Browsing monthly archive

August 2022

ଜମିବାଡ଼ି ବିବାଦରୁ ଏସିଡ୍ ମାଡ଼

ବାସୁଦେବପୁର, ୩/୮(ଏସଏସନିଉଜ) ଦୁଇ ପରିବାର ମଧ୍ୟରେ ଜମିବାଡ଼ି ବିବାଦରୁ ଏସିଡ୍ ମାଡ଼ ହୋଇଥିବାର ଜଣାପଡିଛି । ନାୟକାଣୀଡିହି ଥାନା ରାଜଘରପୋଖରୀ ଗାଁରେ ଏହି ଘଟଣା ଘଟିଛି ।ଗୋଟିଏ ପରିବାରର ଏସିଡ୍ ମାଡ଼ରେ ଅନ୍ୟ ପରିବାରର ଦମ୍ପତି ଗୁରୁତର ଆହତହୋଇଛନ୍ତି । ଏସିଡ୍ ମାଡ଼ରେ ଗୁରୁତର ଦମ୍ପତିଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।

ଛାତ୍ରଙ୍କୁ ପିଟିଲେ ପ୍ରିନ୍ସପାଲଙ୍କ ଭାଇ !

ବାରିପଦା,୩/୮(ଏସ ଏସ ନିଉଜ) ITI ଛାତ୍ରଙ୍କୁ ପ୍ରିନ୍ସପାଲଙ୍କ ଭାଇ ମାଡ଼ ମାରିବା ଅଭିଯୋଗ ହୋଇଛି।ଫର୍ମ ଫିଲପରେ ତ୍ରୁଟିକୁ ନେଇ ଧାରଣାରତ ଜଣେ ଛାତ୍ରଙ୍କୁ ମାଡ଼ ଅଭିଯୋଗ ହୋଇଛି ।ଏଥିପାଇଁ ଆଇଟିଆଇ ପ୍ରିନ୍ସପାଲ ଓ ଅଧ୍ୟାପକଙ୍କୁ ଅଟକ ରଖିଛି ପୋଲିସ ।

୬କିମି ଚାଲି ଜିଲ୍ଲାପାଳଙ୍କୁ ଭେଟିଲେ ପିଲା

କେନ୍ଦୁଝର,୩/୮(ଏସ ଏସ ନିଉଜ) ୬ କିମି ଚାଲି ଚାଲି ଜିଲ୍ଲାପାଳଙ୍କୁ ସମସ୍ୟା ଜଣାଇଠିଲେ ପିଲା ।ଜିଲ୍ଲାପାଳଙ୍କୁ ଭେଟି ନିଜ ସ୍କୁଲ ଅଧ୍ୟକ୍ଷଙ୍କ ବିରୋଧରେ ଅଭିଯୋଗ କରିଛନ୍ତି।ହଷ୍ଟେଲ ସମସ୍ୟା ସଂପର୍କରେ ଅଭିଯୋଗ କରିବାରୁ ଦୁର୍ବ୍ୟବହାର ହୋଇଥିବା ଅଭିଯୋଗ ହୋଇଛି ।

ଆଜି ୪ ଘଣ୍ଟା ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ

ଭୁବନେଶ୍ୱର,୩/୮(ଏସଏସନିଉଜ) ବନକଲାଗି ନୀତି ପାଇଁ ଆଜି ୪ ଘଣ୍ଟା ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ରହିବ । ଦ୍ୱିତୀୟ ଭୋଗମଣ୍ଡପ ଉଠିବା ପରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବ । ଏହା ଏକ ଗୁପ୍ତ ସେବା ନୀତି ହୋଇଥିବାରୁ ଦର୍ଶନ ବନ୍ଦ ରହିବ । ସନ୍ଧ୍ୟା ୫ଟାରୁ ରାତି ୯ଟା ପର୍ୟ୍ୟନ୍ତ ୪ ଘଣ୍ଟା ଦର୍ଶନ ବନ୍ଦ ରହିବ ବୋଲି ଜଣାପଡିଛି ।

୬ରୁ ବଢ଼ିବ ବର୍ଷା

ଭୁବନେଶ୍ୱର,୩/୮(ଏସଏସନିଉଜ) ରାଜ୍ୟରେ ୬ ତାରିଖରୁ ବର୍ଷା ପରିମାଣ ବଢିବାକୁ ଯାଉଛି ।ଏଥିରେ୫ ଜିଲ୍ଲାରେ ଅତିପ୍ରବଳ ଓ ୧୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବାର ଚେତାବନୀ ଜାରି କଲା ପାଣିପାଗ ବିଜ୍ଞାନ କେନ୍ଦ୍ର । ତେବେ ଏହାଫଳରେ ମୌସୁମୀ ସ୍ୱାଭାବିକ ଅବସ୍ଥାନକୁ ଫେରୁଥିବାର ଜଣାପଡିଛି ।

୨୪ ଘଣ୍ଟାରେ ୯୨୦ କରୋନା ସଂକ୍ରମିତ

ଭୁବନେଶ୍ୱର,୩/୮(ଏସଏସନିଉଜ)ରାଜ୍ୟରେ ୨୪ ଘଣ୍ଟାରେ ୯୨୦ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ସେଥିମଧ୍ୟରେ କ୍ୱାରେଣ୍ଟିନରୁ ୫୩୮ ଓ ଲୋକାଲ୍ କେସ୍ ୩୮୨ ହୋଇଥିବାବେଳେ ଚିହ୍ନଟଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୧୬୬ ଜଣ ଆକ୍ରାନ୍ତ ହୋଇଛନ୍ତି ।ସୁନ୍ଦରଗଡ଼ରୁ ୨୫୦, ଖୋର୍ଦ୍ଧାରୁ ୧୩୩, ସମ୍ବଲପୁରରୁ ୬୮ ଚିହ୍ନଟଦେଶରେ ଦିନକରେ ୧୭ ହଜାର ୧୩୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୪୭ ଜଣଙ୍କରମୃତୁ ହୋଇଛି ।ଯାହାଫଳରେ କରୋନାଜନିତ ମୃତ୍ୟୁସଂଖ୍ୟା ୫ ଲକ୍ଷ ୨୬ ହଜାର ୪୭୭କୁ ବୃଦ୍ଧି ପାଇଛି ।ସେହିଭଳିଭାବେ […]

ଜୟପୁରକୁ ପରୀକ୍ଷାମୂଳକ ବିମାନ ଉଡ଼ାଣଆରମ୍ଭ

ଭୁବନେଶ୍ୱର,୩/୮(ଏସଏସନିଉଜ)ଭୁବନେଶ୍ୱରରୁ କୋରାପୁଟର ଜୟପୁରକୁ ପରୀକ୍ଷାମୂଳକ ବିମାନ ଉଡ଼ାଣଆରମ୍ଭ ହୋଇଛି । ବିନା ଯାତ୍ରୀରେ କେବଳ କର୍ମଚାରୀଙ୍କୁ ନେଇ ଇଣ୍ଡିଆ ଏୟାର ୱାନ୍ ଉଡ଼ିଛି ।ଦିନ ୧୦ଟା ୩୫ରେ ବିମାନ ଟି ଭୁବନେଶ୍ୱର ବିମାନ ବନ୍ଦର ଛାଡ଼ିଥିଲା ।ଭୁବନେଶ୍ୱରରୁ ଜୟପୁରକୁ ୪୫ ମିନିଟ୍ ଲାଗିବ ବୋଲି କଂପାନୀ ପକ୍ଷରୁ ସୂଚନା ଦିଆଯାଇଛି ।

ଭୁବନେଶ୍ବରରୁ ଗିରଫ କଲା ପୋଲିସ

ଭୁବନେଶ୍ବର ,୩/୮(ଏସଏସନିଉଜ)ଚାକିରି ଦେବା ନାଁରେ ୨୧ ଲକ୍ଷ ଲୁଟ୍ ହୋଇଛି ।ଏହି ଠକାମୀର ଶିକାର ହୋଇଛନ୍ତି ମାଲକାନଗିରି ଜିଲ୍ଲା ମାଥିଲି ଅଞ୍ଚଳର ୪ଜଣ ଶିକ୍ଷିତ ଯୁବକ ଓ ଜଣେ ମହିଳା ।ସରକାରୀ ଚାକିରି ଦେବାକୁ କହି ୨୧ ଲକ୍ଷ ଚଳୁ କରିଦେଇଥିଲେ ଠକ ।ତେବେ ଭୁବନେଶ୍ୱର ନିକଟରୁ ପୋଲିସ ଅଭିଯୁକ୍ତ ବାଲେଶ୍ବର ଜିଲ୍ଲା ଗେଙ୍ଗୁଟି ଅଞ୍ଚଳରେ ଚିନ୍ମୟ ମହାପାତ୍ରଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ।

ଆଜିର ରାଶିଫଳ

୨୦୨୨ ମସିହା ଅଗଷ୍ଟ ମାସ ୩ ତାରିଖ (ବୁଧବାର)ଶ୍ରାବଣ ମାସ –ଶୁକ୍ଳପକ୍ଷ ,ତିଥି-ପଞ୍ଚମୀ ପ୍ରାତଃ ଘ୫/୪୨ ତଦନ୍ତେ ଷଷ୍ଠୀ ,ସୁର୍ୟୋଦୟ ପ୍ରାତଃ ଘ୦୫/୨୬/୩୪ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୮/୨୫ ,କର୍କଟ ରାଶିର ଘାତବାର ,ବୃଷ ରାଶିର ଘାତଚନ୍ଦ୍ର ,ଷଷ୍ଠୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ନିମ୍ବ ଭକ୍ଷଣ ନିଷେଧ ।  ମେଷ-ଆଜି ଶୁଭ ଫଳ ପାଇବେ । ସକାରାତ୍ମକ ମାନସିକତା ରହିବ ଇ ଲୋକ ସମ୍ପର୍କ ବଢିବ । ନିଜର ବ୍ୟବସାୟ ସମ୍ପ୍ରସାରଣ ଯୋଜନା କରିବା ପାଇଁ ଏହା […]

ଏକାଠି ହେଲେ ସୋମନାଥ ଭକ୍ତ

ବାରଙ୍ଗ,୧/୮ (ଏସଏସନିଜ) ରାଜଧାନୀ ଉପକଣ୍ଠ ଢାଉଆ ଗ୍ରାମରେ ଅବସ୍ଥାପିତ ସୋମନାଥ ମନ୍ଦିର ପରିସରରେ ଶ୍ରାବଣମାସ ର ତୃତୀୟପାଳୀ ସୋମବାରରେ ଏକାଠି ହୋଇଥିଲେ ସୋମନାଥ ପ୍ରେମୀ ଭକ୍ତ । ଆଧ୍ୟାତ୍ମିକ ଅନୁଷ୍ଠାନ ବାବା ସୋମନାଥ ସେନାର ଆହ୍ୱାନ କ୍ରମେ ଭୁବନେଶ୍ୱର ଉତର ନିର୍ବାଚନ ମଣ୍ଡଳୀର ବହୁ ସୋମନାଥ ପ୍ରେମୀ ଭକ୍ତ ଏକାଠି ହୋଇ ବାବା ସୋମନାଥଙ୍କର ଜୟଗାନ କରି ସୋମନାଥଙ୍କ ମହିମା ପ୍ରଚାର ସହ ବାନା ଟେକ ରହିବା ପାଇଁ ଆଲୋଚନା କରିଥିଲେ ।ଏହି ଅବସରରେ ସେନାର ସଭାପତି […]