Browsing monthly archive

August 2022

ପାଣିମିଶା ତେଲକୁ ନେଇ ହୋହାହ୍ଲା

ବଣାଇ, ୧୯/୮(ଏସଏସନିଉଜ)ପେଟ୍ରୋଲ ପମ୍ପରେ ତେଲ ଅପମିଶ୍ରଣ ଅଭିଯୋଗ କରି ଗ୍ରାହମାମାନଙ୍କର ହୋହଲ୍ଲା ଆରମ୍ଭ ହୋଇଛି ।ଲହୁଣୀପଡ଼ା ଥାନା ଲମସି ନିକଟରେ ଥିବା ପେଟ୍ରୋଲ ପମ୍ପରେ ଉତ୍ତେଜନା ଦେଖାଦେଇଛି ।ପାଣି ମିଶ୍ରିତ ପେଟ୍ରୋଲ ଦିଆଯାଇଥିବା ଅଭିଯୋଗରେ ଗ୍ରାହକମାନେ ପାଟିତୁଣ୍ଡ ଆରମ୍ଭ କରିଛନ୍ତି ।

ସିବିଆଇ ରେଡ୍

ଭୁବନେଶ୍ୱର,୧୯/୮(ଏସଏସନିଉଜ)ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିୟାଙ୍କ ଘରେ ସିବିଆଇ ରେଡ୍ ହୋଇଛି। ଦିଲ୍ଲୀ ଏନସିଆର ସହ ୨୦ଟି ସ୍ଥାନରେ ଚଢଉଜାରି ରଖିଛି ସିବିଆଇ ।

ମହୁଲ ଗଛରେ ଝୁଲୁଛି ଯୁବକଯୁବତୀଙ୍କ ମୃତଦେହ

ଦେବଗଡ଼.୧୯/୮(ଏସଏସନିଉଜ)ଗଛରୁ ଯୁବକଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି ।କୁଣ୍ଢେଇଗୋଳା ଥାନା ଆଉଁଳି ଗାଁ ନିକଟ ମହୁଲ ଗଛରେ ମୃତଦେହ ଝୁଲୁଥିବାର ଦେଖିବାକୁ ମିଳିଛି ।ମୃତ ଯୁବକ ଆଉଁଳି ଗାଁର ହୋଇଥିବାବେଳେ ଯୁବତୀଜଣଙ୍କ ଅନୁଗୁଳ ଅଞ୍ଚଳର ଜଣାପଡିଛି ।କାଲି ଯୁବତୀଙ୍କୁ ନେଇ ଯୁବକ ଗାଁକୁ ଆସିଥିବା ଗ୍ରାମବାସୀଙ୍କଠାରୁ ସୂଚନାମିଳିଛି ।ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବାବେଳେ ଖବରପାଇ କୁଣ୍ଢେଇଗୋଳା ପୋଲିସ ଘଟଣାସ୍ଥଲରେ ପହଁଚି ତଦନ୍ତ ଆରମ୍ଭ କରିଛି ।

ମାଟି ଅତଡାରେ ଦୁଇ ମୃତ

ଜୟପୁର,୧୮/୮(ଏସ ଏସ ନିଉଜ) ଜଙ୍ଗଲରେ ମାଟି ଅତଡ଼ା ଧସି ୨ଜଣ ମୃତୁବରଣ କରିଥିବାବେଳେ ୩ ଜଣ ଆହତ ହୋଇଛନ୍ତି ।ବୈପାରୀଗୁଡ଼ା ଗୁପ୍ତେଶ୍ୱର ଅଞ୍ଚଳର ମାଳିପଦର ଜଙ୍ଗଲରେ ଏହି ଅଘଟଣ ଘଟିଛି । ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ ଲାଗି ମଙ୍ଗଳବାର ଠାରୁ ଯାଇଥିଲେ ୫ ଜଣ । ବର୍ଷା ଲାଗି ରହିବାରୁ ଜଙ୍ଗଲର ଏକ ଗୁମ୍ଫାରେ ଆଶ୍ରୟ ନେଇଥିଲେ ।ଆଶ୍ରୟ ନେଇଥିବା ବେଳେ ଗୁମ୍ଫାରେ ମାଟିଅତଡ଼ାଖସିପଡ଼ିବାରୁ ଏଭଳି ଅଘଟଣ ଘଟିଥିଲା ।

ଉଛୁଳା ନଦୀକୁ ଡ଼େଇଲେ ଯୁବତୀ

କୋଣାର୍କ,୧୮/୮(ଏସ ଏସ ନିଉଜ) ବନ୍ୟାରେ ଉଛୁଳୁଥିବା ଭରା ନଈକୁ ଡେଇଁପଡିଲେ ଯୁବତୀ ।ନିମାପଡ଼ା ନିକଟ କୁଶଭଦ୍ରା ନଦୀ ପୋଲରୁ ଡେଇଁଲେ ଯୁବତୀ।ନିଖୋଜ ଯୁବତୀଙ୍କୁ ଉଦ୍ଧାର ପାଇଁ ଅଗ୍ନିଶମ କର୍ମଚାରୀଙ୍କ ଉଦ୍ୟମ ଆରମ୍ଭ କରିଛି ।ସଂପୃକ୍ତ ଯୁବତୀ ନିକଟ ସର୍ଦ୍ଦାପଡ଼ା ଗାଁର ହୋଇଥିବା ସୂଚନା ମିଳିଛି ।

୨୮ଗେଟ୍ ରେ ଜଳ ନିଷ୍କାସନ

ଭୁବନେଶ୍ୱର,୧୮/୮(ଏସ ଏସ ନିଉଜ)ହୀରାକୁଦ ଜଳଭଣ୍ଡାରର ଆଉ ୪ଟି ଗେଟ୍ ବନ୍ଦ ହୋଇଛି ।ଖୋଲାଥିବା ୪୦ ଗେଟ୍‌ରୁ ୧୨ଟି ବନ୍ଦ ହୋଇଛି।ଏବେ ୨୮ଟି ଗେଟ୍ ଦେଇ ଜଳ ନିଷ୍କାସନ ଚାଲିଛି ।

ଆଜିର ରାଶିଫଳ

ସ୍ନାର୍ତ୍ତ ସମ୍ମତ ନନ୍ଦୋଉତ୍ସବ ଓ ବୈଷ୍ଣବ ସମ୍ମତ ଶ୍ରୀକୃଷ୍ଣ ଜନ୍ମାଷ୍ଟମ.୨୦୨୨ ମସିହା ଅଗଷ୍ଟ ମାସ ୧୯ ତାରିଖ (ଶୁକ୍ରବାର)ଭାଦ୍ରବ ମାସ -କୃଷ୍ଣ ପକ୍ଷ ,ତିଥି-ଅଷ୍ଟମୀ ଘ୧୦/୩୧ ପର୍ଯ୍ୟନ୍ତ ତଦନ୍ତେ ନବମୀ ,ସୁର୍ୟୋଦୟ ପ୍ରାତଃ ଘ୦୫/୩୧/୧୩ ,ସୂର୍ଯ୍ୟାସ୍ତ – -ସନ୍ଧ୍ୟା ଘ୦୬/୦୮/୫୦ ,ବିଛା, ଧନୁ ଓ ମୀନ ରାଶିର ଘାତବାର ,ବିଛା ରାଶିର ଘାତଚନ୍ଦ୍ର ,ଅଷ୍ଟମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ନଡ଼ିଆ ରାତ୍ରି ଘ୧୦/୩୧ ଗତେ ଆଲାବୁ(ଲାଉ) ଭକ୍ଷଣ ନିଷେଧ ।  ମେଷ-ଅଫିସରେ ପରିସ୍ଥିତି ଅନୁକୂଳ ରହିବ। […]

ବିଦ୍ୟାଳୟର ଗୈାରବ

ମେଣ୍ଢାଶାଳ,୧୮/୮(ଏସଏସନିଉଜ)ସ୍ୱାଧିନତାଦିବସରେ ଦାରୁଠେଙ୍ଗ ଉଚ୍ଚବିଦ୍ୟାଳୟ ପରିସର ରେ ଅନୁଷ୍ଠିତ ମଣ୍ଡଳସ୍ତରୀୟ ସାକ୍ଷରତା ପ୍ରତିଯୋଗୀତାରେ ହୋଇଥିଲା ।ଏଥରେ ଭାଗ ନେଇଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ମେଣ୍ଢାଶାଳ ସରକାରୀ ଉଚ୍ଚବିଦ୍ୟାଳର ୩ଜଣ ଛାତ୍ରଛାତ୍ରୀ ପୁରସ୍କୃତ ହୋଇଛନ୍ତି ।ସେମାନେ ବିଦ୍ୟାଳୟ ପାଇଁ ଗୈାରବ ଅର୍ଜ୍ଜନ କରିବା ସହ ଅନ୍ୟ ଛାତ୍ରଛାତ୍ରୀମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି ବୋଲି ପ୍ରଧାନଶିକ୍ଷୟତ୍ରୀ ରତ୍ନମଞରୀବିଶ୍ୱାଳ କହିଛନ୍ତି ।ଏହି ଉପଲକ୍ଷେ ବିଦ୍ୟାଳୟ ପରିସରରେ କୃତିତ୍ୱ ଅର୍ଜ୍ଜନ କରିଥିବା ବର୍ଷାରାଣି ବିଶ୍ୱାଳ, ସାରଶଂଶେଖରପାତ୍ର ଓ ରୁପାଲି ମହାରଣାଙ୍କୁ ବିଦ୍ୟାଳୟ ପକ୍ଷରୁ ସ୍ୱାଗତ କରାଯାଇଛି […]

ବିଜେଡିର ବରିଷ୍ଠନେତାଙ୍କୁ ପର୍ଯ୍ୟବେକ୍ଷକ

ଭୁବନେଶ୍ୱର,୧୮/୮(ଏସଏସନିଉଜ) ବିଜେଡିର ବରିଷ୍ଠ ନେତାମାନଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ଦିଆଯାଇଛି । ଏନେଇ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ପ୍ରେସ ବିଜ୍ଞପ୍ତିରେ ଘୋଷଣା କରିଛନ୍ତି ।ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗୀର ଓ ବରଗଡ଼ ଦାୟିତ୍ୱ । ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କୁ କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ବର ଦାୟିତ୍ବ ଦିଆଯାଇଛି। ପ୍ରମିଳା ମଲ୍ଲିକଙ୍କୁ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଓ ଗଜପତି , ଦେବୀପ୍ରସାଦ ମିଶ୍ରଙ୍କୁ ଗଞ୍ଜାମ, ନୟାଗଡ଼, କନ୍ଧମାଳ, […]

ଟାପୁରେ ଫସିଲେ ୫

ପାରାଦୀପ,୧୮/୮(ଏସଏସନିଉଜ) ମହାନଦୀ ଟାପୁରେ ଫସି ରହିଛନ୍ତି ୫ ଜଣ ।କୁଜଙ୍ଗ ଅଙ୍ଗପାଳଡିଆରେ ୫ ଦିନରୁ ଫସି ରହିଥିବା ସୂଚନା ମିଳିଛି ।ମଇଁଷି ଚରାଇବାକୁ ଯାଇ ଫସି ରହିଥିଲେ ।ଖବରପାଇ ସେମାନଙ୍କୁ ଉଦ୍ଧାର ପାଇଁ ଗଲା ଏନ୍‌ଡିଆରଏଫ୍ ଟିମ୍ ।