ଆଜିର ରାଶିଫଳ

ସ୍ନାର୍ତ୍ତ ସମ୍ମତ ନନ୍ଦୋଉତ୍ସବ ଓ ବୈଷ୍ଣବ ସମ୍ମତ ଶ୍ରୀକୃଷ୍ଣ ଜନ୍ମାଷ୍ଟମ.୨୦୨୨ ମସିହା ଅଗଷ୍ଟ ମାସ ୧୯ ତାରିଖ (ଶୁକ୍ରବାର)ଭାଦ୍ରବ ମାସ -କୃଷ୍ଣ ପକ୍ଷ ,ତିଥି-ଅଷ୍ଟମୀ ଘ୧୦/୩୧ ପର୍ଯ୍ୟନ୍ତ ତଦନ୍ତେ ନବମୀ ,ସୁର୍ୟୋଦୟ ପ୍ରାତଃ ଘ୦୫/୩୧/୧୩ ,ସୂର୍ଯ୍ୟାସ୍ତ – -ସନ୍ଧ୍ୟା ଘ୦୬/୦୮/୫୦ ,ବିଛା, ଧନୁ ଓ ମୀନ ରାଶିର ଘାତବାର ,ବିଛା ରାଶିର ଘାତଚନ୍ଦ୍ର ,ଅଷ୍ଟମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ନଡ଼ିଆ ରାତ୍ରି ଘ୧୦/୩୧ ଗତେ ଆଲାବୁ(ଲାଉ) ଭକ୍ଷଣ ନିଷେଧ । 
ମେଷ-ଅଫିସରେ ପରିସ୍ଥିତି ଅନୁକୂଳ ରହିବ। ସହକର୍ମୀଙ୍କ ମାଧ୍ୟମରେ ଲାଭ ପାଇବେ। ବ୍ୟବସାୟ ବିସ୍ତାର କରିବେ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ।
ବୃଷ-ଦେହ ସୁସ୍ଥ ରହିବ । ମନ ପ୍ରସନ୍ନ ରହିବ । ସମସ୍ତ କାର୍ଯ୍ୟ ସଫଳତାର ସହ ସଂପାଦନ କରିବେ । ବ୍ୟବସାୟରେ ଅଭିବୃଦ୍ଧି ଦେଖାଦେବ । ସନ୍ତାନଙ୍କ ସଫଳତାରେ ଆତ୍ମସନ୍ତୋଷ ଲାଭ କରିବେ । ପଡୋଶୀଙ୍କ ସହ ସମ୍ପର୍କ ମଧୁର ହେବ ।
ମିଥୁନ-କର୍ତ୍ତବ୍ୟ ନିଷ୍ଠ ହେବେ । କର୍ମ କ୍ଷେତ୍ରରେ ଉଚ୍ଚ ପ୍ରଶଂସା ମିଳିବ । ଆୟ ଓ ବ୍ୟୟ ପ୍ରାୟ ସମାନ ରହିବ । ଦୂରଯାତ୍ରା ସଫଳ ହେବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ରାଜନୈତିକ ବ୍ୟକ୍ତି ବିଶେଷ ସଭାସମିତିରେ ଜନତାଙ୍କ ଆଦର ପାଇବେ ।
କର୍କଟ-ମାନସିକ ଅବସାଦ ଦେଖାଦେବ । ଚିନ୍ତାଗ୍ରସ୍ତ ରହିବେ । କାର୍ଯ୍ୟରେ ବାଧା ଓ ଅବରୋଧ ଦେଖାଦେବ । ସହକର୍ମୀଙ୍କ ସହ ମତଭେଦ ଦେଖାଦେବ । ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେବ । ମନ ଦୁର୍ବଳ ରହିବ । ଆୟ ମଧ୍ୟମ ଧରଣର ହେବ । ଆଇନ ଅଦାଲତର କାର୍ଯ୍ୟ ଆପଣଙ୍କ ବିପକ୍ଷରେ ଯିବ
ସିଂହ-ସମାନୁବର୍ତ୍ତୀ ହୋଇ ପ୍ରତ୍ୟେକ କାର୍ଯ୍ୟ ସୂଚାରୁ ରୂପେ ତୁଲାଇବେ । ସେବା ପୂଜାରେ ମନ ନିବେଶ କରିବେ । ଶରୀର ଓ ମନ ସୁସ୍ଥ ରହିବ । କର୍ମ କ୍ଷେତ୍ରରେ ସହକର୍ମୀମାନଙ୍କ ସାହାଯ୍ୟ ସହଯୋଗ ପାଇବେ । ଆୟ ଓ ବ୍ୟୟ ସମାନ ରହିବ । ବ୍ୟବସାୟ ଲାଭ ଯୁକ୍ତ ହେବ ।
କନ୍ୟା-ଶରୀର ସୁସ୍ଥ ରହିବ । କର୍ମ ତତ୍ପର ହେବେ । କର୍ମ କ୍ଷେତ୍ରରେ ସଫଳତା ପାଇବେ । ଆୟ ଅବ୍ୟାହତ ରହିବ । ବ୍ୟବସାୟ ଲାଭପ୍ରଦ ହେବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଛାତ୍ରଛାତ୍ରୀମାନେ ପଢାପଢିରେ ମନ ନିବେଶ କରିବେ ।
ତୁଳା-ଶରୀର ଆରୋଗ୍ୟ ରହିବ । କାର୍ଯ୍ୟ ବ୍ୟସ୍ତତା ଭିତରେ ଦିନ କାଟିବେ । କର୍ମ କ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ ପ୍ରଶଂସା ଭାଜନ ହେବେ । ଆୟ ଆଶାନୁରୂପକ ହେବ । ଗୃହକୁ ବିବାହ ପ୍ରସ୍ତାବ ଆଦି ଆସିପାରେ । ଆଇନ୍ ଅଦାଲତର କାର୍ଯ୍ୟ ଆପଣଙ୍କ ସପକ୍ଷରେ ଯିବ । ସାଂସାରିକ ଜୀବନ ସୁଖମୟ ହେବ । ବ୍ୟବସାୟ ଭଲ ହେବ ।
ବିଛା-କର୍ମ ଚଞ୍ଚଳ ରହିବେ । ବନ୍ଧୁବାନ୍ଧବ ତଥା ପଡୋଶୀଙ୍କ ମେଳରେ ମଉଜ୍ ମଜ୍‌ଲିସରେ ଦିନ କାଟିବେ । ଖର୍ଚ୍ଚ ବୃଦ୍ଧି ପାଇବ । ନୂତନ ଦ୍ରବ୍ୟ କିମ୍ବା ବସ୍ତ୍ର କ୍ରୟ କରିବେ । ପାରିବାରିକ ସୁଖଶାନ୍ତି ଉପଲବ୍ଧ ହେବ । ବ୍ୟବସାୟରେ କାରବାର ବୃଦ୍ଧି ପାଇବ ।
ଧନୁ- କର୍ମ ଅନୁସାରେ ଫଳ ପ୍ରାପ୍ତି ହେବ । ଦେହ ଓ ମନ ଭଲ ରହିବ । ସୁସମ୍ବାଦ ପ୍ରାପ୍ତ ହେବ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ପରିବାରରେ ହସ ଖୁସିର ଲହରି ରହିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।
ମକର-ଦିନଟିରେ ଆପଣ କର୍ମ ତତ୍ପର ହେବେ । ସୁସ୍ୱାଦୁ ଭୋଜନ ପ୍ରାପ୍ତି ହେବ । କର୍ମ କ୍ଷେତ୍ର ଉତ୍ସାହ ପୂର୍ଣ୍ଣ ରହିବ । ପଡୋଶୀଙ୍କ ସହ ସୁସମ୍ପର୍କ ବଜାୟ ରହିବ । ପାରିବାରିକ ହସଖୁସି ଲାଗି ରହିବ । ଦୂରଯାତ୍ରା ସଫଳ ହେବ ।
କୁମ୍ଭ-ନୂତନ କର୍ମରେ ଯୋଗ ଦେଇ ଖୁସି ହେବେ । ମନ ପ୍ରସନ୍ନ ରହିବ । ଅର୍ଥ ପ୍ରାପ୍ତି ସୂଚନା ମିଳୁଛି । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ଦୂରଯାତ୍ରା କରିପାରନ୍ତି । କର୍ମ କ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିବେ । ଆୟ ବୃଦ୍ଧିର ସୂଚନା ମିଳୁଛି । ଚିନ୍ତାଧାରା ଉନ୍ନତମାନର ହେବ ।
ମୀନ-ଆରୋଗ୍ୟ ରହିବେ । ମନ ଭଲ ରହିବ । ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପ୍ରାପ୍ତି ହେବ । କର୍ମ କ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ ପ୍ରଶଂସା ପାଇବେ । ଆୟ ଅବ୍ୟାହତ ରହିବ । ବ୍ୟବସାୟୀମାନେ ଭଲ ଲାଭ କରିବେ ।
ନିତୀବାଣୀ-କେବେବି ନିଜର ଚରିତ୍ରକୁ ବଗିଚାର ସେହି ଘାସର ଗାଲିଚା ପରି କର ନାହିଁ.. ଯେମିତି କି କେହି ସେହି ଘାସର ଗାଲିଚାକୁ ଦଳି ଚକଟି ନଷ୍ଟ କରିଦେବେ, ଯଦି କରିବାର ଅଛି ସେହି ଆକାଶ ପରି କର ଯେମିତି କି ସେଠାରେ ପହଞ୍ଚିବାକୁ ସମସ୍ତେ ଇଚ୍ଛା ହିଁ କରିବେ ।
ବାସ୍ତୁ ଟିପ୍ପଣୀଦକ୍ଷିଣେ ଶୁଅନ୍ତୁ, ଅର୍ଥାତ ଦକ୍ଷିଣ ଦିଗକୁ ମୁଣ୍ଡ କରି ଶୋଇବା ଦ୍ୱାରା ସେହି ଘରେ ଆପଣଙ୍କ ଆତ୍ମ ଗ୍ଲାନି ଏବଂ ଆତ୍ମସମ୍ମାନବଢିଥାଏ ଏବଂ ଆପଣ ସମ୍ମାନର ଅଧିକାରୀ ହୋଇ ପାରନ୍ତି । ନିଜର ଆର୍ଥିକ ସମସ୍ୟା ଦୁରେଇ ଯାଇଥାଏ । ଦୁଃସ୍ବପ୍ନ ହୁଏ ନାହିଁ, ଉଦାର ପୀଡାରୁ ମୁକ୍ତି ମିଳେ, ଗ୍ୟାସ ମଧ୍ୟ ହୁଏ ନାହିଁ ।ଆପଣଙ୍କ ଜୀବନ ମଙ୍ଗଳମୟ ହେଉା
!!ଜୟଜୟ ଜଗନ୍ନାଥ,ଜୟଜୟସୋମନାଥ,ଜୟଜୟମା ଯୋଗମାୟା!!

ନାଥ,ଜୟଜୟମା ଯୋଗମାୟା!!

Comments (0)
Add Comment