Browsing monthly archive

August 2022

ବାରବାଟୀରେ ହେବ ଲିଜେଣ୍ଡ କ୍ରିକେଟ ଲିଗ୍

  କଟକ,୨୪/୮(ଏସଏସନିଉଜ) ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଲିଜେଣ୍ଡ କ୍ରିକେଟ ଲିଗ୍।ସେପ୍ଟେମ୍ବର ୨୭, ୨୯ ଓ ୩୦ ତାରିଖରେ ଖେଳାଯିବ ମ୍ୟାଚ୍।ଭାରତ ସମେତ ବିଶ୍ୱର ବିଭିନ୍ନ ଦେଶର ଅନ୍ତର୍ଜାତୀୟ ଖେଳାଳି ଯୋଗ ଦେବେ।କଟକ ସମେତ ଦେଶର ୬ଟି ସ୍ଥାନରେ ମ୍ୟାଚ୍ ଖେଳାଯିବାକୁ ନିଷ୍ପତ୍ତି ହୋଇଛି ।

ଡିସେମ୍ବର୨୭ରୁ ଧନୁଯାତ୍ରା

ବରଗଡ଼,୨୪/୮(ଏସଏସ ନିଉଜ)ବରଗଡର ବିଶ୍ୱ ପ୍ରସିଦ୍ଧ ଧୁନଯାତ୍ରା ପାଇଁ ତାରିଖ ଘୋଷଣା ହୋଇଛି।ଡିସେମ୍ବର ୨୭ରୁ ୧୧ ଦିନ ଧରି ଚାଲିବ ଧନୁଯାତ୍ରା।ପ୍ରସ୍ତୁତି ବୈଠକ ପରେ ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ବଜ୍ରପାତ ନେଲା ଜୀବନ

ମାଲକାନଗିରି,୨୪/୮(ଏସ ଏସ ନିଉଜ) ଗାଁ ଦାଣ୍ଡରେ ବସିଥିବା ବେଳେ ବଜ୍ରପାତ ହୋଇ ୨ଜଣ ମୃତୁବରଣ କରିଛନ୍ତି । ବାଉଁଶଗୁଡ଼ା ଗାଁ ଦାଣ୍ଡରେ ବସି କିଛି ଲୋକ କଥା ହେଉଥିବା ବେଳେ ବଜ୍ରପାତ ହୋଇଥିଲା। ଘଟଣାସ୍ଥଳରେ ଜଣେ ମୃତୁବରଣ କରିଥିବାବେଳେ ଅନ୍ୟ ଜଣଙ୍କୁ ଡାକ୍ତରଖାନାରେ ମୃତ ଘୋଷଣା କରାଯାଇଥିବାର ଜଣାପଡିଛି। ବଜ୍ରାଘାତରେ ଅନ୍ୟ ୪ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ହୋଇଛନ୍ତି ।

ନିଜେ ହଡପ କରି ଲୁଟ କାହାଣୀ କରିଥିଲେ

ସମ୍ବଲପୁର,୨୪/୮(ଏସ ଏସ ନିଉଜ) ଅର୍ଥ ଲଗାଣକାରୀ ସଂସ୍ଥା କର୍ମଚାରୀଙ୍କଠୁ ଲୁଟ୍ ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ। ନିଜେ ହଡପ କରି ଲୁଟ କାହାଣୀ କରିଥିବା ପ୍ରେସମିଟରେ ଏସ୍‌ପି ସୂଚନା ଦେଇଛନ୍ତି। ଅଭିଯୋଗକାରୀ ଏଜେଣ୍ଟ ସହ ୩ ଗିରଫ , ୫୪ ହଜାର ଲୁଟ୍ ଅଭିଯୋଗ ଥିଲା।    

ବେଆଇନ ଗୁଟଖାକାରଖାନା ଠାବ

ବ୍ରହ୍ମପୁର,୨୪/୮(ଏସ ଏସ ନିଉଜ) ବେଆଇନ ଗୁଟଖା କାରଖାନା ଉପରେ ରେଡ୍‌ କରିଛି ପୋଲିସ । ୩୨ ବସ୍ତା ଗୁଟଖା ଜବତ କଲା ପୋଲିସ।ନାମୀଦାମୀ କମ୍ପାନି ନାଁରେ ଗୁଟଖା ଓ ପାନ୍ ମସଲା ବିକ୍ରି ହେଉଥିଲା । ବହୁ ପରିମାଣରେ ମସଲା ସାମଗ୍ରୀ ଜବତ କରିବା ସହ ଏହି ଘଟଣାରେ କୈଳାସ ସାହୁ ଓ ଶଙ୍କର ସାହୁ ନାମକ ବ୍ୟକ୍ତିଙ୍କୁ ଅଟକ ରଖିଛି। ଜବତ ଗୁଟଖା ଦାମ ୨୦ଲକ୍ଷ ଟଙ୍କାରୁ ଅଧିକ ବୋଲି ଜଣାପଡିଛି।

ଗଜପତିରୁ ଗଞ୍ଜେଇ ଜବତ

ଗଜପତି,୨୪/୮(ଏସ ଏସ ନିଉଜ)ଗଜପତି ମର୍ଲଭା ଘାଟିରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି।ଆନ୍ତଃରାଜ୍ୟ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଖବର ପାଇ ଅବକାରୀ ବିଭାଗର ଚଢାଉ କରିଥିଲା।୪୨ ଟି ପ୍ୟାକେଟରେ ପାଖାପାଖି ୮୪ କିଲୋ ଗଞ୍ଜେଇ ଜବତ ହୋଇଛି।ଚନ୍ଦ୍ରଗିରିରୁ ଆନ୍ଧ୍ର ପ୍ରଦେଶର ଦେଇ ପଶ୍ଚିମବଙ୍ଗ ଚୋରା ଚାଲାଣ ହେଉଥିବା ବେଳେ ଗଞ୍ଜେଇ ଜବତ ହୋଇଛି।

ଚିକିତ୍ସା ପାଇଁ ବିଦେଶ ଯିବେ ସୋନିଆ

ଭୁବନେଶ୍ୱର,୨୪/୮(ଏସ ଏସ ନିଉଜ)ସ୍ଵାସ୍ଥ୍ୟ ପରୀକ୍ଷା ପାଇଁ ବିଦେଶ ଯିବେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ। ତାଙ୍କ ସହ ପ୍ରିୟଙ୍କା ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ମଧ୍ୟ ବିଦେଶ ଗସ୍ତ କରିବେ।କରୋନା ସଂକ୍ରମିତ ହେବା ପରେ ସୋନିଆ ଗାନ୍ଧୀ ସ୍ଵାସ୍ଥ୍ୟଗତ ସମସ୍ୟା ଦେଇ ଗତି କରୁଛନ୍ତି।ତେଣୁ ଚିକିତ୍ସା ପାଇଁ ସେ ବିଦେଶ ଗସ୍ତ କରୁଥିବା ନେଇ ମିଳିଲା ସୂଚନା ।

ମହାନଦୀକୁ ଡେଇଁଲେ ବୟସ୍କ ନାଗରିକ

କଟକ,୨୪/୮(ଏସ ଏସ ନିଉଜ) ଯୋବ୍ରା ବ୍ୟାରେଜ୍‌ରୁ ମହାନଦୀ କୁ ଡେଇଁଲେ ବୟସ୍କ ନାଗରିକ। ତାଙ୍କ ନାମ ରତ୍ନାକର ଦାସ। ଘର ମହାନଦୀବିହାର ଅଞ୍ଚଳରେ। ଅଗ୍ନିଶମ ବିଭାଗ ତାଙ୍କୁ ଉଦ୍ଧାର କରି ଏସ୍‌ସିବି ମେଡିକାଲକୁ ପଠାଇଲେ। ତେବେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି।

ଭୁଲ ମାଗିଲେ ସମାଧାନ

ଭୁବନେଶ୍ୱର,୨୪/୮(ଏସ ଏସ ନିଉଜ)ମାନହାନୀ ମାମଲା ଦାୟର ପରେ ପ୍ରକୃତିଙ୍କ ଓକିଲଙ୍କ ପ୍ରତିକ୍ରିୟା ରଖିଛନ୍ତି ।ସେ କହିଛନ୍ତି ପୋଲିସ ଠାରୁ ନ୍ୟାୟ ନମିଳିବାରୁ କୋର୍ଟ ଯାଇଛୁ, ତେବେ ଏବେ ବି ସମାଧାନର ଦ୍ୱାର ଖୋଲା ଅଛି, ଯଦି ଦୁଇ ପକ୍ଷ ଆପୋସ ଆଲୋଚନା କରିବେ, ସମାଧାନ ହେବ, ଅଭିଯୁକ୍ତମାନେ ଯଦି ଭୁଲ୍ ମାଗିବେ ସମାଧାନ ହେବ ବୋଲି ଓକିଲ କହିଛନ୍ତି।

ଭୁବନେଶ୍ୱରରେ ଏଥର କଟକଣାବିହୀନ ଗଣେଶପୂଜା

ଭୁବନେଶ୍ୱର,୨୪/୮(ଏସଏସନିଉଜ)ଗଣେଶ ପୂଜା ସଂପର୍କରେ BMC   କମିଶନରଙ୍କ ପ୍ରତିକ୍ରିୟା ଦେଇଛନ୍ତି ।ସେ କହିଛନ୍ତି କୋଭିଡ କଟକଣା ଉଠିଛି ।ଲୋକଙ୍କୁ ନେଇ ପୂଜା ହୋଇପାରିବ । ପରଦା ଆଢୁଆଳରେ ନୁହେଁ, ଏଥର ଭକ୍ତ ସିଧାସଳଖ ଦର୍ଶନ କରିବେ । କଟକଣା ଉଠିଥିଲେ ବି ମାସ୍କ ବ୍ୟବହାର କରିବାକୁ ନିବେଦନ କରିଛନ୍ତି କମିଶନର ।