Browsing monthly archive

August 2022

ବିଲରେ କାମ କରିବା ବେଳେ ହେଲା ବଜ୍ରାଘାତ

ଉଦଳା,୨୨/୮(ଏସ ଏସ ନିଉଜ)ବଜ୍ରାଘାତରେ ପରିବାରର ଜଣେ ମୃତୁବରଣ କରିଥିବା ବେଳେ ୫ଜଣ ସମ୍ପର୍କୀୟ ଗୁରୁତର ହୋଇଛନ୍ତି ।ଖୁଣ୍ଟା ଥାନା କନ୍ଦଳିଆ ଗାଁର ବିଲରେ କାମ କରିବା ବେଳେ ବଜ୍ରାଘାତ ହୋଇଥିଲା ।ଗୁରୁତର ଥିବା ୫ ଜଣଙ୍କୁ ସ୍ଥାନୀୟ ଡୁକୁରା ମେଡିକାଲରେ ଭର୍ତ୍ତି କରାଯାଇଛି।  

ମାଓବାଦୀଙ୍କ ଭୟରେ ଗାଁ ଛାଡ଼ିଲେ

ନୂଆପଡ଼ା,୨୨/୮(ଏସ ଏସ ନିଉଜ) ମାଓବାଦୀଙ୍କ ଭୟରେ ଗାଁ ଛାଡ଼ିଲେ ୨ ପରିବାରର ୧୫ ସଦସ୍ୟ ।କୋମନା ଢେକୁନ ପାନିରେ ୨ ଦିନ ତଳେ ମାଓବାଦୀ ଜଣଙ୍କୁ ହତ୍ୟା କରିଥିଲେ।ଫଳରେ ଭୟଭୀତ ହୋଇ ମୃତକଙ୍କ ପରିବାର ଓ ଭାଇଙ୍କ ପରିବାର ଗାଁ ଛାଡ଼ିଛନ୍ତି। ଭିଟାମାଟିଠୁ ୬୦ କିମି ଦୂର ଗେରୁଜର ଗାଁକୁ ପିଲାଛୁଆ ଧରି ପଳାଇଛନ୍ତି।  

ବନ୍ଧୁକ ସହ କାର ଜବତ

ଭୁବନେଶ୍ୱର,୨୨/୮(ଏସଏସନିଉଜ)ରବିବାର ରାତି ରେ ଇନ୍ଫୋଭ୍ୟାଲି ଥାନା ଅଧିନସ୍ଥ ଗଙ୍ଗପଡା ସ୍ଥିତ ପିଡ଼ିଏଲ ଅଟୋ ହବରେ ଗାଡି ଧୋଇବାକୁ ନେଇ ପାଟିତୁଣ୍ଡ ଓ ପରେ ବନ୍ଧୁକ ଦେଖାଇ ଜୀବନରେ ମାରୁଦେବାକୁ ଧମକ ଦେବା ଅଭିଯୋଗରେ ପୋଲିସ ସୋମବାରଦିନ ଦୁଇଜଣଙ୍କୁ ଗିରଫ କରି କୋର୍ଟଚାଳଣ କରିଛି ।ସେମାନେ ହେଲେ ବିଜେବିନଗରର ଅଜତଶତୃମିଶ୍ର ଓ ଖୋର୍ଦ୍ଧା ଶ୍ରୀରାମନଗରର ସୁକୁମାର ମହାପାତ୍ର ।ସେମାନଙ୍କଠାରୁ ପୋଲିସ ଭାରତୀୟ ନିର୍ମିତ ୩୨ ବୋର ଏମକେ-୩ ରିଭଲବର, ୬ ଟି ୭.୬୩ ଏମ ଏମ ଗୁଳି ଏବଂ […]

୧୫୦ରୁ ଉର୍ଦ୍ଧ୍ବ ମାଓବାଦୀ ମିଲିସିଆଙ୍କ ଆତ୍ମସମର୍ପଣ

ମାଲକାନଗିରି,୨୨/୮(ଏସଏସନିଉଜ) ସ୍ୱାଭିମାନ ଅଞ୍ଚଳର ରାଳେଗାଡ଼ା ଓ ଧୂଳିପୁଟ ଦୁଇଟି ପଞ୍ଚାୟତରେ ୧୫୦ରୁ ଉର୍ଦ୍ଧ୍ବ ମାଓବାଦୀ ମିଲିସିଆ ଆତ୍ମସମର୍ପଣ କରିଛନ୍ତ । ଏହି ଦୁଇ ଅଞ୍ଚଳର ସବୁ ଗ୍ରାମବାସୀ ପୂର୍ବରୁ ମାଓ ସଂଗଠନ ପାଇଁ କାମ କରି ଆସୁଥିଲେ ।ଆଜି ଗୁରୁପ୍ରିୟ ସେତୁ ନିକଟରେ ବିଏସଏଫ୍ ଶିବିର ନିକଟରେ ଡିଜି ଏସ କେ ସିହ୍ନା ଓ ମାଲକାନଗିରି ଏସପି ନିଖିଲ ବଧୱାନିଙ୍କ ଉପସ୍ଥିତରେ ୧୫୦ ର ଉର୍ଦ୍ଧ୍ବ ମିଲସିଆ ଆତ୍ମସମର୍ପଣ କରିଥିଲେ।  

ଲାଞ୍ଚ ନେଇ ଧରାପଡ଼ିଲେ

ଭୁବନେଶ୍ବର, ୨୨/୮(ଏସଏସନିଉଜ)ଲାଞ୍ଚ ନେଇ ବିଏମସିର ଟ୍ୟାକ୍ସ କଲେକ୍ଟର ହେମନ୍ତ କୁମାର ସାହୁ ଓ ଅବସରପ୍ରାପ୍ତ କର୍ମଚାରୀ ଯୋଗେନ୍ଦ୍ର ପ୍ରଧାନ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ।ବିଏମସି ୱାର୍ଡ ଅଫିସ ନମ୍ବର ୨୩ରେ ଅଭିଯୋଗ କାରୀଙ୍କଠାରୁ ବିଏମସିର ଟ୍ୟାକ୍ସ କଲେକ୍ଟର ହେମନ୍ତ କୁମାର ସାହୁ ନିଜପାଇଁ ୧୫ ହଜାର ଟଙ୍କା ଓ ଯୋଗେନ୍ଦ୍ର ପ୍ରଧାନଙ୍କ ଲାଗି ସାଢ଼େ ୭ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଟିମ୍ ହାବୁଡରେ ପଡିଥିଲେ ।

କୋରାପୁଟରେ ଝାଡାବାନ୍ତି

କୋରାପୁଟ,୨୨/୮(ଏସଏସନିଉଜ) କୋରାପୁଟ ବ୍ଲକର ମସ୍ତିୁଟ ଗ୍ରାମରେ ଝାଡାବାନ୍ତି ବ୍ୟାପିବାରୁ ଗ୍ରାମର ୧୬ଜଣ ଏଥିରେ ଆକ୍ରାନ୍ତ ହୋଇଛନ୍ତି ।ସେମାନଙ୍କ ମଧ୍ୟରେ ୬ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଥିବାର ଜଣାପଡିଛି । ଡାକ୍ତରୀ ଦଳ ସହ ବ୍ଲକ ପ୍ରଶାସନ ପହଁଚି ସ୍ଥିତି ଅନୁଧ୍ୟାନ ଆରମ୍ଭ କରିଛି ।

ଧନୁଆ ନଦୀରେ ୩୦ ଫୁଟର ଘାଇ

କୋଣାର୍କ ,୨୨/୮(ଏସଏସନିଉଜ) କୋଣାର୍କ ଧନୁଆ ନଦୀରେ ୩୦ ଫୁଟର ଘାଇ ସୃଷ୍ଟି ହୋଇଛି ।ଯାହାଫଳରେ ଗୋପ ଓ ସତ୍ୟବାଦୀ ବ୍ଲକର ଅନେକ ପଞ୍ଚାୟତ ପ୍ରଭାବିତ ହୋଇଛି । କୁଶଭଦ୍ରା ନଦୀର ପାଣି ମାଡି ଆସିବାରୁ ଧନୁଆ ନଦୀର ଜଳସ୍ତର ବଢିବାପରେ ଏକ ୩୦ ଫୁଟର ଘାଇ ସୃଷ୍ଟି ହୋଇଛି। ରାସ୍ତା ଉପରେ ପାଣି ମାଡିଯିବାରୁ ବିଭିନ୍ନ ସ୍ଥାନକୁ ଯୋଗାଯୋଗ ବିଛିନ୍ନ ହୋଇଛି। ଗାଁରେ ଏବେ ବେକେ ଉଚ୍ଚର ପାଣି ଲହଡି ମାରୁଥିବା ସୂଚନା ରହିଛି ।ସେପଟେ ଭୋଗରାଇ […]

ଥରିଲା ରାଜସ୍ଥାନ!

ଭୁବନେଶ୍ୱର, ୨୨/୮(ଏସଏସନିଉଜ)ବିଳମ୍ବିତ ରାତିରେ ଭୂକମ୍ପ ଝଟକାରେ ଥରିଛି ରାଜସ୍ଥାନ। ରାଜସ୍ଥାନର ବିକେନାରବାସୀ ଭୂକମ୍ପ ଝଟକାକୁ ସବୁଠାରୁ ଅଧିକ ଅନୁଭବ କରିଛନ୍ତି। ସମସ୍ତେ ଶୋଇଥିବା ବେଳେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା ୪.୧ ରହିଥିଲା। ଭୂକମ୍ପ ଝଟକାରେ ଏଯାଏ କୌଣସି କ୍ଷୟକ୍ଷତିର ରିପୋର୍ଟ ମିଳିନାହିଁ।

BMC ବିଲ୍ଡିଂର ନିର୍ମାଣ କାର୍ଯ୍ୟ ତଦାରଖ କଲେ 5T ସଚିବ

ଭୁବନେଶ୍ୱର, ୨୨/୮(ଏସଏସନିଉଜ)ନୂଆ BMC ବିଲ୍ଡିଂର ନିର୍ମାଣ କାର୍ଯ୍ୟ ତଦାରଖ କଲେ 5T ସଚିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ସତ୍ୟନଗରରେ ନୂତନ BMC କାର୍ଯ୍ୟାଳୟର ନିର୍ମାଣ କାର୍ଯ୍ୟ ସମୀକ୍ଷା କରିବା ସହ ନିର୍ଦ୍ଧାରିତ ସମୟରେ କାର୍ଯ୍ୟ ଶେଷ କରିବା ନେଇ ତଦାରଖ କଲେ 5T ସଚିବ ଭି କେ ପାଣ୍ଡିଆନ ।

ଜଙ୍ଗଲରେ କାମୁଡିଲା ଭାଲୁ

ବାଲିଗୁଡ଼ା, ୨୨/୮(ଏସଏସନିଉଜ)ଭାଲୁ କାମୁଡ଼ାରେ ଜଣେ ମହିଳା ମୃତ୍ୟୁବରଣ କରିଛନ୍ତି । ସ୍ୱାମୀ ଓ ଝିଅ ଗୁରୁତର ଆହତ ମଧ୍ୟ ହୋଇଛନ୍ତି । ବାଟାଗୁଡ଼ା ପଞ୍ଚାୟତ ଡଙ୍ଗମ ଗାଁରେ କାମୁଡ଼ିଲା ଭାଲୁ । ଜାର୍ଗିସରୁ ଜଙ୍ଗଲକୁ ସିଆଳି ପତ୍ର ତୋଳିବାକୁ ଯାଇଥିଲେ ୪ ମହିଳା ।ଭାଲୁ ଆକ୍ରମଣର ଖବର ପାଇ ଯାଇଥିବା ବେଳେ ସ୍ୱାମୀକୁ ବି କାମୁଡ଼ିଥିଲା ଭାଲୁ । ଗୁରୁତର ବାପା ଓ ଝିଅ ବାଲିଗୁଡ଼ା ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।