Browsing monthly archive

August 2022

ରାଜ୍ୟରେ ଖୋଲିବ ୩୬ନୂଆ ଥାନା

ଭୁବନେଶ୍ୱର, ୨୭/୮(ଏସଏସନିଉଜ)ଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ । ପରିଚାଳନା ନିମନ୍ତେ ୫୬୩ ନୂଆ ପଦବୀ ସୃଷ୍ଟି ହେଉଛି ।ବର୍ଦ୍ଧିତ ଜନସଂଖ୍ୟା ଓ ପ୍ରଶାସନିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ୩୬ ନୂଆ ଥାନା ଖୋଲିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି ।  

ଭାଗର୍ବୀ ନଦୀବନ୍ଧରେ ଧସିଲା ମାଟି ଅତଡା

ଡ଼େଲାଙ୍ଗ,୨୭/୮(ଏସଏସ ନିଉଜ)ଭାର୍ଗବୀ ନଦୀବନ୍ଧରେ ଦୁଇଶହରୁ ଉର୍ଦ୍ଧ୍ବ ଲମ୍ବର ମାଟିଅତଡା ନଦୀମଧ୍ୟକୁ ଖସିଛି।ଗବକୁଣ୍ଡ କଟ ବନ୍ଧର କମାରସୁଆଁ ନିକଟରେ ଦୁଇଶହ ଫୁଟ ଲମ୍ବର ମାଟିଅତଡା ନଦୀ ମଧ୍ୟକୁ ଯାଇଛି।ଯାହାଫଳରେ ନଦୀବନ୍ଧ ପ୍ରତି ବିପଦ ସୃଷ୍ଟି ହୋଇଛି।

ଧଳା ଜହର ଜବତ

ଡ଼େଲାଙ୍ଗ,୨୭/୮(ଏସଏସ ନିଉଜ) ଗୁଣ୍ଡୁଚିପାଟଣା ଗ୍ରାମରୁ ପୁରୀ ଅବଜାରୀ ବିଭାଗ ପକ୍ଷରୁ ଚଢ଼ଉ କରି ଧଳା ଜହର ଜବତ କରିଛି।ଏହି ଘଟଣାରେ ଜଣେ ମହିଳାଙ୍କୁ ଅବକାରୀ ବିଭାଗ ଗିରଫ କରିଥିବାର ଜଣାପଡିଛି।

ନବଜାତ ଶିଶୁକନ୍ୟା ଉଦ୍ଧାର

ଡ଼େଲାଙ୍ଗ,୨୭/୮(ଏସଏସ ନିଉଜ)ଘୋରଡ଼ିଆର ବାରବାଟୀ ପଡିଆ ନିକଟରେ ଏକ ନବଜାତ ଶିଶୁକନ୍ୟା କୁ ଉଦ୍ଧାର କରା ଯାଇଛି। ଶିଶୁକନ୍ୟାକୁ କେହି ଛାଡି ଦେଇଥିବାର ଜଣାପଡିଛି।ସ୍ଥାନୀୟ ଯୁବକମାନେ ଶିଶୁକନ୍ୟା କୁ ଉଦ୍ଧାର କରି ଆଶା ଦିଦିକୁ ଦେବାପରେ ଚିକିତ୍ସା ପାଇଁ ଡକ୍ଟରଖାନରେ ଭର୍ତି କରାଯାଇଛି।

ମହାନଦୀକୁ ଡେଇଁଲେ ଯୁବକ

ବାରଙ୍ଗ,୨୭/୮(ଏସ ଏସ ନିଉଜ)ମହାନଦୀକୁ ଡେଇଁ ଯୁବକ ନିଖୋଜ ହୋଇଛନ୍ତି।ମୁଣ୍ଡଳି ବ୍ରିଜ ଉପରେ ସ୍କୁଟି ରଖି ଡେଇଁ ପଡିଲେ ।ଯୁବକଙ୍କ ପରିଚୟ ଜଣାପଡ଼ିନଥିବା ବେଳେ ଖବର ପାଇ ବାରଙ୍ଗ ଅଗ୍ନିଶମ ବାହିନୀ ପହଁଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି ।

କୁଞ୍ଜବିହାରୀ ମହାବିଦ୍ୟାଳୟର ଗର୍ବ ଓ ଗୈାରବ

ବାରଙ୍ଗ,୨୬/୮(ଏସଏସନିଉଜ)ବିହାରର ପାଟଣାଠାରେ ସେପ୍ଟେମ୍ବର ୧ ରୁ ୪ ପର୍ଯ୍ୟନ୍ତ ହେବାକୁଥିବା ଜାତୀୟ ଜୁନିଅର କବାଡି ପ୍ରତିଯୋଗିତାରେ ଭାଗ ନେବାକୁ ଥିବା ଓଡିଶା ମହିଳାଦଳରେ ବାରଙ୍ଗ କୁଞ୍ଜବିହାରୀ ମହାବିଦ୍ୟାଳୟ ଯୁକ୍ତ୩ ଦ୍ୱିତୀୟ ବର୍ଷ ଛାତ୍ରୀ କୁମାରୀ ଅନିତା ସେନାପତି ସାମିଲ ହୋଇ ମହାବିଦ୍ୟାଳୟକୁ ଗୌରବନିତ କରିଛନ୍ତି ।ସେ ଜଣେ ପରିଶ୍ରମୀ ଓ କ୍ରୀଡ଼ାବିତ ଅଟନ୍ତି । ସେ ଅତୀତରେ ଯୁକ୍ତ ୨ ଖୋ-ଖୋରେ ଓଡିଶା ଦଳରେ ପ୍ରତିନିଧିତ୍ବ କରିଥିବା ବେଳେ ଗତ ବର୍ଷ ଉତ୍କଳ ବିଶ୍ୱବିଦ୍ୟାଳୟ ମହିଳା କବାଡି […]

ଆଜିର ରାଶିଫଳ

ଅମାବାସ୍ୟା ଓ ଶ୍ରୀମନ୍ଦିରେ ସପ୍ତପୁରୀ ଭୋଗ ,୨୦୨୨ ମସିହା ଅଗଷ୍ଟ ମାସ ୨୭ ତାରିଖ (ଶନିବାର)ଭାଦ୍ରବମାସ -କୃଷ୍ଣ ପକ୍ଷ ,ତିଥି-ଅମାବାସ୍ୟା ଦିବା ଘ୧/୪୬ ପର୍ଯ୍ୟନ୍ତ ତଦନ୍ତେ ପ୍ରତିପଦା ,ସୁର୍ୟୋଦୟ ପ୍ରାତଃ ଘ୦୫/୩୩/୧୨ ,ସୂର୍ଯ୍ୟାସ୍ତ-ସନ୍ଧ୍ୟା ଘ୦୬/୦୨/୩୬ ,ବୃଷ, ସିଂହ ଓ କନ୍ୟା ରାଶିର ଘାତବାର ,କର୍କଟ ଓ ମକର ରାଶି ର ଘାତଚନ୍ଦ୍ର ,ଅମାବାସ୍ୟାର ଏକୋଦିଷ୍ଟ ସାମ୍ଭଶ୍ଚରିକ ଶ୍ରାଦ୍ଧ ମହାଳୟା ବିଧିରେ ହେବ । ମେଷ-ସାରାଦିନ କାର୍ଯ୍ୟରତ ରହିବେ। ସକଳ ଗୁଣର ଆଧାର ହେବେ। ସୁଖରେ ଦିନଟି ବିତିବ। […]

ଦୁଃଖଦ ଖବର

ଭୁବନେଶ୍ୱର,୨୬/୮(ଏସଏସନିଉଜ) ସାନଝିଅର ଜନ୍ମଦିନରେ ଚଲିଗଲା ୬ଜଣଙ୍କର ଜୀବନ ।ଏହିଭଳି ଦୁଃଖଦ ଘଟଣା ହରିୟାଣାର ଅମ୍ବାଲା ନିକଟସ୍ଥ ବାଲାନା ଗ୍ରାମରେ ଘଟିଛି ।ପରିବାରର ସଦସ୍ୟମାନେ ରାତ୍ରୀ ଭୋଜନ କରି ଶୋଇଥିଲେ ଏବଂ ସକାଳେ ଉଠିନ ଥିଲେ।ଗୋଟିଏ ପରିବାରର ଦୁଇ ଶିଶୁଙ୍କ ସମେତ ୬ ଜଣ ସଦସ୍ୟଙ୍କ ମୃତଦେହ ପୋଲିସ ଉଦ୍ଧାର କରିଥିଲା ।ପୋଲିସ ମୃତଦେହ ପାଖରୁ ଏକ ସୁଇସାଇଡ ନୋଟ ମଧ୍ୟ ଜବତ କରିଛି । ୩୪ ବର୍ଷିୟ ପୁଅ ସୁଖବିନ୍ଦର ସିଂ ଫାଶୀ ଲଗାଇ ଆତ୍ମହତ୍ୟା କରିବା […]

ଗୁଲାମନବୀଙ୍କ ବଡ ଘୋଷଣା

ଭୁବନେଶ୍ୱର,୨୬/୮(ଏସଏସନିଉଜ) ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ନେତା ଗୁଲାମନବୀ ଆଜାଦ କଂଗ୍ରେସରୁ ଇସ୍ତଫା ଦେବା ପରେ ପୁଣିଥରେ ଜମ୍ମୁ-କାଶ୍ମୀର ଫେରିବି ଓ ନିଜର ଏକ ନୂଆ ରାଜନୈତିକ ଦଳ ଗଠନ କରିବି ବୋଲି ଘୋଷଣା କରିଛନ୍ତି ।ଏହାପରେ ବିଜେପିରେ ସାମିଲ ହେବାର ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡିଥିଲା ।ଯାହା ଏବେ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ହୋଇଛି ।

ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ପ୍ରଧାନ ଶିକ୍ଷକ

ସୁନ୍ଦରଗଡ଼, ୨୬/୮(ଏସଏସନିଉଜ) ଭିଜିଲାନ୍ସ ଜାଲରେ ପଡ଼ିଲେ ଲାଞ୍ଚୁଆ ପ୍ରଧାନ ଶିକ୍ଷକ । ସୁନ୍ଦରଗଡ଼ ଜିଲ୍ଲା କୁମଝରିଆ ଝଉ/ଝଞ ହାଇସ୍କୁଲ ପ୍ରଧାନଶିକ୍ଷକ ସଂଜୟ ସାମଲ ।ଝିଅର ସାର୍ଟିଫିକେଟ ଦେବାକୁ ଜଣେ ଗରିବ ବାପାଠାରୁ ଲାଞ୍ଚ ନେବାବେଳେ ଧରାପଡ଼ିଥିଲେ ।୧୨ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ହାତରେ ଧରାପଡିଯାଇଥିଲେ ।