ମେଣ୍ଢାଶାଳ,୫/୯(ଡିଏନଏ)ସୋମବାର ଅପରାହ୍ନରେ ଜଟଣୀକଂଗ୍ରେସନେତା କ୍ୟାପଟେନ୍ ମନ୍ମଥ ରାଉତରାୟ ଅଚାନକ ମେଣ୍ଢାଶାଳ ଗୋଷ୍ଠିସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରି ଫେରିଛନ୍ତି ।ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନସମୟରେ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଲୋକ ବ୍ୟବସ୍ଥା, ଜଳଯୋଗାଣ ବ୍ୟବସ୍ଥା ଓ ପିରିଛନ୍ନ ଆଦି ବ୍ୟବସ୍ଥା ବିଷୟରେ ବୁଲିଦେଖିଥିଲେ ।୧୯୫୮ମସିହାରେ ଆରମ୍ଭ ହୋଇଥିବା ଏହି ସ୍ୱାସ୍ଥ୍ୟକେନ୍ଦ୍ର ଏହାଭିତରେ ଗୋଷ୍ଠିସ୍ୱାସ୍ଥ୍ୟକେନ୍ଦ୍ରର ମାନ୍ୟତା ପାଇଥିଲେ ସୁଦ୍ଧା ଫ୍ଟାପକ୍ୱାଟର ଗୁଡିକ ଜରାଜିନ୍ନ ଅବସ୍ଥାରେ ଥିବା,ବର୍ତମାନ ସ୍ୱାସ୍ଥ୍ୟକେନ୍ଦ୍ରରେ ୭ଜଣ ଡାକ୍ତରଥାଇ ସଠିକଭାବେ ସ୍ୱାସ୍ଥ୍ୟସେବା ନମିଳିବା ବିଷୟରେ ସ୍ୱାସ୍ଥ୍ୟକେନ୍ଦ୍ରଦାୟିତ୍ୱରେ ଥିବା ଡାକ୍ତର ମୋହନହେମ୍ରମଙ୍କ ସହ ଆଲୋଚନା କରିଥିଲେ ।ଏହି ଆଲୋଚନା ସମୟରେ ଭୁବନେଶ୍ୱର ବ୍ଲକ କଂଗ୍ରେସ ସଭାପତି ଭାସ୍କର ବାହିନିପତି,ବିରିଷ୍ଟନାଗରିକ ଭରତଚନ୍ଦ ରାଉତରାୟ,ପ୍ରାଣକୃଷ୍ନମହାରଣା,ଜଟଣୀବ୍ଲକ କଂଗ୍ରେସ ସଭାପତି ବାବୁଲିରାଉତରାୟ,ରାଜ୍ଖାନ ,ସାଧୁଭୋଇ,ରଘୁପାଇକରାୟ,ଜଟଣୀ ବିଧାୟକଙ୍କ ପ୍ରତିନିଧି ବିଷ୍ନୁଚରଣବାହିନିପତି ପ୍ରମୁଖ ଉପସ୍ଥିତ ଥିଲେ ।ରୋଗୀକଲ୍ୟାସମିତି ବୈଠକ ଦୀର୍ଘଦିନ ଧରି ବସିନଥିବାରୁ ତୁରନ୍ତ ଏହି ବୈଠକ ଡାକିବାକୁ ଆଲେଚାନାରେ ନିଷ୍ପତି ହୋଇଥିବାର ଜଣାପଡିଛି ।(ପଦ୍ମଚରଣବଡଜେନାଙ୍କ ରିପୋର୍ଟ)