ଆଜିର ରାଶିଫଳ

ପାର୍ଶ୍ଵପରିବର୍ତ୍ତନ(ବଡ଼)ଏକାଦଶୀ ,୨୦୨୨ ମସିହା ସେପ୍ଟେମ୍ବର ମାସ ୦୬ ତାରିଖ (ମଙ୍ଗଳବାର)ଭାଦ୍ରବ ମାସ –ଶୁକ୍ଳପକ୍ଷ ,ତିଥି-ଏକାଦଶୀ ରାତ୍ରି ଘ୩/୭ ପର୍ଯ୍ୟନ୍ତ ତଦନ୍ତେ ଦ୍ବାଦଶୀ ,ସୁର୍ୟୋଦୟ ପ୍ରାତଃ ଘ୦୫ /୩୬/୦୧ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/ ୫୪/୪୩ ,ମକର ରାଶିର ଘାତବାର ,ସିଂହ ରାଶିର ଘାତଚନ୍ଦ୍ର ,ଏକାଦଶୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ଶିମ୍ବ ଭକ୍ଷଣ ନିଷେଧ ।
ମେଷ-ମାଆମଙ୍ଗଳାଙ୍କ କରୁଣାରୁ ଆର୍ଥିକଅବସ୍ଥା ଏବଂ ସୌଭାଗ୍ୟପୂର୍ଣ୍ଣ ହେବେ । କାର୍ଯ୍ୟଦକ୍ଷତା ବୃଦ୍ଧି ପାଇବ । ବ୍ୟବସାୟିକ ପ୍ରଚାର ଓ ପ୍ରସାର ବୃଦ୍ଧି ହେବ । ସମସ୍ତ କାର୍ଯ୍ୟରେ ସୁଫଳ ପ୍ରାପ୍ତିହେବ । କମ୍ପ୍ୟୁଟର ତଥା ନେଟଦ୍ୱାରା ବାର୍ତ୍ତା ବିନିମୟ ମଜାଦାର ହେବ । ଛୋଟିଆ ଯାତ୍ରା କରିପାରନ୍ତି । ସାମାଜିକସମସ୍ତକାର୍ଯ୍ୟ ରେ ମନୋନିବେଶ କରିବେ ।
ବୃଷ-ଆଜିନକ୍ଷତ୍ର ଆପଣଙ୍କ ପାଇଁ ବହୁତ ଶୁଭଅଛି । ଆପଣଙ୍କ ଏକ ଅତି ଉଜ୍ଜ୍ଵଳ ଓ ମଜାଦାର ଦିନ ଆଜି ଆସିବ । ସମସ୍ତଘଟଣା ଓ ପରିସ୍ଥିତି ଆପଣଙ୍କ ସପକ୍ଷରେ ଯିବ । ଯଦି ଆପଣ ଉଚ୍ଚ ଅଧ୍ୟୟନ କରୁଛନ୍ତି, ଆପଣଙ୍କ ପ୍ରଦର୍ଶନ ବହୁତ ଭଲ ରହିବ ।
ମିଥୁନ-ଆପଣଙ୍କଘରେ ଆଜି ଖୁସି ଓ ଉଲ୍ଲାସରେ ପରିପୂର୍ଣ୍ଣ ହେବ । ଆପଣପିଲାମାନଙ୍କ ସହିତ ବହୁତ ସମୟ କଟାଇବେ । ଆପଣ ବହୁତଦିନ ଧରି ବାକିଆ ଥିବା ଘରକାମଗୁଡିକ ଶେଷ କରିବେ ଓ ପରିବାର ସଦସ୍ୟମାନଙ୍କ ମଧ୍ୟରେ ଥିବା ଆନମନା କୁ ଠିକ କରିବେ ।
କର୍କଟ-ଆଜି ଆପଣ ମହିଳାଙ୍କଠାରୁ ଲାଭପାଇବାର ସମ୍ଭାବନା ଅଛି । ଯଦିଓ ଆପଣ କାର୍ଯ୍ୟରେ ବ୍ୟବସ୍ଥିତ ଓ ଅନୁଶାସିତ ଥାଆନ୍ତି, ତଥାପି ଆପଣ ନିୟନ୍ତ୍ରଣହୀନ ଅନୁଭବକରିବେ । ତଥାପି ଆପଣ ଏହି ନିରସତାରୁ ବାହାରକୁ ଆସି ଉଲ୍ଲାସପୂର୍ଣ୍ଣ ହେବେ ।
ସିଂହ-ମସ୍ତ ଦୃଷ୍ଟିକୋଣରୁ ଆଜିଦିନ ଆପଣଙ୍କ ପାଇଁ ମଧ୍ୟମଧରଣର ରହିବା ପରିବାର ସହିତ ହସଖୁସୀରେ କଟିବ, କିନ୍ତୁ ପରିସ୍ଥିତି ସାଧାରଣ ହିଁ ରହିବ । ଆବଶ୍ୟ, ଯଦି ଆପଣ ଅସୁବିଧାର ସମ୍ମୁଖୀନ ହୁଅନ୍ତି, ସେମାନେ ସମସ୍ତେ ଆପଣଙ୍କ ପଛରେ ଛିଡା ହେବେ । ଅନ୍ତିମରେ ଆପଣଙ୍କ ପାଇଁ ଏହା ଏକ ଅନ୍ୟନ୍ତ ଶୁଭଦିନ ନୁହେଁ । ଆର୍ଥିକଲାଭର ଅଭାବ ରହିବ, ନୂଆସମ୍ପର୍କ ସୃଷ୍ଟିକରି ଆପଣ ଏହି ଅଭାବକୁ ଦୂରକରିବାରେ ସମର୍ଥ ହେବେ ।
କନ୍ୟା-ଆଜି ଏକ ଭଲଦିନ ଅଟେ । ପରିବାରସହ ସମୟ ଅତିବାହିତ କରନ୍ତୁ । ଶାରୀରିକ ଓ ମାନସିକ ସ୍ଥିତି ଭଲରହିବ । ମାଆଲକ୍ଷ୍ମୀଙ୍କ କରୁଣାରୁ ଧନରତ୍ନ ଐଶ୍ଚର୍ଯ୍ୟ ପୂର୍ଣ୍ଣହେବ । ଦୂରଯାତ୍ରା ମଙ୍ଗଳଦାୟକ ହେବ । ଦିନଟିକୁ ଉପଭୋଗ କରନ୍ତୁ ତଥା ଅନ୍ୟମାନଙ୍କ ସହ ମଧ୍ୟ ବାଣ୍ଟନ୍ତୁ ।
ତୁଳା-ଆପଣଙ୍କପାଇଁ ଭଲଦିନ ନୁହେଁ, ଅଧିକ ସତର୍କ ରହିବା ପାଇଁ ପରାମର୍ଶ ଦିଆହେଉଛି । ଆପଣଙ୍କ ସ୍ୱାସ୍ଥ୍ୟ ଆପଣଙ୍କପାଇଁ ସମସ୍ୟାର କାରଣ ହୋଇପାରେ, ଏଡାନ୍ତୁ ନାହିଁ, ଉପଯୂକ୍ତ ଚିକିତ୍ସା କରନ୍ତୁ ।ନିଶ୍ଚିତ କରନ୍ତୁଯେ ଭାବିଚିନ୍ତି ନକହି ଆପଣ କାହାକୁ ଅପମାନିତ କରନ୍ତୁନାହିଁ । ଆପଣଙ୍କ ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ । ଆଜିରଦିନ ସମସ୍ୟାବହୁଳ ରହିବ,ଯାହାକି ଶୀଘ୍ର ପଦକ୍ଷେପ ଆବଶ୍ୟକ କରିପାରେ ।
ବିଛା-ନୂତନକାର୍ଯ୍ୟ ରେ ଲିପ୍ତ ରହିବେ । ଭଲସମୟ ଏବଂ ଭାଗ୍ୟକୁ ଉପଭୋଗ କରନ୍ତୁ । ମଧୁର କାମକୁ ଉପଭୋଗ କରନ୍ତୁ । ଅବିବାହିତମାନେ ବିବାହବନ୍ଧନରେ ବାନ୍ଧି ହୋଇଯିବେ । ତାରକା ବ୍ୟକ୍ତିତ୍ୱଙ୍କୁ ସାକ୍ଷାତ କରିବେ । କାର୍ଯ୍ୟ ଓ ବ୍ୟବସାୟ ପାଇଁ ସମୟ ବହୁତ ଭଲରହିବ । ମାଲିକମାନେ ସହାୟ ହେବେ । ସାଙ୍ଗଙ୍କ ସହ ପରିଦର୍ଶନ ସ୍ଥାଳକୁ ଯାତ୍ରା କରିବେ ।
ଧନୁ-ଆପଣ ଆପଣଙ୍କର ‍ଅର୍ଥ ଭଲଭାବରେ ପରିଚାଳନା କରିବେ । ଆପଣଙ୍କ କାର୍ଯ୍ୟ ସଫଳତାର ସହିତ ସମାପ୍ତ କରିବେ ଏବଂ ଅନ୍ୟମାନଙ୍କୁ ମଧ୍ୟ ତାଙ୍କ କାମରେ ସାହାଯ୍ୟ କରିବେ । ଆଜି, ଆପଣ ବ୍ୟବସାୟ ସମ୍ପର୍କିତ କେତେକ ଗୁରୁତ୍ୱପୁର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି । ବ୍ୟବସାୟ କାମରେ ଭ୍ରମଣ କରିପାରନ୍ତି । ଆପଣଙ୍କ ବୁଦ୍ଧି ଏବଂ ନିପୁଣତା ଦେଖି ଆପଣଙ୍କ ବରିଷ୍ଠ ଅଧିକାରୀ ପ୍ରଭାବିତ ହେବେ ଏବଂ ପଦୋନ୍ନତିର ସମ୍ଭାବନା ମଧ୍ୟ ରହିଛି ।
ମକର-ଅନ୍ୟଦିନ ଭଳି ଏହା ମଧ୍ୟ ଏକ ସାଧାରଣଦିନ । ଅବଶ୍ୟ, ବୁଦ୍ଧି ଏବଂ କୌଶଳ ଆବଶ୍ୟକ କରୁଥିବା କାର୍ଯ୍ୟ କରିବା ପାଇଁ ଏହା ହେଉଛି ଉପଯୁକ୍ତସମୟ । ଲିଖନ ଏବଂ ସାହିତ୍ୟରେ ସଂପୃକ୍ତ ଥିବା ବ୍ୟକ୍ତିମାନଙ୍କ ପାଇଁ ଆଜି ହେଉଛି ଭଲଦିନ । ପ୍ରତିକୂଳ ପରିସ୍ଥିତିର ସମ୍ମୁଖିନ ଆପଣଙ୍କୁ ହେବାକୁ ପଡିପାରେ ଯାହାକି ସରକାର ସମ୍ପର୍କିତ ବିଷୟରୁ ସୃଷ୍ଟିହେବ ।
କୁମ୍ଭ-ଆଜି ଆପଣ ନିଜ ସହ ସମୟ ଅତିବାହିତ କରିବାକୁ ଚାହୁଁଛନ୍ତି । ଅବଶ୍ୟ ଏହା ଆପଣ ଆଶା କରୁଥିବା ଶାନ୍ତି ଦେଇନପାରେ । ଏକ ଅପ୍ରିୟ ପରିସ୍ଥିତି ଆପଣଙ୍କ ସମ୍ମୁଖକୁ ବାସ୍ତବିକତାକୁ ଆଣିବ । ବର୍ତ୍ତମାନ ଆପଣ ଅନୁଭବ କରିବେ ଭଗବାନଙ୍କ ପ୍ରତି ଆପଣଙ୍କ ଥିବା ଭକ୍ତିରୁ ଆପଣ କେତେ ଶକ୍ତି ପାଇଥାଆନ୍ତି ।
ମୀନ-ଦରମା ପାଉଥିବା ଲୋକମାନଙ୍କ ପାଇଁ ଆଜିର ଦିନ ପ୍ରଗତିଶୀଳଦିନ ରହିବ । ଆପଣଙ୍କ ଉପସ୍ଥିତି ଓ ଆପଣ ଦେଉଥିବା ମତାମତ ଯୋଗୁଁ କାର୍ଯ୍ୟସ୍ଥଳରେ ଗୁରୁତ୍ଵ ପୂର୍ଣ୍ଣ ମିଟିଙ୍ଗରେ ଲାଭ ମିଳିବ । ଏହା ଆପଣଙ୍କ ଉପରିସ୍ଥ ଅଧିକାରୀମାନଙ୍କ ସହ ଆପଣଙ୍କ ସମ୍ପର୍କ ଅଧିକ ଭଲ କରିବ । ଆଜିଦିନ ସାରା ଆପଣ ପ୍ରଶଂସା ଶୁଣିବେ ।
ନିତୀବାଣୀ-ପାଠପଢ଼ିଲେ ମଣିଷ ଉଚ୍ଚଶିକ୍ଷିତ ହୋଇପାରେ କିନ୍ତୁ ଭଦ୍ର ହେବାପାଇଁ ସଂସ୍କାର ଓ ବ୍ୟବହାର ଜରୁରୀ।କିଛିସମୟ ନିଜର ବଡ଼ମାନଙ୍କ ସହ ବିତାଅ, କାହିଁକି ନା ସବୁ ଜିନିଷ Googleରେ ମିଳିନଥାଏ ।
ବାସ୍ତୁ ଟିପ୍ପଣୀ-କୌଉ ଜିନିଷକୁ କେମିତି ବ୍ୟବହାର କରିବା ଉଚିତ…
ପ୍ରଥମ ଜିନିଷ ହେଉଛି,ଛୋଟ ଶଙ୍ଖ।ଜ୍ୟୋତିଷଶାସ୍ତ୍ର ଅନୁସାରେ ଘରର ପୂଜାଘରେ ଯଦି ଆପଣ ଛୋଟ ଶଙ୍ଖ ରଖିବେ ତେବେ ଘରେ ସବୁବେଳେ ସୁଖଶାନ୍ତି ରୁହେ।
ଘରେ ସର୍ବଦା ସଫା ଜଳ ଭରିକରି ରଖିବା ଉଚିତ।ଅତିଥିର ସମ୍ମାନ କରିବା ଉଚିତ ଏବଂ ତାଙ୍କୁ ସବୁଠୁ ପ୍ରଥମେ ସଫାଜଳ ପିଇବାକୁ ଦେବା ଉଚିତ।
ଘରର ପୂଜାଘରେ ଦୀପ,ଦେଶୀ ଘିଅ, ଗଙ୍ଗାଜଳ ଚନ୍ଦନ, ଶଙ୍ଖ ଓ ମହୁ ସବୁବେଳେ ରଖିବା ଉଚିତ।ଆଜିର ଦିନଟି ମଙ୍ଗଳମୟ ହେଉ!!

Comments (0)
Add Comment