ବାରଙ୍ଗ,୩୦|୮(ଏସଏସନିଉଜ) ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଜଷ୍ଟିସ ହରୀଶ ଟଣ୍ଡନ ରବିବାର ଅପରାହ୍ନରେ ସପରିବାର ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପରିଦର୍ଶନ କରିଛନ୍ତି।
ସୂଚନା ଅନୁସାରେ, ରବିବାର ଦିନ ପ୍ରାୟ ୩.୩୦ ମିନିଟ୍ ସମୟରେ ମୁଖ୍ୟ ବିଚାରପତି ତାଙ୍କ ଧର୍ମପତ୍ନୀ ଓ ପରିବାର ସଦସ୍ୟଙ୍କ ସହ ନନ୍ଦନକାନନରେ ପହଞ୍ଚିଥିଲେ। ନନ୍ଦନକାନନ ପକ୍ଷରୁ ତାଙ୍କୁ ସ୍ୱାଗତ କରାଯାଇଥିଲା।
ସେ ପ୍ରାୟ ଦୁଇ ଘଣ୍ଟା ଧରି ପ୍ରାଣୀ ଉଦ୍ୟାନର ବିଭିନ୍ନ ବିଭାଗ ବୁଲି ଦେଖିଥିଲେ। ବିଶେଷ କରି ବାଘ, ଧଳା ବାଘ, ସିଂହ, ହାତୀ ଏବଂ ବିଭିନ୍ନ ପ୍ରଜାତିର ପକ୍ଷୀ ମାନଙ୍କୁ ଦେଖି ସେ ବହୁତ ଖୁସି ବ୍ୟକ୍ତ କରିଥିଲେ।
ଏହି ଅବସରରେ ନନ୍ଦନକାନନର ଉପ-ନିର୍ଦ୍ଦେଶକ ପ୍ରଦୀପ ମୀରାସ୍ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ମୁଖ୍ୟ ବିଚାରପତିଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା।