ବିଦ୍ୟାଳୟର ଗୈାରବ

ମେଣ୍ଢାଶାଳ,୧୮/୮(ଏସଏସନିଉଜ)ସ୍ୱାଧିନତାଦିବସରେ ଦାରୁଠେଙ୍ଗ ଉଚ୍ଚବିଦ୍ୟାଳୟ ପରିସର ରେ ଅନୁଷ୍ଠିତ ମଣ୍ଡଳସ୍ତରୀୟ ସାକ୍ଷରତା ପ୍ରତିଯୋଗୀତାରେ ହୋଇଥିଲା ।ଏଥରେ ଭାଗ ନେଇଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ମେଣ୍ଢାଶାଳ ସରକାରୀ ଉଚ୍ଚବିଦ୍ୟାଳର ୩ଜଣ ଛାତ୍ରଛାତ୍ରୀ ପୁରସ୍କୃତ ହୋଇଛନ୍ତି ।ସେମାନେ ବିଦ୍ୟାଳୟ ପାଇଁ ଗୈାରବ ଅର୍ଜ୍ଜନ କରିବା ସହ ଅନ୍ୟ ଛାତ୍ରଛାତ୍ରୀମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି ବୋଲି ପ୍ରଧାନଶିକ୍ଷୟତ୍ରୀ ରତ୍ନମଞରୀବିଶ୍ୱାଳ କହିଛନ୍ତି ।ଏହି ଉପଲକ୍ଷେ ବିଦ୍ୟାଳୟ ପରିସରରେ କୃତିତ୍ୱ ଅର୍ଜ୍ଜନ କରିଥିବା ବର୍ଷାରାଣି ବିଶ୍ୱାଳ, ସାରଶଂଶେଖରପାତ୍ର ଓ ରୁପାଲି ମହାରଣାଙ୍କୁ ବିଦ୍ୟାଳୟ ପକ୍ଷରୁ ସ୍ୱାଗତ କରାଯାଇଛି ।ଶିକ୍ଷକ ପ୍ରେମସାଗର ହେମ୍ରମଙ୍କ ତ୍ୱାବଧାନରେ ଏହି ଛାତ୍ରଛାତ୍ରୀମାନେ ପ୍ରତିଯୋଗୀତାର ଅଂଶଗ୍ରହଣ କରିଥିଲେ ।(ପଦ୍ମଚରଣବଡଜେନାଙ୍କ ରିପୋର୍ଟ)

Comments (0)
Add Comment