିଳିଥିବାବେଳେଖବରପାଇ ପୋଲିସ ଘଟଣାସ୍ଥଳରେ ପହଁଚିଛି ।  

ବୁଡ଼ିଗଲା ଜାତୀୟ ରାଜପଥ

ମାଲକାନଗିରି, ୯/୮(ଏସଏସନିଉଜ) ଲଗାଣ ବର୍ଷା ଯୋଗୁ ପୋଲ ଉପରେ ୪ ଫୁଟ୍ ଉଚ୍ଚର ପାଣି ଚାଲୁଛି । ଛତିଶଗଡ଼ ଝାପ୍ରା ପୋଲରେ ୪ ଫୁଟ୍ ଉଚ୍ଚର ପାଣି ଓ କାଙ୍କରକଣ୍ଡାରେ ଆଣ୍ଠୁଏ ଉଚ୍ଚର ପାଣି ଚାଲିବାରୁ ଯାତାୟାତ ବାଧାପ୍ରାପ୍ତ, ହେବାସହ ମାଲକାନଗିରି-କାଲିମେଳା ରାସ୍ତା ବନ୍ଦ ବନ୍ଦ ହୋଇଯାଇଛି ।ସେହିଭଳିଭାବେମାଲକାନଗିରିରେ ଲଗାଣ ବର୍ଷା ଲାଗିରହିବାରୁ ଏନ୍ଏଚ୍‌ରେ ୫ ଫୁଟ୍‌ର ପାଣି.ଚାଲୁଛି ।ମୋଟୁ ନିକଟ ଏନ୍ଏଚ୍ ୩୨୬ରେ ୫ ଫୁଟ୍‌ର ପାଣି ପ୍ରବାହିତ. ହେବାରୁ ଆନ୍ଧ୍ର-ତେଲେଙ୍ଗାନା-ଛତିଶଗଡ଼କୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି […]

ସ୍ବାଧୀନତା ଦିବସରେ ପରେଡ୍ ମନା

ଭୁବନେଶ୍ୱର, ୯/୮(ଏସଏସନିଉଜ) ସ୍ବାଧୀନତା ଦିବସରେ ରାଜ୍ୟରେ ହେବନି ପରେଡ୍‌। ପ୍ରଦର୍ଶନୀ ପଡ଼ିଆରେ ହେବ ପତାକା ଉତ୍ତୋଳନ। କୋଭିଡ କଟକଣା ଭିତରେ ହେବ ପତାକା ଉତ୍ତୋଳନ। ଭାଗ ନେବେନି ସ୍କୁଲ ଛାତ୍ରଛାତ୍ରୀ, ହେବନି ଜନ ସମାଗମ ବୋଲି ଜଣାପଡିଛି ।

ଗଛରେ ଝୁଲୁଛି ଯୁବକଙ୍କ ମୃତଦେହ

ଭୁବନେଶ୍ୱର, ୯/୮(ଏସଏସନିଉଜ) ତୁରେକେଲା ବ୍ଳକ ବାଞ୍ଜିପାଲି ଗାଁରେ ଯୁବକଙ୍କ ମୃତଦେହ ଠାବ ହୋଇଛି । କପା ଚାଷ ଜମିର ମହୁଲ ଗଛରେ ଝୁଲିଛି ଯୁବକଙ୍କ ମୃତଦେହ। ମୃତକ ଜଣକ ହେଲେ ବାଞ୍ଜିପାଲି ଗାଁର ହେମନ୍ତ ମାଝୀ। ମୃତ୍ୟୁର କାରଣ ଅସ୍ପଷ୍ଟ, ରହିଥିବାବେଳେ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି ।

ମାଟି ତଳୁ ହାତୀ କଙ୍କାଳ ମିଳିବା ଘଟଣା

ଆଠଗଡ଼, ୯/୮(ଏସଏସନିଉଜ)ବନଖଣ୍ଡରେ ମାଟି ତଳୁ ହାତୀ କଙ୍କାଳ ମିଳିବା ଘଟଣାରେ ଗିରଫ ହୋଇଥିବା ଫରେଷ୍ଟର ପ୍ରଦୀପ ପରିଡାଙ୍କର ଲାଏ ଡିଟେକ୍ସନ ଟେଷ୍ଟ. ହେବ ।ପ୍ରଦୀପଙ୍କୁ ଷ୍ଟେଟ ଫରେନ ସିକ ସାଇନ୍ସ ଲାବୋରାଟୋରୀ କୁ ଆଣିଲା ବନ ବିଭାଗ ।ପ୍ରଦୀପଙ୍କୁ ପଚରାଉଚରା ପାଇଁ ୫ ଦିନ ରିମାଣ୍ଡରେ ଆଣିଛି ବନବିଭାଗ ।ଅଗଷ୍ଟ ୧ ରେ ପ୍ରଦୀପଙ୍କୁ ଗିରଫ କରିଥିଲା ବନ ବିଭାଗ!.  

ସସ୍ମିତଙ୍କୁ ନୂଆ ଦାୟିତ୍ବ

ଭୁବନେଶ୍ୱର, ୯/୮(ଏସଏସନିଉଜ) ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କୁ ନୂଆ ଦାୟିତ୍ବ ମିଳିଛି। କୋଇଲା ଓ ଖଣି ମନ୍ତ୍ରାଳୟର ସଂସଦୀୟ ପରାମର୍ଶଦାତା କିମିଟିର ସଦସ୍ୟ ଭାବେ ସସ୍ମିତ ପାତ୍ରଙ୍କୁ ନିଯୁକ୍ତି ପାଇଛନ୍ତି। ପୂର୍ବରୁ ଆଇନ ମନ୍ତ୍ରାଳୟର ପରାମର୍ଶଦାତା କିମିଟିରେ ଥିଲେ ସସ୍ମିତ ।

ତିନିଦିନ ପରେ ମିଳିଲା ନିଖୋଜ ଇଞ୍ଜିନିୟରଙ୍କ ମୃତଦେହ

ଅନୁଗୋଳ, ୯/୮(ଏସଏସନିଉଜ) ଡେ଼ରଜଙ୍ଗ ପ୍ରକଳ୍ପରେ ବୁଡ଼ିଯାଇ ନିଖୋଜ ଥିଲେ ଇଞ୍ଜିନିୟର ବିଭାଂଶୁ ପଣ୍ଡା ।ଗତ ରବିବାର ଦିନ ସାଙ୍ଗମାନଙ୍କ ସହ ଡେରଜାଙ୍ଗ ଜଳସେଚନ ପ୍ରକଳ୍ପ ବୁଲି ଯାଇଥିଲେ। ସେଠାରେ ସେମାନେ ଜଳ ଭଣ୍ଡାରକୁ ଗାଧୋଇବାକୁ ଯାଇଥିବା ବେଳେ ଯୁବକଜଣକ ପାଣିରେ ବୁଡ଼ି ଯାଇଥିଲେ। ବହୁ ଖୋଜାଖୋଜି ପରେ ମଧ୍ୟ ତାଙ୍କ ସନ୍ଧାନ ମିଳି ପାରିନଥିଲା । ଓଡ୍ରାଫ ସହ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରିଥିଲେ ମଧ୍ୟ ବିଧାନଶୁଂଙ୍କୁ ଠାବ କରାଯାଇ ପାରିନଥିଲା ।

ଆଜିର ରାଶିଫଳ

ଅଖଟେକ ପର୍ବ ଓ ବିଷ୍ଣୁ ପବିତ୍ରାରୋପଣ ,୨୦୨୨ ମସିହା ଅଗଷ୍ଟ ମାସ ୯ ତାରିଖ (ମଙ୍ଗଳବାର)ଶ୍ରାବଣ ମାସ –ଶୁକ୍ଳପକ୍ଷ ,ତିଥି-ଦ୍ୱାଦଶୀ ସନ୍ଧ୍ୟା ଘ୫/୪୦ ପର୍ଯ୍ୟନ୍ତ ତଦନ୍ତେ ତ୍ରୟୋଦଶୀ ,ସୁର୍ୟୋଦୟ ପ୍ରାତଃ ଘ୦୫/୨୮/୦୩ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୫/୦୧,ମକର ରାଶି ର ଘାତବାର ,ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର ,ଦ୍ୱାଦଶୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ପୋଇ ଦିବା ଘ୫/୪୦ ଗତେ ବାଇଗଣ ଭକ୍ଷଣ ନିଷେଧ ।  ମେଷ-ସାମାଜିକ ସ୍ତରରେ ନିଜର ଉପସ୍ଥିତି ବୁଦ୍ଧି ପ୍ରୟୋଗ କରି କାର୍ଯ୍ୟ […]

ବାର୍‌ହା ଆକ୍ରମଣରେ ୩ଆହତ

ମେଣ୍ଢାଶାଳ,୮/୮ (ଏସଏସନିଉଜ) ମେଣ୍ଢାଶାଳ ଗ୍ରାମରେ ସୋମବାର ସକାଳେ ଦେଉଳିଆପାଟଣା ପାହାଡ଼ରୁ ଏକ ମାଈ ବାର୍‌ହା ଆସି ଉପଦ୍ରଵ କରିଛି ।ଏହି ବାରହା ଆକ୍ରମଣରେ ୩ଜଣ ଆହତ ହୋଇ ଖୋର୍ଦ୍ଧା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।ବାରହାଟି ସୋମବାର ସକାଳେ ମେଣ୍ଢାଶାଳ ଗ୍ରାମର ସୁକାନ୍ତ ସାମନ୍ତରାୟଙ୍କ ଘରେ ପଶି ସୁକାନ୍ତ ଓ ତାଙ୍କ ପତ୍ନୀଙ୍କୁ ଆକ୍ରମଣ କରି ଖଣ୍ଡିଆ ଖାବରା କରିଛି ।ଅନ୍ୟ ପରିବାର ସଦସ୍ୟ ଏକାଠି ହୋଇ ବାରହାଟିକୁ ଘଉଡାଇଦେବାରୁ ବାରହାଟି ନିକଟସ୍ଥ ବ୍ରାହ୍ମଣ ସାହିର ବାପି ମହାପାତ୍ର […]

+୩ ନାମଲେଖା ପାଇଁ ଅଗଷ୍ଟ ୧୧ରୁ୨୫ ଯାଏଁ ଆବେଦନ

ଭୁବନେଶ୍ୱର,୮/୮(ଏସଏସନିଉଜ)+୩ ନାମଲେଖା ପାଇଁ ଅଗଷ୍ଟ ୧୧ରୁ ୨୫ ଯାଏଁ ଆବେଦନ କରିପାରିବେ । ଅଗଷ୍ଟ ୩୧ ତାରିଖରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ ।ଏହାପରେ ସପ୍ଟେମ୍ବର ୨ରୁ ୫ ଯାଏଁ ପ୍ରଥମ ପର୍ଯ୍ୟାୟ ନାମଲେଖା ଅନୁଷ୍ଠିତ ହେବ । ସେପ୍ଟେମ୍ବର ୧୧ରେ ଦ୍ୱିତିୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ । ସେପ୍ଟେମ୍ବର ୧୨ରୁ ୧୪ ଯାଏଁ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ହେବ । ଶେଷରେ ୧୬ ତାରିଖରେ ଖାଲିଥିବା ସିଟ ତାଲିକା ପ୍ରକାଶ […]