Browsing monthly archive

August 2022

ଆଦିବାସୀ ନେତାଙ୍କ ମୁଣ୍ଡବିହୀନ ଶବ ଉଦ୍ଧାର

ଗଞ୍ଜାମ ,୨୧/୮(ଏସଏସନିଉଜ)ଶନିବାର ସକାଳେ ପଳାସପୁର ଗ୍ରାମନିକଟସ୍ଥ ବାଘଲଟି କେନାଲ୍‌ରୁଆଦିବାସୀ ନେତା ବୃନ୍ଦାବନ ଜାନିଙ୍କ ଖଣ୍ଡବିଖଣ୍ଡିତ ଶବକୁ ଉଦ୍ଧାର କରିଛି ପୋଲିସ । ବୃନ୍ଦାବନ ଜାନିଙ୍କ ଘର ହେଉଛି ପାତ୍ରପୁର ବ୍ଲକ୍ ଓ ଜରଡ଼ା ଥାନା ଅଧୀନ ପଳାସପୁର ଗ୍ରାମରେ ।ଶନିବାର ସକାଳେ ମଇଁଷି ଜଗୁଆଳି ଗୋଟିଏ ମୁଣ୍ଡବିହୀନ ଶବ ଦେଖିବାପରେ ଏହି ଖବର ଗାଁରେ ପ୍ରଚାରିତ ହୋଇଥିଲା ।ଖବରପାଇ ପୋଲିସ ସାଇଣ୍ଟିଫିକ୍ ଟିମ୍ ଧରି ପହଞ୍ଚି ଘଟଣାର ତଦନ୍ତ କରିଥିଲେ । ଶବଠୁ କିଛି ଦୂର ହୁଡ଼ାରେ […]

ମହିଳା ସଫ୍ଟୱେୟାର ଇଞ୍ଜିନିୟରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଚନ୍ଦ୍ରଶେଖରପୁର,୨୧/୮(ଏସଏସନିଉଜ) ଶୈଳଶ୍ରୀବିହାର ଅଞ୍ଚଳରୁ ଜଣେ ମହିଳା ସଫ୍ଟୱେୟାର ଇଞ୍ଜିନିୟରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର  କରିଛି ଚନ୍ଦ୍ରଶେଖରପୁର ଥାନା ପୋଲିସ । ମୃତ ଯୁବତୀଜଣକ ଭଦ୍ରକ ଅଞ୍ଚଳର ଶ୍ଵେତା ଉତ୍କଳ କୁମାରୀ ବୋଲି ଜଣାପଡିଥିବାବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।ପୋଲିସ ଏକ ଅପମୃତ୍ୟୁମାମଲା ରୁଜୁକରି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି ।

ଆଜିର ରାଶିଫଳ

ଖୁଦୁରୁକୁଣୀ ଓଷା ,୨୦୨୨ ମସିହା ଅଗଷ୍ଟ ମାସ ୨୧ ତାରିଖ(ରବିବାର)ଭାଦ୍ରବ ମାସ -କୃଷ୍ଣ ପକ୍ଷ ,ତିଥି-ଦଶମୀ ରା ଘ୩/୪ ପର୍ଯ୍ୟନ୍ତ ତଦନ୍ତେ ଏକାଦଶୀସୁର୍ୟୋଦୟ ପ୍ରାତଃ ଘ୦୫/୩୧/୪୩ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୭/୧୯ ,ମେଷ ରାଶିର ଘାତବାର ,କନ୍ୟା ରାଶିର ଘାତଚନ୍ଦ୍ର ,ଦଶମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,କଳମ ଶାଗ ଭକ୍ଷଣ ନିଷେଧ ।  ମେଷ-ରୋଜଗାରର ମାତ୍ରା ବୃଦ୍ଧି ହେବ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭ ମିଳିବ। ରୁଚିକର ଭୋଜନ ମିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। […]

ଶହେ ଏକର ଜାଗାରେ ହେବ ବାଲିଯାତ୍ରା

କଟକ,୨୦/୮(ଏସଏସନିଉଜ)ଏଥର ଶହେ ଏକର ଜାଗାରେ ହେବ କଟକର ପ୍ରସିଦ୍ଧ ବାଲିଯାତ୍ରା ।ବାଲିଯାତ୍ରାର କଳେବର ନେଇ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ସୂଚନା ଦେଇଛନ୍ତି ।କଳେବର ବୃଦ୍ଧି ନେଇ ସଂସ୍କୃତି ବିଭାଗକୁ ଅନୁଦାନ ବୃଦ୍ଧି ପ୍ରସ୍ତାବ ଦିଆଯିବ ବୋଲି କହିଛନ୍ତି ।

ହସ୍ପିଟାଲ ଛାତରୁ ଡେଇଁଲେ ରୋଗୀ

ଭୁବନେଶ୍ୱର ,୨୦/୮(ଏସଏସନିଉଜ) ଭୁବନେଶ୍ୱର ଏମ୍‌ସ ହସ୍ପିଟାଲ ଛାତରୁ ଡେଇଁ ରୋଗୀ ମୃତ୍ୟୁବରଣ କରିଛି ।ଏମ୍‌ସ ସର୍ଜରୀ ବିଭାଗ ୫ମ ମହଲା ଉପରୁ ଡେଇଁପଡ଼ି ମୃତ୍ୟୁହୋଇଛି ।ରୋଗୀଜଣଙ୍କ ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ଚିକିତ୍ସିତ ହେଉଥିଲେ ।କେଉଁ କାରଣ ପାଇଁ ଛାତରୁ ଡେଇଁଲେ ତାହା ଅସ୍ପଷ୍ଟ ରହିଛି ।

ଯୁକ୍ତ ୨ ପ୍ରଥମ ପର୍ଯ୍ୟାୟ ନାମଲେଖା ଅବଧି ବଢ଼ିଲା

ଭୁବନେଶ୍ୱର ,୨୦/୮(ଏସଏସନିଉଜ) ଅଗଷ୍ଟ ୨୫ ପର୍ଯ୍ୟାୟ ହେବାକୁ ଥିବା ନାମଲେଖା ୩୦ପର୍ଯ୍ୟନ୍ତ ଯୁକ୍ତ ୨ ପ୍ରଥମ ପର୍ଯ୍ୟାୟ ନାମଲେଖା ଅବଧି ବଢ଼ିଛି ।ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ସେପ୍ଟେମ୍ବର ୮ରୁ ୧୦ ପର୍ଯ୍ୟାନ୍ତ ନିଷ୍ପତ୍ତି ହୋଇଛି ।ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦେଖି ଅବଧି ବଢ଼ାଇଲେ ସରକାର ।ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।

ରାସ୍ତାକଡରୁ ମିଳିଲା ନବଜାତପୁତ୍ରସନ୍ତାନ

ବାରଙ୍ଗ,୨୦/୮(ଏସଏସିଉଜ) ଶନିବାର ସକାଳେ ମେଣ୍ଢାଶାଳ ଫାଣ୍ଡିଅଧିନସ୍ଥ ଗିରିଙ୍ଗାପୁଟ ଗାଁମୁଣ୍ଡ ରାସ୍ତାକଡରେ ପଡିଥିବା ଏକ ଶିଶୁପୁତ୍ର କୁ ନେଇ ବିବାଦ ଦେଖାଦେଇଛି ।ଜଣେ ପାଇଥିବାବେଳେ ଅନ୍ୟଜଣେ ଏହାର ମା ଦର୍ଶାଇ ଶିଶୁପୁତ୍ରକୁ ନେବାକୁ ଦାବୀ କରିଛନ୍ତି ।ଶେଷରେ ପୋଲିସ ନବଜାତ ଶିଶୁପୁତ୍ରକୁ ଚାଇଲ୍ଡ ହେଲ୍ପଲାଇନରେ ଛାଡିଛନ୍ତି । ପ୍ରକାସ ଯେ, ଶନିବାର ସକାଳେ ଗିରିଙ୍ଗାପୁଟ ଗାଁମୁଣ୍ଡ ରାସ୍ତାକଡରେ ଏକ ନବଜାତଶିଶୁପୁତ୍ରଟି ପଡିଥିଲା ।ସେହିବାଟରେ ଆସୁଥିବା ଜଣେ ମହିଳା ଏହି ପୁତ୍ରକୁ ପାଇ ମେଣ୍ଢାଶାଳ ଫାଣ୍ଡିରେ ପହଁଚି ପାଇଥିବା ପୁତ୍ରସନ୍ତାନକୁ […]

ମହରମ ବୋଝେଇ ଟ୍ରକ ଜବତ

ବାରଙ୍ଗ,୨୦/୮(ଏସଏସନିଉଜ) ଚନ୍ଦକା ପିତାପଲି ରାସ୍ତାର ମେଣ୍ଢାଶାଳ ବଜାର ପୂର୍ବରୁ ଶନିବାର ଦିନ ଭୁବନେଶ୍ୱର ତହସିଲ ପକ୍ଷରୁ ଏକ ଚୋରାରେ ମହରମ ନେଇ ଆସୁଥିବା ଟ୍ରକକୁ ଜବତ କରାଯାଇଛି ।ଓଡ଼ି୧୯ଡି- ୫୯୦୪ନମ୍ବର ଟ୍ରକ ଚାଳକ ଚୋରା ମହରମ ନେଇ ଛତାଵର ପଟରୁ ଚନ୍ଦକା ଅଭିମୁଖେ ଆସୁଥିବା ବେଳେ ଅତିରିକ୍ତ ତହସିଲଦାର ଦେବାଶିଷ ପରିଡା ଗାଡିକୁ ଜବତ କରି ମେଣ୍ଢାଶାଳ ଫାଣ୍ଡିକୁ ହସ୍ତାନ୍ତର କରିଛନ୍ତି ।(ପଦ୍ମଚରଣବଡଜେନାଙ୍କ ରିପୋର୍ଟ)

ସମଲବ୍ୟାରେଜକୁ ଡେଇଁଲେ ଯୁବତୀ

ତାଳଚେର, ୨୦/୮(ଏସଏସନିଉଜ) ସମଲ ବ୍ୟାରେଜରୁ ବ୍ରାହ୍ମଣୀ ନଦୀକୁ ଡେଇଁଲେ ଯୁବତୀ ।ବ୍ୟାରେଜର ୨୪ ନମ୍ବର ଗେଟ୍ ନିକଟରୁ ଡେଇଁ ପଡ଼ିଛନ୍ତି ।ଲୋକଙ୍କ ଦ୍ୱାରା ଉଦ୍ଧାର କରାଯାଇ ମଣ୍ଡାପାଳ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।ଯୁବତୀ ସ୍ଥାନୀୟ ଅଞ୍ଚଳର ହୋଇଥିବାବେଳେ ନଦୀକୁ ଡେଇଁବାର କାରଣ ଅସ୍ପଷ୍ଟ ରହିଛି ।

ଦକ୍ଷିଣରେ ବର୍ଷାବିତ୍ପାତ

କନ୍ଧମାଳ ,୨୦/୮(ଏସଏସନିଉଜ) ଗଭୀର ଅବପାତ ଯୋଗୁଁ କନ୍ଧମାଳ ଜିଲ୍ଲାରେ ବର୍ଷା ଜାରିରହିଛି ।ଏହାଫଳରେ ତୁମୁଡ଼ିବନ୍ଧର ଶରଧାପୁରରେ ଅସ୍ଥାୟୀ ରାସ୍ତା ଭୁଶୁଡ଼ିପଡିଛି ।ବର୍ଷା ଯୋଗୁ ଶରଧାପୁର, ବେତାବାଡ଼ି, ଡଡଙ୍ଗ ଲୋକେ ପ୍ରଭାବିତ ହୋଇଛନ୍ତି । ଦାରିଙ୍ଗବାଡ଼ିର ସୀମନବାଡ଼ି ପୋଲ ପାଖ ରାସ୍ତା ମଧ୍ୟ ଧସିଥିବାର ଦଖିବାକୁ ମିଳିଛି ।