Browsing daily archive

September 5, 2022

ଆଜିର ରାଶିଫଳ

ପାର୍ଶ୍ଵପରିବର୍ତ୍ତନ(ବଡ଼)ଏକାଦଶୀ ,୨୦୨୨ ମସିହା ସେପ୍ଟେମ୍ବର ମାସ ୦୬ ତାରିଖ (ମଙ୍ଗଳବାର)ଭାଦ୍ରବ ମାସ –ଶୁକ୍ଳପକ୍ଷ ,ତିଥି-ଏକାଦଶୀ ରାତ୍ରି ଘ୩/୭ ପର୍ଯ୍ୟନ୍ତ ତଦନ୍ତେ ଦ୍ବାଦଶୀ ,ସୁର୍ୟୋଦୟ ପ୍ରାତଃ ଘ୦୫ /୩୬/୦୧ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/ ୫୪/୪୩ ,ମକର ରାଶିର ଘାତବାର ,ସିଂହ ରାଶିର ଘାତଚନ୍ଦ୍ର ,ଏକାଦଶୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ଶିମ୍ବ ଭକ୍ଷଣ ନିଷେଧ । ମେଷ-ମାଆମଙ୍ଗଳାଙ୍କ କରୁଣାରୁ ଆର୍ଥିକଅବସ୍ଥା ଏବଂ ସୌଭାଗ୍ୟପୂର୍ଣ୍ଣ ହେବେ । କାର୍ଯ୍ୟଦକ୍ଷତା ବୃଦ୍ଧି ପାଇବ । ବ୍ୟବସାୟିକ ପ୍ରଚାର ଓ ପ୍ରସାର ବୃଦ୍ଧି […]

ବିଦ୍ୟାଳୟରେ ପାଳନ ହେଲା ଗୁରୁଦିବସ

ବାରଙ୍ଗ, ୫/୯(ଡିଏନଏ)ଭୁବନେଶ୍ବର ଓ ବାରଙ୍ଗ ବ୍ଲକର ବିଭିର୍ଣ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଟାନରେ ଗୁରୁଦିବସ ପାଳିତ ହୋଇଯାଇଛି।ଏହି ପରିପେକ୍ଷୀ ରେ କେନ୍ଦୁପାଟଣା ଉତ୍କଳମଣି ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ ଛାତ୍ରଛାତ୍ରୀମାନେ ଶିକ୍ଷକଶିକ୍ଷୟିତ୍ରୀଙ୍କୁ ଫୁଲଚନ୍ଦନ ଦେଇ ଆଶୀର୍ବାଦ କାମନା କରିଥିଲେ।ବିଦ୍ୟାଳୟପ୍ରଧାନଶିକ୍ଷକ ଯୋଗେନ୍ଦ୍ର ସେନାପତି, ଶିକ୍ଷକ ସଂଗ୍ରାମକେଶରୀପଟ୍ଟନାୟକ,ସୁରେନ୍ଦ୍ରରେଡ୍ଡି,ସିଆରସିସି ଟୁକୁନାବେହେରା ସମେତ ଶିକ୍ଷୟିତ୍ରୀ ସୀମାରାଣୀବେହେରା ପ୍ରମୁଖ ଆୟୋଜିତକାର୍ଯ୍ୟକ୍ରମରେ ଯୋଗଦେଇ ଥିଲେ।ପରେ ବକ୍ତୃତା ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା।ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଜଗନ୍ନାଥ ଭଞ,ଆଲୁମିନି କମିଟି ସଭାପତି ପବିତ୍ର […]

ମେଣ୍ଢାଶାଳ ଗୋଷ୍ଠିସ୍ୱାସ୍ଥ୍ୟକେନ୍ଦ୍ରରେ କଂଗ୍ରେସନେତା

ମେଣ୍ଢାଶାଳ,୫/୯(ଡିଏନଏ)ସୋମବାର ଅପରାହ୍ନରେ ଜଟଣୀକଂଗ୍ରେସନେତା କ୍ୟାପଟେନ୍ ମନ୍ମଥ ରାଉତରାୟ ଅଚାନକ ମେଣ୍ଢାଶାଳ ଗୋଷ୍ଠିସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରି ଫେରିଛନ୍ତି ।ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନସମୟରେ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଲୋକ ବ୍ୟବସ୍ଥା, ଜଳଯୋଗାଣ ବ୍ୟବସ୍ଥା ଓ ପିରିଛନ୍ନ ଆଦି ବ୍ୟବସ୍ଥା ବିଷୟରେ ବୁଲିଦେଖିଥିଲେ ।୧୯୫୮ମସିହାରେ ଆରମ୍ଭ ହୋଇଥିବା ଏହି ସ୍ୱାସ୍ଥ୍ୟକେନ୍ଦ୍ର ଏହାଭିତରେ ଗୋଷ୍ଠିସ୍ୱାସ୍ଥ୍ୟକେନ୍ଦ୍ରର ମାନ୍ୟତା ପାଇଥିଲେ ସୁଦ୍ଧା ଫ୍ଟାପକ୍ୱାଟର ଗୁଡିକ ଜରାଜିନ୍ନ ଅବସ୍ଥାରେ ଥିବା,ବର୍ତମାନ ସ୍ୱାସ୍ଥ୍ୟକେନ୍ଦ୍ରରେ ୭ଜଣ ଡାକ୍ତରଥାଇ ସଠିକଭାବେ ସ୍ୱାସ୍ଥ୍ୟସେବା ନମିଳିବା ବିଷୟରେ ସ୍ୱାସ୍ଥ୍ୟକେନ୍ଦ୍ରଦାୟିତ୍ୱରେ ଥିବା ଡାକ୍ତର ମୋହନହେମ୍ରମଙ୍କ ସହ ଆଲୋଚନା କରିଥିଲେ ।ଏହି […]

ଗଙ୍ଗାରେ ଡଙ୍ଗାବୁଡ଼ି

ଭୁବନେଶ୍ୱର,୫/୯(ଏସଏସନିଉଜ)ଗଙ୍ଗାନଦୀରେ ଡଙ୍ଗା ବୁଡ଼ି ୧୦ଜଣ ନିଖୋଜ ହୋଇଛନ୍ତି ।ଶାହାପୁର ଥାନା ଦାନପୁର ନିକଟରେ ଡଙ୍ଗା ବୁଡ଼ିବାରୁ ଏହି ଅଘଟଣ ଘଟିଛି ।ସୂଚନାନୁସାରେ ଡଙ୍ଗାଟିରେ ୫୦ରୁ ୫୫ ଜଣ ଯାତ୍ରୀ ଥିଲେ ।  

ମାକୋଳରୁ ଭାସିଗଲା ଶିଶୁକନ୍ୟା

ନୟାଗଡ଼, ୫/୯(ଏସଏସନିଉଜ) ଗାଧୋଇବା ବେଳେ ମାକୋଳରୁ ଭାସିଗଲା ଶିଶୁକନ୍ୟା । ଗୌଡ଼ଗାଁଥାନା ଗୌଡ଼ପୁଟଗାଁ ନିକଟ ଦୁଆଣ୍ଟନଦୀରେ ଭାସିଯାଇଥିଲା ଶିଶୁ ।ବହୁ ଖୋଜାଖୋଜି ପରେ ସ୍ଥାନୀୟ ଲୋକଙ୍କ ଦ୍ୱାରା ଶିଶୁକନ୍ୟାର ମୃତଦେହ ଉଦ୍ଧାର ହୋଇଛି ।ଏହାପରେ ଗାଁରେ ଦୁଃଖର ବାତାବରଣ ଖେଳିଯାଇଛି ।  

ଆସନ୍ତାକାଲି ଭୁବନେଶ୍ୱର ଫେରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୫/୯(ଏସଏସନିଉଜ) ଆସନ୍ତାକାଲି ଭୁବନେଶ୍ୱର ଫେରିବେ ମୁଖ୍ୟମନ୍ତ୍ରୀ ।ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ବିଜେଡି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି ।ଏଥିପାଇଁ ୫୦ହଜାର ଲୋକ ସ୍ୱାଗତ କରିବାକୁ ଆସିବାର ସାମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି କମିସିନେରେଟ ପୋଲିସ୩ ଘଣ୍ଟା ପୂର୍ବରୁ ବିମାନବନ୍ଦରରେ ପହଞ୍ଚିବାକୁ ପରାମର୍ଶ ଦେଇଛନ୍ତି । ଏଥିସହିତ ସବୁ ଛକରେ ପୋଲିସ ଫୋର୍ସ ମୁତୟନ ସହ ପାର୍କିଂ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି ଝନାପଡିଛି ।

ପୁଣି ନକଲି ଲୁଣ ଓ ସର୍ଫ କାରଖାନା ଠାବ

ଭୁବନେଶ୍ୱର,୫/୯(ଏସଏସନିଉଜ)ପୁଣି ନକଲି ଲୁଣ ଓ ସର୍ଫ କାରଖାନା ଠାବ ହୋଇଛି ।ପାହାଳ ଥାନା ଅଧିନସ୍ଥ ଶିବଶକ୍ତିନଗରରୁ ନକଲି କାରଖାନା ଠାବ ହୋଇଛି ।ପାହାଳ ପୋଲିସ ଦ୍ୱାରା ଚଢ଼ାଉ କରାଯାଇ ବ୍ୟାପକ ଅପମିଶ୍ରିତ ସାମଗ୍ରୀ ଜବତ କରାଯାଇଥିବାର ଜଣାପଡିଛି ।

ପିମ୍ପୁଡ଼ି ପାଇଁ ଟେନ୍‌ସନ୍‌

ପିପିଲି, ୫/୯(ଏସଏସନିଉଜ) ଏବେ ପିମ୍ପୁଡ଼ି ପାଇଁ ଟେନ୍‌ସନ୍ ରେ ଅଛନ୍ତି ଚନ୍ଦ୍ରାଦେଇପୁର ଗ୍ରାମବାସୀ ।ପିମ୍ପୁଡି ଯିବାର ନାଁ ଧରୁନାହିଁ । ବହୁ ଉଦ୍ୟମ ସତ୍ୱେ ଗ୍ରାମବାସୀମାନେ ନିରାଶ ହେବାକୁ ବସିଲେଣି ।ପକୃତ କାରଣ ଜାଣିବାପାଇଁ ବିଡିଓ ଓ ଓୟୁଏଟିର ସ୍ୱତନ୍ତ୍ର ଟିମ୍ ଆସି ସ୍ଥିତି ଅନୁଧ୍ୟାନ କରି ଫେରିଛନ୍ତି ।ଲୋକଙ୍କୁ ଘର ବାରି ସଫା ପାଇଁ ପରାମର୍ଶ ଦେବାସହ ଔଷଧ ସିଞ୍ଚନ ଆରମ୍ଭ କରାଯାଇଥିବାର ଜଣାପଡିଛି ।

ଗୁଣି ପାଇଁ ମହିଳାଙ୍କୁ ହତ୍ୟା!

ରାୟଗଡ଼ା, ୫/୯(ଏସଏସନିଉଜ) ଟାଉନଥାନା କୋଇଲାପଡ଼ା ଗାଁରେ ଗୁଣି ଗାରେଡ଼ି ସନ୍ଦେହରେ ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଶୋଇଥିବା ଅବସ୍ଥାରେ ହାଣି ଦେଲେ ଜଣେ ଯୁବକ । ଅଭିଯୁକ୍ତ ଯୁବକକୁ ଅଟକ ରଖି ତଦନ୍ତ କରୁଛି ପୁଲିସ । ରାୟଗଡ଼ା ସହରର କୋଇଲାପଡା ଠାରେ ଘଟିଛି ଏହି ଘଟଣା। ଗୁଣିଗାରେଡ଼ି ସନ୍ଦେହରେ ପଡୋଶୀ ମହିଳାଙ୍କୁ ହତ୍ୟା କରାଯାଇଛି । ରାଜେଶ କୁଲେସିକା ନାମକ ଯୁବକ ପଡୋଶୀ ଚନ୍ଦ୍ରମା ବିଭାରଙ୍କୁ ହତ୍ୟା କରିଥିବା ଅଭିଯୋଗରେ ହତ୍ୟାକାରୀ ରାଜେଶକୁ […]