ଜଙ୍ଗଲରୁ ମିଳିଲା ନରକଙ୍କାଳ।

ବାଲେଶ୍ୱର, ୧୯/୮(ଏସଏସନିଉଜ) ଭୋଗରାଇ ଥାନା ଅନ୍ତର୍ଗତ ନାରାୟଣ ମହାନ୍ତି ପଡ଼ିଆ ପଞ୍ଚାୟତର ବାଣୁଆସାହି ବାଲିଆଡ଼ିହ ଜଙ୍ଗଲରୁ ଏହି କଙ୍କାଳ ଉଦ୍ଧାର କରାଯାଇଛି। ଏକ ମାସ ପୂର୍ବରୁ ଗାଁର ମୂଷା ଗିରିଙ୍କ ପୁଅ ନୀଳା ଗିରି ନିଖୋଜ ଥିଲେ। ତେଣୁ ଏହି କଙ୍କାଳଟି ନୀଳା ଗିରିଙ୍କର ହୋଇଥିବା ନେଇ ସନ୍ଦେହ କରାଯାଉଛି ।ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।

Comments (0)
Add Comment