ମହୁଲ ଗଛରେ ଝୁଲୁଛି ଯୁବକଯୁବତୀଙ୍କ ମୃତଦେହ

ଦେବଗଡ଼.୧୯/୮(ଏସଏସନିଉଜ)ଗଛରୁ ଯୁବକଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି ।କୁଣ୍ଢେଇଗୋଳା ଥାନା ଆଉଁଳି ଗାଁ ନିକଟ ମହୁଲ ଗଛରେ ମୃତଦେହ ଝୁଲୁଥିବାର ଦେଖିବାକୁ ମିଳିଛି ।ମୃତ ଯୁବକ ଆଉଁଳି ଗାଁର ହୋଇଥିବାବେଳେ ଯୁବତୀଜଣଙ୍କ ଅନୁଗୁଳ ଅଞ୍ଚଳର ଜଣାପଡିଛି ।କାଲି ଯୁବତୀଙ୍କୁ ନେଇ ଯୁବକ ଗାଁକୁ ଆସିଥିବା ଗ୍ରାମବାସୀଙ୍କଠାରୁ ସୂଚନାମିଳିଛି ।ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବାବେଳେ ଖବରପାଇ କୁଣ୍ଢେଇଗୋଳା ପୋଲିସ ଘଟଣାସ୍ଥଲରେ ପହଁଚି ତଦନ୍ତ ଆରମ୍ଭ କରିଛି ।

Comments (0)
Add Comment