Browsing daily archive

September 12, 2022

ଆଜିର ରାଶିଫଳ

୨୦୨୨ ମସିହା ସେପ୍ଟେମ୍ବର ମାସ ୧୩ ତାରିଖ (ମଙ୍ଗଳବାର)ଭାଦ୍ରବ ମାସ –କୃଷ୍ଣପକ୍ଷ ,ତିଥି-ତୃତୀୟା ଦିବା ଘ୧୦/୪୦ ପର୍ଯ୍ୟନ୍ତ ତଦନ୍ତେ ଚର୍ତୁଥୀ ,ସୁର୍ୟୋଦୟ ପ୍ରାତଃ ଘ୦୫/୩୭/୨୪ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୪୮/୨୬ମକର ରାଶିର ଘାତବାର ,ମେଷ ରାଶିର ଘାତଚନ୍ଦ୍ର ,ଚର୍ତୁଥୀର ସାମ୍ଭଶ୍ଚରିକ ଶ୍ରାଦ୍ଧ ମହାଳୟା ବିଧିରେ ହେବ ,ପୋଟଳ ଦିବା ଘ୧୦/୪୦ ଗତେ ମୂଳା ଭକ୍ଷଣ ନିଷେଧ ।  ମେଷ-ଆଜି ଆପଣ ଆତ୍ମବିଶ୍ଳେଷଣରେ ସମୟ ବିତାଇବେ । ଆପଣ କେତେକଠିନ ପରିଶ୍ରମ କରି ଆଜି ପ୍ରତିଷ୍ଠିତ ହୋଇପାରିଛନ୍ତି , ସେ […]

ପାସେଞ୍ଜର ଟ୍ରେନ ଲାଇନଚ୍ୟୁତ

ଭୁବନେଶ୍ୱର,୧୨/୯(ଏସ ଏସ ନିଉଜ)ଜୟପୁର ଛତ୍ରିପୁଟଠାରେ ପାସେଞ୍ଜର ଟ୍ରେନ ଲାଇନଚ୍ୟୁତ ହୋଇଛି ।ବିଶାଖାପାଟଣା -ଜଗଦଳପୁର ଟ୍ରେନ ଲାଇନ ଚ୍ୟୁତ ହୋଇଛଜି।ରେଳ ଧାରଣା ତଳକୁ ଖସିଛି ୫ଟିବଗି । ଦୁର୍ଘ ଟଣାରେ କ୍ଷୟକ୍ଷତି ନେଇ କୌଣସି ସୂଚନା ନଥିବାବେଳେ ଘଟଣାସ୍ଥଳରେ ରେଳ ବିଭାଗ କର୍ମଚାରୀଙ୍କ ତଦନ୍ତ ଆରମ୍ଭ କରିଛି।

ନବୀନ ବଜାଇବେ ଷ୍ଟକଏକ୍ସଚେଞ୍ଜ ବେଲ୍

ଭୁବନେଶ୍ୱର,୧୨/୯(ଏସଏସନିଉଜ)ନବୀନ ବଜାଇବେ ବମ୍ବେ ଷ୍ଟକ ଏକ୍ସଚେଞ୍ଜ ବେଲ୍ । ଷ୍ଟକ ଏକ୍ସଚେଞ୍ଜର ଓପନିଂ ବେଲ ବଜାଇବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କାଲିଠୁ ମୁମ୍ବାଇ ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ।

ଆସୁଛନ୍ତି ମା’

ଭୁବନେଶ୍ୱର,୧୨/୮(ଏସଏସ ନିଉଜ)ରାଜଧାନୀରେ ୧୭୮ ମଣ୍ଡପରେ ପୂଜା ପାଇବେ ମା’ । ଶାନ୍ତିଶୃଙ୍ଖଳାରେ ପୂଜା କରିବାକୁ BMC ପକ୍ଷରୁ ବୈଠକ ହୋଇଛି।ରାତି ୧୨ଟା ଯାଏ ଚାଲିବ ମେଲୋଡି କାର୍ଯ୍ୟକ୍ରମ । ରାବଣ ପୋଡ଼ି ଅନୁମତି ଦେବ କମିଶନରେଟ ପୋଲିସ ଓ ଖାଦ୍ୟର ମାନ ଯାଞ୍ଚ କରିବେ ୭ ଜଣିଆ ଟିମ୍ ବୋଲି ବୈଠକର ନିଷ୍ପତି ହୋଇଛି।

୨୦୨୪ରେ ରାମମନ୍ଦିର ଉଦଘାଟନ

ଭୁବନେଶ୍ୱର,୧୨/୯(ଏସଏସ ନିଉଜ)୨୦୨୪ ଜାନୁଆରୀ ମକର ସଂକ୍ରାନ୍ତିରେ ହେବ ରାମମନ୍ଦିର ଉଦଘାଟନ । ବର୍ତ୍ତମାନ ସୁଦ୍ଧା ୪୦% ମନ୍ଦିରର କାମ ସରିଲାଣି । ୨୦୨୩ ଡିସେମ୍ବର ସୁଦ୍ଧା କାମ ସାରିବାକୁ ଲକ୍ଷ୍ୟ ରହିଛି।ଏଥିପାଇଁ ଆଜି ବସିବ ରାମମନ୍ଦିର ଟ୍ରଷ୍ଟର ବଡ଼ ବୈଠକ।

ଘଡ଼ଇାଳ କୁମ୍ଭୀରର ମୃତଦେହ ଠାବ

ସମ୍ବଲପୁର,୧୨/୯(ଏସଏସ ନିଉଜ) ମହାନଦୀରୁ ଏକ ଘଡ଼ିଆଳ କୁମ୍ଭୀରର ମୃତଦେହ ଉଦ୍ଧାର ହୋଇଛି।ମହାନଦୀର ମାରୱାଡିପଡ଼ା ଘାଟରୁ ବନ ବିଭାଗ ଦ୍ୱାରା ଉଦ୍ଧାର ହୋଇଛି। ମୃତ ଘଡ଼ିଆଳ କୁମ୍ଭୀର ଲମ୍ବ ୮ ଫୁଟ, ମୋଟେଇ ୨ ଫୁଟ ୫ ଇଞ୍ଚ।ମୃତ କୁମ୍ଭୀରଟିର ଲାଞ୍ଜରେ ଲାଗିଛି ଏକ ଜିପିଏସ୍।

ଆଗକୁ ଆଉଏକ ଲଘୁଚାପ!

ଭୁବନେଶ୍ୱର,୧୨/୯(ଏସ ଏସ ନିଉଜ)ଆଗକୁ ଆଉ ଏକ ଲଘୁଚାପ ସମ୍ଭାବନା ରହିଛି । ୭ରୁ ୨୨ ତାରିଖ ମଧ୍ୟରେ ଲଘୁଚାପ ସମ୍ଭାବନା ।ଦକ୍ଷିଣ ଛତିଶଗଡ଼ ଉପରେ ଅବପାତ ଅବସ୍ଥିତ । ପ୍ରଭାବରେ ୧୮ ଜିଲ୍ଲାରେ ପ୍ରବଳ ବର୍ଷିବ । ରାଜ୍ୟରେ ସବୁ ବନ୍ଦରରେ ୩ ନଂ ସତର୍କତା ଜାରି କରାଯାଇଛି।

ବରଗଡ଼ରେ ତାତିଲେ ଚାଷୀ

ଭୁବନେଶ୍ୱର,୧୨/୯(ଏସ ଏସ ନିଉଜ)ବରଗଡ଼ ସୋହେଲାରେ ଗର୍ଜିଲେ ଚାଷୀ। ବରଗଡ଼-ଛତିଶଗଡ ୫୩ ନଂ ଏନଏଚ ଅବରୋଧ କରିଛନ୍ତି।ସୋହେଲାରେ ସରକାରୀ ଅଫିସ ବନ୍ଦ । ଚାଷୀ, କୃଷକ ବିକାଶ ମଞ୍ଚ ପକ୍ଷରୁ ଆନ୍ଦୋଳନ । ପ୍ରଧାନମନ୍ତ୍ରୀ ଫସଲ ବୀମା ପ୍ରଦାନ ଦାବି କରିଛନ୍ତି।

ବିପଦ ସଂକେତଉପରେ ଜଳକା

ଭୁବନେଶ୍ୱର,୧୨/୯(ଏସଏସ ନିଉଜ)ମଥାନିଠାରେ ବିପଦ ସଙ୍କେତ ଟପିଲା ଜଳକା ନଦୀ । ଜଳସ୍ତର ୬.୨୯ ମିଟର, ବିପଦସଙ୍କେତ ୫.୫୦ ମିଟର।ଉପରମୁଣ୍ଡରେ ପ୍ରବଳ ବର୍ଷା ପରେ ବଢୁଛି ଜଳସ୍ତର ।

ଘରେ ପଶିଲା କେନାଲ ପାଣି

ଧର୍ମଗଡ଼,୧୨/୯(ଏସ ଏସ ନିଉଜ) ଲଗାଣ ବର୍ଷାରେ ଭୁଶୁଡ଼ିଲା ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲ। ଜୟପାଟଣାବ୍ଲକ ଡଙ୍ଗରିପଡ଼ା ରେ ଲହଡ଼ି ମାରୁଛି କେନାଲ ପାଣି। ଏକର ଚାଷ ଜମି ଜଳମଗ୍ନ ହେବାସହ କିଛି ଘରେ ପଶିଲା କେନାଲ ପାଣି।