Browsing monthly archive

August 2022

୪୦୦ଲିଟର ଦେଶୀମଦସହ ୩ବାଇକ,୩ଗିରଫ

ବାରଙ୍ଗ, ୧୯/୮(ଏସଏସନିଉଜ) ଆଠଗଡରୁ ବାରଙ୍ଗକୁ ଦେଶୀମଦ ଆସୁଥିବାର ଖବର ପାଇ ଗୁରୁବାର ରାତିରେ ବାରଙ୍ଗଥାନା ପୋଲିସ ତିନଟି ଟିମ କରି ରତାଗଡ,ନୁଆସାହି,ଷଣ୍ଢପୁର ଓ ଅରିଲୋଛକ ପାଖରେ ମଦବେପାରିଙ୍କୁ ଜଗିରହିଥିଲେ ।ଏହି ସମୟରେ ତିନଟି ବାଇକରେ ପର୍ଯ୍ୟାୟକ୍ରମେ ଦ୍ରୁତଗତିରେ ଆସୁଥିବା ତିନିଜଣଯୁବକଙ୍କୁ ରୋକିବାପରେ ସେମାନଙ୍କ ପାଖରୁ ରନ୍ଧାଦେଶୀମଦ ମିଳିଥିଲା ।ସେମାନେ ବାରଙ୍ଗ ଏହାର ଆଖାପାଖ ଅଂଚଳକୁ ଯୋଗଇବାକୁ ଆସୁଥିବାର ସ୍ୱିକାର କରିଥିଲେ ।ଘଟଣାସ୍ଥଳରୁ ପୋଲିସ ସାନମୁଣ୍ଡଳିଗ୍ରାମର ପ୍ରଶାନ୍ତ ବେହେରା ,ଆଠଗଡଥାନା ମେଘାଗ୍ରାମର ଆଦିତ୍ୟବେଲ ଓ ବାଙ୍କିଥାନା ଅଧିନସ୍ଥ ରାମଚଣ୍ଡୀଗ୍ରାମର […]

ଭାରାରୁ ପଡି ରାଜମିସ୍ତ୍ରୀ ମୃତ

ବାରଙ୍ଗ, ୧୯/୮(ଏସଏସନିଉଜ) ବାରଙ୍ଗ ଥାନା ଅର୍ନ୍ତଗତ ତ୍ରିଶୂଳିଆ ଛକ ନିକଟରେ ଘର କାମ କରୁଥିବା ବେଳେ ଭାରାରୁ ଖସି ପଡି ରାଜମିସ୍ତ୍ରୀ ମୃତ୍ୟୁବରଣ କରିଛନ୍ତି ।ମୃତ ରାଜମିସ୍ତ୍ରୀ ହେଉଛନ୍ତି ତ୍ରିଶୁଳିଆ ଗ୍ରାମର ଉମେଶ ଚନ୍ଦ୍ର ମହାନ୍ତି(୫୮) ।ସେ ବାରଙ୍ଗ ଅଂଚଳରେ ଜଣାଶୁଣା ରାଜମିସ୍ତ୍ରୀ ଭାବେ ପରିଚିତ ଥିଲେ ।ଶୁକ୍ରବାରଦିନ ନିକଟସ୍ଥ ଗ୍ରାମରେ ତିନିମହାଲା କୋଠାଘର କାମ କରୁଥିବାବେଳେ ବାହାର ପଟେ ବନ୍ଧା ଯାଇଥିବା ଭାରା ଉପରୁ ଅସାବଧାନତା ଯୋଗୁ ତଳକୁ ଖସିପଡିଥିଲେ । ଗୁରୁତର ଅବସ୍ଥାରେ ସ୍ଥାନୀୟ […]

୩୩ତମ ଜନ୍ମାଷ୍ଟମୀ ଓ ନନ୍ଦୋସ୍‌ବ

ବାରଙ୍ଗ, ୧୯/୮(ଏସଏସନିଉଜ) ମେଣ୍ଢାଶାଳଗ୍ରାମର ମା ଦୁଲାଦେବୀ ପୀଠରେ ଚଳିତବର୍ଷ ୩୩ତମ ଜନ୍ମାଷ୍ଟମୀ ଓ ନନ୍ଦୋସ୍‌ବ ମହାସମାରୋହର ସହ ପାଳିତ ହୋଇଯାଇଛି ।ଜନ୍ମାଷ୍ଟମୀରେ ଶ୍ରୀକୃଷ୍ନଙ୍କ ଜନ୍ମୋସ୍‌ବ ନିମନ୍ତେ ସ୍ୱତନ୍ତ୍ର ପୁଜା ହୋମ ହୋଇଥିଲା ।ଆଜି ସନ୍ଧ୍ୟାରେ ଶ୍ରୀକୃଷ୍ନଙ୍କ ପୁଜାହୋମ ଯଞାଦିପରେ ନନ୍ଦୋସ୍‌ବ କରାଯାଇଥିଲା ।ଏହି ନନ୍ଦୋସ୍‌ବରେ ମେଣ୍ଢାଶାଳ, ଛତାବର, କଂଟାବାଡ, ମଳିପଡା ଆଦିଗ୍ରାମପଂଚାୟତର ବିଭିର୍ଣ ଗ୍ରାମରୁ ପ୍ରାୟ୨ହଜାରେ ଶିଶୁ ଏଥିରେ ସାମିଲ ହୋଇଥିଲେ ।ଏହି ଶିଶୁମାନଙ୍କୁ ଉସ୍‌ବକମିଟି ତରଫରୁ ପ୍ରସାଦ ବିତରଣ କରାଯାଇଥିଲା । ଏହି ଉସ୍‌ବରେ ଜଟଣୀ […]

ଉତ୍ତରଓଡ଼ିଶାରେ ବର୍ଷାପବନ

ଭୁବନେଶ୍ୱର,୨୦/୮(ଏସ ଏସ ନିଉଜ)ଗଭୀର ଅବପାତ ପ୍ରଭାବରେ ରାଜ୍ୟରେ ବର୍ଷା, ପବନ ଜାରି ରହିଛି। ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ବାରିପଦାଠୁ ୩୦ କିମି ଦୂରରେ ଗଭୀର ଅବପାତ କେନ୍ଦ୍ରୀଭୂତ ହୋଇଛି ।ଛତିଶଗଡ଼ ପାଇଁ ରେଡ୍‌ ଆଲର୍ଟ ଜାରି କଲା IMD ।

କମୁଛି ମହାନଦୀଜଳ

ଭୁବନେଶ୍ୱର,୨୦/୮(ଏସ ଏସ ନିଉଜ)ଧୀରେ ଧୀରେ କମୁଛି ମହାନଦୀ ପାଣି ।ମୁଣ୍ଡଳୀରେ ବହୁଛି ୮.୮୮ ଲକ୍ଷ କ୍ୟୁସେକ ଜଳ । ନରାଜରେ ବହୁଛି ୪.୫୪ ଲକ୍ଷ କ୍ୟୁସେକ ଜଳ ।ଯୋବ୍ରାରେ ୪.୨୯ ଲକ୍ଷ କ୍ୟୁସେକ, ବରମୂଳ ଦେଇ ୭.୩୭ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଛି । ଖଇରମାଳରେ ବହୁଛି ୫.୫୫ ଲକ୍ଷ କ୍ୟୁସେକ ଜଳ ।

ଡ୍ରାଇଭର ଜୀବନ୍ତ ଦଗ୍ଧ

ଭୁବନେଶ୍ୱର,୨୦/୮(ଏସ ଏସ ନିଉଜ) ।ହାଇୱା ସହ ଡ୍ରାଇଭର ଜୀଅନ୍ତା ଜଳିଗଲେ ।ଟେନ୍ସା ଫାଣ୍ଡି ଗୀତାରାଣି ମାଇନ୍ସ ପାଖରେ ଜଳିଗଲେ ।କୌଣସି କାରଣରୁ ୧୧ କେଭି ବିଦ୍ୟୁତ ତାର ଲାଗି ଜୀବନ୍ତ ଦଗ୍ଧ ହୋଇଛନ୍ତି ।

ମୟୂରଭଞ୍ଜରେ ବର୍ଷା ବିପତ୍ତି

ମୟୂରଭଞ୍ଜ ,୨୦/୮(ଏସ ଏସ ନିଉଜ) ମୟୂରଭଞ୍ଜଜିଲ୍ଲାରେ ବର୍ଷା ଆଣିଲା ବିପତ୍ତି ।ବିଶୋଇରେ କାନ୍ଥ ଭୁଶୁଡ଼ି ୨ ମୃତ, ୨ ଗୁରୁତର ହୋଇଛନ୍ତି। ଏହାସହ ରାସ୍ତା ଉପରେ ଚାଲିଛି ଭଣ୍ଡନ ନଦୀର ବନ୍ୟାପାଣି ।ସଡ଼କ ଓ ରେଳ ପରିବହନ ବାଧାପ୍ରାପ୍ତ ହୋଇଛି । ଯାହାଫଳରେ ବାରିପଦା- ଭୁବନେଶ୍ବର ବାଙ୍ଗିରୀପୋଷି ଟ୍ରେନ ଅଟିକିଛି ।

ପାଚେରି ଭୁଶୁଡ଼ି ଶିଶୁ ମୃତ

ବାଲେଶ୍ବର, ୨୦/୮(ଏସ ଏସ ନିଉଜ)ବାଲିଆପାଳରେ ପାଚେରି ଭୁଶୁଡ଼ି ଶିଶୁ ମୃତ ବରଣ କରିଛି । ଲଗାଣ ବର୍ଷା ଯୋଗୁଁ ଭୁଶୁଡ଼ିଲା ମଧୁପୁରା ସ୍କୁଲ ପାଚେରି ।ସ୍କୁଲ ପାଖ ମାଟି ଘରେ ଥିବା ୩ ବର୍ଷର ଅନସ୍ବର ଅଲିଙ୍କ ଝିଅ ସମୀନା ଖାତୁନ ମୃତୁବରଣ କରିଛି।ଅନ୍ୟ ୨ ପିଲା ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ଆଜିର ରାଶିଫଳ

ବୈଷ୍ଣବ ସମ୍ମତ ନନ୍ଦୋଉତ୍ସ.୨୦୨୨ ମସିହା ଅଗଷ୍ଟ ମାସ ୨୦ ତାରିଖ (ଶନିବାର)ଭାଦ୍ରବ ମାସ -କୃଷ୍ଣ ପକ୍ଷ ତିଥି-ନବମୀ ରା ଘ୧୨/୩୫ ର୍ଯ୍ୟନ୍ତ ତଦନ୍ତେ ଦଶମୀ ,ସୁର୍ୟୋଦୟ ପ୍ରାତଃ ଘ୦୫/୩୧/୨୯ ,ସୂର୍ଯ୍ୟାସ୍ତ – -ସନ୍ଧ୍ୟା ଘ୦୬/୦୮/୦୭ ,ବୃଷ, ସିଂହ ଓ କନ୍ୟା ରାଶିର ଘାତବାର ,ବିଛା ରାଶିର ଘାତଚନ୍ଦ୍ର ,ନବମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ଲାଉ ଭକ୍ଷଣ ନିଷେଧ । ମେଷ-ଆପଣଙ୍କୁ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବା ପାଇଁ ପରାମର୍ଶ। ମାନସିକ ରୂପରେ ଅଣନିଶ୍ୱାସୀ ହେବାର କାରଣରୁ […]

ଠପ୍ ହୋଇଗଲା ଗମନାଗମନ

ବାଲିଗୁଡ଼ା, ୧୯/୮(ଏସଏସନିଉଜ) ପ୍ରବଳ ବର୍ଷା ଯୋଗୁଁ ମାଲାଗୁଡ଼ା ଘାଟିରେ ଭୂସ୍ଖଳନ ହୋଇଛି ।ଯାହାଫଳରେ ୪ ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ମାଟି ଧସି ରାସ୍ତା ଉପରେ ଗଛ, ପଥର ଓ ମାଟି ଗଦା ହୋଇରହିଛି । ରାଇକିଆାରୁ ମୁଖ୍ୟ ସଂଯୋଗ ରାସ୍ତା ବନ୍ଦ ଯୋଗଁ ଗମନାଗମନ ଠପ୍ ହୋଇଯାଇଛି ।