Browsing monthly archive

August 2022

ପୋଲିସ ଡରରେ ପୋଲରେ ପିଟିଲା କାର୍

ବୌଦ୍ଧ,୨୬/୮(ଏସଏସନିଉଜ)ପୋଲିସ ଡରରେ ପୋଲରେ ପିଟିହୋଇଗଲା କାର୍ ।ଯାହାଫଳରେ ଜଣଙ୍କର ମୃତ୍ୟୁ ଘଟିଛି । ମନମୁଣ୍ଡା ଥାନା ଅନ୍ତର୍ଗତ ମେହେଗୁଡ଼ି ନିକଟରେ ପିଟି ହୋଇଯାଇଛି କାର୍. ।କାରରେ ଗଂଜେଇ ଥିବା ଖବର ପାଇ ପଛରୁ ପିଛା କରୁଥିଲା ପୋଲିସ ଗାଡ଼ି.ାଦୁର୍ଘଟଣାଗ୍ରସ୍ତ କାରରୁ ଗଞ୍ଜେଇ ଜବତ ପୋଲିସ କରିଥିବାବେଳେ କାରରେ ଥିବା ଆଉ ୨ ଜଣ ଫେରାର ହୋଇଯାଇଥିବାର ଜଣାପଡିଛି ।

ଆଜିର ରାଶିଫଳ

୨୦୨୨ ମସିହା ଅଗଷ୍ଟ ମାସ ୨୬ ତାରିଖ (ଶୁକ୍ରବାର)ଭାଦ୍ରବ ମାସ -କୃଷ୍ଣପକ୍ଷ .ତିଥି-ଚତୁର୍ଦ୍ଦଶୀ ଦିବା ଘ୧୨/୧୮ ପର୍ଯ୍ୟନ୍ତ ତଦନ୍ତେ ଅମାବାସ୍ୟା ,ସୁର୍ୟୋଦୟ ପ୍ରାତଃ ଘ୦୫/୩୨/୫୭ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୩/୨୪ ,ବିଛା, ଧନୁ ଓ ମୀନ ରାଶିର ଘାତବାର ,କର୍କଟ ଓ ମକର ରାଶିର ଘାତଚନ୍ଦ୍ର ,ଅମାବାସ୍ୟାର ପାର୍ବଣଶ୍ରାଦ୍ଧ ମହାଳୟା ବିଧିରେ ହେବ ,ବିରି ଦିବା ଘ୧୨/୧୮ ଗତେ ସ୍ତ୍ରୀ ତୈଳ ବର୍ଜନ ଓ ମାଂସ ଭକ୍ଷଣ ନିଷେଧ । ମେଷ-ଆଜି ଏକ ଭଲ ଦିନ ହେବ । […]

ବାଇକ୍ ସହ ଭାସିଗଲେ ଯୁବକ !

ଫୁଲବାଣୀ,୨୫/୮(ଏସଏସନିଉଜ) ପୋଲରୁ ବାଇକ୍ ସହ ଭାସିଗଲେ ଯୁବକ ।ସାଂଲୁକୀ ନଦୀ ପୋଲ ଉପରେ ପାଣି ଚାଲୁଥିବାରୁ ଭାସିଗଲେ ।ରାତିରେ ପୋଲ ଉପରେ ପାଣି ଚାଲୁଥିବାରୁ ଜାଣି ପାରି ନ ଥିଲେ ।ନଦୀଖଣ୍ଡିସାହି-ଡାକପାଲାକୁ ସଂଯୋଗ କରୁଛି ସାଂଲୁକୀ ପୋଲ ।ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ପରେ ଅଗ୍ନିଶମ ବାହିନୀ ଆଦି ଖୋଜାଖୋଜି ଆରମ୍ଭ କରିଛି ।    

ମୋବାଇଲ ପାଇଁ ଆତ୍ମହତ୍ୟା !

କେନ୍ଦୁଝର, ୨୫/୮(ଏସଏସନିଉଜ) କେନ୍ଦୁଝର ମହୁଲଡ଼ିହା ଗାଁରେ ଅଭାବନୀୟ ଘଟଣା ଘଟିଛି ।ମୋବାଇଲ୍ ପାଇଁ ଟଙ୍କା ନଦେବାରୁ ପୁଅ ଆତ୍ମହତ୍ୟା କରିଛି ।ମୃତକ ହେଉଛନ୍ତି ବିଶ୍ଵାମିତ୍ର ନାଏକ ।ଗତକାଲି ସନ୍ଧ୍ୟାରେ ମୋବାଇଲ୍ କିଣିବାକୁ ମାଆଙ୍କୁ ୨ ହଜାର ଟଙ୍କା ମାଗିଥିଲେ ବିଶ୍ବାମିତ୍ର ।ଟଙ୍କା ନ ଦେବାରୁ କୀଟନାଶକ ପିଇ ଦେଇଥିଲେ ।  

ବିଦ୍ୟୁତତାର ଲାଗି ୨ହାତୀ ମୃତ

କେନ୍ଦୁଝର, ୨୫/୮(ଏସଏସନିଉଜ) ବିଦ୍ୟୁତ ତାର ଲାଗି ୨ ମାଈ ହାତୀ ମୃତ୍ୟୁବରଣ କରିଛନ୍ତି ।ସଦର ରେଞ୍ଜ୍ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ମୃତ୍ୟୁବରଣ କରିଛନ୍ତି । କିପରି କେଉଁ ପରିସ୍ଥିତିରେ ବିଦ୍ୟୁତ ତାରରେ ଲାଗିଲେ ଖୋଳତାଡ଼ ଆରମ୍ଭ କରିବାକୁ ଘଟଣା ସ୍ଥଳରେ ପହଞ୍ଚିଲେ ବନ କର୍ମଚାରୀ ।  

ଏଟିଏମ୍ ତାଡ଼ି ନେଇଗଲେ ଦୁର୍ବୃତ୍ତ

ଯାଜପୁର, , ୨୫/୮(ଏସଏସନିଉଜ) ଏସ୍‌ବିଆଇ ଏଟିଏମ୍ ତାଡ଼ି ନେଇଗଲେ ଦୁର୍ବୃତ୍ତ ।ଧର୍ମଶାଳା ଥାନା ନେଉଳପୁରରେ ଇଞଗ ତାଡ଼ି ନେଇଛନ୍ତି ।ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ସହ ପୁଲିସ ପହଁଚି ତଦନ୍ତ ଆରମ୍ଭ କରିଛି ।  

ଆଜିର ରାଶିଫଳ

୨୦୨୨ ମସିହା ଅଗଷ୍ଟ ମାସ ୨୫ ତାରିଖ (ଗୁରୁବାର)ଭାଦ୍ରବ ମାସ -କୃଷ୍ଣ ପକ୍ଷ ,ତିଥି-ତ୍ରୟୋଦଶୀ ଦିବା ଘ୧୦/୨୫ ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଦ୍ଦଶୀ ,ସୁର୍ୟୋଦୟ ପ୍ରାତଃ ଘ୦୫/୩୨/୪୨ ,ସୂର୍ଯ୍ୟାସ୍ତ  -ସନ୍ଧ୍ୟା ଘ୦୬/୦୪/୧୨ ,ତୁଳା ଓ କୁମ୍ଭ ରାଶିର ଘାତବାର ,ଚତୁର୍ଦ୍ଦଶୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ବାଇଗଣ ଦିବା ଘ୧୦/୨୫ ଗତେ ବିରି ଭକ୍ଷଣ ନିଷେଧ । ମେଷ-ଆଜି ଆପଣ ସାଂସାରିକ ବିଷୟକୁ ଏକପାଖରେ ରଖିକରି ଆଧ୍ୟାତ୍ମିକତା ଆଡ଼କୁ ଧ୍ୟାନ ରହିବ। ଗଭୀର ଭାବନା ଏବଂ ମନ୍ଥନ ଆପଣଙ୍କୁ […]

ଯୁକ୍ତ ୩ ନାମଲେଖା ଅବଧି ବୃଦ୍ଧି

ଭୁବନେଶ୍ୱର,୨୪/୮(ଏସ ଏସ ନିଉଜ)ବନ୍ୟା ସ୍ଥିତିକୁ ଦେଖି ଯୁକ୍ତ ୩ ନାମଲେଖା ଅବଧି ବୃଦ୍ଧି ହୋଇଛି।ଅନ୍‌ଲାଇନ୍ CAF ଆବେଦନ ଶେଷ ତାରିଖ ଅଗଷ୍ଟ ୨୫ରୁ ସେପ୍ଟେମ୍ବର ୧କୁ ବୃଦ୍ଧି କରାଯାଇଛି ।ପ୍ରଥମ ପର୍ଯ୍ୟାୟ ନାମଲେଖା ସେପ୍ଟେମ୍ବର ୭ରୁ ୧୧ ପର୍ଯ୍ୟନ୍ତ ଚାଲିବ।ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ସେପ୍ଟେମ୍ବର ୧୬ରୁ ୧୯ ଯାଏଁ ।ସ୍ପଟ ସିଲେକ୍ସନ୍ ସେପ୍ଟେମ୍ବର ୧୯ ପରିବର୍ତ୍ତେ ୨ରୁ ଆରମ୍ଭ ହେବ ବୋଲି ଜଣାପଡିଛି।

ଭିଜିଲାନ୍ସ ଜାଲରେ ଲୋଇସିଙ୍ଗା ଥାନା IIC

ବଲାଙ୍ଗୀର,୨୪/୮(ଏସ ଏସ ନିଉଜ)ଭିଜିଲାନ୍ସ ଜାଲରେ ଲୋଇସିଙ୍ଗା ଥାନା IIC ସଂଗ୍ରାମ ପଟ୍ଟନାୟକ।୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ।ମଦ ବୋଝେଇ ଗାଡ଼ି ଛାଡ଼ି ଦେବାକୁ ଲାଞ୍ଚ ନେବା ବେଳେ ଧରାପଡ଼ିଲେ।

ରେଳଧାରଣରୁ ମୃତଦେହ ଉଦ୍ଧାର

ଚନ୍ଦ୍ରଶେଖରପୁର,୨୪/୮(ଏସ ଏସ ନିଉଜ) ପଟିଆ ରେଳଷ୍ଟେସନ ନିକଟ ରେଳଧାରଣାରୁ ବୁଧବାର ସକାଳେ ଜଣେ ଅପରିଚିତ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରିଛି ରେଳବାଇ ପୁଲିସ | ସୂଚନା ଅନୁସାରେ ଦିନ ୧୧ଟା ସୁଦ୍ଧା ରେଳ ଧାରଣାରେ ଜଣେ ବ୍ୟକ୍ତିଙ୍କ ମୃତଦେହ ପଡ଼ିଥିବା ଖବର ପାଇଥିଲେ ପୋଲିସ ।ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ ।ମୃତ ବ୍ୟକ୍ତି ଜଣକ ଗୋଟେ ନାଲି ରଙ୍ଗର ଗଞ୍ଜି, ଭିତରେ ନୀଳ ରଙ୍ଗର ଗଞ୍ଜି ଓ […]