Browsing monthly archive

August 2022

ରେତଙ୍ଗ କଲୋନୀରେ ଲାଗିଲା ଏଗାରଶହ ଗଛ

ମେଣ୍ଢାଶାଳ,୨୧/୮(ଏସଏସନିଉଜ) ଜଟଣୀ ରେତଗଂ କଲୋନୀରେ ବିଭିର୍ଣ ସଂସ୍ଥାପକ୍ଷରୁ ସବୁଜବଳୟ ସୃଷ୍ଟି ସହ ଜନସାଧାରଣଙ୍କୁ ସଚେତନ କରିବାପାଇଁ ଏଗାରଶହରୁ ଉର୍ଦ୍ଧ ଗଛ ଲଗାଯାଇଛି ।ଜଙ୍ଗଲକଟାଯାଇ କଂକ୍ରିଟ ଜଙ୍ଗଲ ସୃଷ୍ଟି ହେବାଦ୍ୱାରା ଏହାର ପ୍ରଭାବ ଧିରେଧିରେ ସାଧାରଣ ଲୋକଙ୍କ ଉପରେ ପଡୁଛି । ପୃଥିବୀରେ ବିଭିନ୍ନ ପ୍ରକାର ରାସାୟନିକ ପଦାର୍ଥର ପ୍ରଦୃର୍ଷଣ ଦ୍ବାର ବିଶ୍ବର ଜଳବାୟୁରେ ବିଭିନ୍ନ ପ୍ରକାର ଅସମାନତା ଯୋଗୁଁ ଦିନକୁ ଦିନ ବିଶ୍ବ ବିଗିଡିବାରେ ଲାଗିଛି ।ତେଣୁ ଏଥିପାଇଁ ବୈଜ୍ଞାନିକମାନେ ଭିନ୍ନ ଭିନ୍ନ ପ୍ରକ୍ରିୟାରେ ନିଜର ଗର୍ବେଷଣା […]

ଭୁଆସୁଣୀରେ ଅଳିଆପକା ବିବାଦ

ମେଣ୍ଢାଶାଳ,୨୧/୮(ଏସଏସନିଉଜ) ଭୁବନେଶ୍ବର ଉପକଣ୍ଠ ଦାରୁଠେଙ୍ଗ ଭୁଆସୁଣୀରେ ଅଳିଆ ପକାଇବାକୁ ନେଇ ଚାଲିଥିବା ବିବାଦର ସମାଧାନ ପାଇଁ ରବିବାରସନ୍ଧ୍ୟାରେ ଦାରୁଠେଙ୍ଗ ଗ୍ରାମ ପଞ୍ଚାୟତ ପକ୍ଷରୁ ଗ୍ରାମସଭାରେ ଆଲୋଚନା ପାଇଁ ନିଷ୍ପତି ହୋଇଥିଲା ।ଏଥିରେ ପଂଚାୟତର ସରମ୍ପଚ,ସମିତିସଭ୍ୟ,ୱାଡମେମ୍ବରଙ୍କଠାରୁ ଆରମ୍ଭ କରି ଗ୍ରାମମୁରବୀମାନଙ୍କୁ ଏକାଠି କରି ଖୋଲାମଂଚରେ ସେମାନଙ୍କ ନିଷ୍ପତି ଉପରେ ଆଲୋଚନା ହେବାକୁ ପୁର୍ବପ୍ରସ୍ତୁତ ହୋଇଥିଲା ।ଗ୍ରାମମେଳଣ ପଡ଼ିଆରେ ବାବା ଶ୍ରୀ ବାଲୁଙ୍କେଶ୍ଵର ମନ୍ଦିର ପ୍ରାଙ୍ଗଣରେ ଏଥିନିମନ୍ତେ ସଭାର ଆୟୋଜନ ମଧ୍ୟ କରାଯାଇଥିଲା ।ଏହି ଆଲୋଚନାରେ ଭୁଆସୁଣୀରେ ଆଉ ଅଳିଆ […]

କେନାଲକୁ ଖସିଲା ବୁଲେଟ

ବାରଙ୍ଗ,୨୧/୮(ଏସଏସ ନିଉଜ) ବାରଙ୍ଗଥାନା ଅନ୍ତର୍ଗତ କାନପୁର ଗ୍ରାମ ନିକଟସ୍ଥ ପୁରୀ ମୁଖ୍ୟ କେନାଲକୁ ରବିବାର ରାତିରେ ଏକ ବୁଲେଟ ଖସିପଡିଛି।ବୁଲେଟରେ ଥିବା ଦୁଇଜଣ ଯୁବକ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।ଯୁବକ ଦ୍ବୟ ହେଉଛନ୍ତି କଟକ ସଦର ଥାନା ତେଲେଙ୍ଗାପେଣ୍ଠ ଗ୍ରାମର ଅଭିନାସ(୧୭)ଏବଂ ଲକି(୨୨)। ପ୍ରକାଶ ଯେ ରବିବାର ରାତି ପ୍ରାୟ ୯.୩୦ ମିନିଟ ସମୟରେ ଦୁଇ ଜଣ ଯୁବକ ଏକ ବୁଲେଟରେ ବାରଙ୍ଗ ପଟୁ ଘରକୁ ଫେରୁଥିଲେ।ତେବେ ଅସାବଧାନତା ବଶତଃ ବୁଲେଟ ଚାଳକ ଭାରସାମ୍ୟ ହରାଇ କେନାଲ […]

ଟ୍ରକ୍ ନେଲା ସ୍କୁଟିଚାଳକଙ୍କ ଜୀବନ

ମେଣ୍ଢାଶାଳ,୨୧/୮(ଏସଏସନିଉଜ) ଋବିବାର ସନ୍ଧ୍ୟାରେ ରାଜଧାନୀ ଉପକଣ୍ଠ ୧୬ ନମ୍ବର ଜାତୀୟ ରାଜପଥରେ ଯାଁଳା ପଂଚାୟତ ଓ ଇମ୍ଫୋଭ୍ୟାଲି ଥାନାର ଜଟଣୀ ଗେଟ୍ (ତଳଖେତା ଛକ)ନିକଟରେ ଏକ ଟ୍ରକ୍ ଧକ୍କାରେ ସ୍କୁଟି ଚାଳକ ମୃତ୍ୟୁବରଣ କରିଥିବାବେଳେ ପଛରେ ବସିଥିବା ମହିଳା ଅତି ଗୁରୁତ୍ବର ହୋଇଛନ୍ତି । ରବିବାର ସଂଧ୍ୟା ସମୟରେ OR-02 AT 3086 ନଂ ଏକ ସ୍କୁଟି  ଗାଡିରେ ଚନ୍ଦନ ପୁରଅଂଚଳର କେରାଣ୍ଡି ପୁର ଗାଁର ବିଷ୍ଣୁ ପ୍ରସାଦ ଦାଶ (୫୮)ଓ ତାଙ୍କ ସ୍ତ୍ରୀ କୁମୁଦିନୀ ଙ୍କସହ […]

ଆଜିର ରାଶିଫଳ

୨୦୨୨ ମସିହା ଅଗଷ୍ଟ ମାସ ୨୨ ତାରିଖ (ସୋମବାର)ଭାଦ୍ରବ ମାସ -କୃଷ୍ଣ ପକ୍ଷ ,ତିଥି-ଏକାଦଶୀ ,ସୁର୍ୟୋଦୟ ପ୍ରାତଃ ଘ୦୫/୩୧/୫୭ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୬/୩୧ ,ମିଥୁନ ରାଶିର ଘାତବାର ,କନ୍ୟା ରାଶିର ଘାତଚନ୍ଦ୍ର , ଏକାଦଶୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ଶିମ୍ବ ଭକ୍ଷଣ ନିଷେଧ । ମେଷ-ମନରେ ଧାର୍ମିକ କାର୍ଯ୍ୟ ପ୍ରତି ଶ୍ରଦ୍ଧା ବଢ଼ିବ। ନେତା ଓ ଉଚ୍ଚପଦସ୍ଥ ଅଧିକାରୀଙ୍କ ସଙ୍ଗରେ ରହିବାର ସୁଯୋଗ ମିଳିବ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ। ଛାତ୍ରଙ୍କୁ କୌଣସି ଶୁଭ ସୂଚନା […]

ବୁଲୁଛି ଅଜଗର

ବାରଙ୍ଗ,୨୧/୮(ଏସ ଏସ ନିଉଜ) ରବିବାର ଅପରାହ୍ନରେ ଗୋବିନ୍ଦପୁର ଛକ ପାଖରେ ରାସ୍ତା ଅତିକ୍ରାନ୍ତ କରୁଥିବା ୧୦ଫୁଟ ଲମ୍ବର ଅଜଗର ସାପକୁ ଉଦ୍ଧାର କରାଯାଇ ଚନ୍ଦକା ଜଙ୍ଗଲରେ ଛଡ଼ାଯାଇଛି ।ବାରଙ୍ଗ-ବାଙ୍କୀ ରାସ୍ତାରେ ଗାଡିମାଟର ଯାତାୟତ କରୁଥିବାରୁ ସାପଟି ରାସ୍ତା ଅତିକ୍ରାନ୍ତ କରିବାକୁ ଚେଷ୍ଟାକରି ବିଫଳ ହୋଇଥିଲା ।ସ୍ଥାନୀୟ କିଛି ଯୁବକ ଏହା ଦେହିବାପରେ ବନବିଭାଗକୁ ଖବର ଦେଇଥିଲେ ।ବନବିଭାଗ ଆସିବା ପର୍ଯ୍ୟନ୍ତ ସାପଟିକୁ ରାସ୍ତା ଉପରକୁ ଛାଡି ନଥିଲେ।ପରେ ବନବିଭାଗ ଆସି ସାପଟିକୁ ଉଦ୍ଧାର କରି ସାଙ୍ଗରେ ନେଇ […]

ବିପଦସଙ୍କେତ ଟପିଲା ସୁବର୍ଣ୍ଣରେଖା

ବାଲେଶ୍ୱର,୨୧/୮(ଏସ ଏସ ନିଉଜ)ବାଲେଶ୍ୱର ରାଜଘାଟ ରେ ବିପଦ ସଙ୍କେତ ଟପିଲା ସୁବର୍ଣ୍ଣରେଖା । ବିପଦ ସଙ୍କେତ ୧୦.୩୬, ପ୍ରବାହିତ ହେଉଛି ୧୦.୪୨ ।ଧୀରେ ଧୀରେ ତଳିଆ ଅଞ୍ଚଳକୁ ମାଡ଼ୁଛି ବନ୍ୟାଜଳ ।

ପଥରଖଣି ଖାଲରେ ବୁଡି ଯୁବକ ମୃତ

ଡେଲାଙ୍ଗ,୨୧/୮(ଏସଏସ ନିଉଜ)ଡେଲାଙ୍ଗ କୁଆପଦା ଗ୍ରାମରେ ଅଘଟଣ ।ସାଙ୍ଗ ମାନଙ୍କ ସହ ପଥର ଖଣି ଖାଲ ରେ ଗାଧୋଇବାକୁ ଯାଇଥିବା ବେଳେ ବୁଡିଯାଇ ଯୁବକ ଜଣଙ୍କ ମୃତ୍ୟୁବରଣ କରିଛନ୍ତି।ମୃତ ଯୁବକଙ୍କ ନାମ ରାଜୀବ କୁମାର ନିସଙ୍କ ବୋଲି ଜଣାପଡିଛି।

ସୁବର୍ଣ୍ଣରେଖାରେ ପ୍ରବଳ ବନ୍ୟା ଆଶଙ୍କା !

ଭୁବନେଶ୍ୱର,୨୧/୮(ଏସଏସନିଉଜ) ସୁବର୍ଣ୍ଣରେଖା ଅବବାହିକାରେ ପ୍ରବଳ ବନ୍ୟା ଆଶଙ୍କା ଦେଖାଦେଇଛି । ଗାଲୁଡିହି ବ୍ୟାରେଜ୍ ଗେଟ୍ ଦେଇ ପ୍ରାୟ ୬ ଲକ୍ଷ କ୍ୟୁସେକ୍ ପାଣି ଆସୁଛି । ବାଲିଆପାଳ, ଭୋଗରାଇ, ଜଳେଶ୍ୱର, ବସ୍ତା ପ୍ରଭାବିତ ହେବ । ଏସବୁ ଅଞ୍ଚଳରେ ବନ୍ୟା ପ୍ରକୋପ ଅଧିକ ରହିବ । ଆଜି ଅପରାହ୍ନ ପରଠାରୁ ପ୍ରଭାବ ପଡ଼ି କାଲି ସନ୍ଧ୍ୟା ପର୍ଯ୍ୟନ୍ତ ରହିବ । ଏସବୁ ଅଞ୍ଚଳକୁ ଅତିରିକ୍ତ ରେସ୍କ୍ୟୁ ଟିମ୍ ପଠାଯାଇଛି । ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ସତର୍କ […]

ବାଲେଶ୍ୱର ଜିଲ୍ଲାପାଳଙ୍କୁ SRC କ୍ଷମତା

ବାଲେଶ୍ୱର ,୨୧/୮(ଏସଏସନିଉଜ)ବନ୍ୟା ପରିଚାଳନା ପାଇଁ ବାଲେଶ୍ୱର ଜିଲ୍ଲାପାଳଙ୍କୁ SRC କ୍ଷମତା ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବାଲେଶ୍ୱର ଜିଲ୍ଲାପାଳଙ୍କୁ ସ୍ୱତନ୍ତ୍ର କ୍ଷମତା ପ୍ରଦାନ କରାଯାଇଛି ।ସୁବର୍ଣ୍ଣରେଖାରେ ବଡ଼ ଧରଣର ବନ୍ୟା ଆଶଙ୍କାରେ ଏହି ପଦକ୍ଷେପ ନିଆଯାଇଥିବାବେଳେ ଉଦ୍ଧାର କାର୍ଯ୍ୟରେ ସ୍ୱତନ୍ତ୍ର ହେଲିକପ୍ଟର ବ୍ୟବହାର ନିର୍ଦ୍ଦେଶ ମଧ୍ୟ ରହିଛି । ଝାଡ଼ଖଣ୍ଡ ଗାଲୁଡିହି ବ୍ୟାରେଜରୁ ୧୬ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଥିବାର ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଝଜଉ ପ୍ରଦୀପ ଜେନା ।୧୬ଟି ଗେଟ୍ ଦେଇ […]