Browsing daily archive

September 27, 2022

ଆଜିର ରାଶିଫଳ

୨୦୨୨ ମସିହା ସେପ୍ଟେମ୍ବର ମାସ ୨୮ ତାରିଖ (ବୁଧବାର)ଆଶ୍ଵିନ ମାସ –ଶୁକ୍ଳପକ୍ଷ ,ତିଥି-ତୃତୀୟା ରାତ୍ରି ଘ୯/୩୩ ପର୍ଯ୍ୟନ୍ତ ତଦନ୍ତେ ଚର୍ତୁଥୀ ,ସୁର୍ୟୋଦୟ ପ୍ରାତଃ ଘ୦୫/୪୦/୨୧ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୩୪/୪୫ ,କର୍କଟରାଶିର ଘାତବାର ,ତୃତୀୟାର ଏକଦିଷ୍ଟ ଓ ପ୍ରାବଣଶ୍ରାଦ୍ଧ .ପୋଟଳ ଭକ୍ଷଣ ନିଷେଧ । ମେଷ-ଦିନଟି ଆପଣଙ୍କଲାଗି ଉତ୍ତମ ରହିବ। ଆପଣଙ୍କଯୋଜନାକୁ କାର୍ଯ୍ୟରୂପ ଦେବା ଲାଗି କ୍ରମାଗତ ପ୍ରୟାସ କରିବେ ଏବ˚ ସଫଳ ହେବେ। ଧନଲାଭର ଯୋଗ ରହିଛି। ବିଦେଶଯିବା ଲୋକ ଶୁଭଖବର ପାଇବେ। ସ୍ବାସ୍ଥ୍ୟ ବଢ଼ିଆ ରହିବ। […]

ଭିଜିଲାନ୍ସ ହାତରେ ଧରାପଡିଲେ ଜେଇ

ଭୁବନେଶ୍ୱର,୨୭/୯(ଏସଏସ ନିଉଜ) ଭୁବନେଶ୍ୱର ବ୍ଲକ ଜେଇ ରମାକାନ୍ତ ବେହେରା ଆଜି ଜଣେ ଠିକାଦାରଠାରୁ ୫୦ହଜାରେ ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି।ବାକି ରହିଥିବା ରାସ୍ତାକାମ ବିଲ କରାଇବାକୁ ୫୦ହଜାରେ ଟଙ୍କା ଠିକାଦାର ଓଆଖରୁ ଦାବି କରିଆସୁଥିଲେ।ପୂର୍ବ ପ୍ରସ୍ତୁତି ଅନୁଯାଇ ଆଜି ଠିକାଦାର ଜେଇଙ୍କୁ ୫୦ହଜାରେ ଟଙ୍କା ଦେବାବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ।ଏହି ସଂପର୍କରେ ଭୁବନେଶ୍ୱର ଭିଜିଲାନ୍ସ ଥାନାରେ କେସ୍ ନଂ ୩୦/୨୨କେଶ ନମ୍ବରରେ ଏକ ମକଦମା ରୁଜୁହୋଇଛି।

ଓଲଟିଲା ପିକ୍ଅପ୍ ଭ୍ୟାନ୍

ବଲାଙ୍ଗିର,୨୭/୯(ଏସଏସ ନିଉଜ) ସଦେଇପାଲି ଛକ ନିକଟରେ ଏକ ଘରକୁ ଧକ୍କା ଦେଇ ଓଲଟିଲା ବିଦ୍ୟୁତ୍‌ ଖୁଣ୍ଟ ବୋଝେଇ ପିକ୍ଅପ୍ ଭ୍ୟାନ୍ ।ଏହି ଦୁର୍ଘଟଣାରେ ଜଣେ ଶ୍ରମିକ ମୃତୁବାରଣ କରିଥିବାବେଳେ ୭ଜଣ ଗୁରୁତର ଆହତ ହୋଇଛନ୍ତି।

ହସ୍ପିଟାଲରେ ଅଗ୍ନିକାଣ୍ଡ

ଭୁବନେଶ୍ୱର,୨୭/୯(ଏସଏସ ନିଉଜ)ବୌଦ୍ଧ ଜିଲ୍ଲା ମୁଖ୍ୟ ହସ୍ପିଟାଲ ପରିସରରେ ଅଗ୍ନିକାଣ୍ଡ ହୋଇଛି। ହସ୍ପିଟାଲ ପରିସର ଔଷଧ ବିତରଣ କେନ୍ଦ୍ରରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ଅଗ୍ନିଶମ ବାହିନୀ ପକ୍ଷରୁ ନିଆଁ ଲିଭା ଉଦ୍ୟମ ଜାରି ରହିଛି।

ଟୋକିଓରେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର,୨୭/୯(ଏସଏସ ନିଉଜ)ଜାପାନ ରାଜଧାନୀ ଟୋକିଓରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସ୍ୱର୍ଗତ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ରାଷ୍ଟ୍ରୀୟ ସଂସ୍କାର କାର୍ଯ୍ୟକ୍ରମରେ ଭାଗ ନେବେ।ଦ୍ୱିତୀୟଥର ଜାପାନ ସରକାର ରାଷ୍ଟ୍ରୀୟ ସଂସ୍କାର କାର୍ଯ୍ୟ କରୁଛନ୍ତି।ବିଶ୍ୱଯୁଦ୍ଧ ପରେ କୌଣସି ରାଷ୍ଟ୍ରନେତାଙ୍କ ଜାପାନରେ ଏପରି କାର୍ଯ୍ୟକ୍ରମ ଦ୍ୱିତୀୟ ହୋଇଥିବାବେଳେ ବିଭିନ୍ନ ଦେଶର ରାଷ୍ଟ୍ରନେତା ଆସୁଥିବାରୁ ଟୋକିଓରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

ହାର୍ଡଡିସ୍କ ଯାଞ୍ଚ କଲା ପୋଲିସ

ଭୁବନେଶ୍ୱର,୨୭/୯(ଏସଏସ ନିଉଜ)ଧର୍ମେନ୍ଦ୍ରଙ୍କ ଘଣ୍ଟା ଓ ସିସିଟିଭି ହାର୍ଡଡିସ୍କ ଯାଞ୍ଚ କରିଛି ପୋଲିସ।ପୁରୀ ନିର୍ମାପଡ଼ାର ଜିଲ୍ଲା ପରିଷଦସଭ୍ୟ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ଘଟଣାରେ ପୋଲିସ ଧର୍ମେନ୍ଦ୍ରଙ୍କ ଘଣ୍ଟା ଓ ଘରର ସିସିଟିଭି ହାର୍ଡଡିସ୍କ ଫରେନସିକ୍ ଯାଞ୍ଚ ପାଇଁ ଗଲା। ଧର୍ମେନ୍ଦ୍ରଙ୍କ ହାତ ଘଣ୍ଟା ସହ ମୋବାଇଲ ଓ ସିସିଟିଭି ଲିଙ୍କ୍ ଥିବା ସୂଚନା ମିଳିଛି। କାହାକୁ ମେସେଜ୍ କରିଛନ୍ତି ନା ନାହିଁ ଜାଣିବାକୁ ଯାଞ୍ଚ ହେବ। ଆଜି ଧର୍ମେନ୍ଦ୍ରଙ୍କ ଡ୍ରାଇଭର ଓ ସହକର୍ମୀଙ୍କୁ ପଚରାଉଚରା କରିବ ପୋଲିସ ବୋଲି […]

ଅକ୍ଟୋବର ୨ରୁ ବିଜେଡିର ପଦଯାତ୍ରା

ଭୁବନେଶ୍ୱର,୨୭/୯(ଏସଏସ ନିଉଜ)ଅକ୍ଟୋବର ୨ରୁ ଗାନ୍ଧି ଜୟନ୍ତୀରୁ ରାଜ୍ୟବ୍ୟାପୀ ବିଜେଡି ଜନସଂପର୍କ ପଦଯାତ୍ରା ଆରମ୍ଭ କରିବ।ନଭେମ୍ବର ୨ ତାରିଖ ଯାଏଁ ଏହା ଚାଲିବ ଏହି ପଦଯାତ୍ରା। ପ୍ରେସମିଟ୍‌ରେ ସୂଚନା ଦେଲେ ଦେବୀ ମିଶ୍ର, ଅରୁଣ ସାହୁ ଓ ପ୍ରମିଳା ମଲ୍ଲିକ।

ଆସିବ ଫ୍ଲାଟ ଓନର୍ସ ଆକ୍ଟ

ଭୁବନେଶ୍ୱର,୨୭/୯(ଏସଏସ ନିଉଜ)ଓଡ଼ିଶାରେ ଖୁବ୍ ଶୀଘ୍ର ଆସିବ ଫ୍ଲାଟ ଓନର୍ସ ଆକ୍ଟ ।ଆକ୍ଟ ପ୍ରଣୟନ ନେଇ ହାଇ କୋର୍ଟଙ୍କୁ ଜଣାଇଲେ ରାଜ୍ୟ ସରକାର ।କୋର୍ଟକୁ ଫ୍ଲାଟ ବୁକିଂ ଏଗ୍ରିମେଣ୍ଟ ଡ୍ରାଫ୍ଟ କପି ମଧ୍ୟ ଦେଲେ ସରକାର ।ଏଗ୍ରିମେଣ୍ଟ ସଂପର୍କରେ ଆଇଜିଆର୍ ନିଷ୍ପତ୍ତି ନେଇ ଲାଗୁ କରିବେ କହିଲେ କୋର୍ଟ ।

ଆଜି ବେଙ୍ଗାଳୁରୁ ଯିବେ CM

ଭୁବନେଶ୍ୱର,୨୭/୯(ଏସଏସ ନିଉଜ)ଆଜି ଅପରାହ୍‌ଣରେ ଅପରାହ୍‌ଣ ସାଢ଼େ ୧ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ବେଙ୍ଗାଳୁରୁ ଯିବେ।କାଲି ହେବାକୁଥିବା ଓଡ଼ିଶା ପୁଞ୍ଜିନିବେଶ ସମ୍ମିଳନୀରେ ଯୋଗଦେବେ ନବୀନ।ଶିଳ୍ପ ମନ୍ତ୍ରୀ ଓ ଉଚ୍ଚସ୍ତରୀୟ ପ୍ରତିନିଧି ମଧ୍ୟ ଯିବେ।

ଜଙ୍ଗଲରେ ଛୁଆହାତୀର ମୃତଦେହ

ବାରିପଦା,୨୭/୯(ଏସଏସ ନିଉଜ) ବାଙ୍ଗିରିପୋଷି ନାଫ୍ରି ଜଙ୍ଗଲରେ ଛୁଆହାତୀର ମୃତଦେହ ଠାବ ହୋଇଛି। ମୃତ ଛୁଆହାତୀର ବୟସ ୨ ମାସ ହେବ ବୋଲି ଜଣାପଡିଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବାବେଳେ ଘଟଣାସ୍ଥଳରେ ଡିଏଫ୍ଓ ଓ ଅନ୍ୟ ବନ କର୍ମଚାରୀ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି।