Browsing daily archive

September 20, 2022

ଧୋଇଗଲା ପୋଲ

ବାଲିଗୁଡ଼ା,୨୦/୯(ଏସଏସ ନିଉଜ)ଲଗାଣ ବର୍ଷାରେ ଭାସିଗଲା ବତେଡ଼ିମୁଣ୍ଡା ପୋଲ।ପାରିଗଡ଼ ପଞ୍ଚାୟତକୁ ଯୋଗା ଯୋଗ ବିଚ୍ଛିନ୍ନ ହୋଇଛି।ରାସ୍ତା ରେ ୩ଫୁଟର ପାଣି ଚାଲିବାରୁ ଅନେକ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଯାହାକୁ ନେଇ ସାଧାରଣ ଲୋକେ ହନ୍ତସନ୍ତ ହେଉଛନ୍ତି।ପୂର୍ବରୁ ମଧ୍ୟ ଲଗାଣ ବର୍ଷାରେ ପୋଲ ଭାଙ୍ଗିିଥିଲା ଓ ପରେ ମରାମତି ହୋଇଥିଲା।ନିମ୍ନମାନର କାମ ଯୋଗୁ ପୁନର୍ବାର ପୋଲ ଭାଙ୍ଗିଥିବା ଲୋକମାନେ ଅଭିଯୋଗ କରିଛନ୍ତି।

ଖୋଲାଅଛି ହୀରାକୁଦର ୬ଟିଗେଟ୍‌

ଖୋଲାଅଛି ହୀରାକୁଦର ୬ଟିଗେଟ୍‌ ସମ୍ବଲପୁର,୨୦/୯(ଏସ ଏସ ନିଉଜ)ହୀରାକୁଦ ଜଳଭଣ୍ଡାରର ୬ଟି ଗେଟ୍‌ ଖୋଳିଛି । ବାମ ପାର୍ଶ୍ବରୁ ୫ଟି ଓ ଡାହାଣ ପାର୍ଶ୍ବରୁ ଗୋଟିଏ ଗେଟ୍‌ ଖୋଲାରହିଛି । ମୋଟ ୬ଟି ଗେଟ୍‌ ଦେଇ ପ୍ରବାହିତ ହେଉଛି ଜଳଭଣ୍ଡାରର ଜଳ।ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାର ଜଳସ୍ତର ୬୨୯ ଫୁଟ ରହିଛି।

ଅଧାରେ ଅଟକିଲା ଟ୍ରେନ୍

ବାରିପଦା,୨୦/୯(ଏସଏସ ନିଉଜ)କୁଡ୍‌ମୀ ଜାତିକୁ ପୁନଃ ଜନଜାତି ମାନ୍ୟତା ଦାବିରେ ରେଳରୋକ କରିଛନ୍ତି ଲୋକ। ବାରିପଦା, ରାଇରଙ୍ଗପୁର ଓ ବେତନଟୀ ଷ୍ଟେସନ୍‌ରେ ରେଳରୋକ ହୋଇଛି।ଫଳରେ ଅଧାରେ ଅଟକିଲା ବାଙ୍ଗିରି ପୋଷି-ଭୁବନେ ଶ୍ୱର ସୁପରଫାଷ୍ଟ ଟ୍ରେନ୍ ।ବାରିପଦା-ସାଲିମାର ଟ୍ରେନ୍ ମଧ୍ୟ ଅଧାରେ ଅଟକି ରହିଛି।

ଜନ୍ମମାଟିରେ ହେଲା ଶେଷକୃତ୍ୟ

ଭୁବନେଶ୍ୱର,୨୦/୯(ଏସଏସ ନିଉଜ)ପଞ୍ଚଭୂତରେ ବିଲୀନ ହେଲେ ବିରୋଧୀଦଳ ଉପ ନେତା ବିଷ୍ଣୁ ସେଠୀ ।ଜନ୍ମମାଟି ତିହିଡ଼ି ମଙ୍ଗରାଜପୁରରେ ପଞ୍ଚଭୂତରେ ବିଲୀନ ହେଲେ, ବିଳମ୍ବିତ ରାତିରେ ପୁଅ ସୂର୍ଯ୍ୟବଂଶୀ ସୂରଜ ଦେଇଥିଲେ ମୁଖାଗ୍ନି ।ଅଶ୍ରୁଳି ଶ୍ରଦ୍ଧାଞ୍ଜଳି ଜଣାଇଲେ ସମର୍ଥକ ଓ ନିକଟ ସମ୍ପର୍କୀୟ।

ତଦନ୍ତ ଆରମ୍ଭ

ମାଲକାନଗିରି,୨୦/୯(ଏସଏସ ନିଉଜ)ସେବାଶ୍ରମ ହଷ୍ଟେଲ ଚାଉଳ ବାହାରେ ବିକ୍ରି କରାଯିବା ଘଟଣାରେ ତଦନ୍ତ ଆରମ୍ଭ ହୋଇଛି ।ତଦନ୍ତ ଆଧାରରେ କୋରକୋଣ୍ଡା ମାରିବାଡ଼ା ସୁପରିଣ୍ଟେଣ୍ଡେଣ୍ଟ ସସ୍‌ପେଣ୍ତ ହୋଇଛନ୍ତି।ସହକାରୀ ଶିକ୍ଷକ ମଧ୍ୟ ସସ୍‌ପେଣ୍ତ ଓ ପ୍ରଧାନ ଶିକ୍ଷକଙ୍କ ପଦ ଅବନତି ଓ ବଦଳି ହୋଇଛି।

ଦାଦାବଟି ରୋକିବାକୁ ହ୍ୱାଟ୍ସଆପ୍ ନଂ

ଭୁବନେଶ୍ୱର,୨୦/୯(ଏସଏସ ନିଉଜ)ଦାଦାବଟି ରୋକିବା ପାଇଁ ଭୁବନେଶ୍ୱର ପୋଲିସର ତତ୍ପରତା ଆରମ୍ଭ ହୋଇଛି।ହ୍ୱାଟ୍ସଆପ୍ ନଂ ୭୦୭୭୭ ୯୮୧୧୧ରେ ସୂଚନା ଦେବାକୁ ଡିସିପିଙ୍କ ପରାମର୍ଶ ଦେଇଛନ୍ତି।ଡ୍ରଗ୍ସ ବ୍ୟବହାର ଓ ଗଳିକନ୍ଦି ଅପରାଧ ନେଇ ଜଣାଇବାକୁ ବି କହିଲେ ଡିସିପି।