Browsing monthly archive

August 2022

ଆଖି ବୁଜିଲେ ପପୁଲାର୍ ଟିକ୍‌ଟକ୍ ଷ୍ଟାର

ଭୁବନେଶ୍ୱର,୨୩/୮(ଏସଏସନିଉଜ) ଆଖି ବୁଜିଲେ ପପୁଲାର୍ ଟିକ୍‌ଟକ୍ ଷ୍ଟାର ତଥା ଭାରତୀୟ ଜନତା ପାର୍ଟି ନେତ୍ରୀ ସୋନାଲି ଫୋଗାଟ । ୪୨ ବର୍ଷୀୟ ସୋନାଲି କୌଣସି କାମରେ ଗୋଆ ଯାଇଥିବା ବେଳେ ଗତକାଲି ରାତିରେ ତାଙ୍କର ହୃଦଘାତ ଯୋଗୁ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଫୋଗାଟ ୨୦୧୯ ହରିୟାଣା ନିର୍ବାଚନରେ ବିଜେପି ଟିକେଟରେ ଆଡାମପୁରରୁ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ।

ବୟଫ୍ରେଣ୍ଡକୁ ହେବ ନୋଟିସ

ଭୁବନେଶ୍ୱର,୨୩/୮(ଏସଏସ ନିଉଜ)ଭୁବନେଶ୍ୱରରେ ସଫ୍ଟଓୟାର ଇଂଜିନିୟର ଶ୍ୱେତା ଆତ୍ମହତ୍ୟା ଘଟଣାରେ ବୟଫ୍ରେଣ୍ଡ ସୌମ୍ୟଜିତକୁ ନୋଟିସ୍ କରିବ କମିଶନରେଟ୍ ପୋଲିସ ।ପଚରାଉଚରା ପାଇଁ ହାଜର ହେବାକୁ ନୋଟିସ୍ କରିବ ପୋଲିସ ।ସୌମ୍ୟଜିତ ପଢୁଥିବା ପ୍ରତିଷ୍ଠିତ ଅନୁଷ୍ଠାନରେ ପୋଲିସ ଖୋଜିଥିବା ସୂଚନା ମିଳିଛି ।

ବନ୍ୟାସ୍ଥିତି ସମୀକ୍ଷାକଲେ ମନ୍ତ୍ରୀ

ଭୁବନେଶ୍ୱର,୨୩/୮(ଏସ ଏସ ନିଉଜ)ବନ୍ୟାସ୍ଥିତି ସମୀକ୍ଷାକଲେ ମନ୍ତ୍ରୀ ପ୍ରତାପଦେବ ।ଭୋଗରାଇ ରେ ବନ୍ୟା ସ୍ଥିତି ସମୀକ୍ଷା କରିଛନ୍ତି ମନ୍ତ୍ରୀ ପ୍ରତାପ ଦେବ । ସମୀକ୍ଷା ପରେ ପରିସ୍ଥିତି ଉପରେ ନଜର ରଖିଥିବା କଥା କହିଛନ୍ତି ମନ୍ତ୍ରୀ ।

ସ୍ତ୍ରୀକୁ ହତ୍ୟାପରେ ସ୍ୱାମୀର ଆତ୍ମହତ୍ୟା

ବଲାଙ୍ଗିର,୨୩/୮(ଏସ ଏସ ନିଉଜ) ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା ପରେ ସ୍ୱାମୀ ଆତ୍ମହତ୍ୟା କରିଛି।ସ୍ତ୍ରୀକୁ ହତ୍ୟା ପରେ ବେକରେ ରଶି ଲଗାଇ ସ୍ୱାମୀକରିଛି ଆତ୍ମହତ୍ୟା । ଚାଷ ଜମିରେ ଉଭୟଙ୍କ ମଧ୍ୟରେ ବଚସା ପରେ ଏହି ଅଘଟଣ ଘଟିଛି।ବେଲପଡ଼ା ଥାନା ଡେବ୍ରିପାଲି ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି।

ରାହୁଲ ଦ୍ରାବଡଙ୍କୁ କରୋନା

ଭୁବନେଶ୍ୱର,୨୩/୮(ଏସଏସ ନିଉଜ)ଏସିଆ କପ ପୂର୍ବରୁ ଭାରତୀୟ କ୍ରିକେଟ ଦୀଳକୁ ବଡ଼ ଝଟକା ଲାଗିଛି।ହେଡ୍‌ କୋଚ୍‌ ରାହୁଲ ଦ୍ରାବଡଙ୍କୁ କରୋନା ପଜିଟିଭ୍ ବୋଲି ଜଣାପଡିଛି। ୨୭ ଅଗଷ୍ଟରୁ ଏସିଆ କପ ଆରମ୍ଭ ହେବାକୁ ଯାଉଛି। ସେଥିପାଇଁ ଟିମ୍‌ ଇଣ୍ଡିଆ ଆଜି ୟୁଏଇ ଯିବେ।ହେଲେ ବର୍ତ୍ତମାନ ବିନା ଦ୍ରାବଡଙ୍କ ସହ ଟିମ୍‌ ଖେଳିବ ଏସିଆ କପ।

ଆଜିର ରାଶିଫଳ

କାଳୀୟଦଳନ ଏକାଦଶୀ ,୨୦୨୨ ମସିହା ଅଗଷ୍ଟ ମାସ ୨୩ ତାରିଖ (ମଙ୍ଗଳବାର)ଭାଦ୍ରବ ମାସ -କୃଷ୍ଣ ପକ୍ଷ ,ତିଥି-ଏକାଦଶୀ ମଳ ପ୍ରାତଃ ଘ୫/୩୬ ପର୍ଯ୍ୟନ୍ତ ତଦନ୍ତେ ଦ୍ୱାଦଶୀ ,ସୁର୍ୟୋଦୟ ପ୍ରାତଃ ଘ୦୫/୩୨/୧୪ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୫/୪୮ ,ମକର ରାଶିର ଘାତବାର ,କନ୍ୟା ରାଶିର ଘାତଚନ୍ଦ୍ର ,ଦ୍ୱାଦଶୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ପୋଇଶାଗ ଭକ୍ଷଣ ନିଷେଧ । ମେଷ-ଆଜି ଦିନଟି ମଧ୍ୟମ ଧରଣର ରହିବ । ପରିବାରର ସଦସ୍ୟଙ୍କ ସଙ୍ଗେ ଯୁକ୍ତିତର୍କ ଓ ଝଗଡା ନିଶ୍ଚିତ ହେବ । […]

ତାରଜାଲି ଭାଙ୍ଗି ପଶିଲା ଜଙ୍ଗଲୀ ହାତୀ

ବାରଙ୍ଗ୨୨/୮(ଏସଏସନିଉଜ) ଖାଦ୍ୟ ଅନ୍ବେଷଣରେ ଚନ୍ଦକା ଅଭୟାରଣ୍ୟର ଜଙ୍ଗଲୀ ହାତୀଙ୍କ ଦ୍ବାରା ବାରମ୍ବାର ନନ୍ଦନକାନନ ପ୍ରାଣୀଉଦ୍ୟାନ ସୁରକ୍ଷା ତାରଜାଲି ଭାଙ୍ଗି ପଶିବା ଘଟଣା ଏବେ ନନ୍ଦନକାନନ ପାଇଁ ବିପଦ ସୃଷ୍ଟି କରିଛି । ଗତ କିଛି ମାସର ବ୍ୟବଧାନ ପରେ ପୁଣି ରବିବାର ରାତିରେ ନନ୍ଦନକାନନ ପ୍ରାଣୀଉଦ୍ୟାନ ପରିସରରେ ଚନ୍ଦକା ଜଙ୍ଗଲରୁ ଖାଦ୍ୟ ଅନ୍ବେଷଣରେ ଆସି ହାତୀଟି ନନ୍ଦନକାନନ ପଛପଟ ଦକ୍ଷିଣ-ପଶ୍ଚିମ ପଟ ସୁରକ୍ଷା ତାରଜାଲି ଭାଙ୍ଗି ସେହି ବାଟଦେଇ ଭିତରକୁ ପ୍ରବେଶ କରିଥିଲା। ପରିସରରେ ଏଣେତେଣେ ବୁଲିବା […]

ଡକାୟତି ଘଟଣାରେ ଆଉ ୩ ଗିରଫ

ବାରଙ୍ଗ,୨୨/୮(ଏସଏସନିଉଜ)ଗତ ଜୁନ୨୫ତାରିଖ ରାତିରେ ଚନ୍ଦକାଥାନା ଅର୍ନ୍ତଗତ ମେଣ୍ଢାଶାଳହରିପୁର ଗାଁର ଜଣେ ଅବସରପ୍ରାପ୍ତ କିରାଣୀଙ୍କ ଘରୁ ହୋଇଥିବା ଡକାୟତି ଘଟଣାର ପୋଲିସ ୩ଜଣଙ୍କୁ ଗିରଫ କରି ସୋମବାରଦିନ କୋର୍ଟଚାଳଣ କରିଛି ।ସେମାନେ ହେଲେ ବାଙ୍କିଥାନା ଅର୍ନ୍ତଗତ ପାଥପୁର ଗାଁର ବିଜୟସାହୁ ,ଆସ୍କାଥାନା ଅଧିନସ୍ଥ ସୁନାପାଲିର ଦୁଃଖିଶ୍ୟାମ ନାୟକ(ମୁଷା), ଜଟଣୀ ଥାନା ଅଧିନସ୍ଥ ବାଲିଛକ ମୁଣ୍ଡାସାହିର ସାୟଦ୍ ଫୟଜ ।ସେମାନଙ୍କଠାରୁ ପୋଲିସ ନଗଦ ୫ଲକ୍ଷ ଟଙ୍କା ଓ ୭.୫ଲକ୍ଷ ଟଙ୍କାମୁଲ୍ୟର ୧୬୦ ଗ୍ରାମର ସୁନା ଅଳଙ୍କାର ଜବତ କରିଛି । […]

ନନ୍ଦନକାନନରେ ସିମ୍ପାଜି କୁଇନ ମୃତ୍ୟୁ

ବାରଙ୍ଗ,୨୨/୮(ଏସଏସନିଉଜ)ନନ୍ଦନକାନନ ପ୍ରାଣୀଉଦ୍ୟାନ ଗୈାରବ ଆଣିଦେଇଥିବା ୬୦ନମ୍ବର ଏନକ୍ଲୋଜରରେ ରହୁଥିବା ୮ମାସର ସିମ୍ପାଜି ଛୁଆ କୁଇନ ସୋମବାର ସକାଳେ ମୃତ୍ୟୁବରଣ କରିଛି । କୁଇନ କିଛିଦିନ ହେବ ବାତଜ୍ବର ରୋଗରେ ପିଡୀତ ହୋଇ ବନ୍ୟପ୍ରାଣୀ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲା।ଚଳିତ ମାସରୁ କୁଇନ ଠିକ୍ ଭାବରେ ଚଲାବୁଲା କରିପାରୁନଥିଲା।ଫଳରେ ପର୍ୟ୍ୟଟକମାନେ କୁଇନକୁ ଦେଖିବାରୁ ବଞ୍ଚିତ ହେଉଥିଲେ।ଧିରେଧିରେ କୁଇନ ଖାଇବା କମାଇ ଦେବାରୁ ଶ୍ବାସ କ୍ରିୟାରେ ଅସୁବିଧା ହେବାରୁ ଅମ୍ଲଜାନ ଲଗାଯାଇଥିଲା।ଫଳରେ ସେ ରୁଗଣ ହୋଇପଡିଥିଲା।ଗତ ବୁଧବାରଠାରୁ ବୈଷୟିକ ଓ ସ୍ବାସ୍ଥ୍ୟ […]

ଭାସିଗଲେ ମହିଳା

ଜଳେଶ୍ୱର,୨୨/୮(ଏସଏସ ନିଉଜ)ସୁବର୍ଣ୍ଣରେଖା ନଦୀରେ ଭାସିଯାଇ ମହିଳା ମୃତୁବରଣ କରିଛନ୍ତି ।ବାଲିଆପାଳ ବ୍ଲକ ବଡ଼ତାଳପଦା ଗାଁ ନିକଟ ସୁବର୍ଣ୍ଣରେଖା ବନ୍ୟା ପାଣିରେ ଭାସିଯାଇଛନ୍ତି।ଶୌଚ ପାଇଁ ଯାଇଥିବାବେଳେ ଭାସିଯାଇ ଥିଲେ ।ସ୍ଥାନୀୟ ଲୋକ ମୃତଦେହକୁ ଉଦ୍ଧାର କରିଛନ୍ତି ।