Browsing monthly archive

August 2022

ଜଙ୍ଗଲରୁ ମିଳିଲା ନରକଙ୍କାଳ।

ବାଲେଶ୍ୱର, ୧୯/୮(ଏସଏସନିଉଜ) ଭୋଗରାଇ ଥାନା ଅନ୍ତର୍ଗତ ନାରାୟଣ ମହାନ୍ତି ପଡ଼ିଆ ପଞ୍ଚାୟତର ବାଣୁଆସାହି ବାଲିଆଡ଼ିହ ଜଙ୍ଗଲରୁ ଏହି କଙ୍କାଳ ଉଦ୍ଧାର କରାଯାଇଛି। ଏକ ମାସ ପୂର୍ବରୁ ଗାଁର ମୂଷା ଗିରିଙ୍କ ପୁଅ ନୀଳା ଗିରି ନିଖୋଜ ଥିଲେ। ତେଣୁ ଏହି କଙ୍କାଳଟି ନୀଳା ଗିରିଙ୍କର ହୋଇଥିବା ନେଇ ସନ୍ଦେହ କରାଯାଉଛି ।ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।

ଅଜୁଦୋରା ହତ୍ୟାକାଣ୍ଡ ଘଟଣା

ବଲାଙ୍ଗୀର , ୧୯/୮(ଏସଏସନିଉଜ)ବଲାଙ୍ଗୀର ହସ୍ପିଟାଲ ପରିସରରେ ହତ୍ୟାକାଣ୍ଡ ଘଟଣାର ପର୍ଦାଫାସ କରିଛି ପୋଲିସ ।ଗତ ୧୬ ତାରିଖ ଭୋରରେପ ଦୁଇ ମୁଖାପିନ୍ଧା ହତ୍ୟା କରିଥିଲେ ।ଘଟଣାରେ ସମ୍ପର୍କୀୟ ଭାଇ ସମେତ ୩ ସୁପାରି କିଲର ଗିରଫ ହୋଇଛନ୍ତି ।ଜମିବାଡି ବିବାଦକୁ ନେଇ ଅଜୁ ଓ ତାର ସମ୍ପର୍କୀୟ ଭାଇ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା ।

ଉଦ୍ଧାର ହେଲେ ବାବା

ନୟାଗଡ,୧୯/୮(ଏସଏସନିଉଜ)ଗଣିଆବ୍ଲକର ଅଧିନରେ ଥିବା ମଣିଭଦ୍ରପହାଡ ପାଦଦେଶରେ ପୁଜାପାଉଥିବା ମା କଳାପାଟ ଠାକୁରାଣିଙ୍କ ପୀଠରେ ଦୀର୍ଘ୪ଦିନଧରି ବନ୍ୟା ଜଳରେ ଫସି ରହିଥିବା ବାବା ସଦାଶିବ ଉଦ୍ଧାର ହୋଇଛନ୍ତି ।ଗଣିଆ ଓ ଭଦ୍ରକରୁ ଆସିଥିବା ଅଗ୍ନିଶମବିଭାଗର କର୍ମଚାରୀମାନେ ବାବାଙ୍କୁ ବୋଟ ନେଇ ଉଦ୍ଧାର କରିଛନ୍ତି । ବାବା ସଦାଶିବ ମାଙ୍କ ପୀଠରେ ଦୀର୍ଘ ୧୦ବର୍ଷଧରି ରହିଆସିବା ସହ ମାଙ୍କ ପୁଜାର୍ଜନା କରୁଥିଲେ । ଅଚାନକ ବନ୍ୟାପାଣି ମାଡିଆସିଥିବାରୁ ସେଠାରୁ ବାହାରକୁ ଆସି ପାରିନଥିଲେ ।ତେବେ ଗୁରୁବାରଦିନ ଖବରପାଇ ଅଗ୍ନିଶମବାହିନୀର କର୍ମଚାରମାନେ […]

୧୨ ଘଣ୍ଟିଆ ସୁନ୍ଦରଗଡ଼ ବନ୍ଦ

ସୁନ୍ଦରଗଡ଼,୧୯/୮(ଏସଏସନିଉଜ) ସୁନ୍ଦରଗଡ଼ସହରରେ ୧୨ ଘଣ୍ଟିଆ ବନ୍ଦ ପାଳନ ଆରମ୍ଭ ହୋଇଛି ।ବନ୍ଦ ପାଳନ ଡାକରା ଦେଇଛି ପଶ୍ଚିମ ଓଡ଼ିଶା ଯୁବ ମଞ୍ଚ । ସୁନ୍ଦରଗଡ଼ରେ ରାଜ୍ୟର ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ଦାବିରେ ଏହି ବନ୍ଦ ଡାକରା ଦିଆଯାଇଛି ।

ଶୁକ୍ରବାରଠୁ ପ୍ରବଳ ଛେଚିବ

ଭୁବନେଶ୍ୱର, ୧୯/୮(ଏସଏସନିଉଜ) ଉତ୍ତର ପୂର୍ବ ବଙ୍ଗୋପସାଗର ଉପରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇ ଶୁକ୍ରବାର ସକାଳ ସୁଦ୍ଧା ଅବପାତ (ଡିପ୍ରେସନ୍‌) ରୂପ ନେବ । ଏହା ପ୍ରଭାବରେ ଆସନ୍ତା ଦୁଇଦିନ ପ୍ରବଳ ବର୍ଷା ହେବ । ବନ୍ୟାର ସ୍ଥିତି ଧିରେଧିରେ ସୁଦୃଢ ହେଉଥିବାବେଳେ ପୁଣି ବର୍ଷା ବୋଝ ଉପରେ ନଳିତା ବିଡ଼ା ଭଳି ହେବାକୁ ଯାଉଛି । ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହି ୨୧ରୁ କ୍ରମଶଃ କମିବ । ପାଣିପାଗ ବିଭାଗର […]

ବନ୍ଦ ହେଲା ବିଜେପିର ପ୍ରାଦେଶିକ ପ୍ରଶିକ୍ଷଣ ଶିବିର

ଜଗତସିଂହପୁର,୧୯/୮(ଏସଏସନିଉଜ) ପୁରୀରେ ହେବାକୁ ଥିବା ବିଜେପିର ପ୍ରାଦେଶିକ ପ୍ରଶିକ୍ଷଣ ଶିବିର ସ୍ଥଗିତ ହୋଇଛି ।ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦେଖି ପ୍ରଶିକ୍ଷଣ ଶିବିର ସ୍ଥଗିତ ରଖାଯାଇଥିବାର ସୁଚନା ଦିଆଯାଇଛି । ବିଜେପି ପ୍ରଶିକ୍ଷଣ ବିଭାଗ ରାଜ୍ୟ ସଂଯୋଜକ ସୁରମା ପାଢୀ ଏହି ସୂଚନା ଦେଇଛନ୍ତି । ଆସନ୍ତା ୨୦,୨୧ ଓ ୨୨ ତାରିଖ ୩ ଦିନ ହେବାକୁ ଥିଲା ପ୍ରଶିକ୍ଷଣ ଶିବିର ।

୪୦ଟି ସ୍କୁଲ ୨ ଦିନ ପାଇଁ ଛୁଟି

ଜଗତସିଂହପୁର,୧୯/୮(ଏସଏସନିଉଜ) ଜଗତସିଂହପୁର ଜିଲ୍ଲାର ୪୦ଟି ସ୍କୁଲ ଆସନ୍ତା ୨ ଦିନପାଇଁ ଛୁଟି ଘୋଷଣା ହୋଇଛି ।୧୯ ଓ ୨୦ ତାରିଖ ୨ ଦିନ ସ୍କୁଲ ଗୁଡ଼ିକ ଛୁଟି ରହିବ. ବନ୍ୟା ସ୍ଥିତି ପାଇଁ ୨ ଦିନ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ ।ସ୍କୁଲ ଛୁଟି ନେଇ ୭ଟି ବ୍ଲକର ବିଇଓଙ୍କୁ ଜିଲ୍ଲାପାଳଙ୍କ ଚିଠି ଲେଖିଛନ୍ତି ।

ମାଲବାହୀ ଟ୍ରେନ ଲାଇନଚ୍ୟୁତ

ଭୁବନେଶ୍ୱର,୧୯/୮(ଏସଏସନିଉଜ)ବ୍ରଜରାଜନଗର ରେଳ ଷ୍ଟେସନ ଏବଂ ଇବ ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନ ଚ୍ୟୁତ ହୋଇଛି ।ଲାଇନ ଚ୍ୟୁତ ହେବାର ଅନେକ ସମୟ ପର୍ଯ୍ୟନ୍ତ ଟ୍ରେନ୍ ଚଳାଚଳ ବ୍ୟାହତ ହୋଇଥିଲା । ସମସ୍ୟାର ସମାଧାନ ପରେ ଟ୍ରେନ୍ ଚଳାଚଳ ସ୍ୱାଭାବିକ ହୋଇଥିଲା ।

ଆଜି ଧାର୍ଯ୍ୟ ହେବ ନୂଆଁଖାଇ ଲଗ୍ନ

ଭୁବନେଶ୍ୱର,୧୯/୮(ଏସଏସନିଉଜ)ଆଜି ସନ୍ଧ୍ୟାରେ ବାହାରିବ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ଲଗ୍ନ ।ପ୍ରତ୍ୟେକ ବର୍ଷ ଜନ୍ମାଷ୍ଟମୀ ପରଦିନ ନନ୍ଦୋତ୍ସବ ଅବସରରେ ନୂଆଁଖାଇ ଲଗ୍ନ ଧାର୍ଯ୍ୟ କରାଯାଇଥାଏ । ମନ୍ଦିର ଟ୍ରଷ୍ଟ କମିଟି ଏବଂ ପଣ୍ଡିତଙ୍କ ଦ୍ୱାରା ଧାର୍ଯ୍ୟ ହେବ ଲଗ୍ନ ।

ପୁଣି ମାଓ ତାଣ୍ଡବ

ଭୁବନେଶ୍ୱର,୧୯/୮(ଏସଏସନିଉଜ)ନୂଆପଡ଼ାରେ ପୁଣି ମାଓ ତାଣ୍ଡବ ଦେଖିବାକୁ ମିଳିଛି । ଘରୁ ଉଠାଇନେଇ ଯୁବକଙ୍କୁ ହତ୍ୟା କରିଥିବାର ଅଭିଯୋଗ ହୋଇଛି ।ସୁନାବେଡା ଅଭୟାରଣ୍ୟ ଢେକୁନପାନି ଗାଁରେ ନୃଶଂସ ହତ୍ୟାଘଟଣା ଘଟିଛି ।ପୋଲିସ ଇନ୍‌ଫର୍ମର ସନ୍ଦେହରେ ହତ୍ୟା କରିଥିବା ପୋଲିସପକ୍ଷରୁ ସୂଚନାମିଳିଛି ।